ମାଟ୍ରିକ ଏ-୧ ଛାତ୍ରୀଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା

ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ମାଟ୍ରିକ ପରୀକ୍ଷାରେ ଏନଏସି ହାଇସ୍କୁଲର ୫୬୦ ନମ୍ବର ରଖି ଏ-୧ ପାଇଥିବା ଛାତ୍ରୀ ପିଙ୍କି କୁମାରୀ ସିଂଙ୍କୁ ବିଦ୍ୟାଳୟ ପକ୍ଷରୁ ଉଚ୍ଛ୍ଵର୍ସିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏଥି ସହିତ ଏ-୨ ପାଇଥିବା ଅନ୍ୟ ୫ ଜଣ ଛାତ୍ରଛାତ୍ରୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି। ଏହି ଛାତ୍ରଛାତ୍ରୀ ମାନେ ହେଲେ ଐଶ୍ୱର୍ଯ୍ୟା ପ୍ରଧାନ,ଶୁଭମ ମୁଦୁଲି,ପ୍ଲାଜା ରାଣୀ ପାତ୍ର,ଶୁଭଶ୍ରୀ ଶୁଭସ୍ମିତା ମହାପାତ୍ର ଏବଂ ଆୟୁଷ କୁମାର। ପ୍ରଧାନ ଶିକ୍ଷୟିତ୍ରୀ ରସିଦା ଖାତୁନ ସେମାନଙ୍କୁ ଫୁଲତୋଡ଼ା ଏବଂ ମିଠା ଖୁଆଇ ସମ୍ବର୍ଦ୍ଧିତ କରିଥିବା ବେଳେ ବରିଷ୍ଠ ଶିକ୍ଷକ ପ୍ରଦୀପ୍ତ ଡାକୁଆ, ପୂର୍ଣ୍ଣିମା ତ୍ରିପାଠୀ, ସୁଚିତ୍ରା ଦେବୀ, ରୋଜାଲିନ ମିଶ୍ର, ଜ୍ୟୋତିର୍ମୟୀ ରଥ, ଉମାକାନ୍ତ ମିଶ୍ର, କାଦମ୍ବିନୀ କରଣ, ସୌଦାମିନୀ ପ୍ରଧାନ, ଲକ୍ଷ୍ମୀଧର ସାହୁ ପ୍ରମୁଖ ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ସୂଚନା ଯୋଗ୍ୟ ଯେ ଏନଏସି ହାଇସ୍କୁଲର ମୋଟ ୧୧୪ ଜଣ ଛାତ୍ରଛାତ୍ରୀ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିବା ବେଳେ ସମସ୍ତେ ପାସ କରି ବିଦ୍ୟାଳୟ ପାଇଁ ଶତ ପ୍ରତିଶତ ସଫଳତା ଆଣିଛନ୍ତି।

Related posts