ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଇଟାମାଟି, (ନୟାଗଡ଼ ଦର୍ପଣ): ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ଇଟାମାଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ପ୍ରଜାପତି ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ଵ ବିଦ୍ୟାଳୟ କେନ୍ଦ୍ର ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଡ଼ଃ ଜ୍ୟୋତିରଞ୍ଜନ ସାମନ୍ତରାୟ ମୁଖ୍ୟଅତିଥି ରୂପେ ଯୋଗଦାନ କରିଥିଲେ। ପରିବେଶ ସନ୍ତୁଳନ ରକ୍ଷା କରିବା ଏବଂ ଜୀବଜଗତର ଜୀବନ ରକ୍ଷା ପାଇଁ ବୃକ୍ଷଲତା ଅମୃତତୁଲ୍ୟ ଅମ୍ଳଜାନ ଯୋଗାଉଥିବାରୁ ବୃକ୍ଷରୋପଣ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ସମାଜସେବୀ ତଥା “Give Blood Save Life”ର ସଭାପତି ଭାଗିରଥି ବାଈଙ୍କ ନେତୃତ୍ୱରେ ଅନ୍ୟ ସଦସ୍ୟମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । “ ଯଦୁମଣି ବରିଷ୍ଠ ନାଗରିକ ମଞ୍ଚ ଇଟାମାଟି” ର ସଦସ୍ୟ ଶ୍ରୀଯୁକ୍ତ ଦୁର୍ଯ୍ୟୋଧନ ନାୟକ,ଜଗନ୍ନାଥ ଦାସ,ସଚ୍ଚିଦାନନ୍ଦ ସାଥୁଆ, କିଶୋର ଚନ୍ଦ୍ର ସାହୁ, ଅଧ୍ୟାପକ ଅଶୋକ…

Read More

କଦଳୀବନ୍ଧ ବିଦ୍ୟାଳୟକୁ ପ୍ରକୃତିମିତ୍ର ପୁରସ୍କାର

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ପ୍ରତିବର୍ଷ ଭଳି ଚଳିତ ବର୍ଷ ବନ ବିଶ୍ରାମାଗାର ସଭାଗୃହ ନୟାଗଡ଼ ଠାରେ ବନଖଣ୍ଡ ଅଧିକାରୀ ନୟାଗଡ଼ ଦେବାର୍ଚ୍ଚନ ବେହେରା ଙ୍କ ସଭାପତିତ୍ୱ ରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ ମୁଖ୍ୟ ଅତିଥି, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜ୍ୟୋତିରଞ୍ଜନ ସାମନ୍ତରା ସମ୍ମାନିତ ଅତିଥି ରୂପେ ଆସନ ଅଳଂକୃତ କରିଥିଲେ।ଏଥିରେ ୮ ଟି ବ୍ଳକରୁ ସମସ୍ତ  ଏ ସି ଏଫ୍ ,ବନାଞ୍ଚଳ ଅଧିକାରୀ,ବନପାଳ,ବନରକ୍ଷୀ ଓ ପରିବେଶ କର୍ମୀ ଉପସ୍ଥିତ ଥିଲେ।ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡ଼ିଶା ସରକାରଙ୍କ ତରଫରୁ ଜିଲ୍ଲା ରୁ ମନୋନୀତ ହୋଇଥିବା ୫ ଟି ଅନୁଷ୍ଠାନ ପ୍ରକୃତିମିତ୍ର ଓ ୪ ଜଣଙ୍କୁ ପ୍ରକୃତିବନ୍ଧୁ ପୁରସ୍କାର ଜିଲ୍ଲାପାଳ ଙ୍କ କରକମଳରେ ପ୍ରଦାନ କରାଯାଇଥିଲା।ପ୍ରକୃତି ଦ୍ୱାରା ଅନୁପ୍ରାଣିତ ହୋଇ ଜଳବାୟୁ ଓ ଭବିଷ୍ୟତ ପାଇଁ ନିଜେ ପ୍ରକୃତିର…

Read More

ପ୍ରଧାନ ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଶରଣକୁଳ, (ନୟାଗଡ଼ ଦର୍ପଣ): ସମ୍ପ୍ରତି ରାଜ୍ୟ ସରକାରଙ୍କ ପକ୍ଷରୁ ଉଚ୍ଚ ବିଦ୍ୟାଳୟ ଗୁଡିକରେ କାର୍ଯ୍ୟରତ ଶିକ୍ଷକ ମାନଙ୍କୁ ବରିଷ୍ଠତା ଭିତିରେ ପଦୋନ୍ନତି ଦିଆଯାଇଥିବା ବେଳେ ନାରାୟଣ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରଶ୍ମି ରଞ୍ଜନ ମିଶ୍ରଙ୍କୁ ରାବରା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରୂପେ ପଦୋନ୍ନତି ମିଳିଛି। ଗୁରୁବାର ଶ୍ରୀ ମିଶ୍ର ବରିଷ୍ଠ ଶିକ୍ଷୟିତ୍ରୀ ପ୍ରଜ୍ଞାପାରମିତା ସାହୁଙ୍କୁ ନିଜର ଦାୟିତ୍ୱ ପ୍ରଦାନ କରିଛନ୍ତି। ଏହି ଅବସରରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପକ୍ଷରୁ ଶ୍ରୀ ମିଶ୍ରଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇ ଥିଲା। ଶ୍ରୀ ମିଶ୍ର ଗୋଦାବରୀଶ ବିଦ୍ୟାପୀଠ ବାଣପୁରରେ ନିଜର ଶିକ୍ଷକତା ଜୀବନ ଆରମ୍ଭ କରିବା ପରେ ୨୦୦୬ ମସିହାରେ ନାରାୟଣ ଉଚ୍ଚ ବିଦ୍ୟାଳୟ ଶରଣକୁଳରେ ଯୋଗ ଦେଇଥିଲେ। ଏଠାରେ ଦୀର୍ଘ ୨୦ ବର୍ଷ ରହଣି ମଧ୍ୟରେ ବିଦ୍ୟାଳୟର ଶୃଙ୍ଖଳା ଓ…

Read More

“ଫଗୁରେ ଫଗୁରେ ଫାଲଗୁନି” ପୁସ୍ତକ ଉନ୍ମୋଚନ ଉତ୍ସବ

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଦଶପଲ୍ଲା ଜଗାପୁର ବନଦୁର୍ଗା ମନ୍ଦିର ପ୍ରାଙ୍ଗଣ ତଥା ଏକ ମନୋଜ୍ଞ ପରିବେଶରେ ବିଶିଷ୍ଟ ସାହିତ୍ୟିକ କମ୍ରେଡ୍ ବିଶ୍ୱନାଥ ମହାପାତ୍ରଙ୍କ ରଚିତ ନୂତନ ଉପନ୍ୟାସ “ଫଗୁରେ ଫଗୁରେ ଫାଲଗୁନି” ଲୋକାର୍ପିତ ହୋଇଯାଇଛି। ବିଭିନ୍ନ ଅଞ୍ଚଳରୁ ଆସିଥିବା ଶତାଧିକ ସାହିତ୍ୟପ୍ରେମୀଙ୍କ ଉପସ୍ଥିତି ଉତ୍ସବର ଗୁରୁତ୍ୱକୁ ବୃଦ୍ଧି କରିଥିଲା।  ଉତ୍ସବର ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ ପରେ ଅତିଥିମାନଙ୍କୁ ପୁଷ୍ପ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯିବା ସହିତ ପୁସ୍ତକର ପ୍ରକାଶନ ସଂସ୍ଥା ରଞ୍ଜୁବାଳା ପ୍ରକାଶନୀ ପକ୍ଷରୁ ପ୍ରକାଶକ ଶରତ ଚନ୍ଦ୍ର ବେହେରା ସ୍ୱାଗତ ଭାଷଣ ଦେବାପରେ ଅତିଥିମାନଙ୍କ ଦ୍ୱାରା ପୁସ୍ତକକୁ ଉନ୍ମୋଚନ କରାଯାଇଥିଲା। ବିଶିଷ୍ଟ ସମାଜସେବୀ ପ୍ରମୋଦ କୁମାର ପଟ୍ଟନାୟକଙ୍କ ସଭାପତିତ୍ବରେ ପୁସ୍ତକଟିକୁ ସୁନ୍ଦର ଭାବରେ ସମୀକ୍ଷା ପୂର୍ବକ ଉପସ୍ଥାପନ କରିଥିଲେ ସମୀକ୍ଷକ ପ୍ରଫେସର ଡ଼ ଆଶୁତୋଷ ମିଶ୍ର । ଡ.ମିଶ୍ରଙ୍କ ଉପସ୍ଥାପନା…

Read More

ସବ୍‌-ରେଜିଷ୍ଟ୍ରାର ଅଫିସରେ ଲାଗିବ ଜମି ଦଲାଲଙ୍କ ଫଟୋ

ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟର ସମସ୍ତ ସବ୍‌-ରେଜିଷ୍ଟ୍ରାର ଅଫିସରେ ଜମି ଦଲାଲଙ୍କ ଦୌରାତ୍ମ୍ୟ ରୋକିବା ପାଇଁ ସରକାର କଡ଼ା ପଦକ୍ଷେପ ନେବାକୁ ଯାଉଛନ୍ତି। ଏଣିକି ନୟାଗଡ଼ ଜିଲ୍ଲା ସମେତ ସବୁ ସବ୍‌-ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଚିହ୍ନଟ ହୋଇଥିବା ଜମି ଦଲାଲଙ୍କ ଫଟୋ ପ୍ରଦର୍ଶନ କରାଯିବ। ଏହି ସୂଚନା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ଜମି ପଞ୍ଜୀକରଣ କାର୍ଯ୍ୟରେ ସାଧାରଣ ଲୋକଙ୍କୁ ହଇରାଣ କରୁଥିବା ଓ ଅବୈଧ ଭାବେ ଟଙ୍କା ଆଦାୟ କରୁଥିବା ଦଲାଲମାନଙ୍କ ଉପରେ କଡ଼ା ନଜର ରଖାଯିବ। ସେମାନଙ୍କ ଫଟୋ କାର୍ଯ୍ୟାଳୟ ପରିସରରେ ଲଗାଯିବା ଫଳରେ ଲୋକମାନେ ସତର୍କ ରହିପାରିବେ ଏବଂ ଦଲାଲଙ୍କ ଠକେଇରୁ ବଞ୍ଚିପାରିବେ। ସରକାରଙ୍କ ଲକ୍ଷ୍ୟ ହେଉଛି ଜମି ପଞ୍ଜୀକରଣ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ, ସରଳ ଓ ଦୁର୍ନୀତିମୁକ୍ତ କରିବା। ଏଥିପାଇଁ ସବ୍‌-ରେଜିଷ୍ଟ୍ରାର ଅଫିସଗୁଡ଼ିକରେ ସଚେତନତା…

Read More

କେସି କ୍ଲବ୍‌ ଆନୁକୂଲ୍ୟରେ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ: ୧୧୫ ରୋଗୀ ଗ୍ରହଣ କଲେ ମାଗଣା ଚିକିତ୍ସା ସେବା

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଅଗ୍ରଣୀ ତଥା ସର୍ବପୁରାତନ ସାମାଜିକ ଅନୁଷ୍ଠାନ ‘କେସି କ୍ଲବ୍‌’ ପରିସରରେ ଏକ ମେଗା ମାଗଣା ସ୍ୱାସ୍ଥ୍ୟ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ରାଜ୍ୟର କେତେକ ପ୍ରତିଷ୍ଠିତ ଓ ସୁନାମଧନ୍ୟ ବିଶେଷଜ୍ଞ ଡାକ୍ତର ଯୋଗଦେଇ ରୋଗୀମାନଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସା ଓ ପରାମର୍ଶ ସେବା ଯୋଗାଇ ଦେଇଥିଲେ। ଶିବିରରେ ଭୁବନେଶ୍ୱରର ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଡା. ଶ୍ରୀତମ ଆଚାର୍ଯ୍ୟ, ସ୍ନାୟୁଶଲ୍ୟ ବିଶେଷଜ୍ଞ ଡା. ସତ୍ୟବ୍ରତ ସାହୁ, ମୂତ୍ରରୋଗ ବିଶେଷଜ୍ଞ ଡା. ଆଦିତ୍ୟନନ୍ଦ ମହାପାତ୍ର ଏବଂ ଅସ୍ଥିଶଲ୍ୟ ବିଶେଷଜ୍ଞ ଡା. ପୁରୁଷୋତ୍ତମ ସ୍ୱାଇଁ ପ୍ରମୁଖ ଯୋଗଦେଇ ରୋଗୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଆବଶ୍ୟକୀୟ ଡାକ୍ତରୀ ପରାମର୍ଶ ଦେଇଥିଲେ। ଏଥି ସହ ରୋଗୀ ମାନଙ୍କର ମାଗଣାରେ ରକ୍ତ ଶର୍କରା ଏବଂ ଇସିଜି ପରୀକ୍ଷା ମଧ୍ୟ କରାଯାଇଥିଲା। କେସି କ୍ଲବ୍‌ର ସଭାପତି…

Read More

ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଭାଗବତ ବେହେରାଙ୍କ ଶ୍ରାଦ୍ଧ ବାର୍ଷିକ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଫଳ ବଣ୍ଟନ କଲେ ନୟାଗଡ଼ ବିଧାୟକ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ର ଜନମାନ୍ୟ ନେତା, ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଭାଗବତ ବେହେରାଙ୍କ ଶ୍ରାଦ୍ଧ ବାର୍ଷିକ ପାଳିତ ହୋଇଯାଇଛି। ନୟାଗଡ଼ ଜିଲ୍ଲା ଗଠନଠାରୁ ଆରମ୍ଭ କରି ବିକଶିତ ନୟାଗଡ଼ ମୂଳଦୁଆ ପକାଇଥିବା ନେତା ଶ୍ରୀଯୁକ୍ତ ବେହେରାଙ୍କ ଉଦ୍ଦେଶ୍ୟରେ ବିଜେଡି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ପୌର ପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ, ଉପାଧ୍ୟକ୍ଷ ଗୁରୁ ପ୍ରସାଦ ଜେନା, ବ୍ଲକ୍ ଉପାଧ୍ୟକ୍ଷ ଲକ୍ଷ୍ମୀପ୍ରିୟା ସାହୁ ପ୍ରମୁଖ ଯୋଗ ଦେଇଥିଲେ। ନୟାଗଡ଼ ଗୋଲେଇ ଛକରେ ଅବସ୍ଥିତ ଭାଗବତ ବେହେରାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏହା ପରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଫଳ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଜେଡି ନିର୍ବାଚନ ମଣ୍ଡଳୀ ସଭାପତି ଗଙ୍ଗାଧର ପଣ୍ଡା, ବ୍ଲକ୍ ବିଜେଡି ସଭାପତି ଭଞ୍ଜକିଶୋର ମହାପାତ୍ର, ଜିଲ୍ଲା ପରିଷଦ ସଦସ୍ୟ ସୁବାସ ଚନ୍ଦ୍ର…

Read More

ନୟାଗଡ଼ରେ ଜିଲ୍ଲାପାଳ ଏବଂ ଏସପିଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର

ନୟାଗଡ଼,(ନୟାଗଡ଼ ଦର୍ପଣ):- ନୟାଗଡ଼ ଜିଲ୍ଲା ମୁଖ୍ୟାଳୟରେ ଆଜି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେଇଯାଇଛି। ଜିଲ୍ଲାପାଳ  ମଧୁମିତା ରଥ, ଏସପି ଶୁଭେନ୍ଦୁ କୁମାର ପାତ୍ର, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ବିଜୟାନନ୍ଦ ନାୟକ, ସିଡିଓ ଲଗ୍ନଜିତ ରାଉତ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର, ସିଡିଏମଓ ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଏହି ଶିବିରରେ ଉପସ୍ଥିତ ରହି ସମସ୍ୟା ଗୁଡ଼ିକ ଶୁଣିବା ସହ ସମାଧାନ କରିବା ପାଇଁ ଉଦ୍ୟମ କରିଥିଲେ । ଆଜିର ଅଭିଯୋଗ ଶିବିରରେ ମୋଟ୍ ୧୩୩ଟି ଅଭିଯୋଗପତ୍ର ଦାଖଲ ହୋଇଥିଲା  ଯେଉଁଥିରେ ୯ ଗ୍ରାମୀଣ, ୧୧୭  ବ୍ୟକ୍ତିଗତ ଏବଂ  ୭ ଟି ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ନେଇ ଅଭିଯୋଗ ରହିଥିଲା। ମୋଟ ୧୩୩ରୁ ୪୦ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା।

Read More

ଅବସର ଗ୍ରହଣ କଲେ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋତ୍ସାମୟୀ ଆଚାର୍ଯ୍ୟ ଆଜି ଅବସର ଗ୍ରହଣ କରିଛନ୍ତି। ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାଶଙ୍କ ଅଧ୍ୟକ୍ଷତାରେ ତାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଡେପୁଟି କଲ୍ଲେକ୍ଟର ତପସ୍ୱିନୀ ହାସଁଦା ଏବଂ ବହୁ ସରକାରୀ କର୍ମଚାରୀ ଉପସ୍ଥିତ ରହିଥିଲେ। ଜିଲ୍ଲା କ୍ରୀଡ଼ା ଅଧିକାରୀ ସୁଜାତା ସାହୁ ଭାରପ୍ରାପ୍ତ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀମତି ଆଚାର୍ଯ୍ୟ ନୟାଗଡ଼ରେ ଦୀର୍ଘ ଏକ ବର୍ଷ କାଳ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାର୍ଯ୍ୟକରି ଲୋକପ୍ରିୟ ହୋଇପାରିଥିଲେ।

Read More

ରୋହିବାଙ୍କ ଉଚ୍ଚ ବିଦ୍ୟାଳୟର ସ୍କାଉଟ ଗାଇଡ଼ ପିଲାଙ୍କ ଦ୍ୱାରା ବିଶ୍ୱ ତମାଖୁ ବର୍ଜନ ସଚେତନତା ଦିବସ ପାଳନ

ନୟାଗଡ଼, (ନୟାଗଡ଼ ଦର୍ପଣ): ତମାଖୁ ଯାହାକି ଶରୀରକୁ କ୍ଷତି କରିବ, ପରିବାରରୁ ସ୍ୱାମୀ ସ୍ତ୍ରୀକୁ ଅଲଗା କରିବା, କମ ବୟସ ଯୁବକ ଯୁବତୀଙ୍କୁ ବିପଥଗାମୀ କରିବା ଶେଷରେ ପରିବାରର ଆର୍ଥିକ ମାନଦଣ୍ଡକୁ ଉଜୁଡାଇ ସର୍ବସ୍ୱାନ୍ତ କରିଦେବାରେ ସିଦ୍ଧ ହସ୍ତ ହେଉଛି । କିଶୋର କିଶୋରୀମାନଙ୍କୁ ସଚେତନ କରାଇ ନିଜ ପରିବାର ପରେ ସମାଜକୁ ବାର୍ତ୍ତା ଦେବାକୁ ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ଅନ୍ତର୍ଗତ  ସରକାରୀ ଉଚ୍ଚ ବିଦ୍ୟାଳୟ, ରୋହିବାଙ୍କର ସ୍କାଉଟ ଗାଇଡ  ଛାତ୍ରଛାତ୍ରୀ ପାଳିଲେ ବିଶ୍ୱ ତମାଖୁ ନିରୋଧ/ବର୍ଜନ ଦିବସ। ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ବାରିକଙ୍କ ନିର୍ଦେଶକ୍ରମେ ପ୍ରକୃତିବନ୍ଧୁ ଶିକ୍ଷକ ସନ୍ତୋଷ କୁମାର ସାହୁଙ୍କ ତତ୍ୱାବଧାନରେ ଆୟୋଜିତ ସଭାରେ ତମାଖୁ ସେବନର ଭୟାବହତା ସାଙ୍ଗକୁ ବ୍ରେନଷ୍ଟ୍ରୋକ, ଫୁସଫୁସ କ୍ୟାନସର, ବୃକକ ଏପରିକି ଏହି ଧୂଆଁ ଯେଉଁ ପଥ ଦେଇ ଯାଉଛି ସେହିବାଟେ ନିକୋଟିନର ପରିମାଣ ବୃଦ୍ଧି…

Read More