ନୟାଗଡ଼,(ନୟାଗଡ଼ ଦର୍ପଣ): ସ୍ଥାନୀୟ ୟୁନିଟେକ କଲେଜ ପରିସରରେ ନୟାଗଡ଼ ପୂଜ୍ୟପୂଜା କମିଟି ପକ୍ଷରୁ ପାଠାଗାର ଆନ୍ଦୋଳନର ପୁରୋଧା ଦାଶରଥି ପଟ୍ଟନାୟକ (ଦାସିଆ ଅଜା)ଙ୍କ ୧୧୯ତମ ଜୟନ୍ତୀ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ଓ ସ୍ମୃତିଚାରଣ ସଭା ଆୟୋଜିତ ହୋଇଯାଇଛି। ପୂଜ୍ୟପୂଜା କମିଟିର ଆବାହକ ଧିରେନ୍ଦ୍ର ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ୟୁନିଟେକର ଚେୟାରମ୍ୟାନ ଶ୍ରୀ ପ୍ରଦୀପ ପୃଷ୍ଟି ମୁଖ୍ୟ ଅତିଥି ଏବଂ ନୟାଗଡ଼ କ୍ଲବ୍ ତଥା ସମର୍ପଣ ବୃଦ୍ଧାଶ୍ରମର ସମ୍ପାଦକ ଶ୍ରୀ ଶ୍ରୀଧର ସାହୁ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ଅତିଥିମାନେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଦାସିଆ ଅଜାଙ୍କ ସଂଘର୍ଷମୟ ଜୀବନ, ତାଙ୍କର ନିଷ୍ଠା, ପ୍ରୟାସ ଏବଂ କିଛି କରି ଦେଖାଇବାର ଦୃଢ଼ ସଂକଳ୍ପରୁ ପ୍ରେରଣା ନେଇ ଜୀବନରେ ସଫଳତା ହାସଲ କରିବାକୁ ଆହ୍ୱାନ ଜଣାଇଥିଲେ। ପୂଜ୍ୟପୂଜା କମିଟିର ବରିଷ୍ଠ ସଦସ୍ୟ ଶ୍ରୀ ଶରତ ଚନ୍ଦ୍ର ଆଚାର୍ଯ୍ୟ ସ୍ୱାଗତ ଭାଷଣ…
Read MoreMonth: July 2026
ନୂଆଗାଁରେ ଜିଲ୍ଲା ବ୍ୟାପି “ସେବା ଉତ୍ସବ”
ଷଷ୍ଠ ଦିବସରେ କୋରଡ଼ା ପଞ୍ଚାୟତରେ ବିଭିନ୍ନ ସାମଗ୍ରୀ ବଣ୍ଟନ
ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ଼ ସେବା ଉତ୍ସବ ସମିତି ଆନୁକୂଲ୍ୟରେ ଚାଲିଥିବା ଜିଲ୍ଲାବ୍ୟାପୀ ‘ସେବା ଉତ୍ସବ’ର ଷଷ୍ଠ ଦିବସ ଅତ୍ୟନ୍ତ ସଫଳତାର ସହ ସମ୍ପନ୍ନ ହୋଇଛି। ଗତ ଦଶପୂର୍ବେ ନୂଆଗାଁରୁ ଆରମ୍ଭ ହୋଇଥିବା ଏହି ଉତ୍ସବ ବର୍ତମାନ ଦଶ ବର୍ଷରେ ପହଂଚିଥିବା ବେଳେ ଜିଲ୍ଲାରେ ଶହ ଯୁବପିଢ଼ି ଏଥିରେ ସାମିଲ ହୋଇଛନ୍ତି। ଏହି କ୍ରମରେ ଆଜି ନୂଆଗାଁ ବ୍ଲକ ଅନ୍ତର୍ଗତ କୋରଡ଼ା ପଞ୍ଚାୟତର ବିଭିନ୍ନ ଅଞ୍ଚଳରେ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅଞ୍ଚଳର ଗରିବ ଓ ଅସହାୟ ବ୍ୟକ୍ତି ମାନଙ୍କୁ ବସ୍ତ୍ର, ଶୁଖିଲା ଖାଦ୍ୟ ଏବଂ ଚପଲ ବଣ୍ଟନ କରାଯାଇଛି। ସେବା ଉତ୍ସବ ସମିତିର ଅଧ୍ୟକ୍ଷ ଶିବରାମ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସିତ ହୋଇଛି। ସମାଜରେ ସେବା ଓ ଦାନର ଏକ ନିଆରା ପରମ୍ପରା ସୃଷ୍ଟି…
Read Moreଫଗୁରେ ଫଗୁରେ ଫାଲଗୁନି ଉପନ୍ୟାସର ପାଠକୀୟ ଚର୍ଚ୍ଚା
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ପଞ୍ଚାୟତ ସମିତି ସଭାକକ୍ଷରେ ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କମ୍ରେଡ୍ ବିଶ୍ଵନାଥ ମହାପାତ୍ରଙ୍କ ରଚିତ ଉପନ୍ୟାସ ‘ଫଗୁରେ ଫଗୁରେ ଫାଲଗୁନି’ର ପାଠକୀୟ ଚର୍ଚ୍ଚା ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଯୋଗ ଦେଇଥିବା ଶତାଧିକ ସାହିତ୍ୟିକ, ବୁଦ୍ଧିଜୀବୀଙ୍କ ଗହଣରେ ଉତ୍ସାହ ଉଦ୍ଦୀପନା ସହିତ ସମାହିତ ହୋଇଯାଇଛି। ଅଧ୍ୟାପକ ଡ. ଆଶୁତୋଷ ମିଶ୍ର ପୁସ୍ତକର ସମୀକ୍ଷା କରି ପାଠକୀୟ ଉତ୍କଣ୍ଠା ଉଜ୍ଜୀବିତ କରୁଥିବା ଏହି ସଫଳ ଉପନ୍ୟାସର ବଳିଷ୍ଠ କାହାଣୀ, ଲୋକକଥିତ ଭାଷା ଚାତୁରୀ, ଶ୍ରେଣୀ ସଂଘର୍ଷର ଅନ୍ତର୍ନିହିତ ବାର୍ତ୍ତା ଉପରେ ଆଲୋକପାତ କରି ଶ୍ରୋତାଙ୍କୁ ଉପନ୍ୟାସର ମର୍ମ ଭିତରେ ନିମଜ୍ଜିତ କରାଇଥିଲେ। ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୟାଗଡ଼ର ବିଧାୟକ ତଥା ସାହିତ୍ୟିକ ଡ. ଅରୁଣ କୁମାର ସାହୁ ଔପନ୍ୟାସିକ କମ୍ରେଡ୍ ମହାପାତ୍ରଙ୍କ ଲଗାତାର ପ୍ରଗତିଶୀଳ ସାହିତ୍ୟ ସୃଷ୍ଟିର ଭୂୟସୀ ପ୍ରଶଂସା କରିବା ସହିତ…
Read Moreଦାସିଆ ଅଜାଙ୍କ ୧୧୯ତମ ଜନ୍ମ ଜୟନ୍ତୀ ଅବସରରେ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ
ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ,ପ୍ରଖ୍ୟାତ ସଂଗ୍ରାହକ ତଥା ନୟାଗଡ଼ ମାଟିର ଗର୍ବ ଓ ଗୌରବ ଏବଂ ସମସ୍ତଙ୍କ ପ୍ରିୟ ଦାଶରଥି ପଟ୍ଟନାୟକ ଓରଫ ଦାସିଆ ଅଜାଙ୍କ ୧୧୯ତମ ଜନ୍ମ ଜୟନ୍ତୀ ଅବସରରେ ଜିଲ୍ଲା ପ୍ରଶାସନ ଏବଂ ଦାସିଆ ଅଜା ସ୍ମୃତି କମିଟିର ମିଳିତ ଆନୁକୂଲ୍ୟରେ କଚେରୀ ବଜାର ସ୍ଥିତ ତାଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ସହିତ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଦାସିଆ ଅଜା ଅମର ରହେ, ଦାସିଆ ଅଜା ଆମ ପ୍ରଣାମ ଘେନ ଆଦି ସ୍ଲୋଗାନରେ ସ୍ଥାନୀୟ ପରିବେଶ ପ୍ରକମ୍ପିତ ହୋଇ ଉଠିଥିଲା। ସ୍ମୃତି କମିଟି ଅଧ୍ୟକ୍ଷ ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ପୌରହିତ୍ୟରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ମଧୁମିତା ରଥ, ନୟାଗଡ଼ ପୌରପରିଷଦ ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ଶିଶୁ ସୁରକ୍ଷା ଅଧ୍ୟକ୍ଷ…
Read Moreଦାସିଆ ଅଜାଙ୍କ ୧୧୯ତମ ଜୟନ୍ତୀ ପାଳନ କଲା ପୂଜ୍ୟପୂଜା କମିଟି
ନୟାଗଡ଼,(ନୟାଗଡ଼ ଦର୍ପଣ): ପାଠାଗାର ଆନ୍ଦୋଳନର ଆଗଧାଡିର ନାୟକ, ପ୍ରବାଦ ପୁରୁଷ ଦାଶରଥି ପଟ୍ଟନାୟକ (ଦାସିଆ ଅଜା)ଙ୍କ ୧୧୯ ତମ ଜୟନ୍ତୀ ଅବସରରେ ପୂଜ୍ୟପୂଜା କମିଟି, ନୟାଗଡ଼ ତରଫରୁ ଏକ ଶ୍ରଦ୍ଧାଞ୍ଜଳୀ ଓ ସ୍ମୃତି ଚାରଣ କାର୍ଯ୍ୟକ୍ରମ ନୟାଗଡ଼ ବଜାର ସ୍ଥିତ ପ୍ରତିମୂର୍ତ୍ତି ନିକଟରେ ସମାପନ ହୋଇଯାଇଛି। ପୂଜ୍ୟପୂଜା କମିଟି ସଭାପତି ଶ୍ରୀ ପ୍ରଶନ୍ନ କୁମାର ବସନ୍ତିଆଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦାସିଆ ଅଜାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ଧୁପ ଦୀପ ପ୍ରଦାନ କରାଯାଇଥିଲା। କମିଟି ର ବରିଷ୍ଠ ସଦସ୍ୟ ରାମକୃଷ୍ଣ ରଥ ସ୍ବର୍ଗତ ଦାଶରଥି ପଟ୍ଟନାୟକଙ୍କ କୃତିତ୍ୱ ଓ ଅବଦାନ ସଂମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଦଶ ପଇସାର ରାଜା ଦାସିଆ ଅଜା ଅମର ରହେ ସ୍ଲୋଗାନ ଦେଇଥିଲେ ଉପସ୍ଥିତ ସଂସ୍କୃତି ପ୍ରେମୀ ମାନେ । ଏହି କାର୍ଯ୍ୟକ୍ରମରେ ସିଭିଲ ସୋଆଇଟ ନୟାଗଡ଼ର ଚେୟାରମ୍ୟାନ ଗୋଦାବରୀଶ…
Read Moreରାତି ଅଧରେ ମହିଳାଙ୍କ ଘରେ ପଶିଥିବା ଅଭିଯୋଗ: ମାଡ଼ ଖାଇଲେ ଏଏସ୍ଆଇ, ଭିଡିଓ ଭାଇରାଲ୍
ରଣପୁର, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ରଣପୁରରେ ଜଣେ ପୁଲିସ ଏଏସ୍ଆଇଙ୍କୁ କେନ୍ଦ୍ର କରି ଏକ ଚର୍ଚ୍ଚିତ ଘଟଣା ସାମ୍ନାକୁ ଆସିଛି। ରଣପୁର କୋର୍ଟରେ କାର୍ଯ୍ୟରତ ଏଏସ୍ଆଇ ପ୍ରଶାନ୍ତ ପରିଡ଼ା ଗତ ଶୁକ୍ରବାର ବିଳମ୍ବିତ ରାତିରେ ସାନକୂଆ ସାହିର ଜଣେ ମହିଳାଙ୍କ ଘରେ ପ୍ରବେଶ କରିଥିବା ଅଭିଯୋଗ ହୋଇଛି। ଏହାପରେ ପରିବାର ସଦସ୍ୟମାନେ ତାଙ୍କୁ ଧରି ମାଡ଼ ମାରିଥିବା ଚର୍ଚ୍ଚା ହେଉଛି।ସୂଚନା ଅନୁଯାୟୀ, ପ୍ରଶାନ୍ତ ପରିଡ଼ା ପୂର୍ବରୁ ସମ୍ପୃକ୍ତ ପରିବାର ଘରେ ଭଡ଼ାରେ ରହୁଥିଲେ। ସେହି ସମୟରେ ସେହି ଘରର ଜନୈକା ମହିଳାଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏହି କଥା ଜାଣିବା ପରେ ସେ ଘରୁ ବିତାଡିତ ହୋଇଥିଲେ। କିଛିଦିନ ତଳେ ସେ ସେହି ଘର ଛାଡ଼ି ଅନ୍ୟତ୍ର ଏକ ଘର ଭଡା ନେଇ କରୁଥିଲେ। ତେବେ ଗତ ରାତି ପ୍ରାୟ ୨ଟା ସମୟରେ…
Read Moreଭାଗିରଥୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ବନ ମହୋତ୍ସବ ଅବସରରେ ନୟାଗଡ଼ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁରସ୍ଥିତ ଭାଗିରଥୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପୂର୍ଣ୍ଣିମା ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରଜାତିର ବୃକ୍ଷ ରୋପଣ କରାଯାଇଥିଲା। ବିଦ୍ୟାଳୟର ଇକୋ କ୍ଲବ ପକ୍ଷରୁ ପରିଚାଳିତ ଏହି ପରିବେଶ ସଚେତନତା କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରଛାତ୍ରୀ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ସ୍କୁଲ ପରିଚାଳନା କମିଟିର ସଭାପତି ନବ କିଶୋର ପରିଡ଼ା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ଦାସଙ୍କ ସମେତ ଶିକ୍ଷକ ବିଭୂତି ଭୂଷଣ ରଣସିଂହ, ସୂର୍ଯ୍ୟତା ବେହେରା, ଅନସୂୟା ବେହେରା, ଲୋମିତ ପ୍ରିୟଦର୍ଶିନୀ, ସ୍ୱାଗତିକା ମହାନ୍ତି, ବେଣୁଧର ବିଶ୍ୱାଳ, ରାଜେଶ କୁମାର ପଣ୍ଡା, ଦୀପକ କୁମାର ମଙ୍ଗଳ, କିଶୋର କୁମାର ଭଞ୍ଜ, ଚିତ୍ତରଞ୍ଜନ ଦାଶ, ଯୋଗେଶ…
Read Moreସେବାର ମୂର୍ତ୍ତିମନ୍ତ ପ୍ରତୀକ ଶିବରାମ, ନିସ୍ଵାର୍ଥପର ସେବାରେ ୧୦ ବର୍ଷ
ନୟାଗଡ, (ନୟାଗଡ଼ ଦର୍ପଣ): ଯୁବକମାନେ ଚାହିଁଲେ ସମାଜର ଅନେକ କିଛି ପରିବର୍ତ୍ତନ କରିପାରିବେ। ସେମାନଙ୍କ ଆଗରେ ଅସମ୍ଭବ ଶବ୍ଦ ବହୁ ଦୂର। ଏମିତି କିଛି ଯୁବକ ଆଗକୁ ଆସିଛନ୍ତି ଯେଉଁମାନେ ଅସହାୟ, ନିରାଶ୍ରୟଙ୍କ ମୁହଁରେ ହସ ଟିକିଏ ଫୁଟାଇବା ପାଇଁ ପ୍ରାଣପ୍ରାଣେ ଉଦ୍ୟମରତ। ନିଜ ପକେଟ ଖର୍ଚ୍ଚ ଏବଂ ବଦାନ୍ୟ ବ୍ୟକ୍ତିଙ୍କ ଠାରୁ ଆର୍ଥିକ ସାହାର୍ଯ୍ୟ ମାଗି ଗରିବଙ୍କ ସେବା ଯୋଗାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଦିନେ କି ୨ ଦିନ ନୁହେଁ, ବରଂ ଦୀର୍ଘ ୧୦ ବର୍ଷ ଧରି ନୟାଗଡ ଜିଲ୍ଲାରେ ଅସହାୟ ଏବଂ ଦୁଃଖିଙ୍କୁ ସେବା ଯୋଗାଇ ଆସୁଛି “ସେବା ଉତ୍ସବ ସମିତି, ନୟାଗଡ଼ “। ଏହି ସେବା ଉତ୍ସବର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ହେଉଛନ୍ତି ଯୁବ ଆଇନଜୀବୀ, ସାମ୍ବାଦିକ ତଥା ସମାଜସେବୀ ଶିବରାମ ମହାପାତ୍ର। ବର୍ଷ ତମାମ ନୁହେଁ,ବରଂ ବର୍ଷକୁ ଗୋଟିଏ ମାସ…
Read Moreଭାପୁରରେ ସେବା ଉତ୍ସବ, ବସ୍ତ୍ର ଓ ଚପଲ ବଣ୍ଟନ
ଭାପୁର, (ନୟାଗଡ଼ ଦର୍ପଣ): ନୟାଗଡ଼ ସେବା ଉତ୍ସବ ସମିତି ଆନୁକୂଲ୍ୟରେ ଦୀର୍ଘ ୧୫ଦିନ ଧରି ଅନୁଷ୍ଠିତ ହେଉଥିବା ଜିଲ୍ଲାବ୍ୟାପି ସେବା ଉତ୍ସବ-୨୦୨୬ର ଚତୁର୍ଥ ଦିବସରେ ଆଜି ଭାପୁର ବ୍ଲକର ବିଭିର୍ଣ୍ଣ ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଭାପୁର ବ୍ଲକର ରାକମା, ବିଜିପୁର ଓ ଭାପୁର ପଞ୍ଚାୟତର ବିଭିର୍ଣ୍ଣ ସ୍ଥାନରେ ଗରିବ ଓ ଅସହାୟଲୋକଙ୍କୁ ବସ୍ତ୍ର , ଖାଦ୍ୟ ଓ ଚପଲ ବଣ୍ଟନ କରାଯାଇଥିଲା। ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବ ମାଧ୍ୟମରେ ସାରା ନୟାଗଡ଼ରେ ସେବା ଓ ଦାନର ଏକ ନିଆରା ପରମ୍ପରା ସୃଷ୍ଟି କରି ଏକ ସୁସ୍ଥ ସମାଜ ଗଠନ ପାଇଁ ଯୁବପିଢ଼ିଙ୍କୁ ଆହ୍ୱାନ ଦିଆଯାଇଥିଲା। ଆଜିର କାର୍ଯ୍ୟକ୍ରମକୁ ସେବା ସମିତି ସଦସ୍ୟ ଆଦିତ୍ୟ ପାଳ, ସତ୍ୟନାରାୟଣ ବେହେରା, ପରମେଶ୍ୱର ସାହୁ,…
Read Moreଭାରତ ବିକାଶ ପରିଷଦ, ନୟାଗଡର ପ୍ରତିଷ୍ଠା ଦିବସ ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସର୍କିଟ୍ ହାଉସ୍ ନିକଟରେ ଅବସ୍ଥିତ ଭାରତ ବିକାଶ ପରିଷଦ, ନୟାଗଡ଼ ଶାଖା ଭବନରେ ପରିଷଦର ପ୍ରତିଷ୍ଠା ଦିବସ ତଥା ନୟାଗଡ଼ ଶାଖାର ସ୍ଥାପନା ଦିବସ ପାଳିତ ହୋଇ ଯାଇଛି। ଶାଖା ଅଧ୍ଯକ୍ଷ ପ୍ରସନ୍ନ କୁମାର ବସନ୍ତିଆଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ଓଡିଆ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସତ୍ଯ ନାରାୟଣ ଆଚାର୍ଯ୍ୟ ଯୋଗଦେଇ ଥିଲା ବେଳେ ମୁଖ୍ଯବକ୍ତା ଭାବେ ବରିଷ୍ଠ ଆଇନଜୀବୀ ତଥା ବିଶିଷ୍ଟ ସାହିତ୍ୟିକ ଚନ୍ଦ୍ର ବିଜୟୀ ମିଶ୍ର ଓ ସମ୍ମାନିତ ଅତିଥି ଭାବେ ଭାରତ ବିକାଶ ପରିଷଦ ଓଡିଶା ପୂର୍ବପ୍ରାନ୍ତର ଉପାଧ୍ୟକ୍ଷ ଶ୍ରୀଧର ସାହୁ ଯୋଗଦେଇଥିଲେ। ନୟାଗଡ଼ ଶାଖାର ପ୍ରତିଷ୍ଠାତା ସଦସ୍ଯ ପ୍ରଫେସର ହର ପ୍ରସାଦ ମହାପାତ୍ର ମଞ୍ଚାସୀନ ହୋଇ ମାଆ ଭାରତୀଙ୍କ ବନ୍ଦନା ବନ୍ଦେମାତରମ୍ ସାମୂହିକ ଗାନ କରି ଭାରତ ବିକାଶ ପରିଷଦର…
Read More