ନୟାଗଡ଼ରେ ସମ୍ବିଧାନ ବଞ୍ଚାଓ ପଦଯାତ୍ରା

ନୟାଗଡ଼, (ନୟାଗଡ଼ ଦର୍ପଣ): ଜାତୀୟ ସମ୍ବିଧାନ ଦିବସ ଅବସରରେ ନୟାଗଡ଼ ଜିଲ୍ଲାବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଶୁଭକାମନା ସହିତ ଜାତୀୟ ସଂହତିକୁ ବଜାୟ ରଖି ନାଗରିକଙ୍କ ସାମ୍ବିଧାନିକ ଅଧିକାରର ସୁରକ୍ଷା ତଥା ସମ୍ବିଧାନର ଗାରିମା ଓ ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବା ପାଇଁ ପ୍ରୟାସ ଉଦ୍ଦେଶ୍ୟ ରେ ଅଖିଳ ଭରତ କଂଗ୍ରେସ କମିଟି ଆହ୍ୱାନ କ୍ରମେ ଆଜି ପୂର୍ବାହ୍ନରେ ସ୍ଥାନୀୟ ତ୍ରିନାଥ ଛକ ଗାନ୍ଧୀ ମୂର୍ତ୍ତିରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଥିଲା। ଅପରାହ୍ନରେ ଜୟ ଭୀମ ଜୟ ବାପୁ ସ୍ଲୋଗାନ ସହିତ ଡିସିସି ସଭାପତି ବରିଷ୍ଠ ଆଇନଜୀବୀ ରଣଜିତ ଦାଶଙ୍କ ନେତୃତ୍ୱରେ ସିନ୍ଦୁରିଆ ଠାରୁ ଟ୍ରାଫିକ ଛକ ପର୍ଯ୍ୟନ୍ତ ସମ୍ବିଧାନ ବଞ୍ଚାଓ ପଦଯାତ୍ରାରେ ଶତାଧିକ ଛାତ୍ର ଯୁବକ ଯୋଗଦେଇ ଥିଲେ। ଟ୍ରାଫିକ ଛକ ଠାରେ ସମ୍ବିଧାନ ପ୍ରଣୟନ ମୁଖ୍ୟ ବିନ୍ଧାଣୀ ଡ଼.ଭୀମରାଓ ଆମ୍ବେଦକର ଏବଂ…

Read More

ସଂଯୁକ୍ତ କିଷାନ ମୋର୍ଚ୍ଚା ଓ ଟ୍ରେଡ୍ ୟୁନିଅନର ବିକ୍ଷୋଭ

ନୟାଗଡ଼, (ନୟାଗଡ଼ ଦର୍ପଣ): ନଭେମ୍ବର ୨୬ ଜାତୀୟ ସମ୍ବିଧାନ ଦିବସରେ ସର୍ବଭାରତୀୟ ଆହ୍ଵାନ କ୍ରମେ ସଂଯୁକ୍ତ କିଷାନ ମୋର୍ଚ୍ଚା ଓ କେନ୍ଦ୍ରୀୟ ଟ୍ରେଡୟୁନିଅନ ମାନଙ୍କ ପକ୍ଷରୁ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମୋଦି ସରକାରଙ୍କ ଶ୍ରମିକ ବିରୋଧୀ ଶ୍ରମ କୋଡ ପ୍ରଚଳନ ସହିତ କୃଷକ ବିରୋଧୀ ନୀତିକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପୂର୍ତ୍ତ ଡାକବଙ୍ଗଳା ଠାରୁ ଶତାଧିକ ଆଶାକର୍ମୀ, ପାଚିକା ସହାୟିକା, ନିର୍ମାଣ ଶ୍ରମିକ, କୃଷକ ପଟୁଆର କରି କୃଷକ ନେତା ହରିଶ୍ଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ ସଭା ସଂଗଠିତ କରିଥିଲେ। ଶ୍ରମିକ ବିରୋଧୀ ଶ୍ରମ କୋଡ ବାତିଲ କରି ଶ୍ରମ ଆଇନ ପୁନଃ ପ୍ରଚଳନ କରିବା, ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ୨୦୦ ଦିନ କାମ ସହିତ ଦୈନିକ ମଜୁରୀ ଟ୭୦୦ କରିବା, ସ୍କିମ କର୍ମଚାରୀଙ୍କୁ ମାସିକ…

Read More

ବିଦ୍ୟାଳୟକୁ ମାଡ଼ି ବସିଛି ଅଙ୍ଗନବାଡି କେନ୍ଦ୍ର, ପାଠପଢା ବିପର୍ଯ୍ୟସ୍ତ

ନୟାଗଡ଼,(ନୟାଗଡ଼ ଦର୍ପଣ): ବିଦ୍ୟାଳୟ ମଧ୍ୟରେ ଚାଲିଥିବା ଅଙ୍ଗନବାଡି କେନ୍ଦ୍ର ଯୋଗୁଁ ପ୍ରାଥମିକ ବିଦ୍ୟାଳୟରେ ପାଠପଢା କାର୍ଯ୍ୟ ଘୋର ବାଧାପ୍ରାପ୍ତ ହେଉଛି। ଅନ୍ୟ ପକ୍ଷରେ ଅଙ୍ଗନବାଡି କେନ୍ଦ୍ରର ନୂତନ ଗୃହ ନିର୍ମାଣ କାଯ୍ୟ ଗତ ଏକ ବର୍ଷ ତଳୁ ଶେଷ ହୋଇଥିଲେ ମଧ୍ୟ ତାହାକୁ କାର୍ଯ୍ୟକ୍ଷମ କରା ଯାଉନାହିଁ। ଏହାକୁ ନେଇ ଉପରିସ୍ଥ ଅଧିକାରୀଙ୍କ ନିକଟରେ ବାରମ୍ବାର ଦାବି କରାଯାଉ ଥିଲେ କେହି କର୍ଣ୍ଣପାତ କରୁନଥିବା ଜଣାପଡିଛି। ଏପରି ଏକ ଗୁରୁତର ଅଭିଯୋଗ କରିଛନ୍ତି ନୟାଗଡ଼ ମୁନିସିପାଲିଟି ଅନ୍ତର୍ଗତ ନୂଆ ରାଜବାଟୀ ସରକାରୀ ପ୍ରାଥମିକ ବିଦ୍ୟାଳୟର ଅଭିଭାବକ ମାନେ। ସୂଚନା ଯୋଗ୍ୟ ଯେ ୱାର୍ଡ଼ ନଂ-୧୩ ରେ ଥିବା ଅଙ୍ଗନବାଡି କେନ୍ଦ୍ରର ନିଜସ୍ୱ ଗୃହ ନଥିବାରୁ ତାହା ନୂଆ ରାଜବାଟୀ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀ ଗୃହରେ ଚାଲୁ ରହିଛି। ତେବେ ଏହି ପ୍ରାଥମିକ ବିଦ୍ୟାଳୟରେ ମାତ୍ର ଦୁଇଟି ଶ୍ରେଣୀ…

Read More