ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ତରଫରୁ ଓଡିଆ ପକ୍ଷ ପାଳନ ଅବସରରେ ସମସ୍ତ ଦୋକାନ ବଜାର ଓ ବାଣିଜ୍ୟ ପ୍ରତିଷ୍ଠାନ ମାନଙ୍କର ନାମ ଫଳକ ଓଡିଆ ଭାଷାରେ ଲେଖିବା ପାଇଁ ଏକ ସଚେତନତା ପଦଯାତ୍ରା ଜିଲ୍ଲାପାଳ ନୟାଗଡଙ୍କ କାର୍ଯ୍ୟ।ଳୟ ପରିସରରୁ ଶୁଭାରମ୍ଭ କରାଯାଇଅଛି। ଏଥିସହିତ ଏକ ସଚେତନତା ରଥ ନୟାଗଡ ଜିଲ୍ଲାର ବିଭିନ୍ନ ଏନ ଏ ସି ଅଞ୍ଚଳରେ ପରିକ୍ରମଣ କରିଛି। ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାଶ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ସଭାପତି, ନୟାଗଡ ଶିଳ୍ପ ଉଦ୍ଯୋଗ ସଂଘ, ଅଧ୍ୟକ୍ଷ, ଏନଜିଓ (ସମର୍ଥ) , ସହକାରୀ ଶ୍ରମ ଅଧିକାରୀ ଅବଦୁଲ କାଦିର ଖାନ, ଜ୍ଞାନରଞ୍ଜନ ସାହୁ, ପୂଜାରିନ ସାମଲ ଓ ମୋନିକା ସେଠ ଓ ଶ୍ରମ କାର୍ଯ୍ୟାଳୟ କର୍ମଚାରୀ ଏବଂ ବିଭିନ୍ନ ଶ୍ରମିକ ସଂଗଠନମାନେ ଏହି ସଚେତନତା ପଦଯାତ୍ରାରେ ଅଂଶ ଗ୍ରହଣ କରି ନୟାଗଡ ସହର ପରିକ୍ରମା କରିଥିଲେ।
ସମସ୍ତ ଦୋକାନ ବଜାର ଓ ବାଣିଜ୍ୟ ପ୍ରତିଷ୍ଠାନରେ ଓଡିଆରେ ନାମ ଫଳକ ଲେଖିବା ପାଇଁ ସଚେତନତା ପଦଯାତ୍ରା
