ମଣ୍ଡଳ ସ୍ତରୀୟ ବିଜ୍ଞାନ ଡ୍ରାମା ପ୍ରତିଯୋଗୀତା

ଶରଣକୁଳ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଅନ୍ତର୍ଗତ ରଘୁନାଥ ସରକାରୀ ଉଚ୍ଚବିଦ୍ୟାଳୟ ପରିସର ମଧ୍ୟରେ ମଣ୍ଡଳ ସ୍ତରୀୟ ବିଜ୍ଞାନ ଡ୍ରାମା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ଗାଁ ବ୍ଳକର ୧୫ଟି କ୍ଳଷ୍ଟରର ପ୍ରତିଯୋଗୀମାନେ ଯୋଗଦେଇଥିଲେ। ପ୍ରତିଯୋଗୀତା ରଘୁନାଥ ବିଦ୍ୟାପୀଠ, ଓଡ଼ଗାଁର ପ୍ରଧାନ ଶିକ୍ଷକ ଚନ୍ଦ୍ରଶେଖର ନାୟକଙ୍କ କରକମଳରେ ଉଡ୍ଘାଟିତ ହୋଇଥିବା ବେଳେ ବିଚାରକ ଭାବେ ରମେଶ ଚନ୍ଦ୍ର ସାହୁ, ପବିତ୍ର ମୋହନ ସାହୁ, ପଞ୍ଚାନନ ପଣ୍ଡା ଓ ନରେନ୍ଦ୍ର କୁମାର ତ୍ରିପାଠୀ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ଦ୍ଵାରା ପ୍ରଦର୍ଶିତ ଡ୍ରାମା ଗୁଡ଼ିକର ମୂଲ୍ୟାଙ୍କନ କରିଥିଲେ। ସେମାନଙ୍କୁ ସହଯୋଗର ହାତ ବଢ଼ାଇଥିଲେ ସମର ସିଆରସିସି ନରେନ୍ଦ୍ର ପାଣିଗ୍ରାହୀ ଓ ଶିକ୍ଷକ ସୁଶେନ୍ଦୁ ଷଢ଼ଙ୍ଗୀ। ପ୍ରତିଯୋଗୀତାରେ ଚିତାକର୍ଷକ ଅଭିନୟ ପାଇଁ ଶରଣକୁଳ କ୍ଳଷ୍ଟର ଅନ୍ତର୍ଗତ ଲୋକ ନୋଡ଼ାଲ ବିଦ୍ୟାପୀଠ, ପଞ୍ଚିରିଡ଼ାମାନପୁରର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଅଭିନୀତ ବିଜ୍ଞାନ ଡ୍ରାମା ‘ଧ୍ଵଂସର ଧ୍ଵଂସ’ ଶ୍ରେଷ୍ଠ ବିବେଚିତ ହୋଇ ଜିଲ୍ଲା ସ୍ତରୀୟ ପ୍ରତିଯୋଗୀତା ପାଇଁ ପ୍ରେରିତ ହୋଇଛି।


ପରିବେଷୀୟ ପରିବର୍ତ୍ତନ ଓ ତା’ର ପ୍ରଭାବ ଉପରେ ପଯ୍ୟର୍ବେଶିତ ‘ଧ୍ଵଂସର ଧ୍ଵଂସ’ ଡ୍ରାମାଟି ଉକ୍ତ ଲୋକ ନୋଡ଼ାଲ ବିଦ୍ୟାପୀଠର ବରିଷ୍ଠ ଶିକ୍ଷକ ନାଟ୍ୟକାର ଡ.ସୁରେଶ ଚନ୍ଦ୍ର ବରାଡ଼ଙ୍କ ଦ୍ଵାରା ଲିଖିତ ହୋଇଥିବା ବେଳେ ତାହାର ନିର୍ଦ୍ଦେଶନା ଦେଇଥିଲେ କବି କଲ୍ଲୋଳ ଗୋଦାବରୀ ବସନ୍ତିଆ। ବିଜ୍ଞାନ ଶିକ୍ଷୟିତ୍ରୀ ଆରାଧନା ଗୋୈଡ଼ ଓ ଗଙ୍ଗୋତ୍ରୀ ପ୍ରଧାନ ଛାତ୍ରଛାତ୍ରୀ ମାନଙ୍କୁ ନାଟକ ଉପସ୍ଥାପନା ଓ ବେଶ ବିନ୍ୟାସ କରିବାରେ ସହଯୋଗ କରିଥିଲେ। ଉଦ୍ଯାପନୀ ଉତ୍ସବରେ ଓଡ଼ଗାଁ ମଣ୍ଡଳ ଶିକ୍ଷାଧିକାରିଣୀ ଗୀତାଞ୍ଜଳୀ ସାହୁ, ଏବିଇଓ କମଳିନୀ ବେହେରା ଓ ରବୀନ୍ଦ୍ର କୁମାର ନାୟକ ଯୋଗ ଦେଇ କଳାକାର ମାନଙ୍କୁ ପୁରସ୍କୃତ କରିବା ସହ ଜିଲ୍ଲା ସ୍ତରରେ ଉଚ୍ଚକୋଟୀର ପ୍ରଦର୍ଶନ ଜରିଆରେ ମଣ୍ଡଳର ନାଁ ରଖିବାକୁ ଆଶୀବାର୍ଦ ପ୍ରଦାନ କରିଥିଲେ। ଜିଲ୍ଲା ସ୍ତରୀୟ ପ୍ରତିଯୋଗୀତା ଚଳିତ ମାସ ୨୮ ତାରିଖରେ ନୟାଗଡ଼ ବ୍ରଜେନ୍ଦ୍ର ହାଇସ୍କୁଲରେ ଆୟୋଜିତ ହେବ ବୋଲି ଜଣାଯାଇଛି। ଶେଷରେ ରଘୁନାଥ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଶ୍ରୀ ନାୟକ ଅତିଥି, ପ୍ରତିଯୋଗୀ, ବିଚାରକ ତଥା ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।

Related posts