ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ମାଟ୍ରିକ୍ ପରୀକ୍ଷାରେ ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀମାନେ ୧୦୦% (ଶତପ୍ରତିଶତ) ରେଜଲ୍ଟ କରି ବାଜିମାତ କରିବା ସହିତ ସମସ୍ତ ଛାତ୍ରଛାତ୍ରୀ ୫୦% ରୁ ଉର୍ଦ୍ଧ୍ବ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇ ପୁଣି ଏକ ନୂଆ ଇତିହାସ ରଚନା କରି ବିଦ୍ଯାଳୟ ପାଇଁ ଗର୍ବ ଓ ଗୌରବ ଅର୍ଜନ କରିଛନ୍ତି।
୩୩ ଜଣ ପରୀକ୍ଷାର୍ଥୀଙ୍କ ମଧ୍ଯରୁ ଏ-୧ରେ ୦୧ଜଣ, ଏ-୨ରେ ୦୩ ଜଣ, ବି-୨ରେ ୧୭ଜଣ ଓ ସି-ଗ୍ରେଡ୍ ରେ ୧୨ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି।
ଏ-୧ ଗ୍ରେଡ୍ ରେ ଉତ୍ତୀର୍ଣ୍ଣ ହୋଇଥିବା ହନିମେଷ ଡାକୁଆ ୫୫୦ ନମ୍ବର ରଖି ବିଦ୍ଯାଳୟର ସମ୍ମାନକୁ ଅକ୍ଷୁର୍ଣ୍ଣ ରଖିବା ସହିତ ଭବିଷ୍ଯତରେ ଜଣେ ଇଂଜିନିୟର ହେବା ପାଇଁ ଆଶା ରଖିଛନ୍ତି। ବିଦ୍ଯାଳୟର ସମସ୍ତ ଛାତ୍ରଛାତ୍ରୀ ୫୦%ରୁ ଉର୍ଦ୍ଧ୍ବ ନମ୍ବର ରଖିଥିବାରୁ ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ଶ୍ରୀଯୁକ୍ତ ଶ୍ରୀଧର ସାହୁ ସେବାବ୍ରତୀ ଗୁରୁଜୀ ଗୁରୁମା ଓ ଅଭିଭାବକ ମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।
ସୂଚନା ଥାଉକି, ସମସ୍ତ ଛାତ୍ରଛାତ୍ରୀ ଲେଙ୍କୁଡିପଡା ଉଚ୍ଚ ବିଦ୍ଯାଳୟ ଅଧିନରେ ପରୀକ୍ଷା ଦେଇଥିଲେ।
ମାଟ୍ରିକ୍ ପରୀକ୍ଷାରେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀଙ୍କ ବାଜିମାତ
