ନୟାଗଡ଼, (ନୟାଗଡ଼ ଦର୍ପଣ): ଆଜି ଇଟାମାଟି ଗ୍ରାମ ପଞ୍ଚାୟତ ଅଧିନସ୍ଥ ଅବସର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସଙ୍ଘର ଷଷ୍ଠ ବାର୍ଷିକୋତ୍ସବ ପ୍ରଫୁଲ୍ଲ ସାହୁ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବେ ଜିଲ୍ଳା ଆଇନ ସେବା ପ୍ରାଧିକରଣ ସଚିବ ଅଞ୍ଜଳି ମଛଖଣ୍ଡ , ସମ୍ମାନିତ ଅତିଥି ଭାବେ ଜିଲ୍ଳା ଉପଖଣ୍ଡ ପୋଲିସ ଅଧିକାରୀ ଜ୍ୟୋତି ରଞ୍ଜନ ସାମନ୍ତରାୟ, ଷ୍ଟେଟ୍ ବ୍ୟାଙ୍କ ଶାଖା ପରିଚାଳକ ଦିପେଶ ପ୍ରସାଦ,ସରପଞ୍ଚ ସ୍ଵପ୍ନେଶ୍ୱରୀ ସେଠୀ, ସମିତି ସଭ୍ୟା ଗୋଲାପରାଣୀ ସେଠୀ ,ଆଇନଜ୍ଞ ପ୍ରମୋଦ କୁମାର ବିଶ୍ୱାଳ ,ସମାଜ ସେବୀ ପ୍ରଫୁଲ୍ଲ କୁମାର ସାହୁ ଇତ୍ୟାଦି ଯୋଗ ଦେଇ ଥିଲେ l ନିଜର ବକ୍ତବ୍ୟ ମାଧ୍ୟମରେ ବଶିଷ୍ଠ ନାଗରିକ ମାନେ କିପରି ଅନ୍ୟ ଉପରେ ନିର୍ଭରଶୀଳ ନ ହୋଇ ନିଜର ଜୀବନ ବିତାଇବେ ସେ କଥା କହିଥିଲେ। ପ୍ରତି ମୁହୂର୍ତ୍ତରେ…
Read MoreYear: 2025
ଚଳିତ ମାସରୁ ସଙ୍ଗୀତଧାରା ଭକ୍ତିସଙ୍ଗୀତ ପ୍ରତିଯୋଗିତା
ନୟାଗଡ଼,(ନୟାଗଡ଼ ଦର୍ପଣ): ବିଗତ ବର୍ଷ ମାନଙ୍କ ପରି ଚଳିତ ବର୍ଷ ଜିଲ୍ଲାର ଅତି ଲୋକପ୍ରିୟ ସଙ୍ଗୀତଧାରା ଭକ୍ତି ସଙ୍ଗୀତ ପ୍ରତିଯୋଗିତା ଚଳିତ ମାସରୁ ଆରମ୍ଭ ହେବ। ଜିଲ୍ଲାର ଲୁକ୍କାୟିତ ସଙ୍ଗୀତ ପ୍ରତିଭା ତଥା କଣ୍ଠଶିଳ୍ପୀ ମାନଙ୍କୁ ଲୋକ ଲୋଚନକୁ ଆଣି ସେମାନଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟରେ ଏହି ଭକ୍ତି ସଙ୍ଗୀତ ପ୍ରତିଯୋଗିତା ଚଳିତ ମାସରୁ ଆରମ୍ଭ ହେବାକୁ ଯାଉଛି । ନୟାଗଡ଼ ଜିଲ୍ଲାର ଅଗ୍ରଣୀ ସଙ୍ଗୀତାନୁଷ୍ଠାନ ‘ସଙ୍ଗୀତଧାରା’ ପକ୍ଷରୁ ଆୟୋଜିତ ହେବାକୁ ଯାଉଥିବା ଏହି ପ୍ରତିଯୋଗିତାରେ ୧୪ରୁ ୨୪ବର୍ଷ ବୟସର ଉଭୟ ପୁଅ ଝିଅ ଅଂଶ ଗ୍ରହଣ କରି ପାରିବେ । ଏ ନେଇ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଉଚ୍ଚ ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ, ସଂଗୀତ ଅନୁଷ୍ଠାନ ଓ ଏହା ବାହାରେ ଥିବା ପୁଅଝିଅମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ ବୋଲି ନିଷ୍ପତ୍ତି ନିଆଯାଇଛି। ପ୍ରତିଯୋଗୀ ମାନେ…
Read Moreଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ କଣ୍ଢେଇ ମେଳା ସହିତ ବିଜ୍ଞାନ ମେଳା ଅନୁଷ୍ଠିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ସ୍ଥାନୀୟ ହାଉସିଂ ବୋର୍ଡ କଲୋନୀ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ବାର୍ଷିକ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଯାଇଛି। କୁନି କୁନି ଶିଶୁ ବୈଜ୍ଞାନିକ ମାନଙ୍କ ଦ୍ବାରା ଏହି ମେଳାରେ ୬୪ ଜଣ କୁନିକୁନି ଶିଶୁ କଣ୍ଢେଇ ମେଳାରେ ଭାଗନେଇଥିବା ବେଳେ ପ୍ରାଥମିକ ଓ ଉଚ୍ଚ ବିଦ୍ଯାଳୟର ଛାତ୍ରଛାତ୍ରୀ ମାନେ ୧୭୦ଟି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ କରିଥିଲେ। ସକାଳ ୧୦ଟାରେ କାର୍ଯ୍ୟକ୍ରମ ଉଦଘାଟନ ହୋଇଥିଲା ବେଳେ ଅପରାହ୍ନ ୦୨ ଟାରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସର୍ବେଶ୍ୱର ପାଣିଗ୍ରାହୀ ଯୋଗଦେଇ ଦୈନନ୍ଦିନ ଜୀବନରେ ବିଜ୍ଞାନର ଆବଶ୍ଯକତା ବିଷୟରେ ଆଲୋଚନା କରିବା ସହିତ ବିଜ୍ଞାନ ଯୁଗରେ ପ୍ରତ୍ଯେକ ଅଭିଭାବକମାନେ…
Read Moreରୋଟାରୀ କ୍ଲବ୍ ର କୃତ୍ରିମ ଅଙ୍ଗ ପ୍ରତିରୋପଣ କାର୍ଯ୍ୟକ୍ରମ “ସକ୍ଷମ” ଉଦଘାଟିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ରୋଟାରି କ୍ଲବ ନୟାଗଡ ଓ ବ୍ରହ୍ମପୁର ଇଷ୍ଟ ମିଳିତ ଆନୁକୂଲ୍ୟରେ ଏବଂ ବିଜୁ ମହାବୀର ଫୂଟ ସେଣ୍ଟର ସହଯୋଗ କ୍ରମେ ଓଡିଶା ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ୱାରା ପରିଚାଳିତ କୃତିମ ଅଙ୍ଗ ପ୍ରତିରୋପଣ, ଶ୍ରବଣ ବାଧିତ କର୍ଣ୍ଣଯନ୍ତ୍ର, ଦୃଷ୍ଟି ହୀନ ମାନଙ୍କ ପାଇଁ ଆଶାବାଡ଼ି ଇତ୍ୟାଦି ବହୁବିଧ ସେବା କାର୍ଯ୍ୟ “ସକ୍ଷମ” କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଉଛି l ଓଡିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପ୍ରାୟ ଦୁଇ ଶହ ରୁ ଉର୍ଦ୍ଧ ଭିନ୍ନକ୍ଷମ ଏହି ସେବାପାଇଁ ଆଜି ପଞ୍ଜିକରଣ କରିଥିଲେ l ସେବା ଶିବିରର ପ୍ରଥମ ଦିନରେ ପନ୍ଦର ଜଣ ଦୃଷ୍ଟି ବାଧିତ ବ୍ୟକ୍ତି, ଶ୍ରବଣ ବାଧିତ ୯୭ଜଣ ବ୍ୟକ୍ତି, ୨୮ ଜଣଙ୍କର କୃତିମ ଅଙ୍ଗ (ଗୋଡ଼, ହାତ )ପ୍ରତିରୋପଣ, ୧୮ ଜଣଙ୍କୁ ଆଶାବାଡି ପ୍ରଦାନ କରାଯାଇଥିଲା।…
Read Moreଜିଲ୍ଲାରେ ମେଡିକାଲ କଲେଜ ସ୍ଥାପନ ପାଇଁ ଓକିଲ ସଙ୍ଘ ନେତୃତ୍ୱ ନେବାପାଇଁ ସହମତି
ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲା ଓକିଲ ସଙ୍ଘ ସମୂହ ସଭାପତି, ସମ୍ପାଦକ ଏବଂ କାର୍ଯ୍ୟକର୍ତ୍ତାଙ୍କୁ ନେଇ ଜିଲ୍ଲା ଓକିଲ ସଙ୍ଘ ସଭାପତି ତଥା ବରିଷ୍ଠ ଆଇନଜୀବୀ ରଣଜିତ ଦାଶଙ୍କ ଅଧ୍ୟକ୍ଷତାରେ ଦଶପଲ୍ଲା ସତସଙ୍ଗ ବିହାର ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ବାର କାଉନସିଲ ସଭ୍ୟ ତଥା ଲୋକପ୍ରିୟ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ନିର୍ମମ ହତ୍ୟା ପ୍ରତିବାଦରେ ନିନ୍ଦା ପ୍ରସ୍ତାବ ନିଆଯାଇ ସମ୍ପ୍ରତି ରାଜ୍ୟରେ ଆଇନଜୀବୀ ସୁରକ୍ଷା ଆଇନ ପ୍ରଣୟନ ପାଇଁ ଆଲୋଚନା କରାଯାଇଥିଲା। ଜିଲ୍ଲାରେ ମେଡିକାଲ କଲେଜ ସ୍ଥାପନା ପାଇଁ ସାମୁହିକ ଭାବେ ଓକିଲ ସଙ୍ଘ ନେତୃତ୍ୱ ନେବାପାଇଁ ସର୍ବସମ୍ମତ ପ୍ରସ୍ତାବ ଆଲୋଚନା ହୋଇଥିଲା। ନିଖିଳ ଉତ୍କଳ ଆଇନଜୀବୀ ସଙ୍ଘ ପକ୍ଷରୁ ପ୍ରସ୍ତାବିତ ଡିସେମ୍ବର ଶେଷ ସପ୍ତାହରେ ରାଜ୍ୟ ସ୍ତରୀୟ ଆଇନଜୀବୀ ସମ୍ମିଳନୀ ସମସ୍ତ ଓକିଲ ସଙ୍ଘ କାର୍ଯ୍ୟକର୍ତ୍ତା ସହମତି ପ୍ରକାଶ କରିଥିଲେ।…
Read Moreଶୁକ୍ର ବେହେରା ଡିଗ୍ରୀ କଲେଜର ଅଧ୍ୟକ୍ଷଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା
ରଣପୁର, (ନୟାଗଡ଼ ଦର୍ପଣ): ଶୁକ୍ର ବେହେରା ଡିଗ୍ରୀ କଲେଜ ପରିସରରେ ପ୍ରାକ୍ତନ ଅଧ୍ୟକ୍ଷ ମହେନ୍ଦ୍ର କୁମାର ମହାନ୍ତିଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ସଂଜୟ କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ବର୍ଦ୍ଧନା ସଭାରେ ଶତାଧିକ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଅଂଚଳର ମାନ୍ୟଗଣ୍ୟ ବୁଦ୍ଧିଜିବି ତଥା ରଣପୁର ମହାବିଦ୍ୟାଳୟର ଅବସର ପ୍ରାପ୍ତ ଅଧ୍ୟାପକ ସୁବାଷ ଚନ୍ଦ୍ର ରଥ, ଡଃ. ନିରୋଜ ମିଶ୍ର, ରଣପୁର କଲେଜର ଅଧ୍ୟକ୍ଷ ପ୍ରସାନ୍ତ କୁମାର ମିଶ୍ର, ଅଧ୍ୟାପକ ଭାଗ୍ୟଧର ସ୍ୱାଇଁ, ସହୀଦ ରଘୁବିବାକର କଲେଜର ଅଧ୍ୟକ୍ଷ ପବିତ୍ର ସେଠି, ନୟାଗଡ କଲେଜର ଅଧ୍ୟାପକ ସଂଗ୍ରାମ କେଶରୀ ଜୟସିଂ ଓ ପ୍ରଦୀପ କୁମାର ଆଚାର୍ଯ୍ୟ ଓ ଅଂଚଳ ବାସୀଙ୍କ ତରଫରୁ ପୂର୍ବତନ ସଭାପତି ସନାତନ ଦଳବେହେରା ଓ ଅଭିମନ୍ୟୁ ବେହେରା, ପୂର୍ବତନ ସଭ୍ୟ ପାଣ୍ଡବ ସେଠୀ, ଶଙ୍କର୍ଷଣ…
Read Moreବଡ ଏକାଦଶୀରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ
ରଣପୁର,(ନୟାଗଡ଼ ଦର୍ପଣ): ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ହୋଇଆସୁଥିବା ଜଗନ୍ନାଥ ମନ୍ଦିରରେ ମହାକାର୍ତ୍ତିକର ବଡଏକାଦଶୀରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଦିବାରାତ୍ର ପ୍ରବଳ ମାତ୍ରାରେ ଶ୍ରଦ୍ଧାଳୁମାନଙ୍କ ଭିଡ ଲାଗିଥିବା ଦେଖିବାକୁ ମିଳିଥିଲା। ଶ୍ରୀକ୍ଷେତ୍ରରେ ଷୋହଳ କଳା ବିଦ୍ୟମାନ ଥିବାବେଳେ ରଣପୁର ରେ ଏକକଳା ଥିବା ହେତୁ ଯେଉଁମାନେ ବଡ ଏକାଦଶୀରେ ଶ୍ରୀକ୍ଷେତ୍ରକୁ ଯାଇପାରୁନାହାନ୍ତି ସେମାନେ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଣପୁରରେ ମହାପ୍ରଭୁଙ୍କ ଦର୍ଶନ କରି ସେହି ପୂଣ୍ୟ ଲାଭ କରୁଥିବାର କିମ୍ବଦନ୍ତୀ ରହିଥିବାରୁ ରବିବାର ଦିନତମାମ ରଣପୁର ଜଗନ୍ନାଥ ମନ୍ଦିରରେ ପ୍ରବଳ ମାତ୍ରାରେ ଭିଡ ଲାଗିଥିଲା। ସମଗ୍ର ରଣପୁର ଅଞ୍ଚଳ ସହ ନୟାଗଡ ଓ ଖୋର୍ଦ୍ଧା ଜିଲ୍ଲାରୁ ହଜାର ହଜାର ସଂଖ୍ୟାରେ ଭକ୍ତ ମାନଙ୍କର ସମାଗମ ହୋଇଥିଲା। ଶନିବାର ରାତ୍ରରୁ ରବିବାର ଦିବାରାତ୍ର ଜଗନ୍ନାଥ ମନ୍ଦିର ସମ୍ମୁଖରେ ହରେକୃଷ୍ଣ ହରେରାମ ନାମକୀର୍ତ୍ତନ ରେ ରଣପୁର ଅଞ୍ଚଳରେ ଏକ ଭାବମୟ ପରିବେଷ…
Read Moreଧରିତି ଆବା ଗ୍ରାମ ଭତ୍କର୍ଷ ଅଭିଯାନରେ ୧୧୩ଟି ଗ୍ରାମର ଉନ୍ନୟନ ପାଇଁ ସମୀକ୍ଷା ବୈଠକ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଅଧ୍ୟତାରେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଭାରତ ସରକାରଙ୍କ ଆଦିବାସୀ ମନ୍ତ୍ରଣାଳୟ ପ୍ରମୁଖ କାର୍ଯ୍ୟକ୍ରମ ‘ଆଦି କର୍ମଯୋଗୀ ଅଭିଯାନ’ ମାଧ୍ୟମରେ ନୟାଗଡ଼ ଜିଲ୍ଲାରେ ଧରିତି ଆବା ଗ୍ରାମ ଭତ୍କର୍ଷ ଅଭିଯାନର ଜିଲ୍ଲାର ୧୧୩ଗୋଟି ଗ୍ରାମର ଉନ୍ନୟନ ନିମନ୍ତେ ଗ୍ରାମ କାର୍ଯ୍ୟ ଖସଡା(VAP) କାର୍ଯ୍ୟଶୈଳୀର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲା ମଙ୍ଗଳ ଅଧିକାରୀ ଚିତ୍ତରଞ୍ଜନ ବେହେରାଙ୍କ ସହ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। କେନ୍ଦ୍ର ସରକାରଙ୍କ ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ ନିମନ୍ତେ ସହଭାଗିତାରେ କାର୍ଯ୍ୟ କରିବା ଲାଗି ଜିଲ୍ଲାପାଳ ଶ୍ରୀଯୁକ୍ତ ଅଗ୍ରୱାଲ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ।
Read More“ଶ୍ରୀ ସୃଜନ” ନୟାଗଡ଼ ସଙ୍ଗୀତ ବିଦ୍ୟାଳୟର ଚତୁର୍ଥ ସାମ୍ବତ୍ସରିକ ଉତ୍ସବ
ନୟାଗଡ଼,(ନୟାଗଡ଼ ଦର୍ପଣ): ପବିତ୍ର ଅଁଳା ନବମୀ ଅବସରରେ ‘ଶ୍ରୀସୃଜନ’,ନୟାଗଡ଼ ସଙ୍ଗୀତ ବିଦ୍ୟାଳୟର ଚତୁର୍ଥ ସାମ୍ବତ୍ସରିକ ଉତ୍ସବ ନୟାଗଡ଼ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ପାଳିତ ହୋଇଯାଇଛି। ଅନୁଷ୍ଠାନର ସ୍ଥାୟୀ ସଭାପତି ଡ.ବିଜୟ କୁମାର ଚୌଧୁରୀ, ବିଶିଷ୍ଟ ସମାଜସେବୀ ପ୍ରମୋଦ ପଟ୍ଟନାୟକ,ସୁର ଗନ୍ଧର୍ବ ନବକିଶୋର ମିଶ୍ର, ଅନୁଷ୍ଠାନର କୋଷାଧ୍ୟକ୍ଷ ମନୋଜ କୁମାର ମିଶ୍ର, ସମ୍ପାଦିକା ଜୟଶ୍ରୀ ଦେବୀ,ସଭ୍ୟ ଲକ୍ଷ୍ମୀଧର ମହାପାତ୍ର ,କମ୍ରେଡ ବିଶ୍ବନାଥ ମହାପାତ୍ରଙ୍କ ଉପସ୍ଥିତିରେ ପ୍ରଦୀପ ପ୍ରଜ୍ବଳନ କରାଯାଇ ଉତ୍ସବକୁ ଉଦ୍ଘାଟନ କରାଯାଇଥିଲା।ଏହି ଉତ୍ସବରେ ଓଡ଼ିଶାର ସୁନାମଧନ୍ୟ କଣ୍ଠ ଶିଳ୍ପୀ, ପ୍ରସିଦ୍ଧ ଢୁମ୍ପା ସଙ୍ଗୀତ ଗାୟକ ସଚ୍ଚିଦାନନ୍ଦ ମହାପାତ୍ରଙ୍କୁ “ଶ୍ରୀ ସୃଜନ ସଙ୍ଗୀତ ପ୍ରତିଭା” ସମ୍ମାନରେ ସମ୍ମାନିତ କରାଯାଇଥିଲା ଅନୁଷ୍ଠାନର ଛାତ୍ର ସାଇଅମ୍ରିତ୍ ସାହୁ, ଛାତ୍ରୀ କାଦମ୍ବିନୀ ମହାପାତ୍ର,ଝୁମୁରି ସାହୁ, ମଧୁସ୍ମିତା ବେହେରା,ଅନନ୍ୟା ମାଧୁରୀ ଦାସ,ତିତିକ୍ଷା ପରିଡ଼ା,ଶୁଭଶ୍ରୀ ମହାପାତ୍ର, ଆରାଧ୍ୟା ମହାରଣା ଓ ମାନିନୀ ମନସ୍ମିତାଙ୍କ ସମେତ…
Read Moreବାଲୁଗାଁ ଚଣ୍ଡୀ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନମେଳା
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ ଚଣ୍ଡୀ ସରକାରୀ ଉଚ୍ଚ ବିଦ୍ୟାଳୟ, ବାଲୁଗାଁ ରେ ଶନିବାର ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷୟିତ୍ରୀ ତମିଶ୍ରା ସେଠୀଙ୍କ ଅଧ୍ୟକ୍ଷତାରେ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ସର୍ବମୋଟ ୫୩ଟି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ କରିଥିଲେ। ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ପଦ୍ମଚରଣ ସାହୁ, ପଦ୍ମନାଭ ବେହେରା ଓ ଭବାନୀ ମିଶ୍ରଙ୍କ ତତ୍ତ୍ଵାବଧାନରେ ଏହି ପ୍ରକଳ୍ପ ଗୁଡ଼ିକ ସ୍ଥାନିତ ହୋଇଥିଲା। ବିଦ୍ୟାଳୟର ଅନ୍ୟ ଶିକ୍ଷକ ମାନଙ୍କ ମଧ୍ୟରେ ଜିତେନ୍ଦ୍ର କହଁର, ମନମୋହନ ଚମ୍ପତି, ସ୍ମିତାରାଣୀ ରାଉତ, ଶୁଭାଶିଷ ସାହୁ ପୂର୍ଣ୍ଣ ସହୋଯୋଗ କରିଥିଲେ। ଏହି ବିଜ୍ଞାନ ମେଳାରେ ଭାଗିରଥି ଉଚ୍ଚ ବିଦ୍ୟାଳୟ, ଗୋବିନ୍ଦପୁରର ବିଜ୍ଞାନ ଶିକ୍ଷକ ବିଭୂତିଭୂଷଣ ରଣସିଂ ବିଚାରପତି ଭାବରେ ଯୋଗ ଦେଇ ବିଜ୍ଞାନ ମେଳାକୁ ପରିଚାଳନା କରିଥିଲେ। ଏହି ଅବସରରେ ବର୍ତ୍ତମାନ ବିଜ୍ଞାନର…
Read More