ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲା ପରିଷଦର ସୃଜନ ସମ୍ମିଳନୀ କକ୍ଷରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ, ନୟାଗଡ ଓ ଜିଲ୍ଲା ପ୍ରଶାସନଙ୍କ ମିଳିତ ଆନୁକୂଳ୍ୟରେ “ମଇ ଦିବସ / ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୬” ମହା ଆଡମ୍ବର ସହିତ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଜିଲ୍ଲାସ୍ତରୀୟ ସମାରୋହରେ ପୁରୀ ସାଂସଦ ଡ. ସମ୍ବିତ ପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ନିର୍ମାଣ ଶ୍ରମିକମାନଙ୍କୁ ବିଭିନ୍ନ ସହାୟତା ରାଶି ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ରଣପୁର ବିଧାୟିକା ତଥା ବାଚସ୍ପତିଙ୍କ ପ୍ରତିନିଧି ଅଭିଷେକ ସାମନ୍ତରାୟ, ନୟାଗଡ଼ ମୁନିସିପାଲିଟି ଅଧ୍ୟକ୍ଷା ନିରୁପମା ଖଟେଇ, ଜ଼ିଲ୍ଲା ନ୍ୟାୟ ସେବା ପ୍ରାଧିକରଣ ସଚିବ ଅଞ୍ଜଳି ମଛଖଣ୍ଡ ଏବଂ ବରିଷ୍ଠ ଓକିଲ ଦଣ୍ଡପାଣି ମହାନ୍ତି ଯୋଗଦାନ କରିଥିଲେ।…
Read MoreMonth: May 2026
ପ୍ରଧାନ ଶିକ୍ଷକ ଏବଂ ସହକାରୀ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲଜ ଅନ୍ତର୍ଗତ ବଉଳସାହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନମୋହନ ସେଠି ଏବଂ ନାଗମୁଣ୍ଡୁଳି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ନିତ୍ୟାନନ୍ଦ ସାହୁଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ବଉଳସାହି ବିଦ୍ୟାଳୟର ସହକାରୀ ଶିକ୍ଷକ ସୁଦର୍ଶନ ବରାଡ଼ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ପ୍ରଧାନ ଶିକ୍ଷକ ଶ୍ରୀ ସେଠି ଜଣେ ଆଦର୍ଶ ଶିକ୍ଷକ ଏବଂ ତାଙ୍କର କର୍ତ୍ତବ୍ୟପରାୟଣତା ପାଇଁ ସବୁଦିନ ମନେ ରହିବେ ବୋଲି ଉପସ୍ଥିତ ଅତିଥି ମନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଓକେସିଏଲ, ଭୁବନେଶ୍ୱର ଏବଂ କମ୍ପୁଟର ଲର୍ଣ୍ଣି ସେଣ୍ଟର, ଶଙ୍ଖେଇ ଦ୍ୱାରା ଆୟୋଜିତ ଅଲମ୍ପିଆଡ ପ୍ରତିଯୋଗିତାରେ ବଉଳସାହି ବିଦ୍ୟାଳୟର ୧୦ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିପରି ନାଗମୁଣ୍ଡୁଳି ବିଦ୍ୟାଳୟରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ପ୍ରଧାନ ଶିକ୍ଷକ…
Read Moreସହୀଦ କଷ୍ଟିଡାକୁଆ ଭବନରେ ଶ୍ରମିକ ଦିବସ
ନୟାଗଡ଼, (ନୟାଗଡ଼ ଦର୍ପଣ): ଐତିହାସିକ ମଇଦିବସ ଅବସରରେ ସିଆଇଟିୟୁ ପକ୍ଷରୁ ନୟାଗଡ଼ସ୍ଥ ସହୀଦ କଷ୍ଟିଡାକୁଆ ଭବନରେ ଆନ୍ତର୍ଜାତିକ ଶ୍ରମିକ ଦିବସ ଶ୍ରମିକ ନେତା ପବିତ୍ର ଇନ୍ଦ୍ରଜିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସିଆଇଟିୟୁର ବରିଷ୍ଠ ନେତା ବିଶ୍ଵନାଥ ମହାପାତ୍ର ଶ୍ରମିକ ଶ୍ରେଣୀର ପ୍ରତୀକ ରକ୍ତପତାକା ଉତ୍ତୋଳନ କରି ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ୧୮୮୬ମସିହା ମଇ ପହିଲାରେ ଆମେରିକାର ଚିକାଗୋ ସହରରେ ଘଟିଥିବା ଐତିହାସିକ ଶ୍ରମିକ ଆନ୍ଦୋଳନ ଓ ରକ୍ତ ବିନିମୟରେ ଶ୍ରମ ଦିବସକୁ ଆଠ ଘଣ୍ଟାରେ ସୀମିତ କରି ପାରିବାର ବୀରତ୍ୱପୂର୍ଣ ଲଢେଇର ଗୌରବମୟ ଅଧ୍ୟାୟକୁ ସଭାରେ ବିଶଦ ଭାବେ ଆଲୋଚନା କରିଥିଲେ କମ୍ରେଡ୍ ମହାପାତ୍ର। ପାଚିକା ୟୁନିଅନ ପକ୍ଷରୁ କୁନୀ ପ୍ରଧାନ, ଆଶା ୟୃନିଅନ ପକ୍ଷରୁ ପ୍ରତିଭା ବେହେରା, ସିକ୍ୟୁରିଟି ୟୁନିଅନ ପକ୍ଷରୁ ଉମାକାନ୍ତ ମହାପାତ୍ର ଓ ମନୋଜ ସାହୁ, କୃଷକ ସଂଗଠନ ପକ୍ଷରୁ…
Read Moreବିରଳ ହାପିଫେସ୍ ବୁଢିଆଣୀ ଆବିଷ୍କାର କଲେ ନୟାଗଡ଼ର ଯୁବ ବୈଜ୍ଞାନିକ ତଥା ଗବେଷକ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ୍ ଅଧିନ କ୍ରୀଦାସପୁର ଗ୍ରାମ ପଞ୍ଚାୟତର ଜେମାଦେଇପୁର ଗ୍ରାମର ଯୁବ ବୈଜ୍ଞାନିକ ତଥା କୀଟ ପତଙ୍ଗ ଗବେଷକ ଆଶୀର୍ବାଦ ତ୍ରିପାଠୀ ଏକ ବିରଳ ପ୍ରଜାତିର ବୁଢିଆଣୀ ଆବିଷ୍କାର କରି ଦେଶସାରା ଚର୍ଚ୍ଚାରେ ଥାଇ ଜାତୀୟ ଗଣମାଧ୍ୟମରେ ମୁଖରିତ ହୋଇଛନ୍ତି। ପ୍ରକାଶ ଥାଉକି ଆଶୀର୍ବାଦ ତ୍ରିପାଠୀ ଓଡ଼ିଶାରୁ ଉଚ୍ଚ ଶିକ୍ଷା ଲାଭକରି ବର୍ତ୍ତମାନ୍ ଉତ୍ତରାଖଣ୍ଡ ରାଜ୍ୟର ଡେରାଡୁନରେ ଅବସ୍ଥିତ ଭାରତ ସରାକରଙ୍କ ଜାତୀୟ ଜଙ୍ଗଲ ଓ ପରିବେଶ ଗବେଷଣା କେନ୍ଦ୍ରରେ ଆମ ପରିବେଶରେ ଦେଖାଦେଉଥିବା କୀଟ ପତଙ୍ଗ ଉପରେ ଗବେଷଣା କରୁଥିବା ବେଳେ ବିଶେଷ କରି ପିମ୍ପୁଡ଼ି ମାନଙ୍କ ଭିନ୍ନ ଭିନ୍ନ ପ୍ରଜାତି ଉପରେ ଗବେଷଣା କରି ପି.ଏଚ୍.ଡି କରୁଛନ୍ତି। ନିକଟରେ ଗବେଷଣାଗାର ତରଫରୁ ପିମ୍ପୁଡ଼ି ଉପରେ ଅଧିକ ଗବେଷଣା ପାଇଁ ହିମାଳୟ ପାଦ ଦେଶରେ ଥିବା କେଦାରନାଥ ଅଭୟାରଣ୍ୟକୁ ଶ୍ରୀମାନ୍ ତ୍ରିପାଠୀଙ୍କୁ…
Read More