ଭକ୍ତିସଙ୍ଗୀତ ପ୍ରତିଯୋଗିତା, ସେମି ଫାଇନାଲକୁ ଗଲେ ୬ପ୍ରତିଯୋଗୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତା ସିଜିନ-୩ର ନୂଆଗାଁ ବ୍ଲକ ଅଡିସନ ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ,ନୂଆଗାଁଠାରେ ଅନୁଷ୍ଠିତ ହୋଇଯାଇଛି।  ଏହି ପ୍ରତିଯୋଗିତାରେ ନୂଆଗାଁ ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ସଂଗୀତାନୁଷ୍ଠାନ ମାନଙ୍କରୁ ୧୪ ରୁ ୨୪ବର୍ଷ ବୟସର କଣ୍ଠଶିଳ୍ପୀ ମାନେ  ଅଂଶ ଗ୍ରହଣ କରିଥିଲେ। ସଙ୍ଗୀତ ପ୍ରତିଯୋଗିତାରେ ବିଚାରକ ଭାବେ ବେତାର ତଥା ଦୂରଦର୍ଶନ କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ, ଅଶୋକ ମଲ୍ଲ, ପ୍ରଶାନ୍ତ କୁମାର ପଟ୍ଟନାୟକ ଏବଂ ଲକ୍ଷ୍ମୀଧର ସାହୁ  ପ୍ରମୁଖ ଯୋଗଦାନ କରି ଶ୍ରେଷ୍ଠ ୬ ଜଣ କଣ୍ଠଶିଳ୍ପୀଙ୍କୁ ସେମି ଫାଇନାଲ ପର୍ଯ୍ୟାୟ ପାଇଁ ଚୟନ କରିଥିଲେ। ଏହି କଣ୍ଠଶିଳ୍ପୀ ମାନେ ହେଲେ ସାଇପ୍ରସାଦ ଦାଶ,ଶକ୍ତିମାନ ସ୍ୱାଇଁ,ପ୍ରୀତିପ୍ରଜ୍ଞା ତ୍ରିପାଠୀ,ଲକ୍ଷ୍ମୀ ନାୟକ, ସୁଚିତ୍ରା ବେହେରା ଏବଂ ଲକ୍ଷ୍ମୀପ୍ରିୟା ସାହୁ। କାର୍ଯ୍ୟକ୍ରମ ପରିଚାଳନାରେ ଅଧ୍ୟାପକ ଚିନ୍ମୟ…

Read More

ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାର ସାମଗ୍ରିକ ବିକାଶ ତଥା ଉତ୍କର୍ଷର ପ୍ରତିଫଳନ ଲକ୍ଷ୍ୟ ନେଇ ସ୍ଥାନୀୟ ଲାଠିପଡ଼ାସ୍ଥିତ ମଡେଲ ଡିଗ୍ରୀ କଲେଜ ପରିସରରେ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ୨୦୨୫ ଅନୁଷ୍ଠିତ ହୋଇଯାଇଅଛି। ଛାତ୍ର ସଂସଦ ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ମଧୁସ୍ମିତା ମହାପାତ୍ର, ଡକ୍ଟର ପ୍ରକାଶ କୁମାର ସାହୁ, ଡକ୍ଟର ଅନୀୟ କୁମାର ସାମନ୍ତରା, ବିଜୟ କୁମାର ସାହୁଙ୍କ ସୁପରିଚାଳନାରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଅନୁଷ୍ଠାନର ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ସଭାକାର୍ଯ୍ୟ ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ଜ୍ବଳନ ସହ ଆନୁଷ୍ଠାନିକ ଭାବେ ସ୍ବାଗତ ସଂଗୀତ ପରିବେଷଣ କରାଯାଇଥିଲା। ୨୦୨୪-୨୫ ଶିକ୍ଷାବର୍ଷର ରାଜନୀତି ବିଜ୍ଞାନ ବିଭାଗର ଛାତ୍ରୀ ଶୁଭସ୍ମିତା ମହାନ୍ତି ‘ଶ୍ରେଷ୍ଠ ସ୍ନାତକ’ ଟ୍ରଫି ସହିତ ଦୁଇ ହଜାର…

Read More

ଛେନାପୋଡ଼କୁ ଜିଆଇ ଟ୍ୟାଗ୍ ପ୍ରଦାନ ପାଇଁ ଦାବିପତ୍ର

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ୟବସାୟୀ ସଂଘ କଚେରି ବଜାରର ସଭାପତି ପ୍ରଭାତ କୁମାର ଷଡ଼ଙ୍ଗୀ, ଉପସଭାପତି ସୁନୀଲ କୁମାର ଶତପଥୀ, ସଂପାଦକ ରଘୁନାଥ ସାହୁ ଓ କୋଷାଧ୍ୟକ୍ଷ ପ୍ରକାଶ କୁମାର ଦୋରାଙ୍କ ସହ ସଂଘର ବହୁ ସଦସ୍ୟମାନେ ଛେନାପୋଡ଼କୁ ଜିଆଇ ଟ୍ୟାଗ୍ ପ୍ରଦାନ ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି। ଛେନାପୋଡ଼ର ପ୍ରତିଷ୍ଠାତା ସ୍ବର୍ଗତ ସୁଦର୍ଶନ ସାହୁଙ୍କ ଜୟନ୍ତୀ ଏପ୍ରିଲ୍ ୧୧କୁ ବିଶ୍ବ ଛେନାପୋଡ଼ ଦିବସ ଭାବେ ପାଳନ କରିବା ପାଇଁ ସେମାନେ ନିବଦେନ କରିଛନ୍ତି। ଏଣୁ ଛେନାପୋଡ଼କୁ ଜିଆଇ ଟ୍ୟାଗ୍ ପ୍ରଦାନ ଦିଗରେ ପଦକ୍ଷେପ ନେବାକୁ କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ ବିଭାଗକୁ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

Read More

ନୟାଗଡ଼ ମୁନିସିପାଲିଟିରେ ଅଢେଇ କୋଟି ଟଙ୍କା ମୂଲ୍ୟର ଟେଣ୍ଡର ଫିକ୍ସିଙ୍ଗ ହୋଇଥିବା ଅଭିଯୋଗ କଲା କଂଗ୍ରେସ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ମୁନିସିପାଲିଟିରେ ପ୍ରାୟ ଅଢେଇ କୋଟି ଟଙ୍କା ଅଟକଳ ମୂଲ୍ୟର ୧୬ଗୋଟି ଠିକା କାର୍ଯ୍ୟକୁ OPWD ନିୟମାବଳୀକୁ ଉଲଂଘନ କରାଯାଇ କାର୍ଯ୍ୟନିର୍ବାହୀ ଅଧିକାରୀ ତାଙ୍କର କିଛି ନିର୍ଦ୍ଧିଷ୍ଟ ଠିକାଦାରଙ୍କୁ ତିନିଚାରିଟା ଲେଖାଏଁ ପ୍ରକଳ୍ପ କାର୍ଯ୍ୟ ଦେଇଥିବା ଆଜି ଜିଲ୍ଲାପାଳଙ୍କୁ ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ ଲିଖିତ ଅଭିଯୋଗ କରିଛନ୍ତି। ଏହି ୧୬ଗୋଟି ଠିକାକାର୍ଯ୍ୟ ପାଇଁ ଅନଲାଇନ ଟେଣ୍ଡର ଆବେଦନ ପାଇଁ ମୁନିସିପାଲିଟି ପକ୍ଷରୁ ବିଜ୍ଞାପନ ପ୍ରକାଶ କରାଯାଇଥିଲା। OPWD ନିୟମ ଆଧାରରେ ଅନଲାଇନ ବିଡିଙ୍ଗ ପରେ ପୁନଶ୍ଚ ଅଫଲାଇନ ଦରଖାସ୍ତ କୌଣସି ଲାଇନ ଯାନ୍ତ୍ରିକ ସଂସ୍ଥାରେ ଆବେଦନ କରାଯାଉ ନଥିବା ବେଳେ ମୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ଟେଣ୍ଡର ଫିକ୍ସିଙ୍ଗ ପ୍ରୋତ୍ସାହନ ପାଇଁ ଠିକାଦାର ସଙ୍ଘ ସହିତ ଷଡଯନ୍ତ୍ର କରି ସମସ୍ତ ୧୬ଗୋଟି କାର୍ଯ୍ୟକୁ ନିର୍ଦ୍ଧାରିତ ଅଟକଳ ମୂଲ୍ୟ ଅର୍ଥରାଶିରେ ବିଡିଙ୍ଗ କରାଇଥିଲେ।…

Read More

ସଙ୍ଗୀତଧାରା ଭକ୍ତି ସଙ୍ଗୀତ ପ୍ରତିଯୋଗିତା, ୧୧ରେ ନୂଆଗାଁ ବ୍ଲକ ଅଡିସନ

ନୟାଗଡ଼,(ନୟାଗଡ଼ ଦର୍ପଣ): ସଙ୍ଗୀତଧାରା, ନୟାଗଡ଼ ପକ୍ଷରୁ ଆୟୋଜିତ ସିଜିନ-୩ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ନୂଆଗାଁ ବ୍ଲକ ଅଡିସନ ଆସନ୍ତା ୧୧ ତାରିଖ ଶନିବାର ଦିନ ଯୁକ୍ତ ଦୁଇ କଲେଜ(ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ) ପରିସରରେ ଅନୁଷ୍ଠିତ ହେବ। ଏ ନେଇ ସଙ୍ଗୀତଧାରା ସମ୍ପାଦକ ତଥା କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ,ଜିଲ୍ଲାରେ ଥିବା ଲୁକ୍କାୟିତ ସଙ୍ଗୀତ ପ୍ରତିଭା ମାନଙ୍କୁ ଲୋକଲୋଚନକୁ ଆଣିବା ପାଇଁ ‘ସଙ୍ଗୀତଧାରା’ ,ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ ଭକ୍ତିସଙ୍ଗୀତ ପ୍ରତିଯୋଗିତା ଜିଲ୍ଲାର ସମସ୍ତ ବ୍ଲକରେ ଅନୁଷ୍ଠିତ ହେଉଅଛି। ଏହି ପରିପ୍ରେକ୍ଷୀରେ ଆସନ୍ତା ରବିବାର ପୂର୍ବାହ୍ନ ସାଢ଼େ ୧୦ଟା ସମୟରେ ବିନା ବାଦ୍ୟଯନ୍ତ୍ରରେ ପ୍ରତିଯୋଗୀ ମାନଙ୍କ ଅଡିସନ ନିଆଯିବ।  ୧୪ରୁ ୨୪ବର୍ଷ ବୟସର ଉଭୟ ପୁଅ ଝିଅ ଏହି ପ୍ରତିଯୋଗିତାରେ ଭାଗ ନେଇ  ପାରିବେ। ପ୍ରତିଯୋଗୀ ମାନେ ସକାଳ ସାଢ଼େ…

Read More

ଓଡ଼ିଆ ପକ୍ଷ ଅବରସରରେ ସ୍ବେଛାକୃତ ରକ୍ତଦାନ ଶିବିର

ନୟାଗଡ଼, (ନୟାଗଡ଼ ଦର୍ପଣ): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଆଜି ଓଡ଼ିଆ ପକ୍ଷ(ଏପ୍ରିଲ ୧ ରୁ ୧୪ )ପର୍ବ ପାଳନ ଅବସରରେ ଏକ ସ୍ବେଛାକୃତ ରକ୍ତଦାନ ଅଭିଯାନ ନୟାଗଡ଼ ରକ୍ତ ଭଣ୍ଡାର ତରଫରୁ ଦୁଇଟି ସ୍ଥାନରେ ସ୍ବେଛାକୃତ ରକ୍ତଦାନ ଶିବିର ସଫଳତାର ସହ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ରେଡ଼କ୍ରସ ଭଲ୍ୟୁଣ୍ଟିୟର  ଫୋରମ, ନୟାଗଡ଼ ଏବଂ ଜିଲ୍ଲା ‌ସ୍ୱାସ୍ଥ୍ୟ ବିଭାଗ ମିଳିତ ସହଯୋଗରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଏବଂ ଗଣିଆର ଏସ.ଏସ.ଆର.ଏନ. ଜୀଉ ମହାବିଦ୍ୟାଳୟ, ଆଡ଼କଟା ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ମଧୁମିତା ରଥ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ନୀଳିମା ଲାକ୍ରା, ଏ.ଡି.ଏମ.ଓ ଡ଼ଃ ସୁଶାନ୍ତ କୁମାର ବେହେରା, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ,ଡେପୁଟି କଲେକ୍ଟର ତପତି…

Read More

ଅନୁଗୁଳ-ନୟାଗଡ଼ ଟାଉନ ରେଳପଥ ନିର୍ମାଣ  ଆରମ୍ଭ ରେଳମନ୍ତ୍ରୀଙ୍କୁ ଦାବିପତ୍ର

ନୟାଗଡ଼,(ନୟାଗଡ଼ ଦର୍ପଣ): ଅନୁଗୁଳ-ନୟାଗଡ଼ ଟାଉନ ଭାୟା ନରସିଂହପୁର, କଣ୍ଟିଲୋ, ଖଣ୍ଡପଡା ରେଳପଥ ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ ପାଇଁ ରେଳମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ଆଜି ପ୍ରଦାନ କରାଯାଇଛି। ତାଳଚେର-ଗୋପାଳପୁର ରେଳପଥ ନିର୍ମାଣ କ୍ରିୟାନୁଷ୍ଠାନ କମିଟି ଏବଂ ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ଆବାହକ ପ୍ରମୋଦ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ଏହି ଦାବିପତ୍ର ପ୍ରଦାନ କରିଥିଲେ। ସୂଚନା ଯୋଗ୍ୟ ଯେ ତାଳଚେର-ଗୋପାଳପୁର ରେଳପଥର ଏକ ଅଂଶ ସ୍ୱରୂପ ଅନୁଗୁଳ ଠାରୁ ଏକ ରେଳପଥ ଭାୟା ନରସିଂହପୁର, କଣ୍ଟିଲୋ ଏବଂ ଖଣ୍ଡପଡା ଦେଇ ନୟାଗଡ଼ ଟାଉନକୁ ସଂଯୋଗ ହେବ। ଏହାପରେ ଖୋର୍ଦ୍ଧା ଟାଉନ-କାଇପଦର ମଧ୍ୟରେ ଏକ ସଂଯୋଗକାରୀ ସିଧା ରେଳପଥ (କର୍ଡ଼ ଲାଇନ) ଦ୍ୱାରା ସଂଯୋଗ ହେଲେ ସିଧାସଳଖ ତାଳଚେରରୁ ଗୋପାଳପୁର ମଧ୍ୟରେ ରେଳ ସଂଯୋଗ…

Read More

ମଞ୍ଚାୟନ ନାଟକ ଉତ୍ସବ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ର ପ୍ରମୁଖ ନାଟ୍ୟ ଅନୁଷ୍ଠାନ ମଞ୍ଚାୟନ ତରଫରୁ ଆସନ୍ତା ମଇ ୯ ଓ ୧୦ ତାରିଖରେ ନାଟକ ଉତ୍ସବ ଅନୁଷ୍ଠିତ ହେବ। ମଇ ୯ ତାରିଖରେ ପବିତ୍ର କୁମାର ମହାନ୍ତି ଙ୍କ ନିର୍ଦ୍ଦେଶିତ ଭୁବନେଶ୍ୱରର ବାଗଦେବୀ ଲିଟରେଚର ଟ୍ରଷ୍ଟ ର ନାଟକ ” ଓଡ଼ଶ” ଏବଂ ୧୦ ତାରିଖରେ ଶରତ ଚନ୍ଦ୍ର ଆଚାର୍ଯ୍ୟ ଙ୍କ ନିର୍ଦ୍ଦେଶିତ ରାଗେଶ୍ରୀ ନିଳୟମ୍ ର ନାଟକ ” ଜଉଘର” ପରିବେଷଣ କରାଯିବ । ଏହି ନାଟକ ଉତ୍ସବ ରେ ନୟାଗଡ଼ ଜିଲ୍ଲା ର ପ୍ରତିଭାବାନ୍ ନାଟ୍ୟ ଅଭିନେତା, ନିର୍ଦ୍ଦେଶକ ଓ ନାଟ୍ୟକାର ଙ୍କୁ ସମ୍ମାନିତ କରାଯିବା ପାଇଁ ଅନୁଷ୍ଠାନ ତରଫରୁ ନିଷ୍ପତ୍ତି ନିଆଯାଇଛି। ପ୍ରତେକ ଦିନ ନାଟକ ଶେଷରେ ଉପସ୍ଥିତ ଦର୍ଶକ ନାଟକ ଆଧାରିତ ପ୍ରଶ୍ନ ନାଟକର ନିର୍ଦ୍ଦେଶକ ଓ କଳାକାରମାନଙ୍କୁ ପଚାରିପାରିବେ। ଶ୍ରେଷ୍ଠ ଦର୍ଶକୀୟ ମତାମତ…

Read More

ଦର୍ପ ନାରାୟଣପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ

ରଣପୁର, (ନୟାଗଡ଼ ଦର୍ପଣ): ଦର୍ପନାରାୟଣପୁର ସ୍ଥିତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉତ୍ସାହର ସହିତ ପାଳିତ ହୋଇଛି। ଏହି ଅବସରରେ ସ୍ଥାନୀୟ ସରପଞ୍ଚ ସସ୍ମିତା ରାଉତ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ଆୟୁଷ ଡାକ୍ତର ଗୀତାଞ୍ଜଳି ପଟ୍ଟନାୟକଙ୍କ ସମେତ ସ୍ୱାସ୍ଥ୍ୟକେନ୍ଦ୍ରର ଅନ୍ୟାନ୍ୟ କର୍ମଚାରୀ, ସ୍ଥାନୀୟ ଗ୍ରାମବାସୀ ଓ ସ୍ୱାସ୍ଥ୍ୟ ସେବିକାମାନେ ଉପସ୍ଥିତ ଥିଲେ। ସରପଞ୍ଚ ଶ୍ରୀମତୀ ରାଉତ ସ୍ୱାସ୍ଥ୍ୟ ସଚେତନତା, ପୋଷଣ, ଓ ନିୟମିତ ଜୀବନଶୈଳୀର ଗୁରୁତ୍ୱ ବିଷୟରେ ଉପସ୍ଥିତ ଲୋକମାନଙ୍କୁ ଅବଗତ କରାଇ “ସ୍ୱାସ୍ଥ୍ୟ ହିଁ ସମ୍ପଦ” ବୋଲି ଉଲ୍ଲେଖ କରିଥିଲେ।ଏହି ପରିପ୍ରେକ୍ଷୀରେ ଡାକ୍ତର ପଟ୍ଟନାୟକ ସମସ୍ତଙ୍କୁ ସଚେତନ ହୋଇ ସ୍ୱାସ୍ଥ୍ୟ ସୁରକ୍ଷାରେ ଗୁରୁତ୍ୱ ଦେବା, ପରିଷ୍କାର ପରିଚ୍ଛନ୍ନତା ରକ୍ଷା କରିବା, ସମୟମତେ ଚିକିତ୍ସା ନେବା ଓ ସୁସ୍ଥ ଜୀବନ ଯାପନ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହା…

Read More

“ଓଡ଼ିଆ ଗୌରବ ସମ୍ମାନ”ରେ ସମ୍ମାନୀତ ହେଲେ ଆମ ନୟାଗଡ଼ର ଗର୍ବ ବ୍ୟଙ୍ଗକବି ରବୀନ୍ଦ୍ର ରାଉତ

ଉତ୍କଳ ସାଂସ୍କୃତିକ ପରିଷଦ ଦ୍ୱାରା ମଧ୍ୟ ପ୍ରଦେଶ, ଇନ୍ଦୋର ଠାରେ “ଉତ୍କଳ ଦିବସ ସମାରୋହ ୨୦୨୬” ପାଳିତ। ନୟାଗଡ଼, (ନୟାଗଡ଼ ଦର୍ପଣ): ମଧ୍ୟପ୍ରଦେଶ ଇନ୍ଦୋର ଠାରେ ପ୍ରବାସୀ ଓଡ଼ିଆ ଅନୁଷ୍ଠାନ ଉତ୍କଳ ସାଂସ୍କୃତିକ ପରିଷଦ ଦ୍ୱାରା “ଚତୁର୍ଥ ଉତ୍କଳ ଦିବସ ସମାରୋହ ୨୦୨୬” ଇନ୍ଦୋର (ମହୁ) ସ୍ଥିତ ମେଡିକ୍ୟାପ୍ସ ଇନଭରସିଟି ଅଡିଟୋରିୟମ ପରିସରରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ପାଳିତ ହୋଇଯାଇଅଛି। ମୁଖ୍ୟ ଅତିଥି ଭାବେ ରବୀନ୍ଦ୍ର କୁମାର ସ୍ୱାଇଁ (ଏମ. ଡି.ରୋହନ ଇଣ୍ଟର ପ୍ରାଇଜର୍ସ, ମୁଖ୍ୟ ବକ୍ତାଭାବେ ଆନନ୍ଦ ଅଗ୍ରୱାଲ (ଏମ. ଡି., ପପେୟା ଟ୍ରୀ) ସମ୍ମାନିତ ଅତିଥିଭାବେ ଶ୍ରୀନିବାସ ମିଶ୍ର (ଜି.ଏମ, ବ୍ୟାଙ୍କ ଅଫ ବରୋଦା ) ସୂର୍ଯ୍ୟକାନ୍ତ କେଲକର (ଆର.ଏସ.ଏସ.ସଦସ୍ୟ) ଏବଂ ଅନୁଷ୍ଠାନର ସଭାପତି ଡ଼କ୍ଟର ଅଶୋକ ମହାନ୍ତି, ସମ୍ପାଦକ ଇଂ. ଶକ୍ତି ପ୍ରସାଦ ଷଡ଼ଙ୍ଗୀ, ବରିଷ୍ଠ ଉପଦେଷ୍ଟା ଡ଼କ୍ଟର ଦିଲ୍ଲୀପ ପଟ୍ଟନାୟକ, ବରିଷ୍ଠ…

Read More