ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ର ରୁଦ୍ର ପ୍ରସାଦ ନାୟକଙ୍କ ବଡ଼ ସଫଳତା: ଅଲ୍ ଇଣ୍ଡିଆ ପିଜି ପ୍ରବେଶିକାରେ ଦ୍ୱିତୀୟ, ଜେଏନୟୁ ପାଇଁ ପ୍ରଥମ ସ୍ଥାନ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଅଟୋନମସ୍ କଲେଜ ପାଇଁ ଆସିଛି ଏକ ଗର୍ବର ମୁହୂର୍ତ୍ତ। କଲେଜର ଦର୍ଶନ (Philosophy) ବିଭାଗର ମେଧାବୀ ଛାତ୍ର ରୁଦ୍ର ପ୍ରସାଦ ନାୟକ ଅଲ୍ ଇଣ୍ଡିଆ ପିଜି ପ୍ରବେଶିକା ପରୀକ୍ଷାରେ ଜାତୀୟ ସ୍ତରରେ ଦ୍ୱିତୀୟ ସ୍ଥାନ ହାସଲ କରି ନିଜ ପ୍ରତିଭାର ପରିଚୟ ଦେଇଛନ୍ତି। ସେହିପରି ନୂଆଦିଲ୍ଲୀସ୍ଥିତ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (JNU)ର ସ୍ନାତକୋତ୍ତର (PG) ପ୍ରବେଶିକା ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରି ଆଡ଼ମିସନ ପାଇଁ ମନୋନୀତ ହୋଇଛନ୍ତି। ରୁଦ୍ର ପ୍ରସାଦ ଏହି ଶିକ୍ଷାବର୍ଷରେ ନୟାଗଡ଼ ଅଟୋନମସ୍ କଲେଜର କଳା ବିଭାଗର ଟପର୍ ମଧ୍ୟ ଥିଲେ। ତାଙ୍କର ଏହି ଅସାଧାରଣ ସଫଳତା କେବଳ କଲେଜ ପାଇଁ ନୁହେଁ, ସମଗ୍ର ନୟାଗଡ଼ ଜିଲ୍ଲା ପାଇଁ ମଧ୍ୟ ଗର୍ବର ବିଷୟ ପାଲଟିଛି। ତାଙ୍କ ସଫଳତା ପରେ କଲେଜର ଅଧ୍ୟକ୍ଷ, ଅଧ୍ୟାପକ-ଅଧ୍ୟାପିକା, ସହପାଠୀ ଏବଂ ବୁଦ୍ଧିଜୀବୀ…

Read More

ଚମ୍ପାଗଡ ପଞ୍ଚାୟତରେ ଏଲଇଡି ଷ୍ଟ୍ରିଟ୍ ଲାଇଟ୍ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ, ନିରପେକ୍ଷ ତଦନ୍ତ ଦାବି

ରଣପୁର,(ନୟାଗଡ଼ ଦର୍ପଣ): ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ନୟାଗଡ଼, ଯାଜପୁର ଓ କେନ୍ଦୁଝର ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ଏଲଇଡି ଷ୍ଟ୍ରିଟ୍ ଲାଇଟ୍ ସ୍ଥାପନ କାର୍ଯ୍ୟର ଯାଞ୍ଚ ପାଇଁ ୨୪ଟି ଟିମ୍ ନିୟୋଜିତ ହୋଇଥିବା ବେଳେ ନୟାଗଡ଼ ଜିଲ୍ଲାର ରଣପୁର ବ୍ଲକ ଅନ୍ତର୍ଗତ ଚମ୍ପାଗଡ ପଞ୍ଚାୟତରେ ମଧ୍ୟ ଏହି ପ୍ରକଳ୍ପକୁ ନେଇ ବ୍ୟାପକ ଅନିୟମିତତାର ଅଭିଯୋଗ ସାମ୍ନାକୁ ଆସିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ପଞ୍ଚାୟତରେ ସ୍ଥାପନ କରାଯାଇଥିବା ଅଧିକାଂଶ ଏଲଇଡି ଷ୍ଟ୍ରିଟ୍ ଲାଇଟ୍ ବର୍ତ୍ତମାନ ଅଚଳ ଅବସ୍ଥାରେ ରହିଛି। ଲାଇଟ୍ ସ୍ଥାପନର ପ୍ରାୟ ଏକ ମାସ ପରଠାରୁ ଅନେକ ଲାଇଟ୍ ବନ୍ଦ ପଡ଼ିଥିଲେ ମଧ୍ୟ ସେଗୁଡ଼ିକର ମରାମତି କିମ୍ବା ରକ୍ଷଣାବେକ୍ଷଣ ପାଇଁ କୌଣସି ପଦକ୍ଷେପ ନିଆଯାଇନଥିବା ସେମାନେ ଦାବି କରିଛନ୍ତି। ଏହାର ପରିଣାମ ସ୍ୱରୂପ ରାତି ସମୟରେ ଅନେକ ସ୍ଥାନ ଅନ୍ଧାରରେ ରହୁଥିବାରୁ ସାଧାରଣ ଲୋକ ବିଭିନ୍ନ ସମସ୍ୟାର…

Read More

ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କ ଶ୍ରାଦ୍ଧ ଦିବସ ପାଳିତ: ସ୍ମୃତି ଚାରଣ ସହ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଆ ନାଟ୍ୟଜଗତର ପ୍ରଖ୍ୟାତ ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କ ଶ୍ରାଦ୍ଧ ଦିବସ ସ୍ଥାନୀୟ ପଠାଣି ସାମନ୍ତ ସଂସ୍କୃତି ଭବନ ପରିସରରେ ଶ୍ରଦ୍ଧାର ସହ ପାଳିତ ହୋଇଯାଇଛି। ଏହି ଅବସରରେ ସଂସ୍କୃତି ଭବନ ପ୍ରାଙ୍ଗଣରେ ଥିବା ସ୍ୱର୍ଗତ ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା।ଆବାହକ ବିଶ୍ୱନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବକ୍ତାମାନେ ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କ ଓଡ଼ିଆ ସାରସ୍ୱତ ଓ ନାଟ୍ୟ ସାହିତ୍ୟ ପ୍ରତି ଥିବା ଅତୁଳନୀୟ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ନୟାଗଡ଼ ଜିଲ୍ଲାର ଦଶପଲ୍ଲା ଅଞ୍ଚଳରେ ଜନ୍ମଗ୍ରହଣ କରିଥିବା ଏହି ମହାନ ଶିଳ୍ପୀ ନିଜ ଲେଖନୀ ମାଧ୍ୟମରେ ଗ୍ରାମୀଣ ଜୀବନର ସରଳତା, ପାରିବାରିକ ମୂଲ୍ୟବୋଧ, ସାମାଜିକ ସମସ୍ୟା ଓ ନିବିଡ଼ ମାନବୀୟ ସମ୍ପର୍କକୁ ମଞ୍ଚରେ ଜୀବନ୍ତ ରୂପ ଦେଇଥିଲେ। ତାଙ୍କ ନାଟକଗୁଡ଼ିକର ସରଳ…

Read More