ମାର୍ଚ୍ଚ ୧୫ରୁ ୬ଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ

ନୟାଗଡ଼,(ନୟାଗଡ଼ ଦର୍ପଣ): ଆସନ୍ତା ମାର୍ଚ୍ଚ ୧୫ରୁ ସପ୍ତାହବ୍ୟାପୀ ଷଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ-୨୦୨୬ ପଠାଣି ସାମନ୍ତ ଅଡିଟୋରିଅମ ଠାରେ ଅନୁଷ୍ଠିତ ହେବ। ନୟାଗଡ଼ ସହରର ପଞ୍ଜିକୃତ ନାଟ୍ୟସଂସ୍ଥା ‘ନାଟ୍ୟଧାରା’ ବିଗତ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମାର୍ଚ୍ଚ ୧୫ ରୁ ୨୧ ତାରିଖ ଯାଏଁ ନାଟକ ମହୋତ୍ସବ ଆୟୋଜନ କରିବାକୁ ଯାଉଛି । ଏଥିରେ ଭୁବନେଶ୍ବର, ସମ୍ବଲପୁର,ବାରିପଦା, ବାଲେଶ୍ୱର ଏବଂ ନୟାଗଡ଼ ପ୍ରଭୃତି ସ୍ଥାନର ଧୁରୀଣ ନାଟ୍ୟାନୁଷ୍ଠାନ ମାନେ ସେମାନଙ୍କ ନାଟକ ପରିବେଷଣ କରିବେ ବୋଲି ନାଟ୍ୟଧାରା ପକ୍ଷରୁ ସ୍ଥାନୀୟ ବୁଦ୍ଧ ମଣ୍ଡପ ଠାରେ ରବିବାର ପୂର୍ବାହ୍ନରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ସୂଚନା ଦିଆଯାଇଛି। ପ୍ରତ୍ୟହ ସନ୍ଧ୍ୟା ୭ ଘ.୩୦ ମିନିଟ ସମୟରେ ଆରମ୍ଭ ହେବାକୁ ଥିବା ନାଟକ ଗୁଡିକ ଥିଏଟର ଶୈଳୀରେ ପ୍ରଦର୍ଶିତ ହୋଇ ସର୍ବାଧିକ ଦୁଇ ଘଣ୍ଟା ଅବଧି ମଧ୍ୟରେ ପରିସମାପ୍ତ ହେବ।…

Read More

ନୟାଗଡ଼ ପୋଲିସ ଦ୍ୱାରା ଆୟୋଜିତ “କଳିକା-୨” କାର୍ଯ୍ୟକ୍ରମ ଅନୁଷ୍ଠିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ପୋଲିସ ଦ୍ୱାରା ଆୟୋଜିତ ଛାତ୍ରଛାତ୍ରୀମାନଙ୍କ ସୃଜନାତ୍ମକ କାର୍ଯ୍ୟକ୍ରମ କଳିକା -୨ ରିଜର୍ଭ ପୋଲିସ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନୟାଗଡ଼ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଷଷ୍ଠ ରୁ +୩ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ପ୍ରତିଭାର ଉନ୍ମେଷ ଓ ବିକାଶ ଆଧାରିତ ଏହି କାର୍ଯ୍ୟକ୍ରମରେ ରଙ୍ଗୋଲି, କୁଇଜ, ସାଧାରଣ ଜ୍ଞାନ, ମୂକାଭିନୟ, ଲୋକ ନୃତ୍ୟ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ସାମାଜିକ ସଚେତନତା ପାଇଁ ଫାୟାର ଫାଇଟିଂ , ସ୍ନେକ ହେଲ୍ପଲାଇନ୍, ଫାଷ୍ଟ ଏଡ୍ ଏବଂ ସେଲ୍ଫ ଡିଫେନ୍ସ ସହ ମ୍ୟାଜିକ ସୋ ଆଦି ପ୍ରଦର୍ଶିତ ହୋଇଥିଲା। ନୟାଗଡ଼ର ଆରକ୍ଷୀ ଅଧିକ୍ଷକ ଏସ୍. ସୁଶ୍ରୀ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିବା ବେଳେ ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ…

Read More

ବିଜୁ ଜନତା ଦଳ ସାଙ୍ଗଠନିକ ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟଠାରେ ଆଜି ନିର୍ବାଚନ ମଣ୍ଡଳୀ ସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ନିର୍ବାଚନ ମଣ୍ଡଳୀ ସଭାପତି ଗଙ୍ଗାଧର ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ନବ ନିର୍ବାଚିତ ବ୍ଲକ ସଭାପତି ଭଞ୍ଜକିଶୋର ମହାପାତ୍ର ଏବଂ ପୌର ପରିଷଦ ବିଜୁ ଜନତା ଦଳ ସଭାପତି ଦାଶରଥି ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ରାଜ୍ୟରେ ବିଜେପି ସରକାର ପ୍ରତି ସାଧାରଣ ଲୋକଙ୍କ ମଧ୍ୟରେ ବିତୃଷ୍ଣା ଆରମ୍ଭ ହେଲାଣି। ଆଗାମୀ ଦିନରେ ଲୋକେ ଉଚିତ୍ ଜବାବ ଦେବେ ବୋଲି ବିଧାୟକ କହିଥିଲେ। ଏହା ସହିତ ସଂଗଠନ ମଜବୁତ୍ କରିବା ଉପରେ ବକ୍ତବ୍ୟ ରଖିଥିଲେ। ଚାଷୀ ସମସ୍ୟା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଆଗାମୀ ୧୧ ତାରିଖରେ ବିକ୍ଷୋଭ କାର୍ଯ୍ୟକ୍ରମ କରାଯିବାକୁ ବିଧାୟକ…

Read More

ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମନରେଗା ବଞ୍ଚାଓ ଧାରଣା

ନୟାଗଡ଼, (ନୟାଗଡ଼ ଦର୍ପଣ): ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସ ସଭାପତି ମଲ୍ଲୀକାର୍ଜୁନ ଖର୍ଗେଙ୍କ ନିର୍ଦ୍ଦେଶ କ୍ରମେ ଦେଶବ୍ୟାପୀ ମନରେଗା ବଞ୍ଚାଓ ଆନ୍ଦୋଳନ ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲା କଂଗ୍ରେସ ସଭାପତି  ରଣଜିତ ଦାଶଙ୍କ ଅଧ୍ଯକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମନରେଗା ବଞ୍ଚାଓ, ଟାଟା ପାୱାର ମନମାନୀ ଓ ଚାଷୀ ଶୋଷଣ ପ୍ରତିବାଦରେ, ଧାରଣା ଓ ବିକ୍ଷୋଭ କରାଯାଇ ଜିଲ୍ଲାପାଳ ମଧୁମିତା ରଥଙ୍କୁ ମନରେଗା ଆଇନର ସୁରକ୍ଷା ପାଇଁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଦାଶଙ୍କ ଅଧ୍ଯକ୍ଷତାରେ ଆୟୋଜିତ ବିକ୍ଷୋଭ ସଭାରେ ଡିସିସି ବରିଷ୍ଠ ଉପସଭାପତି ଲକ୍ଷ୍ମୀଧର ତ୍ରିପାଠୀ, ଧ୍ରୁବ ଚରଣ ପରିଡା, ସୁକାନ୍ତ ଶତପଥୀ ବରିଷ୍ଠ ନେତା ସରୋଜ ପରିଡ଼ା, ହୁସେନ ଖାଁ, ମନୋଜ ସାହୁ, ପୂର୍ଣ୍ଣଚନ୍ଦ୍ର ଶlନ୍ତ, ବାଳକୃଷ୍ଣ ଷଡଙ୍ଗୀ, ନୟାଗଡ଼ ବ୍ଲକ କଂଗ୍ରେସ ସଭାପତି ହାସିମ ଖାଁ,ଓଡଗାଁ ବ୍ଲକ ପୂର୍ଣ୍ଣଚନ୍ଦ୍ର ନାୟକ,…

Read More

ଝିଅଟିଏ ମୁଁ ଝିଅଟିଏ

ଝିଅଟିଏ ମୁଁ ଝିଅଟିଏ              ମୁଁ ଆସନ୍ତା କାଲିର ସ୍ବପ୍ନ ଟିଏ ମୁଁ ପ୍ରଗତି ପଥର ଧାରାଟିଏ              ଝିଅଟିଏ ମୁଁ ଝିଅଟିଏ ନଦଳି ପାଦରେ ମୋତେ              ନମାରି ମାତୃଗର୍ଭରୁ ସତେଦୁନିଆକୁ ଆଣ ଆଲୋକ ଦେଖାଅ             ଦେଖ ମୁଁ ସୁନ୍ଦର ପରୀ ଟିଏ ଝିଅଟିଏ ମୁଁ ଝିଅଟିଏ               ମୁଁ ଭବିଷ୍ୟତର ରତ୍ନଟିଏ ଉଚ୍ଚାକାଂକ୍ଷୀ ମୁଁ ଉଚ୍ଚାମନା                ନିଜେ ଜଳି ଅନ୍ୟ ପାଇଁ ଦିଏ ଆଶ୍ବାସନାପ୍ରତିପୋଷଣ ପ୍ରତିପାଳନ ଦ୍ବାହିରେ                 ମୁଁ ସଫଳ ନେତ୍ରୀ ଟିଏ ଝିଅଟିଏ ମୁଁ ଝିଅଟିଏ                 ମୁଁ ସଫଳ ଧାତ୍ରୀ ଟିଏ ପରିସ୍ଥିତିର ମୁଁ ସଫଳ ଦାୟିତ୍ଵ ସମ୍ପର୍ଣ୍ଣା                ମୁଁ ଜାୟା ଜନନୀ ଭଗିନୀ ମୋରୂପ ଅନନ୍ୟା ଝିଅଟିଏ ମୁଁ ଝିଅଟିଏ ମୁଁ ସୁନ୍ଦର ଗଳ୍ପ ଟିଏ                  ମିନତି ମଙ୍ଗଳ, ନୟାଗଡ଼

Read More

ଇଫକୋ ପକ୍ଷରୁ ନାନୋ ସାର ଓ ଜଳ ଦ୍ରବଣୀୟ ସାର ପ୍ରୟୋଗ ସମ୍ୱନ୍ଧୀୟ ଫସଲ ଆଲୋଚନା ଚକ୍ର

ନୟାଗଡ଼, (ନୟାଗଡ଼ ଦର୍ପଣ): ଜଳବାୟୁ ପରିବର୍ତନ ସାଙ୍ଗକୁ ଦିନକୁ ଦିନ ନୂଆ ରୋଗ ଶୃଷ୍ଟି କରି ଚାଷୀର ମେରୁଦଣ୍ଡ ଭାଙ୍ଗି ଦେଉଛି। ଏହି ପରିପ୍ରେକ୍ଷୀରେ ଇଣ୍ଡିଆନ ଫାର୍ମରସ ଫଟିଲାଇଜର କୋ-ଅପରେଟିଭ ଲିମିଟେଡ଼ (ଇ.ଫ୍.କୋ.) ପକ୍ଷରୁ ରଣପୁର ବ୍ଲକର ସାନଗଡ ସ୍ଥିତ ଇଫକୋ ବଜାର ପରିସରରେ ନାନୋ ସାର ଓ ଜଳ ଦ୍ରବଣୀୟ ସାର ସମ୍ୱନ୍ଧିତ ଏକ ବୈଜ୍ଞାନିକ ଫସଲ ଆଲୋଚନା ଚକ୍ର ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ନୟାଗଡ଼ କୃଷି ବିଭାଗର ଜିଲ୍ଲା କୃଷି ଅଧିକାରୀ ପବିତ୍ର ମୋହନ ସାହୁ ଯୋଗଦେଇ କୃଷି ବିଭାଗର ବିଭିନ୍ନ ସ୍କିମ ବିଷୟରେ ଆଲୋକପାତ କରିଥିଲେ। ଚାଷୀ କ୍ଷେତରେ ଦାନାଦାର ସାର ପ୍ରୟୋଗ କରିବା ଦ୍ବାରା ଗଛ କିଛି ସାର ଗ୍ରହଣ କରୁଛି। ଆଉ କିଛି ମାଟିରେ ନଷ୍ଟ ହେଇଯାଉଛି। ଏହାଦ୍ବାରା ମୃତିକା ମଧ୍ଯ ନଷ୍ଟ ହେଉଛି। ତେଣୁ ନାନୋ ଡ଼ି.ଏ.ପି.…

Read More

ନୟାଗଡ ଜିଲ୍ଲା ଦଶପଲ୍ଲାଠାରେ ଦୁଇ ଦିନ ଧରି ଆୟୋଜନ ହେବ ଉତ୍କଳ ସମ୍ମିଳନୀର ୪୯ତମ ଅଧିବେଶନ

ନୟାଗଡ଼, (ନୟାଗଡ଼ ଦର୍ପଣ): ଉତ୍କଳ ସମ୍ମିଳନୀର ୨୧ ଡିସେମ୍ବର ୨୦୨୫ ତାରିଖରେ କେନ୍ଦ୍ରୀୟ କାର୍ଯ୍ୟକାରିଣୀର ସପ୍ତମ ବୈଠକର ନିଷ୍ପତ୍ତିକ୍ରମେ ୪୯ତମ ସାଧାରଣ ଅଧିବେଶନ ଆସନ୍ତା ଫେବୃଆରୀ ମାସ ୭ଓ ୮ ତାରିଖ ଦୁଇ ଦିନ ଧରି ନୟାଗଡ ଜିଲ୍ଲା ଦଶପଲ୍ଲାଠାରେ ଅନୁଷ୍ଠିତ ହେବାକୁଯାଉଛି। ପରିଷଦ ସଭା ଓ ସାଧାରଣ ଅଧିବେଶନ ସାଙ୍ଗକୁ କେନ୍ଦ୍ରୀୟ କମିଟିର ନିର୍ବାଚନ ମଧ୍ଯ ଅନୁଷ୍ଠିତ ହେବ। ପରିଷଦ ସଭାରେ ମୁଖ୍ୟ ଆଲୋଚନାର ବିଷୟ ରହିବ ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାର ତଥା ପୃଥ‌ିବୀର ୧୦ଗୋଟି ବହୁଳ ବ୍ୟବହାର ଭାଷା ମଧ୍ୟରେ ପ୍ରାଚୀନ ଓଡ଼ିଆ ଭାଷାକୁ ସ୍ଥାନୀତ କରାଯିବାକୁ ପ୍ରସ୍ତାବ ନିଆଯିବ। ଏଥି ସହିତ ସୀମାସମସ୍ୟା, ଓଡ଼ିଶାର ବରପୁତ୍ରମାନଙ୍କର ପୂଜ୍ୟପୂଜା ନିମନ୍ତେ ଏକ ନୀତି ପ୍ରଣୟନ କରାଯିବ। ଉତ୍କଳ ଗୌରବ ମଧୁବାବୁଙ୍କର ସ୍ଵାଭିମାନୀ ଓଡ଼ିଆ ଜାତି ଗଢ଼ିବାର ସ୍ଵପ୍ନକୁ ସାକାର କରିବା ସକାଶେ ଓଡ଼ିଶାର…

Read More

ନିଜକୁ ନିଜେ ଗୁଳି କରିଦେଲେ ଏପିଆର କନଷ୍ଟେବଳ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ର ଏପିଆର କନଷ୍ଟେବଳଙ୍କ ଆତ୍ମହତ୍ୟା । ମୃତକ ହେଲେ ସୁନୀଲ ସେଠୀ । ଗୁରୁବାର ସେ ରିଜର୍ଭ ପୋଲିସ କ୍ୟାମ୍ପସରେ ଜୀବନ ହାରିଥିବା ସୂଚନା ରହିଛି । ଖବର ଅନୁଯାୟୀ, ସୁନୀଲ ସେଠୀଙ୍କ ଘର ନୟାଗଡ଼ ଜିଲ୍ଲା ବାହାଡ଼ାଝୋଲା ବେରୁହାଁବାରୀ ଗାଁରେ । ସେ କନେଷ୍ଟବଳ ଭାବେ ନୟାଗଡ଼ ବାରାକରେ କାର୍ଯ୍ୟରତ ଥିଲେ । ନିଜ ବନ୍ଧୁକରୁ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି କନେଷ୍ଟବଳ ସୁନଲୀ ସେଠୀ । ବର୍ତ୍ତମାନ ଯାଏଁ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ସେପଟେ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ନିକଟସ୍ଥ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ସେ ଆତ୍ମହତ୍ୟା ପଛରେ ଛୁଟି ନମିଳିବା ନା ଆଉ କିଛି କାରଣ ଅଛି ତାହା ତଦନ୍ତ ପରେ ସ୍ପଷ୍ଟ ହୋଇପାରିବ। ସୂଚନାଯୋଗ୍ୟ ଗତ ୨୧ତାରିଖରେ…

Read More

ଶିକ୍ଷକ ପ୍ରଶିକ୍ଷଣରେ ଘୋଟାଲା, ଶିକ୍ଷକ ସଂଘର ପ୍ରତିବାଦ

ନୟାଗଡ଼,(ନୟାଗଡ଼ ଦର୍ପଣ): ଆସନ୍ତା ଶିକ୍ଷାବର୍ଷରୁ ଜାତୀୟ ଶିକ୍ଷାନୀତି ୨୦୨୦ ଅନୁଯାଇ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ବିଷୟ ବଦଳି  ସିଲାବସ ଅନୁସାରେ ନୂତନ ପାଠ୍ୟପୁସ୍ତକ ପ୍ରକାଶିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲାର ସମସ୍ତ ଶିକ୍ଷକମାନେ ପର୍ଯ୍ୟାୟ କ୍ରମେ ୫ ଦିନିଆ ଓସିଏଫ ପ୍ରଶିକ୍ଷଣ ନେଉଛନ୍ତି। ତେବେ ଏହି ପ୍ରଶିକ୍ଷଣ ପାଇଁ ଉଦ୍ଦିଷ୍ଟ ଅର୍ଥ ରାଶିକୁ ଶିକ୍ଷା ବିଭାଗର କିଛି କର୍ମଚାରୀମାନଙ୍କ ଦ୍ୱାରା ହଡ଼ପ କରାଯାଉ ଥିବା ଅଭିଯୋଗ ହେଉଛି। ଓସେପା ଦ୍ୱାରା ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ମଧ୍ୟାହ୍ନ ଭୋଜନ ପାଇଁ ୧ଶହ ଟଙ୍କା, ଚାହା ବିସ୍କୁଟ ପାଇଁ ୨୦ଟଙ୍କା, ଖାତା କଲମ ପାଇଁ ୩୦ ଟଙ୍କା, କଣ୍ଟିଜେନ୍ସି ପାଇଁ ୨୦ ଟଙ୍କା, ଟିଏଲଏମ ପାଇଁ ୩୦ ଟଙ୍କା, ପ୍ରଶିକ୍ଷକ ମାନଙ୍କ ପାଇଁ ଦୈନିକ ୩ ଶହ ଟଙ୍କା ଏବଂ ପ୍ରଶିକ୍ଷାର୍ଥୀ ମାନଙ୍କ ପାଇଁ ଦିନକୁ…

Read More

ମଧୁ ବାବୁଙ୍କ ଶ୍ରାଦ୍ଧ ଦିବସ ପାଳିତ

ନୟାଗଡ, (ନୟାଗଡ଼ ଦର୍ପଣ): ସ୍ଥାନୀୟ ନୀଳମାଧବ ହୋଟେଲ ଠାରେ ପୂଜ୍ୟପୂଜା କମିଟି ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇ ଯାଇଛି। ମଧୁ ବାବୁ କିଭଳି ଓଡିଆ ଜାତି ପାଇଁ ସମର୍ପିତ ଥିଲେ ଏପରିକି ଓଡିଆ ଜାତି ପ୍ରାଣ ଥିଲେ ସେ ସମ୍ପର୍କରେ ଉପସ୍ଥିତ ବ୍ୟକ୍ତି ବିଶେଷ ମତବ୍ୟକ୍ତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମଧୁ ବାବୁଙ୍କ ରଚିତ ଓଡିଆ ସ୍ବାର୍ଥ ସୁରକ୍ଷା ସମ୍ପର୍କିତ ପଦାବଳି ଗାନ କରା ଯାଇଥିଲା। ପୂଜ୍ୟପୂଜା କମିଟିର ବରିଷ୍ଠ  ସଦସ୍ୟ ଗୋଦାବରୀ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ପୂଜ୍ୟପୂଜା କାର୍ଯ୍ୟକ୍ରମର ବରିଷ୍ଠ ସାମ୍ୱାଦିକ ରାମକୃଷ୍ଣ ରଥ, ଧୀରେନ୍ଦ୍ର କୁମାର ପଟ୍ଟନାୟକ ବିପିନ କୁମାର ସାହୁ, ବସନ୍ତ କୁମାର ରାଉତ, ରଘୁନାଥ ବିଶୋଇ, ଗୋପବନ୍ଧୁ ଲେଙ୍କା ଜିତେନ୍ଦ୍ର କୁମାର ସେଠୀ ପ୍ରମୁଖ ଉପସ୍ଥିତ ରହି ମଧୁବାବୁଙ୍କ ଅମ୍ଳାନ ଅମର…

Read More