ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ବର୍ଷ ମାର୍ଚ୍ଚ ୧ରୁ ସପ୍ତାହବ୍ୟାପୀ ପଞ୍ଚମ ରାଜ୍ୟସ୍ତରୀୟ ନାଟ୍ୟମେଳା ପଠାଣି ସାମନ୍ତ ଅଡିଟୋରିଅମ ଠାରେ ଅନୁଷ୍ଠିତ ହେବ। ନୟାଗଡ଼ ସହରର ପଞ୍ଜିକୃତ ନାଟ୍ୟସଂସ୍ଥା ‘ନାଟ୍ୟଧାରା’ ବିଗତ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମାର୍ଚ୍ଚ ୧ ରୁ ୭ ତାରିଖ ଯାଏଁ ନାଟକ ମହୋତ୍ସବ ଅନୁଷ୍ଠିତ ହେବ। ଚଳିତ ବର୍ଷ ଭୁବନେଶ୍ବର, ସମ୍ବଲପୁର, କଟକ ଏବଂ ନୟାଗଡ଼ ପ୍ରଭୃତି ସ୍ଥାନର ଧୁରୀଣ ନାଟ୍ୟାନୁଷ୍ଠାନମାନଙ୍କ ସହିତ ନାଟକ ମଞ୍ଚସ୍ଥ ନିମନ୍ତେ ଯୋଗାଯୋଗ କରାଯାଇଅଛି । ପ୍ରତ୍ୟହ ସନ୍ଧ୍ୟା ୭ ଘ. ୩୦ ମିନିଟ ସମୟରେ ଆରମ୍ଭ ହେବାକୁ ଥିବା ନାଟକ ଗୁଡିକ ଥିଏଟର ଶୈଳୀରେ ପ୍ରଦର୍ଶିତ ହୋଇ ସର୍ବାଧିକ ଦୁଇ ଘଣ୍ଟା ଅବଧି ମଧ୍ୟରେ ପରିସମାପ୍ତ ହେବ । ନାଟକ ସମୂହ ସାଂପ୍ରତିକ ସମାଜ ଭିତ୍ତିକ ହୋଇ ଦର୍ଶକୀୟ ଆଦୃତି ଲାଭ କରିବ ବୋଲି…
Read MoreYear: 2025
ଚିନ୍ମୟ ମିଶନ ପକ୍ଷରୁ ଗୀତାଶ୍ଳୋକ ଆବୃତ୍ତି ପ୍ରତିଯୋଗିତା
ନୟାଗଡ଼,(ନୟାଗଡ଼ ଦର୍ପଣ): ଚିନ୍ମୟ ମିଶନ ନୟାଗଡ଼ ଶାଖା ପକ୍ଷରୁ ଆଜି ପୂର୍ବାହ୍ନରେ ଗୀତା ଆବୃତ୍ତି ପ୍ରତିଯୋଗିତା ପିଟିଏସ ରୋଡ଼ରେ ଥିବା ଭାରତ ବିକାଶ ପରିଷଦ ଭବନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନୟାଗଡ଼ରେ ଥିବା ବିଭିନ୍ନ ଉଚ୍ଚ ପ୍ରାଥମିକ ଏବଂ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ। ଏହି ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ,ତିରୁପତି ବିଶ୍ୱ ବିଦ୍ୟାଳୟ କୁଳପତି ସତ୍ୟନାରାୟଣ ଆଚାର୍ଯ୍ୟ, ଚିନ୍ମୟ ମିଶନ ଭୁବନେଶ୍ୱରର ଅଧ୍ୟକ୍ଷ ସ୍ୱାମୀ ଚିତଘନାନନ୍ଦ ସରସ୍ବତୀ ପ୍ରମୁଖ ଯୋଗଦାନ କରି ଆଜିକାଲି ଦୁନିଆରେ ଗୀତାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଚିନ୍ମୟ ମିଶନ ନୟାଗଡ଼ ଶାଖା ସଭାପତି ସୁରେନ୍ଦ୍ର ନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ପାଦକ ଘନଶ୍ୟାମ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ…
Read Moreରାଜ୍ୟସ୍ତରୀୟ ଯୁବ ସଂସଦ ପ୍ରତିଯୋଗିତାରେ ଶ୍ରେଷ୍ଠ ୫ରେ ଏନଏସି ହାଇସ୍କୁଲର ଛାତ୍ର ପ୍ରିୟରଞ୍ଜନ
ନୟାଗଡ଼,(ନୟାଗଡ଼ ଦର୍ପଣ): ଭୁବନେଶ୍ୱର ଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଯୁବ ସଂସଦ ପ୍ରତିଯୋଗିତା-୨୦୨୫ରେ ଶ୍ରେଷ୍ଠ ୫ରେ ନୟାଗଡ଼ ଏନଏସି ହାଇସ୍କୁଲର ଛାତ୍ର ପ୍ରିୟରଞ୍ଜନ ମିଶ୍ର କୃତିତ୍ୱ ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ରାଜ୍ୟସ୍ତରୀୟ ଏହି ପ୍ରତିଯୋଗିତାରେ ୩୦ଟି ଜିଲାରୁ ୩୦ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ସଂସଦୀୟ ବ୍ୟାପାର ବିଭାଗର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ଠାରେ ଥିବା ରାଜ୍ୟ କୃଷି ଭବନ ପରିସରରେ ଅନୁଷ୍ଠିତ ଏକ ଛାୟା ପାର୍ଲିଆମେଣ୍ଟ ଅଧିବେଶନ କାର୍ଯ୍ୟକ୍ରମରେ ନୟାଗଡ଼ ଜିଲାରୁ ପ୍ରତିନିଧିତ୍ୱ କରୁଥିବା ଏନଏସି ହାଇସ୍କୁଲର ଛାତ୍ର ପ୍ରିୟରଞ୍ଜନ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଭୂମିକାରେ ନିଖୁଣ ଅଭିନୟ କରି ଅତିଥି ମାନଙ୍କ ଠାରୁ ପୁରସ୍କୃତ ହୋଇଥିଲେ। ତାଙ୍କର ଏହି ଚମତ୍କାର ଅଭିନୟ ପାଇଁ ସମଗ୍ର ରାଜ୍ୟରେ ଶ୍ରେଷ୍ଠ ୫ଜଣଙ୍କ ମଧ୍ୟରେ ରହି…
Read Moreଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ବିଂଶତମ ବାର୍ଷିକ ଉତ୍ସବ ଉପଲକ୍ଷେ ରକ୍ତଦାନ ଶିବିର ଓ ସାଂସ୍କୃତିକ କାର୍ଯ୍ୟକ୍ରମ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ବିଦ୍ଯାଳୟର ବିଂଶତମ ବାର୍ଷିକ ଉତ୍ସବ ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ନେତୃତ୍ବରେ ମହାସମାରୋହରେ ପାଳିତ ହୋଇ ଯାଇଛି। ସକାଳ ୧୦ଟା ସମୟରେ ଆୟୋଜିତ ରକ୍ତଦାନ ଶିବିରକୁ ବ୍ଳକ ଚେୟାରମ୍ୟାନ କିଶୋର ଚନ୍ଦ୍ର ସାହୁ ଓ ପ୍ରାକ୍ତନ ଉପବନ ସଂରକ୍ଷକ ସୁରେଶ ଚନ୍ଦ୍ର ହୋତା ଉଦଘାଟନ କରିଥିଲେ।ରକ୍ତଦାନ ଶିବିରରେ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ଅପରାହ୍ନ ୦୧ଟା ସମୟରେ ବିଦ୍ଯାଳୟର ଉପଦେଷ୍ଟା ହରିହର ପାତ୍ରଙ୍କ ଅଧ୍ଯକ୍ଷତାରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା।ଏହି ଉତ୍ସବରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗଦେଇ ମୂଲ୍ଯବୋଧ ଭିତ୍ତିକ ଶିକ୍ଷା ଉପରେ ବକ୍ତବ୍ଯ ଦେଇ ଅଭିଭାବକ ମାନେ ଏକ ସୁସ୍ଥ ସମାଜ ଗଠନ କରିବା ପାଇଁ…
Read Moreପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ପାଇଁ ପ୍ରସ୍ତୁତି ବୈଠକ
ନୂଆଗାଁ, (ନୟାଗଡ଼ ଦର୍ପଣ): ଚଳିତ ବର୍ଷ ୨୦୨୫ ଫେବୃଆରୀ ୨ ରୁ ୫ ତାରିଖ ପର୍ଯ୍ୟନ୍ତ ହେବାକୁ ଯାଉଥିବା ନୂଆଗାଁ ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ପାଇଁ ନୂଆଗାଁ ବ୍ଲକ ପରିସରରେ ଥିବା ରାଜୀବ ଗାନ୍ଧୀ ସଦଭାବନା ଗୃହରେ ପଞ୍ଚୁପାଣ୍ଡବ ମହୋତ୍ସବ କମିଟିର ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରସ୍ତୁତି ବୈଠକରେ ୧୮ତାରିଖ ପୂର୍ବରୁ ସ୍ମରଣିକାରେ ପ୍ରକାଶ ପାଇବାକୁ ଥିବା ଲେଖା ଯାହାକି ନିଜ ବ୍ଲକ୍ ଉପରେ ଆଧାରିତ ହୋଇଥିବ ଏବଂ ଅଡିସନ୍ ମାଧ୍ୟମରେ କଳାକାର ଚୟନ ଉପରେ ଗୁରୁତ୍ୱାରୋପ କରଯାଇଥିଲା। ଅଧିକରୁ ଅଧିକ ଷ୍ଟଲ୍ ମହୋତ୍ସବରେ ପଡ଼ିବା ପାଇଁ ଓ ଏଲଏମ ବିଭାଗ ଏବଂ ଶାନ୍ତି ଶୃଙ୍ଖଳା ପାଇଁ ତହସିଲଦାର ଏବଂ ପୁଲିସ ବିଭାଗକୁ ଦାୟିତ୍ଵ ଦିଆଯାଇଥିଲା। ଶତାୟୁ ବ୍ୟକ୍ତିମାନଙ୍କୁ…
Read Moreନୂଆବର୍ଷ କୃଷକ-ସଙ୍ଗ୍ରାମର ବର୍ଷ ହେବ: ସି.ପି.ଆଇ.(ଏମ୍)
ନୟାଗଡ଼, (ନୟାଗଡ଼ ଦର୍ପଣ): ଅଦିନିଆ ବର୍ଷା ଚାଷୀ ଫସଲକୁ ଧୋଇଦେଇଛି। ଶାଗମାଛ ଦରରେ ଚାଷୀ ଅଭାବୀ ବିକ୍ରି କରୁଛି। ଜଳସେଚନ, ଜଳନିୟନ୍ତ୍ରଣ ଯୋଜନାର ନାଁ ଗନ୍ଧ ନାହିଁ। କେନ୍ଦ୍ର ଓ ରାଜ୍ୟ ଡବଲ ଇଞ୍ଜିନ ସରକାର କୃଷି ବ୍ୟବସ୍ଥାକୁ ଘରୋଇ କମ୍ପାନୀକୁ ଟେକିଦେବା ପାଇଁ ଅଣ୍ଟା ଭିଡିଛନ୍ତି। ଏଭଳି ସଙ୍ଗୀନ ଅବସ୍ଥାରେ ବ୍ୟାପକ ପ୍ରଭାବଶାଳୀ କୃଷକ ଆନ୍ଦୋଳନ ଗଢି ତୋଳିବାର ଆବଶ୍ୟକତା ରହିଛି ବୋଲି ସି.ପି.ଆଇ.(ଏମ୍)ର ରାଜ୍ୟ ସଂପାଦକ କମ୍ରେଡ ସୁରେଶ ପାଣିଗ୍ରାହୀ ନୟାଗଡ଼ ଜିଲ୍ଲା କମଟି ବୈଠକରେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି। ପାର୍ଟିର ବରିଷ୍ଠ ନେତା ଶରତଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ନୟାଗଡ ଠାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ସଂପାଦକ ହରିଶ୍ଚନ୍ଦ୍ର ମିଶ୍ର ଗତ ଅଦିନିଆ ବର୍ଷାରେ ଜିଲ୍ଲାର ନଷ୍ଟ ଫସଲର ଏକ ମୋଟାମୋଟି ଚିତ୍ର ଉପସ୍ଥାପନ କଲାପରେ କୃଷି ଆନ୍ଦୋଳନକୁ ଅଗ୍ରାଧିକାର ଦେଇ ସଂଗଠିତ…
Read Moreଜିଲ୍ଲା ସ୍ତରୀୟ ଡ଼ାକ ଟିକେଟ ପ୍ରଦର୍ଶନୀ “ନୟାଗଡ଼ ପେକ୍ସ-୨୦୨୫” ଉଦଘାଟିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ଭାରତୀୟ ଡାକ ବିଭାଗ ନୟାଗଡ଼ ଡ଼ାକ ମଣ୍ଡଳ ପକ୍ଷରୁ ଦୁଇ ଦିନିଆ ପ୍ରଥମ ଜିଲ୍ଲା ସ୍ତରୀୟ ଡ଼ାକ ଟିକେଟ ପ୍ରଦର୍ଶନୀ ‘ନୟାଗଡ଼ ପେକ୍ସ – ୨୦୨୫’ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଦର୍ଶନୀରେ ମୁଖ୍ୟ ଅତିଥି ନିର୍ଦ୍ଦେଶକ ମୁଖ୍ୟାଳୟ ଅମିତ୍ କୁମାର ଝା, ଓଡିଶା ପରିମଣ୍ଡଳ, ସମ୍ମାନିତ ଅତିଥି ଭାବେ ଅନିଲ କୁମାର ଧିର ଫିଲାଟେଲଇଷ୍ଟ, ଅଜୟ କୁମାର ବାରିକ ଫିଲାଟେଲିଇଷ୍ଟ, ଖଗେଶ୍ଵର ମଲ୍ଲିକ, ଅଧୀକ୍ଷକ, ନୟାଗଡ ଡାକ ମଣ୍ଡଳ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ପ୍ରଦର୍ଶନି ୧୦୦ରୁ ଉର୍ଦ୍ଧ୍ବ ଫ୍ରେମରେ ଉଭୟ ଭାରତୀୟ ଏବଂ ବିଦେଶୀ ଡାକ ଟିକେଟ,ବିରଳ ଡାକ ଟିକେଟ, ଡାକ ଉପକରଣ, ଜିଲ୍ଲା ଓ ରାଜ୍ୟ ସଂଗ୍ରାହକ ମାନଙ୍କ ଦ୍ଵାରା ସଂଗୃହୀତ ଡାକ ଟିକେଟ ଇତ୍ୟାଦି ପ୍ରଦର୍ଶନ କରାଯାଇଛି। ସ୍ଥାନୀୟ ଶିକ୍ଷାନୁଷ୍ଠାନ ଗୁଡ଼ିକର ୮୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀମାନେ ଏହି…
Read Moreରଣପୁର ମହୋତ୍ସବରେ ବାଚସ୍ପତିଙ୍କ ଦ୍ଵାରା ସମ୍ମାନିତ ହେଲେ ଗୁରୁ ଓ ଶିଷ୍ୟ
ରଣପୁର, (ନୟାଗଡ଼ ଦର୍ପଣ): ରଣପୁର ମହୋତ୍ସବ ଅର୍ଜୁନ-୨୦୨୫ ଆନୁକୂଲ୍ୟରେ “ବୈଷ୍ଣବ କବି ଭକ୍ତଚରଣ ଦିବସ” ପାଳନ ଅବସରରେ ମନ୍ଦାକିନୀ ସାହିତ୍ୟ ସଂସ୍କୃତି ସଂସଦର କବି ସମ୍ମିଳନୀରେ କବିତା ପାଠ ଉତ୍ସବରେ ରଣପୁର ବିଧାୟିକା ତଥା ବାଚସ୍ପତି ସୁରମା ପାଢ଼ୀ ସମ୍ବର୍ଦ୍ଧିତ କଲେ ସରକାରୀ ଉଚ୍ଚ ବିଦ୍ୟାଳୟ ବାହାଡ଼ାଝୋଲାର ଦଶମ ଶ୍ରେଣୀ ଛାତ୍ର କାହ୍ନା ପ୍ରଧାନ ଓ ଆଦର୍ଶ ଶିକ୍ଷକ ତଥା ନୟାଗଡ଼ ଜିଲ୍ଲା ସାହିତ୍ୟ ସୃଜନୀର ଏସ.ଆର.ଜି ଡ଼କ୍ଟର ପ୍ରତାପ କୁମାର ପରିଡ଼ାଙ୍କୁ ସମ୍ମାନପତ୍ର ଉପହାର ଦେଇ ସମ୍ବର୍ଦ୍ଧିତ କରିଛନ୍ତି। ମାଧ୍ଯମିକ ସ୍କୁଲ ଶିକ୍ଷକ ସଂଘ ଦ୍ବାରା ଆୟୋଜିତ ରାଜ୍ୟସ୍ତରୀୟ ଶିଶୁ ଉତ୍ସବରେ କାହ୍ନା ପ୍ରଧାନ କବିତା ରଚନାରେ ରାଜ୍ୟରେ ପ୍ରଥମ ହୋଇଥିଲେ ଓ ବକ୍ତୃତାରେ ଜିଲ୍ଲାରେ ପ୍ରଥମ ରାଜ୍ୟରେ ଚତୁର୍ଥ କୃତୀ ଛାତ୍ରୀ ସୁଶ୍ରୀ ସମୀକ୍ଷା ସମ୍ବର୍ଦ୍ଧିତ କଲେ।ବାଚସ୍ପତି କହିଲେ ଓଡିଆ ଅସ୍ମିତା ଯେପରି ପ୍ରତି…
Read Moreନୟାଗଡ଼ ପୂଜ୍ୟପୂଜା କମିଟି ପକ୍ଷରୁ ଯଦୁମଣି ଜୟନ୍ତୀ ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ପୂଜ୍ୟପୂଜା କମିଟି ଆନୁକୂଲ୍ୟରେ ଉତ୍କଳ ଘଣ୍ଟ ଯଦୁମଣି ଜୟନ୍ତୀ ପାଳିତ ହୋଇଯାଇଛି। ସ୍ଥାନୀୟ ଗୋଦାବରୀ କଲ୍ୟାଣ ମଣ୍ଡପ ଠାରେ ସମାଜସେବୀ ଗୋଦାବରୀ ସାହୁଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ମହାନ ସାରସ୍ୱତ ସାଧକଙ୍କ ଜୟନ୍ତୀ ପରିପ୍ରେକ୍ଷୀରେ ଯଦୁମଣିଙ୍କ ତୈଳ ଚିତ୍ରରେ ପୂଜ୍ୟପୂଜା କମିଟି ସଭାପତି ଶିକ୍ଷାବିତ ପ୍ରସନ୍ନ କୁମାର ବସନ୍ତିଆ, ସଂପାଦକ ଶରତଚନ୍ଦ୍ର ଆଚାର୍ଯ୍ୟ, ଉପସଭାପତି ତଥା ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ଧୀରେନ୍ଦ୍ର କୁମାର ପଟ୍ଟନାୟକ, ଶ୍ରୀକାନ୍ତ କୁମାର ପଟ୍ଟନାୟକ ପ୍ରମୁଖ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି ଅବସରରେ ହାସ୍ୟକବିଙ୍କ ରଚନା ସମ୍ପର୍କରେ ବ୍ୟାପକ ଆଲୋଚନା କରିବା ସହ ଆଗାମୀଦିନରେ ଯଦୁମଣିଙ୍କ ଜୟନ୍ତୀକୁ ସଦର ମହକୁମାରେ ବ୍ୟାପକତା ସହ ପାଳନ କରିବା ନେଇ ପୂଜ୍ୟପୂଜା କମିଟି ପକ୍ଷରୁ ସ୍ଥିରୀକୃତ ହେଲା।
Read Moreନୟାଗଡ଼ ଶରଣକୁଳରୁ ତିନି ଜଣଙ୍କୁ ଗିରଫ, ରସୁଲଗଡ଼ ହତ୍ୟାକାଣ୍ଡ ଘଟଣା
ନୟାଗଡ଼, (ନୟାଗଡ଼ ଦର୍ପଣ): ରସୁଲଗଡ଼ ହତ୍ୟାକାଣ୍ଡ ଘଟଣା, ଏହା ପଛରେ କିଏ ଅଛି କହିଲେ DCP। ଆଜି ସକାଳେ ରସୁଲଗଡ଼ରେ ଛାତିଥରା ହତ୍ୟାକାଣ୍ଡ ଘଟିଯାଇଛି। ବିଚ୍ ରାସ୍ତାରେ ଯୁବକଙ୍କୁ କରାଯାଇଥିଲା ବିଭତ୍ସ ହତ୍ୟା । ରସୁଲଗଡ଼ ପ୍ଲାଏଓଭରେ ମୁଣ୍ଡବିହୀନ ମୃତଦେହ ଦେଖିବାକୁ ମିଳିଥିଲା । ମୃତଦେହ ନିକଟରେ ଏକ ନାରଙ୍ଗି ରଙ୍ଗର ସ୍କୁଟି ଏବଂ ହେଲମେଟ୍ ପଡ଼ିଥିଲା। ପ୍ରାଣହରାଇଥିବା ଯୁବକଜଣକ ହେଲେ ଭୁବନେଶ୍ୱର ମ୍ୟୁନିସିପାଲଟି ସଫେଇ କର୍ମଚାରୀ ସଂଘର ସଭାପତି ସହଦେବ ନାୟକ । ସହଦେବ ପୋଲିସ ମିତ୍ର ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ । ନୟାଗଡ଼ ଶରଣକୁଳରୁ ତିନି ଜଣଙ୍କୁ ଗିରଫ କରାଯାଇଥିବା ଜଣାଇଛାନ୍ତି DCP । ଗିରଫ ତିନି ଜଣଙ୍କ ମଧ୍ୟରେ ଜଣେ ମହିଳା ଥିବା ଜଣାପଡ଼ିଛି।
Read More