ମଞ୍ଚାୟନ ନାଟକ ଉତ୍ସବ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ର ପ୍ରମୁଖ ନାଟ୍ୟ ଅନୁଷ୍ଠାନ ମଞ୍ଚାୟନ ତରଫରୁ ଆସନ୍ତା ମଇ ୯ ଓ ୧୦ ତାରିଖରେ ନାଟକ ଉତ୍ସବ ଅନୁଷ୍ଠିତ ହେବ। ମଇ ୯ ତାରିଖରେ ପବିତ୍ର କୁମାର ମହାନ୍ତି ଙ୍କ ନିର୍ଦ୍ଦେଶିତ ଭୁବନେଶ୍ୱରର ବାଗଦେବୀ ଲିଟରେଚର ଟ୍ରଷ୍ଟ ର ନାଟକ ” ଓଡ଼ଶ” ଏବଂ ୧୦ ତାରିଖରେ ଶରତ ଚନ୍ଦ୍ର ଆଚାର୍ଯ୍ୟ ଙ୍କ ନିର୍ଦ୍ଦେଶିତ ରାଗେଶ୍ରୀ ନିଳୟମ୍ ର ନାଟକ ” ଜଉଘର” ପରିବେଷଣ କରାଯିବ । ଏହି ନାଟକ ଉତ୍ସବ ରେ ନୟାଗଡ଼ ଜିଲ୍ଲା ର ପ୍ରତିଭାବାନ୍ ନାଟ୍ୟ ଅଭିନେତା, ନିର୍ଦ୍ଦେଶକ ଓ ନାଟ୍ୟକାର ଙ୍କୁ ସମ୍ମାନିତ କରାଯିବା ପାଇଁ ଅନୁଷ୍ଠାନ ତରଫରୁ ନିଷ୍ପତ୍ତି ନିଆଯାଇଛି। ପ୍ରତେକ ଦିନ ନାଟକ ଶେଷରେ ଉପସ୍ଥିତ ଦର୍ଶକ ନାଟକ ଆଧାରିତ ପ୍ରଶ୍ନ ନାଟକର ନିର୍ଦ୍ଦେଶକ ଓ କଳାକାରମାନଙ୍କୁ ପଚାରିପାରିବେ। ଶ୍ରେଷ୍ଠ ଦର୍ଶକୀୟ ମତାମତ ପାଇଁ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ କରାଯିବ ବୋଲି ମଞ୍ଚାୟନ ର ସଭାପତି ନିରଞ୍ଜନ ନାୟକ ସୂଚନା ପ୍ରଦାନ କରିଛନ୍ତି। ମଞ୍ଚାୟନ ତରଫରୁ ନାଟକ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକରେ ସୁରେନ୍ଦ୍ର କୁମାର ସାହୁ,ଜ୍ଞାନ ପ୍ରକାଶ ବାରିକ, ପ୍ରଶାନ୍ତ ସାମନରାୟ, ଗୋକୁଳ କୁମାର ଷଡ଼ଙ୍ଗୀ, ଗୋବର୍ଦ୍ଧନ ପରିଡା,ରଞ୍ଜନ ରଶ୍ମୀ ଜେନା,କୈଳାସ ଚନ୍ଦ୍ର ଓଝା ପ୍ରମୁଖ ଉପସ୍ଥିତ ଥିଲେ।

Related posts