ପୋଖରୀରେ ବୁଡ଼ି ଜଣକ ମୃତ୍ୟୁ

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଦଶପଲ୍ଲା ବ୍ଲକ ବାଣୀଗୋଛା ଥାନା ଅନ୍ତର୍ଗତ କାମିଟିପଙ୍ଗା ଗ୍ରାମରେ ଆଜି ଅପରାହ୍ନରେ ଜଣେ ବ୍ୟକ୍ତି ପୋଖରୀକୁ ନିତ୍ୟକର୍ମ କରିବାକୁ ଯାଇଥିବା ବେଳେ ପୋଖରୀରେ ବୁଡି ତାଙ୍କର ମୃତ୍ୟୁ ହୋଇଛି । ଖବର ପାଇ ଦଶପଲ୍ଲା ଅଗ୍ନିଶମ ବାହିନୀ କାମିଟିପଙ୍ଗା ଗ୍ରାମରେ ପହଂଚି ତାଙ୍କୁ ପୋଖରୀରୁ ଉଦ୍ଧାର କରିଥିଲେ। କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି। ମୃତକ ବ୍ୟକ୍ତିଙ୍କ ନାମ ଚମ୍ପେଶ୍ୱର ଭୋଇ ୫୮ ବର୍ଷ ବୋଲି ଜଣାପଡିଛି।

Related posts