ଦିବଂଗତ ସାମ୍ବାଦିକଙ୍କ ପରିବାରକୁ ସହାୟତା

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘର ବରିଷ୍ଠ ସଦସ୍ୟ ତଥା ସାପ୍ତାହିକୀ ପତ୍ରିକା ସାଲାମୀର ସମ୍ପାଦକ ବର୍ଷିଆନ ସାମ୍ବାଦିକ ତଥା ନୟାଗଡ଼ ଏନଏସିର ପୂର୍ବତନ ନଗରପାଳ ଗତ ୨୯ ତାରିଖ ଦିନ ଇହଲୀଳା ସମ୍ବରଣ କରିଥିଲେ।  ପୂର୍ବ ନିଷ୍ପତ୍ତି କ୍ରମେ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଶୁଦ୍ଧକ୍ରିୟା ବ୍ରାହ୍ମଣ ଭୋଜନ ନିମନ୍ତେ ୩ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଆଜି ପୂର୍ବାହ୍ନରେ ସଂଘ ସଭାପତି ପ୍ରମୋଦ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ସ୍ବର୍ଗତ ଦାଶଙ୍କ ପୁରୁଣା ସହରସ୍ଥିତ ବାସ ଭବନରେ ପହଞ୍ଚି ତାଙ୍କ ଜ୍ୟେଷ୍ଠପୁତ୍ରଙ୍କୁ ଏହି ସହାୟତା ରାଶି ପ୍ରଦାନ କରିଥିଲେ।

Related posts