ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ମଡେଲ ଡିଗ୍ରୀ କଲେଜ ବିଜ୍ଞାନ ସମିତି ଆନୁକୂଲ୍ୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଯୁକ୍ତ ତିନ ତୃତୀୟ ବାର୍ଷିକ ଛାତ୍ରଛାତ୍ରୀଙ୍କୁ ନେଇ ଉକ୍ତ ଆଲୋଚନା ଚକ୍ରରେ ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ, ବାରିପଦାର ସୁନାମଧନ୍ୟ ରସାୟନ ବିଜ୍ଞାନ ପ୍ରଫେସର ଓ ବିଭାଗୀୟ ମୁଖ୍ୟ ଡକ୍ଟର ପ୍ରମୋଦ କୁମାର ଶତପଥୀ ଯୋଗଦେଇ ବିଶେଷ ଭାବେ କିପରି ଆଜିର ଅସ୍ଥିର ପ୍ରକୃତିକୁ ବିଜ୍ଞାନ ସହାୟତାରେ ସ୍ଥିରତା ଅଣାଯାଇପାରିବ ସେ ସଂକ୍ରାନ୍ତରେ ଆଲୋକପାତ କରିଥିଲେ। ରସାୟନ ବିଜ୍ଞାନର ପ୍ରବଳ ପାର୍ଶ୍ୱ ପ୍ରତିକ୍ରିୟା ଗୁଡିକର ନିୟନ୍ତ୍ରଣ କରା ଯାଇପାରିଲେ ଋତୁ ଅନିୟମିତତାର ଦୀର୍ଘ ସୂତ୍ରୀ ସମାଧାନ ଅଣାଯାଇପାରିବ। ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥୀଙ୍କ ପୌରହିତ୍ୟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଅତିଥି ପରିଚୟ ଡକ୍ଟର ସନ୍ତୋଷ କୁମାର ବେହେରା କରିଥିଲେ. ବିଜ୍ଞାନ ସମିତି ମୁଖ୍ୟା ବିଜୟିନୀ ଶୁଭଦର୍ଶିନୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ରୀତିଶ୍ରୀ ମଲିକ ଧନ୍ୟବାଦ ଅର୍ପଣ କରିଥିଲେ. ପ୍ରାୟ ୧୩୫ ଛାତ୍ର ଛାତ୍ରୀଙ୍କ ବ୍ୟତୀତ ଗୌରମୋହନ ସାହୁ, ଜ୍ୟୋସ୍ନା ରାଣୀ କର, ଜୟରାମ ସିଂ ସାମଲ, ଅପରାଜିତା ମିଶ୍ର, ଦୀପିକା ରାଣୀ ଟୁରୁକ, ପ୍ରକାଶ ସାହୁ, ପ୍ରଜ୍ଞାନସ ରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
Related posts
-
ଓଡ଼ିଶା ହକି ସଂଘ ଆୟୋଜିତ ଖେଳରେ ନୈରାଶ୍ୟ ପ୍ରଦର୍ଶନ କଲା ଜିଲ୍ଲା ହକି ଦଳ
ରଣପୁର,(ନୟାଗଡ଼ ଦର୍ପଣ): ୨୦୨୨ ମସିହାରେ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀଙ୍କ ଦ୍ୱାରା ରଣପୁର ଠାରେ ଉଦ୍ଘାଟନ ହୋଇଥିଲା ଓଡିଶା ନାଭାଲ୍-ଟାଟା ହକି ଗ୍ରାସ... -
ଭକ୍ତିସଙ୍ଗୀତ ପ୍ରତିଯୋଗିତା: ଅକ୍ଟୋବର ୬ରୁ ପ୍ରଥମ ପର୍ଯ୍ୟାୟ ଅଡିସନ
ନୟାଗଡ଼,(ନୟାଗଡ଼ ଦର୍ପଣ): ଗତ ବର୍ଷ ‘ସଙ୍ଗୀତଧାରା’, ନୟାଗଡ଼ ପକ୍ଷରୁ ଆୟୋଜିତ ହୋଇଥିବା ଜିଲ୍ଲାସ୍ତରୀୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତା ଅପୂର୍ବ ସଫଳତା ହାସଲ... -
ଗାନ୍ଧୀ ଦର୍ଶନ ଏବଂ ବିଚାର ପ୍ରାସଙ୍ଗିକତା ସମ୍ପର୍କିତ ଆଲୋଚନାଚକ୍ର, ତ୍ରିରଙ୍ଗା ଯାତ୍ରା
ନୟାଗଡ଼, (ନୟାଗଡ଼ ଦର୍ପଣ): ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୫ତମ ପୁଣ୍ୟ ଜନ୍ମତିଥିରେ ଗାନ୍ଧୀ ବିଚାର ପ୍ରଚାର ପ୍ରଚାର ମଞ୍ଚ ଆନୁକୂଲ୍ୟରେ...