ଦର୍ପ ନାରାୟଣପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ

ରଣପୁର, (ନୟାଗଡ଼ ଦର୍ପଣ): ଦର୍ପନାରାୟଣପୁର ସ୍ଥିତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉତ୍ସାହର ସହିତ ପାଳିତ ହୋଇଛି। ଏହି ଅବସରରେ ସ୍ଥାନୀୟ ସରପଞ୍ଚ ସସ୍ମିତା ରାଉତ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ଆୟୁଷ ଡାକ୍ତର ଗୀତାଞ୍ଜଳି ପଟ୍ଟନାୟକଙ୍କ ସମେତ ସ୍ୱାସ୍ଥ୍ୟକେନ୍ଦ୍ରର ଅନ୍ୟାନ୍ୟ କର୍ମଚାରୀ, ସ୍ଥାନୀୟ ଗ୍ରାମବାସୀ ଓ ସ୍ୱାସ୍ଥ୍ୟ ସେବିକାମାନେ ଉପସ୍ଥିତ ଥିଲେ। ସରପଞ୍ଚ ଶ୍ରୀମତୀ ରାଉତ ସ୍ୱାସ୍ଥ୍ୟ ସଚେତନତା, ପୋଷଣ, ଓ ନିୟମିତ ଜୀବନଶୈଳୀର ଗୁରୁତ୍ୱ ବିଷୟରେ ଉପସ୍ଥିତ ଲୋକମାନଙ୍କୁ ଅବଗତ କରାଇ “ସ୍ୱାସ୍ଥ୍ୟ ହିଁ ସମ୍ପଦ” ବୋଲି ଉଲ୍ଲେଖ କରିଥିଲେ।
ଏହି ପରିପ୍ରେକ୍ଷୀରେ ଡାକ୍ତର ପଟ୍ଟନାୟକ ସମସ୍ତଙ୍କୁ ସଚେତନ ହୋଇ ସ୍ୱାସ୍ଥ୍ୟ ସୁରକ୍ଷାରେ ଗୁରୁତ୍ୱ ଦେବା, ପରିଷ୍କାର ପରିଚ୍ଛନ୍ନତା ରକ୍ଷା କରିବା, ସମୟମତେ ଚିକିତ୍ସା ନେବା ଓ ସୁସ୍ଥ ଜୀବନ ଯାପନ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହା ସହିତ ଲୋକମାନଙ୍କୁ ନିୟମିତ ବ୍ୟାୟାମ, ସନ୍ତୁଳିତ ଖାଦ୍ୟ ଓ ସ୍ୱଚ୍ଛତା ପ୍ରତି ଗୁରୁତ୍ୱ ଦେବାକୁ ଅନୁରୋଧ କରାଯାଇଥିଲା।

Related posts