ଶ୍ରୀରାମକୃଷ୍ଣ ଶିକ୍ଷାକେନ୍ଦ୍ରରେ ଜିଲ୍ଲା ସ୍ତରୀୟ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୮ତମ ଶ୍ରାଦ୍ଧ ବାର୍ଷିକ ପାଳନ

ଗୋପବନ୍ଧୁ ସତ୍ଯ ଓ ସେବାର ପୂଜାରୀ – ଜିଲ୍ଲାପାଳ ମଧୁମିତା ରଥ

ନୟାଗଡ଼, (ନୟାଗଡ଼ ଦର୍ପଣ): ସ୍ଥାନୀୟ ହାଉସିଂ ବୋର୍ଡ ନିକଟସ୍ଥ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ଦୈନିକ ଖବର କାଗଜ ସମାଜ ତରଫରୁ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୮ ତମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ ଯୋଗଦେଇ ଥିଲା ବେଳେ ମୁଖ୍ଯବକ୍ତା ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଚିତରଂଜନ ପାଣ୍ଡେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ନୟାଗଡ଼ ପଞ୍ଚାୟତ ସମିତି ଅଧ୍ଯକ୍ଷ କିଶୋର ଚନ୍ଦ୍ର ସାହୁ, ସମାଜସେବୀ ପ୍ରମୋଦ ପଟ୍ଟନାୟକ ଓ ବିଦ୍ଯାଳୟର ସଂପାଦକ ସମାଜସେବୀ ଶ୍ରୀଧର ସାହୁ ଯୋଗଦେଇ ଥିଲେ।

ନୟାଗଡ ସମାଜ ପ୍ରତିନିଧି ଶୁଭେନ୍ଦୁ କୁମାର ଦାସଙ୍କ ପ୍ରତ୍ଯେକ୍ଷ ତତ୍ତ୍ବାବଧାନରେ ସର୍ବପ୍ରଥମେ ସକାଳ ୮ଟା ସମୟରେ ତିଳ ତର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା। ଏହି ତିଳତର୍ପଣ କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗଦେଇ ଥିଲେ। ବିଦ୍ଯାଳୟର ସ୍କାଉଟ୍ ଗାଇଡ୍ ଛାତ୍ରଛାତ୍ରୀଙ୍କ ଦ୍ବାରା ଆୟୋଜିତ ବିରାଟ ଶୋଭାଯାତ୍ରାରେ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଶ୍ରୀଯୁକ୍ତ ପଟ୍ଟନାୟକ ବିଦ୍ଯାଳୟ ନିକଟରେ ଥିବା ପୁଷ୍କରିଣୀକୁ ଯାଇ ଗୋପବନ୍ଧୁଙ୍କ ଉଦ୍ଦେଶ୍ଯରେ ତିଳତର୍ପଣ କରିଥିଲେ। ଏହାପରେ ବିଦ୍ଯାଳୟ ପରିସରରେ ସ୍ଥାପିତ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ରେ ଉପସ୍ଥିତ ସମସ୍ତ ଅତିଥି ମାନେ ଧୂପ ଓ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ବିଦ୍ଯାଳୟ ପରିସରରେ ଗଛ ରୋପଣ କରିଥିଲେ। ଏହାପରେ ବିଶିଷ୍ଟ ସାହିତ୍ଯିକ ଶରତ ଚନ୍ଦ୍ର ଆଚାର୍ଯ୍ୟଙ୍କ ସଂଯୋଜନାରେ ଏକ ସ୍ମ୍ରୁତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା।

ପଣ୍ଡିତ ଗୋପବନ୍ଧୁ ଦାସ ହେଉଛନ୍ତି ସତ୍ଯ ଓ ସେବାର ପୂଜାରୀ ବୋଲି ମୁଖ୍ଯ ଅତିଥି କହିଥିଲା ବେଳେ ମୁଖ୍ଯ ବକ୍ତା ଶ୍ରୀଯୁକ୍ତ ପାଣ୍ଡେ କହିଥିଲେ ଯେ, “ମାନବ ସେବା ହିଁ ମାଧବ ସେବା ” ଏହାକୁ ମର୍ମେ ମର୍ମେ ଅନୁଭବ କରିଥିଲେ ବିଶିଷ୍ଟ ଗାନ୍ଧୀ ବାଦୀ ତଥା ଓଡିଶା ର ଗାନ୍ଧୀ ସେବାର ପୂଜାରୀ ପଣ୍ଡିତ ଗୋପବନ୍ଧୁ ଦାସ। ଏହା ସହିତ ସମ୍ମାନିତ ଅତିଥି ମାନେ ଗୋପବନ୍ଧୁ ଦାସଙ୍କ ଆଦର୍ଶ ଜୀବନୀ ପ୍ରତ୍ଯେକ ଓଡିଆ ପାଠ କରିବା ପାଇଁ ପରାମର୍ଶ ଦେଇଥିଲେ। ସର୍ବପ୍ରଥମେ ବିଦ୍ଯାଳୟ ସଂପାଦକ ଶ୍ରୀଯୁକ୍ତ ସାହୁ ସ୍ବାଗତ ଭାଷଣ ଦେଇଥିଲା ବେଳେ ବିଦ୍ଯାଳୟର ସେବାବ୍ରତୀ ଆଚାର୍ଯ୍ୟା ଧନ୍ଯବାଦ ଅର୍ପଣ କରିଥିଲେ। ଏହି ମହତ୍ କାର୍ଯ୍ୟକ୍ରମରେ ବିଦ୍ଯାଳୟର ସ୍କାଉଟ୍ ଗାଇଡ୍ ଛାତ୍ରଛାତ୍ରୀ, ଗୁରୁଜୀ ଗୁରୁମା, ସମାଜସେବୀ ଦୁର୍ଯ୍ୟୋଧନ ପାଇକରାୟ, ଜଗତ କଲ୍ୟାଣ କାଶ୍ଯପ, କାଳିଚରଣ ଡାକୁଆ, ଶ୍ରୀକାନ୍ତ ମହାପାତ୍ର, ଶୁଖେନ୍ଦୁ ଦାସ, କୃଷ୍ଣ ପ୍ରଧାନ ସୁବାନ ମଲ୍ଲିକଙ୍କ ସମେତ ବହୁ ସମାଜସେବୀ ମାନେ ସହଯୋଗ କରିଥିଲେ।

Related posts