ନୟାଗଡ଼,(ନୟାଗଡ଼ ଦର୍ପଣ) :ମଇ ମାସର ପ୍ରଥମ ରବିବାରକୁ ବିଶ୍ୱ ହାସ୍ୟ ଦିବସ ରୂପେ ପାଳନ କରାଯାଏ। ଏହି ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲା ସାହିତ୍ୟ ସଂସ୍କୃତି ବିକାଶ ମଞ୍ଚ ପକ୍ଷରୁ ବିଶ୍ବ ହାସ୍ୟ ଦିବସ ବେଶ ଧୁମଧାମରେ ପାଳିତ ହୋଇଯାଇଛି । ନୟାଗଡ଼ ପୁରୁଣାସହର ଜଗନ୍ନାଥ ମନ୍ଦିର ସାମନା ଯଦୁମଣି ମଣ୍ଡପଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଓଡ଼ିଶାର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ସୁର ରାଉତରାୟ ଏବଂ ବିଶିଷ୍ଟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଅନୁଷ୍ଠାନର ସଭାପତି ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ବୋଲଗଡ଼ ଏକ୍ସପ୍ରେସ ବ୍ରଜ ସୁବୁଦ୍ଧି,ଡ.କୁଳାଙ୍ଗାର, ଶ୍ରୀଯୁକ୍ତ ସତ୍ୟାନାଶ, ଡ. ରମାକାନ୍ତ ମହାପାତ୍ର,ରବୀନ୍ଦ୍ର ରାଉତ, ମିଷ୍ଟର କାଳିଆ,ଆର୍ତ୍ତତ୍ରାଣ,ବାଳକୃଷ୍ଣ,…
Read MoreMonth: May 2025
ମାଟ୍ରିକ ଏ-୧ ଛାତ୍ରୀଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା
ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ମାଟ୍ରିକ ପରୀକ୍ଷାରେ ଏନଏସି ହାଇସ୍କୁଲର ୫୬୦ ନମ୍ବର ରଖି ଏ-୧ ପାଇଥିବା ଛାତ୍ରୀ ପିଙ୍କି କୁମାରୀ ସିଂଙ୍କୁ ବିଦ୍ୟାଳୟ ପକ୍ଷରୁ ଉଚ୍ଛ୍ଵର୍ସିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏଥି ସହିତ ଏ-୨ ପାଇଥିବା ଅନ୍ୟ ୫ ଜଣ ଛାତ୍ରଛାତ୍ରୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି। ଏହି ଛାତ୍ରଛାତ୍ରୀ ମାନେ ହେଲେ ଐଶ୍ୱର୍ଯ୍ୟା ପ୍ରଧାନ,ଶୁଭମ ମୁଦୁଲି,ପ୍ଲାଜା ରାଣୀ ପାତ୍ର,ଶୁଭଶ୍ରୀ ଶୁଭସ୍ମିତା ମହାପାତ୍ର ଏବଂ ଆୟୁଷ କୁମାର। ପ୍ରଧାନ ଶିକ୍ଷୟିତ୍ରୀ ରସିଦା ଖାତୁନ ସେମାନଙ୍କୁ ଫୁଲତୋଡ଼ା ଏବଂ ମିଠା ଖୁଆଇ ସମ୍ବର୍ଦ୍ଧିତ କରିଥିବା ବେଳେ ବରିଷ୍ଠ ଶିକ୍ଷକ ପ୍ରଦୀପ୍ତ ଡାକୁଆ, ପୂର୍ଣ୍ଣିମା ତ୍ରିପାଠୀ, ସୁଚିତ୍ରା ଦେବୀ, ରୋଜାଲିନ ମିଶ୍ର, ଜ୍ୟୋତିର୍ମୟୀ ରଥ, ଉମାକାନ୍ତ ମିଶ୍ର, କାଦମ୍ବିନୀ କରଣ, ସୌଦାମିନୀ ପ୍ରଧାନ, ଲକ୍ଷ୍ମୀଧର ସାହୁ ପ୍ରମୁଖ ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ସୂଚନା ଯୋଗ୍ୟ ଯେ ଏନଏସି ହାଇସ୍କୁଲର…
Read Moreଦିବଂଗତ ସାମ୍ବାଦିକଙ୍କ ପରିବାରକୁ ସହାୟତା
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘର ବରିଷ୍ଠ ସଦସ୍ୟ ତଥା ସାପ୍ତାହିକୀ ପତ୍ରିକା ସାଲାମୀର ସମ୍ପାଦକ ବର୍ଷିଆନ ସାମ୍ବାଦିକ ତଥା ନୟାଗଡ଼ ଏନଏସିର ପୂର୍ବତନ ନଗରପାଳ ଗତ ୨୯ ତାରିଖ ଦିନ ଇହଲୀଳା ସମ୍ବରଣ କରିଥିଲେ। ପୂର୍ବ ନିଷ୍ପତ୍ତି କ୍ରମେ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଶୁଦ୍ଧକ୍ରିୟା ବ୍ରାହ୍ମଣ ଭୋଜନ ନିମନ୍ତେ ୩ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଆଜି ପୂର୍ବାହ୍ନରେ ସଂଘ ସଭାପତି ପ୍ରମୋଦ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ସ୍ବର୍ଗତ ଦାଶଙ୍କ ପୁରୁଣା ସହରସ୍ଥିତ ବାସ ଭବନରେ ପହଞ୍ଚି ତାଙ୍କ ଜ୍ୟେଷ୍ଠପୁତ୍ରଙ୍କୁ ଏହି ସହାୟତା ରାଶି ପ୍ରଦାନ କରିଥିଲେ।
Read Moreଦଶପଲ୍ଲାରେ ମାନବିକ ଅଧିକାର ସଚେତନତା କାର୍ଯ୍ୟକ୍ରମ
ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦଶପଲ୍ଲା ଓକିଲ ସଂଘ ଆୟୋଜନ କ୍ରମେ ଦଶପଲ୍ଲାସ୍ଥ ଗୋବିନ୍ଦ ଭବନ ଠାରେ ଅନୁସୂଚିତ ଜାତି , ଜନଜାତି ଓ ମହିଳା ମାନଙ୍କର ମାନବିକ ଅଧିକାର ଉପରେ ଏକ ସଚେତନତା କାର୍ଯକ୍ରମ ଅନୁଷ୍ଠିତ ହୋଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପ୍ରାକ୍ତନ ମୁଖ୍ୟ ବିଚାରପତି ହାଇକୋର୍ଟ ତଥା ଅଧୁନା ଜାତୀୟ ମାନବିକ ଅଧିକାର ଆୟୋଗର ମାନ୍ୟବର ସଦସ୍ୟ ଜଷ୍ଟିସ ଡ. ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ ଓ ମୁଖ୍ୟବକ୍ତା ଭାବରେ ପ୍ରାକ୍ତନ ସି.ବି.ଆଇ. ଜଜ୍ ଶରତ ଚନ୍ଦ୍ର ମିଶ୍ର ଯୋଗଦେଇଥିଲେ। ସଭାର ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ଵାରା ବାବା ସାହେବ୍ ଡ. ଆମ୍ବେଦକରଙ୍କ ଫଟୋଚିତ୍ରରେରେ ମାଲ୍ୟାର୍ପଣ ଏବଂ ପ୍ରଦୀପ ପ୍ରଯୋଳନ କରାଗଲା ପରେ ଓକିଲ ସଂଘର ସମ୍ପାଦକ ଶରତ ଚନ୍ଦ୍ର ବେହେରା ଅତିଥି ପରିଚୟ ସହିତ ସ୍ବାଗତ ଭାଷଣ ଦେଇ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ।…
Read Moreନୟାଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରଛାତ୍ରୀଙ୍କ ବାଜିମାତ
ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ଶିକ୍ଷାବର୍ଷ ୨୦୨୪-୨୫ ମାଧ୍ୟମିକ ପରୀକ୍ଷାରେ ନୟାଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରଛାତ୍ରୀଙ୍କ ଶତପ୍ରତିଶତ ସଫଳତା ଲାଭ କରିଛି। A1 ଗ୍ରେଡ଼ରେ ୬ଜଣ ଛାତ୍ରଛାତ୍ରୀ ସେହିପରି A2ରେ ୧୭ଜଣ, B1ରେ ୨୧ଜଣ B2ରେ ୨୧ଜଣ, C ଗ୍ରେଡ଼ରେ ୧୮ଜଣ, D-୨ଜଣ। ଏହିପରି କୃତି ଛାତ୍ରଛାତ୍ରୀ ମାନେ ବ୍ୟାପକ ସଫଳତା ଅର୍ଜନ କରି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି। ଆଶିଷ କୁମାର ପ୍ରଧାନ ସର୍ବୋଚ୍ଚ ୫୭୩ନମ୍ବର ରଖି ପିତାମାତା, ବିଦ୍ୟାଳୟ ଓ ସମ୍ପୂର୍ଣ୍ଣ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ସେହିପରି ତୃତୀୟ ଶ୍ରେଣୀ ସରକାରୀ ବୃତ୍ତି ପରୀକ୍ଷାରେ ଆୟୁଷ କୁମାର ପ୍ରଧାନ ନୟାଗଡ଼ ବ୍ଲକରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେ ମୋଟ ୧୦୦ ରୁ ୯୯ ନମ୍ବର ରଖି କୃତ୍ତିତ୍ୱ ହାସଲ କରିଛନ୍ତି। ଗିରିଶ କୁମାର ଘଡେଇ ଦ୍ଵିତୀୟ ରାଙ୍କ ଓ ସ୍ବର୍ଣ୍ଣଲତା…
Read Moreମାଟ୍ରିକ୍ ପରୀକ୍ଷାରେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀଙ୍କ ବାଜିମାତ
ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ମାଟ୍ରିକ୍ ପରୀକ୍ଷାରେ ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀମାନେ ୧୦୦% (ଶତପ୍ରତିଶତ) ରେଜଲ୍ଟ କରି ବାଜିମାତ କରିବା ସହିତ ସମସ୍ତ ଛାତ୍ରଛାତ୍ରୀ ୫୦% ରୁ ଉର୍ଦ୍ଧ୍ବ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇ ପୁଣି ଏକ ନୂଆ ଇତିହାସ ରଚନା କରି ବିଦ୍ଯାଳୟ ପାଇଁ ଗର୍ବ ଓ ଗୌରବ ଅର୍ଜନ କରିଛନ୍ତି। ୩୩ ଜଣ ପରୀକ୍ଷାର୍ଥୀଙ୍କ ମଧ୍ଯରୁ ଏ-୧ରେ ୦୧ଜଣ, ଏ-୨ରେ ୦୩ ଜଣ, ବି-୨ରେ ୧୭ଜଣ ଓ ସି-ଗ୍ରେଡ୍ ରେ ୧୨ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏ-୧ ଗ୍ରେଡ୍ ରେ ଉତ୍ତୀର୍ଣ୍ଣ ହୋଇଥିବା ହନିମେଷ ଡାକୁଆ ୫୫୦ ନମ୍ବର ରଖି ବିଦ୍ଯାଳୟର ସମ୍ମାନକୁ ଅକ୍ଷୁର୍ଣ୍ଣ ରଖିବା ସହିତ ଭବିଷ୍ଯତରେ ଜଣେ ଇଂଜିନିୟର ହେବା ପାଇଁ ଆଶା ରଖିଛନ୍ତି। ବିଦ୍ଯାଳୟର ସମସ୍ତ ଛାତ୍ରଛାତ୍ରୀ ୫୦%ରୁ ଉର୍ଦ୍ଧ୍ବ ନମ୍ବର ରଖିଥିବାରୁ ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ଶ୍ରୀଯୁକ୍ତ ଶ୍ରୀଧର ସାହୁ ସେବାବ୍ରତୀ ଗୁରୁଜୀ…
Read Moreସୋହମ ତରଫରୁ ‘ଜାଗତେ ରହୋ ଭାରତ ଯାତ୍ରା’କୁ ନୟାଗଡରେ ସ୍ଵାଗତ
ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡର ଅଗ୍ରଣୀ ସ୍ଵେଚ୍ଛାସେବୀ ସଙ୍ଗଠନ “ସୋହମ” ତରଫରୁ ଗତ ମାର୍ଚ୍ଚ ୮ ତାରିଖରୁ ମାଉଣ୍ଟ ଆବୁରୁ ଆରମ୍ଭ ହୋଇ ୧୮ଟି ରାଜ୍ୟକୁ ପ୍ରାୟ ୧୮୦୦୦ କି.ମି ଅତିକ୍ରମ କରି ଆସନ୍ତା ଜୁନ ୭ ତାରିଖରେ ନୂଆଦିଲ୍ହୀରେ ପହଞ୍ଚିବାକୁ ଥିବା “ଜାଗତେ ରହୋ ଭାରତ ଯାତ୍ରା”କୁ ନୟାଗଡରେ ସ୍ଵାଗତ କରିଯାଇଥିଲା। ତତ୍ପରେ ନୟାଗଡ ସ୍ଥିତ ଭାରତ ବିକାଶ ପରିଷଦ ଭବନ ଠାରେ ସୋହମ ସଙ୍ଗଠନର ଉପସଭାପତି ତଥା ପରିବେଶବିତ ଶ୍ରୀଯୁକ୍ତ ଅନାଦି ଚରଣ ମହାନ୍ତିଙ୍କ ସଭାପତିତ୍ଵରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଏହି ଯାତ୍ରାର ମୁଖ୍ୟ କର୍ଣ୍ଣଧାର ତଥା ଦିଗଦର୍ଶକ ଓ ଗ୍ରାମୀଣ ବିକାଶ ମଣ୍ଡଳ, ହରିୟଣାର ପ୍ରତିଷ୍ଠତା ରାଜେନ୍ଦ୍ର କୁମାର ଏହି ଯାତ୍ରାର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ବିଷୟରେ ସବିଶେଷ ଆଲୋଚନା କରିଥିଲେ। ନାରୀମାନଙ୍କ ସମ୍ମାନ ଓ ନାରୀ ନିର୍ଯ୍ୟାତନା ବିରୋଧରେ…
Read Moreକଷ୍ଟିଡାକୁଆ ଭବନରେ ଶ୍ରମିକ ଦିବସ
ନୟାଗଡ଼, (ନୟାଗଡ଼ ଦର୍ପଣ)। ନୟାଗଡ଼ରେ କଷ୍ଟିଡାକୁଆ ଭବନଠାରେ ଶ୍ରମିକ ନେତା ପବିତ୍ର ଇନ୍ଦ୍ରଜିତଙ୍କ ଅଧ୍ୟକ୍ଷତାରେ ଆନ୍ତର୍ଜାତିକ ଶ୍ରମିକ ଦିବସ ଅବସରରେ ବସ୍ତିବାସିନ୍ଦା ସଂଘର ନେତା କରିମ୍ ଖାଁ ଙ୍କ ଦ୍ଵାରା ରକ୍ତପତାକା ଉତ୍ତୋଳନ କରାଯାଇଥିଲା। ସିଆଇଟିୟୁର ବରିଷ୍ଠ ନେତା ବିଶ୍ଵନାଥ ମହାପାତ୍ର ମଇଦିବସର ଇତିହାସ ଓ ତାତ୍ପର୍ଯ୍ୟ ଉପରେ ଆଲୋକପାତ କରି ଅଧୁନା ଶ୍ରମିକ କୃଷକମାନଙ୍କ ସ୍ଵାର୍ଥ ବିରୋଧରେ ଚାଲିଥିବା ବିଶ୍ଵବ୍ୟାପୀ ପୁଞ୍ଜିବାଦୀ ଚକ୍ରାନ୍ତ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହିତ ଆସନ୍ତା ମଇ୨୦ ସାଧାରଣ ଧର୍ମଘଟକୁ ସଫଳ କରିବାପାଇଁ ଆହ୍ୱାନ ଦେଇଥିଲେ।
Read Moreନୟାଗଡ଼ରେ ଆନ୍ତର୍ଜାତୀୟ ଶ୍ରମ ଦିବସ ପାଳନ ସମାରୋହ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ, ନୟାଗଡ ଓ ଜିଲ୍ଲା ପ୍ରଶାସନ ନୟାଗଡ ପକ୍ଷରୁ ଆନ୍ତର୍ଜାତୀୟ ଶ୍ରମ ଦିବସ ପାଳନ ସମାରୋହ ତଥା ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଅଛି। ଏଥିରେ ମୁଖ୍ୟ ଅତିଥି ଭାବେ ଓଡିଶା ବିଧାନସଭା ବାଚସ୍ପତି ସୁରମା ପାଢ଼ୀ ଏବଂ ଜିଲ୍ଲା ପରିଷଦ ଅଧକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିବାହୀ ଅଧିକାରୀ ଲଗ୍ନଜିତ ରାଉତ, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ବାଇଁ, ସଚିବ ଜ଼ିଲ୍ଲା ନ୍ୟାୟ ସେବା ପ୍ରାଧିକରଣ, ନୟାଗଡ ଅଞ୍ଜଳି ମାଛଖଣ୍ଡ, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀମତୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ,ଜ଼ିଲ୍ଲା ଶ୍ରମ ଅଧିକାରୀ (କଲ୍ୟାଣ) ନୟାଗଡ, ଶ୍ରୀ ଚିତ୍ତରଞ୍ଜନ ରାଉତ ଇତ୍ୟାଦି ଯୋଗଦେଇ ନିର୍ମାଣ ଶ୍ରମିକ ମାନଙ୍କୁ ଓଡ଼ିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଦ୍ଵାରା…
Read Moreଜିଲ୍ଲାସ୍ତରୀୟ ଅକ୍ଷୟ ତୃତୀୟା ଓ କୃଷି ଦିବସ ପାଳନ ସମାରୋହ
ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲାର ନବଘନପୁର ଠାରେ ଡ଼ଃ ମୁକେଶ ମହାଲିଙ୍ଗ, ମାନ୍ୟବର ମନ୍ତ୍ରୀ (ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ , ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତି ବିଦ୍ୟା ଏବଂ ସଂସଦୀୟ ବ୍ୟାପାର ବିଭାଗ , ଓଡିଶା ସରକାର)ଙ୍କ କରକମଳରେ ଅଖି ମୁଠି ଅନୁକୂଳ, ଭୂମି ପୂଜନ, ଭୂମି କର୍ଷଣ ସକାଳ ଘ.୭.୩୦ମି. ସମୟରେ ଅନୁଷ୍ଠିତ ହୋଇଯାଇଛି। ଏହା ପରେ ପରେ ଜିଲ୍ଲାପରିଷଦର ସୃଜନୀ ସମ୍ମିଳନୀ କକ୍ଷରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ ଥିବା ବେଳେ ଦୁଷ୍ମନ୍ତ କୁମାର ସ୍ୱାଇଁ, ବିଧାୟକ ଖଣ୍ଡପଡ଼ା, ଡ଼ଃ ଅରୁଣ କୁମାର ସାହୁ, ବିଧାୟକ ନୟାଗଡ, ସମ୍ମାନୀୟ ଜିଲ୍ଲାପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ସମ୍ମାନୀୟ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ପ୍ରମୁଖ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ…
Read More