ଓଡ଼ିଆ ପକ୍ଷ ଅବରସରରେ ସ୍ବେଛାକୃତ ରକ୍ତଦାନ ଶିବିର

ନୟାଗଡ଼, (ନୟାଗଡ଼ ଦର୍ପଣ): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଆଜି ଓଡ଼ିଆ ପକ୍ଷ(ଏପ୍ରିଲ ୧ ରୁ ୧୪ )ପର୍ବ ପାଳନ ଅବସରରେ ଏକ ସ୍ବେଛାକୃତ ରକ୍ତଦାନ ଅଭିଯାନ ନୟାଗଡ଼ ରକ୍ତ ଭଣ୍ଡାର ତରଫରୁ ଦୁଇଟି ସ୍ଥାନରେ ସ୍ବେଛାକୃତ ରକ୍ତଦାନ ଶିବିର ସଫଳତାର ସହ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ରେଡ଼କ୍ରସ ଭଲ୍ୟୁଣ୍ଟିୟର  ଫୋରମ, ନୟାଗଡ଼ ଏବଂ ଜିଲ୍ଲା ‌ସ୍ୱାସ୍ଥ୍ୟ ବିଭାଗ ମିଳିତ ସହଯୋଗରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଏବଂ ଗଣିଆର ଏସ.ଏସ.ଆର.ଏନ. ଜୀଉ ମହାବିଦ୍ୟାଳୟ, ଆଡ଼କଟା ଠାରେ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ଜିଲ୍ଲା ପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ମଧୁମିତା ରଥ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ନୀଳିମା ଲାକ୍ରା, ଏ.ଡି.ଏମ.ଓ ଡ଼ଃ ସୁଶାନ୍ତ କୁମାର ବେହେରା, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ,ଡେପୁଟି କଲେକ୍ଟର ତପତି ରାଜ, ତହସିଲଦାର, ରାଜେଶ କେଶରୀ ସ୍ୱାଇଁ,ଡି.ପି.ଏମ, ପ୍ରକାଶ ଚନ୍ଦ୍ର ବାନାର୍ଜୀ ସମାଜସେବୀ,ପ୍ରମୋଦ ପଟ୍ଟନାୟକ ଆଦି  ରକ୍ତ ଦାନ ଶିବିର ରେ ଉପସ୍ଥିତ ରହି ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ୩୦ ଜଣ ରକ୍ତଦାତା ରକ୍ତଦାନ କରିଥିଲେ। ସମସ୍ତଙ୍କ ସହଯୋଗ ଓ ଉପସ୍ଥିତି ଦ୍ୱାରା କାର୍ଯ୍ୟକ୍ରମଟି ସାଫଲ୍ୟ ମଣ୍ଡିତ ହୋଇଥିଲା।

Related posts