ରାଜ୍ୟରେ ବନ୍ଦ ଥିବା ବିଦ୍ୟାଳୟ ଖୋଲିବା ପାଇଁ କି ପଦକ୍ଷେପ ନିଆଯାଇଛି ପ୍ରଶ୍ନ କଲେ ଦଶପଲ୍ଲା ବିଧାୟକ

ନୂଆଗାଁ, (ନୟାଗଡ଼ ଦର୍ପଣ): ରାଜ୍ୟରେ ବନ୍ଦ ଥିବା ବିଦ୍ୟାଳୟ ଗୁଡ଼ିକୁ ପୁଣି ଥରେ ଖୋଲିବା ପାଇଁ ସ୍ଥିର କରୁଥିଲେ, ଏ ଦିଗରେ କୁ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଙ୍କୁ ବିଧାନସଭାରେ ପ୍ରଶ୍ନ କରିଥିଲେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା। ମିଶ୍ରଣ ହୋଇଥିବା ବିଦ୍ୟାଳୟ କୁ ପୁନଃ ଖୋଲିବା ସମ୍ବନ୍ଧୀୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ଵାରା ଆବେଦନ କରାଯାଇଥିବା WA No 417/2021 ମାନନୀୟ ଉଚ୍ଚ ନ୍ୟାୟାଳୟ ଙ୍କ ବିଚରାଧୀନ ଅଛି ,ମାନ୍ୟବର ଉଚ୍ଚ ନ୍ୟାୟାଳୟ ଙ୍କ ଆଦେଶ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ।

Related posts