ନୟାଗଡ଼, (ନୟାଗଡ଼ ଦର୍ପଣ): ଜାତୀୟ କାର୍ଯ୍ୟକ୍ରମ ଜନଗଣନା ୨୦୨୬-୨୭ ପାଇଁ ଉଦ୍ଧିଷ୍ଟ ପ୍ରଥମ ପର୍ଯ୍ୟାୟ ତାଲିମ୍ ଶିବିର ଉଦଯାପିତ ହୋଇଯାଇଛି। ଉକ୍ତ ତାଲିମ୍ କାର୍ଯ୍ୟକ୍ରମ ଚଳିତ ମାସ ୪ ତାରିଖରୁ ଆରମ୍ଭ ହୋଇ ୬ ତାରିଖ ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି। ନୟାଗଡ଼ ପୌରପରିଷଦ ପାଇଁ ସର୍ବମୋଟ୍ ୭୨ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଜନଗଣନାକାରୀ ଭାବରେ ତାଲିମ୍ ନେଉଥିବା ବେଳେ ୧୨ଜଣ କ୍ଷେତ୍ରପର୍ଯ୍ୟବେକ୍ଷକ ମଧ୍ୟ ତାଲିମ୍ ନେଇଛନ୍ତି। ତିନି ଦିନର ପ୍ରଶିକ୍ଷଣ ଶିବିରକୁ ପ୍ରଶିକ୍ଷକ ଭାବରେ ଯଥାକ୍ରମେ ପ୍ରଦୀପ କୁମାର ପଣ୍ଡା ଓ ବ୍ରଜ କିଶୋର ମହାପାତ୍ର ପର୍ଯ୍ୟାୟ କ୍ରମେ ପରିଚାଳନା କରିଥିଲେ। ପ୍ରଥମ ଦିନରେ ଜିଲ୍ଲାର ମୁଖ୍ୟ ଜନଗଣନା ଅଧିକାରୀ ତଥା ଅତିରିକ୍ତ ଜିଲାପାଳ ରୋଜିନା ଦାସ, ପୋୖରାଧ୍ୟକ୍ଷା ନିରୁପମା ଖଟେଇ, ଦ୍ଵିତୀୟ ଦିନରେ ରାଜ୍ୟର ଉପମୁଖ୍ୟ ଜନଗଣନା ନିର୍ଦ୍ଦେଶକ ଶିବିର ପରିଦର୍ଶନ କରିଥିବା ବେଳେ ତିନି ଦିନର କାର୍ଯ୍ୟକ୍ରମରେ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ନେହଲତା ଆଚାର୍ଯ୍ୟ ପ୍ରଶିକ୍ଷଣ ଶିବିରର ମୁଖ୍ୟ ଭାବରେ ଯୋଗଦେଇ ଜନଗଣନା ଉପରେ ତଥ୍ୟ ରଖିଥିଲେ।

ଏହି ତିନି ଦିନର ପ୍ରଶ୍ନଉତ୍ତର କାର୍ଯ୍ୟକ୍ରମରେ ପ୍ରଶିକ୍ଷାର୍ଥୀ ବା ଜନଗଣନାକାରୀଙ୍କ ତତଫରୁ ଯଥାକ୍ରମେ ଶେଖ୍ ଅବଦୁଲ୍ ଖାଲିକ୍, ଇତିଶ୍ରୀ ସେନାପତି, ଶୁଭଲକ୍ଷ୍ମୀ ରାଉତ, ଗାୟତ୍ରୀ ଚମ୍ପତିରାୟ, ପ୍ରଦୀପ୍ତ ଚିତ୍ତରଞ୍ଜନ ସାହୁ ଓ କ୍ଷେତ୍ର ପର୍ଯ୍ୟବେକ୍ଷକ ଙ୍କ ତରଫରୁ ଝୁମୁରୀ ସାହୁ, ଦେବରାଜ ମହାପାତ୍ର, ମାନସ ଷଡ଼ଙ୍ଗୀ, ଅଜିଜୁର୍ ରହମନ୍, ଶ୍ରଦ୍ଧାଞ୍ଜଳି ରଥ ଏବଂ ସୁନୀତା ପ୍ରଧାନ ପ୍ରମୁଖ ଅନେକ ଅବୁଝା ପ୍ରଶ୍ନ ଓ କ୍ଷେତ୍ରରେ କାର୍ଯ୍ୟକଲା ବେଳେ ଉପୁଯିବାକୁ ଥିବା ସମସ୍ୟା ଉପରେ ପ୍ରଶ୍ନ ପଚାରିଥିବା ବେଳେ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ପ୍ରଶିକ୍ଷକମାନେ ସରଳ ସମାଧାନର ପନ୍ଥା ବୁଝାଇଥିଲେ।
ଆଜିର ଅନ୍ତିମ ଦିନର ଉଦଯାପନୀ କାର୍ଯ୍ୟକ୍ରମରେ ନୟାଗଡ଼ର ବିଧାୟକ ଡ.ଅରୁଣ କୁମାର୍ ସାହୁ ଉପସ୍ଥିତ ହୋଇ ଜନଗଣନାକାରୀଙ୍କୁ ଅଭିନନ୍ଦନ ଜଣାଇ ସ୍ବଚ୍ଛତା ପନ୍ଥା ଅବଲମ୍ବନକରି ଜନଗଣନା କରିବା ପାଇଁ ବାର୍ତ୍ତା ରଖିବା ସହିତ ବ୍ରିଟିଶ ଶାସନ ଠାରୁ ଆଜିର ଜନଗଣନା ଉପରେ ଉପାଦେୟ ତଥ୍ୟ ରଖିଥିଲେ। ଜନଗଣନାକାରୀଙ୍କୁ ବିଭିନ୍ନ ଦଳରେ ବିଭକ୍ତକରି ଅଭିନୟ ମାଧ୍ୟମରେ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।
ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ପୌର ପରିଷଦର କର୍ମଚାରୀମାନେ ଶ୍ରମଦାନ କରିଥିଲେ। ପରିଶେଷରେ ଏହି ଜାତୀୟ କାର୍ଯ୍ୟକ୍ରମ ସଫଳ ରୂପାୟନରେ ସଭିଏଁ ନିଷ୍ଠାର ସହ କାର୍ଯ୍ୟକରିବା ପାଇଁ ସଂକଳ୍ପ ନେଇଥିଲେ। ପ୍ରକାଶ ଥାଉକି ଏପ୍ରିଲ୍ ଏକ ତାରିଖଠାରୁ ପନ୍ଦର ତାରିଖ ଯାଏଁ ସ୍ୱଗଣନା ଚାଲୁଥିବା ବେଳେ ଏପ୍ରିଲ୍ ଷୋହଳ ତାରିଖରୁ ମଇ ପନ୍ଦର ତାରିଖ ଯାଏଁ ଗୃହଗଣନା ଚାଲିବ। ପୁଣି ଫେବୃୟାରୀ ୨୦୨୭ରେ ଜନସଂଖ୍ୟା ସମେତ ଅନ୍ୟାନ୍ୟ ତଥ୍ୟ ଉପରେ ଜନଗଣନା ଚାଲିବ। ସଭା ଶେଷରେ କର୍ଯ୍ୟନିର୍ବାହୀ ଅଧିକାରୀ ସ୍ନେହଲତା ଆଚାର୍ଯ୍ୟ ଧନ୍ୟବାଦ ଦେଇଥିଲେ।
