ଯୁବ ସାମ୍ବାଦିକ ପ୍ରିୟବ୍ରତ ଆଚାର୍ଯ୍ୟଙ୍କ ସହାୟତାରେ ମିଳିଲା ତୃତୀୟ ମୃତକଙ୍କ ପରିଚୟ

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ଟାକରା ନିକଟସ୍ଥ ଅସନିବେରେଣା ରାସ୍ତାରେ ଶନିବାର ଦିନ ହୋଇଥିବା ସଡ଼କ ଦୃଘଟଣାରେ ୩ଜଣ ପ୍ରାଣ ହରାଇଥିବା ବେଳେ ୨ଜଣ ଗୁରୁତର ଆହତଙ୍କୁ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ମୃତକ ୩ଜଣ ମଧ୍ୟରୁ ୨ମୃତକଙ୍କ ପରିଚୟ ମିଳିପାରିଥିବା ବେଳେ ୨୪ ଘଣ୍ଟା ବିତିଯାଇଥିଲେ ସୁଦ୍ଧା ତୃତୀୟ ଲୋକର ପରିଚୟ ମିଳିପାରିନଥିଲା। କିନ୍ତୁ ଆଜି ସନ୍ଧ୍ୟାରେ ଦଶପଲ୍ଲା କଳିଙ୍ଗଟିଭି ପ୍ରତିନିଧି ପ୍ରିୟବ୍ରତ ଆଚାର୍ଯ୍ୟ ତୃତୀୟ ଲୋକର ପରିଚୟ ପାଇ ଦଶପଲ୍ଲା ଥାନାକୁ ଅବଗତ କରାଇବା ସହ ବିଭିନ୍ନ ଅନୁଷ୍ଠାନ ମାଧ୍ୟମରେ ମୃତକଙ୍କ ପରିବାରକୁ ଏ ସମ୍ପର୍କରେ ଜଣାଇଥିଲେ। ତୃତୀୟ ମୃତକ ଜଣକ ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦର ମୋଚିସାହି ଅଂଚଳର ଅଜୟ ମେହେର ବୋଲି ଜଣାପଡ଼ିଛି।ସୂଚନାଥାଉକି ଶନିବାର ସନ୍ଧ୍ୟାରେ ଟାକରା ଠାରେ ୨ଟି ଟ୍ରକ ମୁଁହାମୁଁହି ଧକ୍କା ହେବା ଫଳରେ ୩ଜଣକ…

Read More

ବଞ୍ଚିବାର ରାହା- ଜଙ୍ଗଲ ହିଁ ସାହା, ପରିବେଶ ଓ ବନପ୍ରେମୀ  ରାଜ କୁମାର

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଜଙ୍ଗଲ ଓ ପ୍ରାକୃତିକ ସମ୍ପଦର ଦୃତ ଅବକ୍ଷୟ ଓ କଳ କାରଖାନା ବୃଦ୍ଧି ଯୋଗୁଁ ସମାଜ, ସଭ୍ୟତା ଓ ପରିବେଶ ପ୍ରଦୂଷଣ ହେବା ସହିତ ଜଳବାୟୁରେ ବ୍ୟାପକ ପରିବର୍ତ୍ତନ ଘଟିଛି । ଏହା ପ୍ରାଣୀ ଜଗତ ପାଇଁ ସାଙ୍ଘାତିକ ସମସ୍ୟା ଭାବେ ଠିଆ ହେଇଛି । ପ୍ରତିଦିନ ବହୁ ମାତ୍ରାରେ ଜଙ୍ଗଲ ନଷ୍ଟ ହେବା ଯୋଗୁଁ ଜୈବ ବିବିଧତା ଧ୍ବଂସ ହେବା ସହିତ କେତେକ ବିରଳ ପ୍ରଜାତିର ବନ୍ୟ ଜନ୍ତୁ , ପଶୁପକ୍ଷୀ ଲୋପ ପାଇ ଗଲେଣି । ମାନବ ସଭ୍ୟତା ବର୍ତ୍ତମାନ  ଦୁର୍ଦ୍ଦିନ ଓ ଘଡି ସନ୍ଧି ମୁହୂର୍ତ୍ତରେ ପହଞ୍ଚିଛି । ବାୟୁ ପ୍ରଦୂଷଣ, ଜଳ ପ୍ରଦୂଷଣ ଚଢ଼ିବା ସହିତ ଜଙ୍ଗଲ ବାସୀଙ୍କ ଜୀବନ ଜୀବିକାର ମୂଳଉତ୍ସ  ,ଗ୍ରାମ୍ୟ ଜଙ୍ଗଲ  ଶ୍ରୀହୀନ ହେଇ ଗଲାଣି । ଜଙ୍ଗଲ ଉପରେ ନିର୍ଭର କରୁଥିବା…

Read More

ସାହିତ୍ୟ ସାରଥୀ ସମ୍ମାନରେ ସମ୍ମାନିତ ହେଲେ ଶିକ୍ଷକ ପ୍ରତାପ କୁମାର ପରିଡ଼ା

ନୟାଗଡ଼, (ନୟାଗଡ଼ ଦର୍ପଣ):  ହାପି ମୋମେଣ୍ଟସ୍ ଅଫ ଇଣ୍ଡିଆ ଅରଗାନାଇଜେସନ ତରଫରୁ ନେସନାଲ କନଫରେନ୍ସ -୨୦୨୫ ପ୍ରତିଭା ସମ୍ମାନ ଓ ସାରସ୍ବତ ସମ୍ମାନ ସମାରୋହ ଉତ୍ସବ ପୁରୀ ସଂସ୍କୃତି  ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଅବସରରେ ହାପି ମୋମେଣ୍ଟସ୍ ଅଫ ଇଣ୍ଡିଆ ଅରଗାନାଇଜେସନ ତରଫରୁ ନୟାଗଡ଼ ଜିଲ୍ଲାର ଆଦର୍ଶ ଶିକ୍ଷକ, ଲେଖକ ତଥା କବି ଡକ୍ଟର ପ୍ରତାପ କୁମାର ପରିଡ଼ାଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ସାହିତ୍ୟ ସାରଥୀ ସମ୍ମାନରେ ସମ୍ମାନିତ ଓ ସମ୍ବର୍ଦ୍ଧନା କରାଯାଇଥିଲା ତତ୍ ସହ ଆଦର୍ଶ ଶିକ୍ଷକ ଓ ଯୁବ ଲେଖକ କବି ଭାବରେ ବେଶ୍ ଜଣଶୁଣା ବୋଲି ହାପି ମୋମେଣ୍ଟସ୍ ଅଫ ଇଣ୍ଡିଆ ଅରଗାନାଇଜେସନ ତରଫରୁ ସମ୍ପାଦକ ରାଜେନ୍ଦ୍ର ପ୍ରସାଦ ପଣ୍ଡା ଉପସ୍ଥାପନା କରିଥଲେ। ମୁଖ୍ୟ ଅତିଥି ହରିହର କାନୁନଗୋ ତିରୁପତି ବିଶ୍ବ ବିଦ୍ୟାଳୟ କୁଳପତି ଓ ଶଶଧର ପଣ୍ଡା…

Read More

ବାଇକ୍‌କୁ ରକ୍ଷା କରିବାକୁ ଯାଇ ଦୁଇ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ଜଣଙ୍କ ମୃତ୍ୟୁ

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଏକ ବାଇକ୍‌କୁ ରକ୍ଷା କରିବା ପାଇଁ ଦୁଇ ଜଣ ଟ୍ରକ୍‌ ଚାଳକ ମୁହାଁମୁହିଁ ହୋଇଛନ୍ତି। ଟ୍ରକ୍‌ ଦୁଇଟି ଧକ୍କା ହେବାରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତର ଅଛନ୍ତି। ଆଜି ସଂଧ୍ୟା ପ୍ରାୟ ୬ଟା ସମୟରେ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ନୟାଗଡ଼ ଜିଲ୍ଲା ଟାକରା ନିକଟରେ ଏହି ଦୁର୍ଘଟଣା ଘଟିଛି। ଏକ ବାଇକ୍‌କୁ ରକ୍ଷା କରିବାକୁ ଯାଇ ଦୁଇ ମାଲ୍ ବୋଝେଇ ଟ୍ରକ୍ ମଧ୍ୟରେ ଭୟଙ୍କର ଭାବେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ୩ଜଣଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା ପ୍ରକାଶ ପାଇଛି। ସମସ୍ତଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପୁଲିସ ସୂଚନା ପାଇଁ ଘଟଣାସ୍ଥଳରେ ପହଞ୍ଚିଛି। ମୃତଦେହ ଜବତ କରି…

Read More

ବାଲିଘାଟ ବନ୍ଦ ନିର୍ଦ୍ଦେଶନାମା ନାମକୁ ମାତ୍ର ହୋଇଥିବା ଅଭିଯୋଗ କଲେ ନୟାଗଡର ବରିଷ୍ଠ କଂଗ୍ରେସ ନେତା

ନୟାଗଡ଼, (ନୟାଗଡ଼ ଦର୍ପଣ): ଚଳିତ ବର୍ଷାରୁତୁ ପାଇଁ ଖଣି ବିଭାଗ ନିୟମ ଅନୁସାରେ ନୟାଗଡ ଜିଲ୍ଲାର ସମସ୍ତ ସୈରାତ ବାଲିଘାଟ ବନ୍ଦ ରଖିବା, ବାଲିଘାଟ ନିଲାମଧାରୀ ମାନେ ମେସିନରୀ ଏବଂ କର୍ମଚାରୀ ପ୍ରତ୍ୟାହାର କରିବା ପାଇଁ ଜିଲ୍ଲା ଖଣି ଅଧିକାରୀ ପତ୍ରସଂଖ୍ୟା ୧୯୮୩/୦୮. ୦୭. ୨୦୨୫ଦ୍ୱାରା ସମସ୍ତ ବାଲିଘାଟ ନୀଲାମଧାରୀଙ୍କ ଲଘୁଖଣିଜ ବାଲି ଉତ୍ତୋଳଳ ପ୍ରକ୍ରିୟା ନିଲମ୍ବନ ଆଦେଶ କେବଳ ନାମକୁ ମାତ୍ର ଜାରିଜରାଯାଇଛି କିନ୍ତୁ ବାସ୍ତବରେ ଖଣି ଅଧିକାରୀ, ଖଣ୍ଡପଡା ଏସ୍ଡ଼ିପିଓ ଏବଂ ପ୍ରଶାସନିକ ଅଧିକାରୀମାନଙ୍କ ମିଳିତ ଚକ୍ରାନ୍ତରେ ରାତିରେ ଶହଶହ ଟ୍ରିପ ବାଲି ଚୋରାଚାଲାଣ ଚାଲିଛି। ନୟାଗଡ ସହରକୁ ଆସୁଥିବା ବାଲି ଟ୍ରିପ ପ୍ରତି ୨୦ହଜାର ଟଙ୍କା ନିଆଯାଉଛି। ପ୍ରତ୍ୟେକ ବାଲି ଟ୍ରିପ ପିଛା ଦୁଇରୁ ତିନି ହଜାର ଟଙ୍କା ବେଆଇନ ଆଦାୟ କରାଯାଇ ଚୋରା ବାଲି ଚାଲାଣକୁ ପୋଲିସ ଖଣିବିଭାଗ ପ୍ରଶାସନ ଆଖି…

Read More

ସୋଲପଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ଓଡଗାଁ, (ନୟାଗଡ଼ ଦର୍ପଣ): ଓଡଗାଁ ବ୍ଲକ ସୋଲପଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ସୁରକ୍ଷା ଉପରେ ଆଲୋଚନା କରାଯାଇଥିଲା। ଜ଼ିଲ୍ଲା ଶିଶୁସୁରକ୍ଷା ଅଧକାରୀ ସିବିୟନ ପ୍ରଧାନଙ୍କ ନେତୃତ୍ବରେ ୧୦୯୮ ଟୋଲ ଫ୍ରି ନମ୍ବର ବିଷୟରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଚାଇଲ୍ଡ ହେଲ୍ପ ଲାଇନର କାଉନସିଲର୍ ଚନ୍ଦ୍ରଶେଖର ବେହେରା, କେଶ ୱାର୍କର ଗୌରବ ରାଉତ ଯୋଗଦେଇ ୧୦୯୮ ଟୋଲ ଫ୍ରି ନମ୍ବରର କାର୍ଯ୍ୟକାରିତା, ଶିଶୁମାନଙ୍କ ପୃଷ୍ଠପୋଷକତା ଓ ଆଇନର କାର୍ଯ୍ୟକାରିତା ବାଲ୍ୟ ବିବାହ, ଶିଶୁଚାଳନ, ଶିଶୁ ଶ୍ରମିକ, ଆଇନ ସହ ଦ୍ୱନ୍ଦ୍ୱରେ ଥିବା ଶିଶୁ ବିଷୟରେ ଆଲୋକପାତ କରିଥିଲେ। ସୋଲପଟା ବିଦ୍ୟାଳୟର ୧୦୦ ଛାତ୍ରଛାତ୍ରୀ ମାନଙ୍କୁ ଶିଶୁ ସୁରକ୍ଷା ସମ୍ବନ୍ଧୀୟ ଭିଡ଼ିଓ ପରିବେଷଣ କରା ଯାଇଥିଲା। ପରିଶେଷରେ ଛାତ୍ରଛାତ୍ରୀମାନଙ୍କୁ ନେଇ ବାଲ୍ୟ ବିବାହ ନକରିବା ନିମନ୍ତେ ଏକ ବାଲ୍ୟ ବିବାହ ଶପଥ ପାଠ କରାଯାଇଥିଲା। ସୋଲପଟା ଉଚ୍ଚପ୍ରାଥମିକ…

Read More

ସ୍ୱାସ୍ଥ୍ୟ, ସଚେତନତା ଶିବିର ଓ ଚଷମା ଓ ଚପଲ ବଣ୍ଟନ କାର୍ଯ୍ୟକ୍ରମ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଗଣିଆ ବ୍ଲକ ଅନ୍ତର୍ଗତ ବେଠିଆସାହି ଠାରେ ନବମ ବାର୍ଷିକ ସେବା ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସେବା ଉତ୍ସବ ସମିତି ଓ ଛାମୁଣ୍ଡିଆ ବନ୍ୟପ୍ରାଣୀ ବନାଞ୍ଚଳ, ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ମିଳିତ ଉଦ୍ୟମରେ  ବେଠିଆ ସାହି ଠାରେ ମାଗଣା ସ୍ବାସ୍ଥ୍ୟ ଶିବିର ଓ ଚଷମା ବଣ୍ଟନ କାର୍ଯକ୍ରମ ଅନୁଷ୍ଠିତ ହେବା ସହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଶିବିର ରେ ପ୍ରାୟ ଦେଢ଼ ଶହ ଜଣ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ମାଗଣା ଔଷଧ ଓ ପ୍ରାୟ ୨୦ଜଣଙ୍କୁ ଚଷମା ବଣ୍ଟନ କରାଯାଇଥିଲା।  ଅନ୍ୟପକ୍ଷେ ସେବା ସମିତି ସଦସ୍ୟଙ୍କ ଦ୍ୱାରା ମନୁଷ୍ୟ ଓ ବନ୍ୟଜନ୍ତୁ ମଧ୍ୟରେ ବିବାଦ ପ୍ରତିବିଧାନ ସମ୍ପର୍କରେ ସଚେତନ ସଭା କରାଯିବା ସହ ପଥପ୍ରାନ୍ତ ନାଟକ ପ୍ରଦର୍ଶିତ ହୋଇଥିଲା। ସେବା ଉତ୍ସବ ସମିତି ଅଧ୍ୟକ୍ଷ ଶିବରାମ…

Read More

ଉତ୍କଳ ସମ୍ମିଳନୀ ନୟାଗଡ ଜିଲ୍ଲା ଶାଖାର ନୂତନ କର୍ମକର୍ତ୍ତା

ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡ଼ିଆ ଭାଷା, ସାହିତ୍ୟ ପାଇଁ ନିରନ୍ତର ବିଭିନ୍ନ କାର୍ଯ୍ୟକ୍ରମ କରିଆସୁଥିବା, ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଓଡ଼ିଆ ଭାଷା ସାହିତ୍ୟ ପ୍ରତି ଅଧିକ ଆଗ୍ରହ ସୃଷ୍ଟି କରାବା ପାଇଁ ବିଦ୍ୟାଳୟ ତଥା ମହାବିଦ୍ୟାଳୟସ୍ତରରେ “ନୂଆ ସ୍ୱର ନିଆରା କଥା” ପରି କାର୍ଯ୍ୟକ୍ରମ ଆୟୋଜନ କରିବା ସହ ବିଭିନ୍ନ ସେବାମୂଳକ କାର୍ଯ୍ୟ କରିଆସୁଥିବା ଉତ୍କଳ ସମ୍ମିଳନୀ ନୟାଗଡ ଜିଲ୍ଲା ଶାଖାର ନୂତନ କର୍ମକର୍ତ୍ତା ନିର୍ବାଚିତ କରାଯାଇଛି। ଉତ୍କଳ ସମ୍ମିଳନୀ ରାଜ୍ୟ ସଂଗଠନର ନିର୍ଦ୍ଦେଶ କ୍ରମେ ଅନୁଷ୍ଠିତ ଏହି ନିର୍ବାଚନରେ ବରିଷ୍ଠ ସଦସ୍ୟ ପ୍ରଫୁଲ୍ଲ କୁମାର ନାୟକ ସମସ୍ତଙ୍କୁ ସ୍ୱାଗତ କରିଥିଲେ ଏବଂ ପର୍ଯ୍ୟବେକ୍ଷକ ହାଡିବନ୍ଧୁ ମହାକୁଡ଼ ଏବଂ ନିର୍ବାଚନ ଅଧିକାରୀ ଭାବେ ଗୋକୁଳ କୁମାର ଷଡ଼ଙ୍ଗୀ ଯୋଗଦେଇ ନୂତନ କର୍ମକର୍ତ୍ତା ନିର୍ବାଚନ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରୁ ପ୍ରଭୁଦତ୍ତ ପ୍ରଧାନ ଓ ଉର୍ମିଳା ବାଳା ମିଶ୍ର…

Read More

ସମଗ୍ର ରାଜ୍ୟରେ ବିତର୍କର ବିଜେତା ବିଶ୍ୱବିଜିତା

ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡିଶା ସାହିତ୍ୟ ଏକାଡେମୀର ୬୮ ତମ ସ୍ବନକ୍ଷତ୍ର ଦିବସ ପାଳନ ଅବସରରେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର, ନୟାଗଡ଼ର ସପ୍ତମ ଶ୍ରେଣୀ ଛାତ୍ରୀ ସମଗ୍ର ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି ବିଶ୍ୱବିଜିତା ମହାନ୍ତି। ଓଡିଶା ସାହିତ୍ୟ ଏକାଡେମୀ ଦ୍ୱାରା ଆୟୋଜିତ ବକୃତା ପ୍ରତିଯୋଗିତାରେ ନୟାଗଡ଼ କ୍ଳଷ୍ଟର ସ୍ତରରେ ପ୍ରଥମ, ବ୍ଳକ ସ୍ତରରେ ପ୍ରଥମ ତାପରେ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରୀୟ ବକୃତା ପ୍ରତିଯୋଗିତାରେ ଭାଗନେଇ ପ୍ରଥମ ସ୍ଥାନ ଅଧିକାର କରି ବକୃତାରେ ବିଜେତା ହୋଇ ନୟାଗଡ଼ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଅର୍ଜନ କରିଛନ୍ତି ସୁଶ୍ରୀ ବିଶ୍ବବିଜିତା। ଭୁବନେଶ୍ୱର ରବିନ୍ଦ୍ର ମଣ୍ଡପରେ ଆୟୋଜିତ ଏକାଡେମୀର ୬୮ତମ ସ୍ବନକ୍ଷତ୍ର ଦିବସ ପାଳନ ଅବସରରେ ମଞ୍ଚାସୀନ ଅତିଥି ଓଡିଶା ଭାଷା ସାହିତ୍ୟ ସଂସ୍କୃତି, ଉଚ୍ଚ ଶିକ୍ଷା ବିଭାଗ ମାନ୍ୟଵର ମନ୍ତ୍ରୀ…

Read More

ନୟାଗଡ଼ର ଉଭୟ ବନଖଣ୍ଡ ଅଧିକାରୀଙ୍କ ବଦଳି

ନୟାଗଡ଼, (ନୟାଗଡ଼ ଦର୍ପଣ): ରାଜ୍ୟ ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ବନଖଣ୍ଡ ଅଧିକାରୀଙ୍କ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରାଯାଇଛି। ଯେଉଁଥିରେ ୩୪ ଜଣ ବନଖଣ୍ଡ ଅଧିକାରୀଙ୍କ ବଦଳି ହୋଇଛି। ଏହା ମଧ୍ୟରେ ନୟାଗଡ଼ର ଉଭୟ ବନଖଣ୍ଡ ଅଧିକାରୀ (ଟେରିଟୋରିଆଲ ଓ ବନ୍ୟପ୍ରାଣୀ)ଙ୍କ ବଦଳି ହୋଇଛି । ଟେରିଟୋରିଆଲ ବନଖଣ୍ଡ ଅଧିକାରୀ କ୍ଷମା ଷଡ଼ଙ୍ଗୀଙ୍କ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ, ଓଡ଼ିଶା କାର୍ଯ୍ୟାଳୟକୁ ବଦଳି ହୋଇଥିବା ବେଳେ ତାଙ୍କ ସ୍ଥାନରେ କୁଚିଣ୍ଡା ବନଖଣ୍ଡ ଅଧିକାରୀ ଦେବାର୍ଚ୍ଚନ ବେହେରାଙ୍କୁ ନିଯୁକ୍ତି ମିଳିଛି। ସେହିଭଳି ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଫାଲ୍‌ଗୁନୀ ସାରଥୀ ମଲିକଙ୍କର ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) କାର୍ଯ୍ୟାଳୟକୁ ବଦଳି ହୋଇଥିବା ବେଳେ ତାଙ୍କ ସ୍ଥାନରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ, ଓଡ଼ିଶା କାର୍ଯ୍ୟାଳୟରେ ଥିବା ଅମରେଶନାଥ ପ୍ରଧାନଙ୍କୁ…

Read More