ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଶରଣକୁଳ ସ୍ଥିତ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସମଗ୍ର ଶିକ୍ଷା ଯୋଜନା ଅଧୀନରେ ଚାଲୁଥିବା ଧନ୍ଦାମୂଳକ ଶିକ୍ଷା ଛାତ୍ରୀଛାତ୍ରଙ୍କ ଦ୍ବାରା ଶିଳ୍ପାନୁଷ୍ଠାନ ପରିଭ୍ରମଣ ଶିକ୍ଷା ଅନୁଷ୍ଠିତ ହୋଇଛି। ଏହି ପରିଭ୍ରମଣରେ ନାରାୟଣ ଉଚ୍ଚ ବିଦ୍ୟାଳୟ(ହବ୍ ସ୍କୁଲ)ର ନବମ ଓ ଦଶମ ଶ୍ରେଣୀର ୬୦ ଶିକ୍ଷାର୍ଥୀ ଏବଂ (ସ୍ପୋକ ସ୍କୁଲ)ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଶରଣକୁଳର ୧୮ଜଣ ଶିକ୍ଷାର୍ଥୀ ସାମିଲ ହୋଇଛନ୍ତି। ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରଶ୍ମିରଞ୍ଜନ ମିଶ୍ରଙ୍କ ତତ୍ୱାବଧାନରେ ଦୁଇଟି ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ପଞ୍ଚିଡ଼ାସ୍ଥିତ ଶିବ ଶକ୍ତି ଏଣ୍ଟରପ୍ରାଇଜେସକୁ ପରିଭ୍ରମଣ କରିଥିଲେ। ପ୍ରତିଷ୍ଠାତା ପ୍ରଫୁଲ୍ଲ ସାହୁ ଏବଂ ନାରାୟଣ ଉଚ୍ଚ ବିଦ୍ୟାଳୟର ପରିଧାନ ବିଭାଗର ପ୍ରଶିକ୍ଷିକା ରୋଜାଲିନ ମିଶ୍ରଙ୍କ ସହାୟତାରେ ବିଭିନ୍ନ ପ୍ରକାର ସିଲେଇ ମେସିନର ପରିଚାଳନା ଏବଂ ହସ୍ତତନ୍ତରେ କପଡାର ବୁଣେଇ କିପରି ସୁଚାରୁ ରୁପେ କାର୍ଯ୍ୟ କରାଯାଏ ସେ ବିଷୟରେ ଶିକ୍ଷାର୍ଥୀଙ୍କୁ ଶିକ୍ଷା ଦେଇଥିଲେ। ଏହି ପରିଭ୍ରମଣରେ ବିଦ୍ୟାଳୟର ଶିକ୍ଷକ ଏବଂ ଶିକ୍ଷୟତ୍ରୀ ତଥା ପ୍ରଶାନ୍ତ ଦାସ, ଜନାର୍ଦ୍ଦନ ପରିଡ଼ା, ପ୍ରଜ୍ଞା ପାରମିତା ସାହୁ, ଦାମୋଦର ସାହୁ, ସୁନୀତା ସାହୁ, ରଶ୍ମିତା ବେହେରା, ସସ୍ମିତା ସାହୁ, ସୁଭସ୍ମିତା ସାହୁ, ସଚ୍ଚିଦାନନ୍ଦ ପାତ୍ର, ପ୍ରତିଭା ମଞ୍ଜରୀ ସ୍ୱାଇଁ, ରଜେଶ୍ୱରୀ ଡାକୁଆ, ରଞ୍ଜନ କୁମାର ପୃଷ୍ଟି ସମେତ ବାଳିକା ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ରିବିକା ପ୍ରଧାନ ସହଯୋଗ କରିଥିଲେ। ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଭାକର ସାହୁ ଧନ୍ଦାମୂଳକ ଶିକ୍ଷାରେ ଶିଳ୍ପାନୁଷ୍ଠାନ ପରିଭ୍ରମଣର ଯଥେଷ୍ଟ ଆବଶ୍ୟକତା ରହିଛି ବୋଲି ମତ ରଖିଥିଲା ବେଳେ ଧନ୍ଦାମୂଳକ ଶିକ୍ଷାର ଭାରପ୍ରାପ୍ତ ଅଧିକାରିଣୀ ପ୍ରଜ୍ଞା ପାରମିତା ସାହୁ ଶିକ୍ଷା କ୍ଷେତ୍ରରେ ଧନ୍ଦାମୂଳକ ଶିକ୍ଷାର ଉପାଦେୟତା ସହ ଛାତ୍ରଛାତ୍ରୀ ଭବିଷ୍ୟତରେ ରୋଜଗାରକ୍ଷମ ହୋଇପାରିବେ ବୋଲି ମତ ପ୍ରକାଶ କରିଛନ୍ତି । ଶ୍ରୀମତି ସସ୍ମିତା ସାହୁ ଛାତ୍ର ଛାତ୍ରୀଙ୍କ ଶିଳ୍ପ ପରିଭ୍ରମଣ ସାମ୍ଭବ୍ୟ କ୍ୟାରିଅର ପଥ ଅନୁସନ୍ଧାନ ପାଇଁ ଏକ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରେ ଓ ନିର୍ଦ୍ଧିଷ୍ଟ ଲକ୍ଷ୍ୟରେ ପହଞ୍ଚିବା ପାଇଁ ଆବଶ୍ୟକ କୌଶଳ ଏବଂ ଯୋଗ୍ୟତା ବିଷୟରେ ଜାଣିପାରିବେ ବୋଲି ଯୁକ୍ତି ରଖିଛନ୍ତି।ସେହିପରି ଶିକ୍ଷୟତ୍ରୀ ରଶ୍ମିତା ବେହେରା ଶିଳ୍ପ ପରିଭ୍ରମଣର ପ୍ରାଥମିକ ଲକ୍ଷ୍ୟ ହେଉଛି ପ୍ରତ୍ୟେକ୍ଷ ପର୍ଯ୍ୟବେକ୍ଷଣ ମାଧ୍ୟମରେ ଶିକ୍ଷାର୍ଥୀମାନଙ୍କ ଦକ୍ଷତା ବିକାଶ ଘଟାଇବା ଏବଂ ସେମାନଙ୍କୁ ଆତ୍ମନିର୍ଭରଶୀଳ ହେବାକୁ ପଥ ପ୍ରଦର୍ଶନ କରିବା, ଯାହାକି ଦାରିଦ୍ର୍ୟ ଓ ବେକାରୀ ସମସ୍ୟା ଦୂରୀକରଣ କରି ଦେଶର ବିକାଶ ପଥରେ ସହାୟକ ହେବ ବୋଲି କହିଛନ୍ତି। ଶିକ୍ଷାର୍ଥୀଙ୍କ ଶିଳ୍ପାନୁଷ୍ଠାନ ପରିଭ୍ରମଣ ଏହି ଶିକ୍ଷାରେ ବିଶେଷ ଲାଭପ୍ରଦ ହେବ ବୋଲି ଶିକ୍ଷୟିତ୍ରୀ, ଶିକ୍ଷକ ଏବଂ ଅଭିଭାବକମାନେ ମତ ପ୍ରକାଶ କରିଛନ୍ତି।
Related posts
-
ଡଃ.ସୁରେଶ ବରାଡଙ୍କ ପୁସ୍ତକ “ଗୀତାର ପ୍ରଥମ ଶବ୍ଦ” ବାଚସ୍ପତିଙ୍କ କରକମଳରେ ଉନ୍ମୋଚିତ
ଶରଣକୁଳ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ସାରସ୍ଵତ ସାଧକ, ଗାଳ୍ପିକ, ଔପନ୍ୟାସିକ, କାବ୍ୟକାର, କବି ଡ.ସୁରେଶ ଚନ୍ଦ୍ର ବରାଡଙ୍କ ଆଧ୍ୟାତ୍ମିକ ପୁସ୍ତକ... -
ବ୍ଲକ ସ୍ତରୀୟ ଗୀତାଆବୃତ୍ତି ପ୍ରତିଯୋଗିତା ଆୟୋଜିତ
ଓଡ଼ଗାଁ, (ନୟାଗଡ଼ ଦର୍ପଣ): ପ୍ରଜ୍ଞାନ ମିଶନ, ଓଡ଼ିଶା ଆନୁକୁଲ୍ୟରେ ଗୀତା ସୁଗୀତା କର୍ତବ୍ୟା କାର୍ଯକ୍ରମ ମାଧ୍ୟମରେ ଓଡ଼ଗାଁ ବ୍ଲକ ସ୍ତରୀୟ ଗୀତା... -
ରାଜ୍ୟ ସରକାରଙ୍କ ବିଫଳତା ଓ ବିଜେପିର ମିଥ୍ୟା ପ୍ରତିଶୃତିକୁ ପ୍ରସଙ୍ଗ କରି ମଇଦାନକୁ ଓହ୍ଲାଇବ ବିଜେଡି
Comments Off on ରାଜ୍ୟ ସରକାରଙ୍କ ବିଫଳତା ଓ ବିଜେପିର ମିଥ୍ୟା ପ୍ରତିଶୃତିକୁ ପ୍ରସଙ୍ଗ କରି ମଇଦାନକୁ ଓହ୍ଲାଇବ ବିଜେଡିନୟାଗଡ଼, (ନୟାଗଡ଼ ଦର୍ପଣ): ରାଜ୍ୟ ସରକାରଙ୍କ ବିଫଳତା ଓ ବିଜେପିର ମିଥ୍ୟା ପ୍ରତିଶୃତିକୁ ପ୍ରସଙ୍ଗ କରି ବିଜେଡି ମଇଦାନକୁ ଓହ୍ଲାଇବ। ଜନସାଧାରଣଙ୍କୁ...