ଶୁକ୍ର ବେହେରା ଡିଗ୍ରୀ କଲେଜର ଅଧ୍ୟକ୍ଷଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା

ରଣପୁର, (ନୟାଗଡ଼ ଦର୍ପଣ): ଶୁକ୍ର ବେହେରା ଡିଗ୍ରୀ କଲେଜ ପରିସରରେ ପ୍ରାକ୍ତନ ଅଧ୍ୟକ୍ଷ ମହେନ୍ଦ୍ର କୁମାର ମହାନ୍ତିଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ସଂଜୟ କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ବର୍ଦ୍ଧନା ସଭାରେ ଶତାଧିକ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଅଂଚଳର ମାନ୍ୟଗଣ୍ୟ ବୁଦ୍ଧିଜିବି ତଥା ରଣପୁର ମହାବିଦ୍ୟାଳୟର ଅବସର ପ୍ରାପ୍ତ ଅଧ୍ୟାପକ ସୁବାଷ ଚନ୍ଦ୍ର ରଥ, ଡଃ. ନିରୋଜ ମିଶ୍ର, ରଣପୁର କଲେଜର ଅଧ୍ୟକ୍ଷ ପ୍ରସାନ୍ତ କୁମାର ମିଶ୍ର, ଅଧ୍ୟାପକ ଭାଗ୍ୟଧର ସ୍ୱାଇଁ, ସହୀଦ ରଘୁବିବାକର କଲେଜର ଅଧ୍ୟକ୍ଷ ପବିତ୍ର ସେଠି, ନୟାଗଡ କଲେଜର ଅଧ୍ୟାପକ ସଂଗ୍ରାମ କେଶରୀ ଜୟସିଂ ଓ ପ୍ରଦୀପ କୁମାର ଆଚାର୍ଯ୍ୟ ଓ ଅଂଚଳ ବାସୀଙ୍କ ତରଫରୁ ପୂର୍ବତନ ସଭାପତି ସନାତନ ଦଳବେହେରା ଓ ଅଭିମନ୍ୟୁ ବେହେରା, ପୂର୍ବତନ ସଭ୍ୟ ପାଣ୍ଡବ ସେଠୀ, ଶଙ୍କର୍ଷଣ ବିଶ୍ୱାଳ, ବିଶିଷ୍ଟ ଶିକ୍ଷାବିତ୍ ତଥା ପରିଚାଳନା ସଭ୍ୟ ଯୋଗେନ୍ଦ୍ର ନାଥ ସାହୁ ପ୍ରାକ୍ତନ ଅଧ୍ୟକ୍ଷ ମହେନ୍ଦ୍ର କୁମାର ମହାନ୍ତିଙ୍କ କଲେଜ ପ୍ରତି ସାମଗ୍ରୀକ ଯୋଗଦାନର ଭୂୟସି ପ୍ରଶଂସା କରିଥିଲେ । ଅଂଚଳବାସୀ ଏହି କଲେଜକୁ ଆମୁଳଚୁଳ ନିର୍ମାଣ ପାଇଁ ଓ ନୟାଗଡ ଜିଲ୍ଲାରେ ଏକ ସ୍ୱତନ୍ତ୍ର କଲେଜରେ ରୁପାନ୍ତରିତ ଥିବା ହେତୁ ମହେନ୍ଦ୍ର କୁମାର ମହାନ୍ତିଙ୍କୁ କୃତଜ୍ଞତା ପ୍ରଦାନ କରିଥିଲେ ଓ ସେହିପରି କଲେଜ ପାଇଁ ତାଙ୍କର ପ୍ରଚେଷ୍ଠା, ନିଷ୍ଠା, ସହଯୋଗ ଓ ସମସ୍ତ ପ୍ରକାର ସମର୍ଥନ ଅବସର ପରେ ମଧ୍ୟ ବଜାୟ ରଖିବା ପାଇଁ ଅନୁରୋଧ କରିଥିଲେ । ଅଧ୍ୟାପକ ଓ କର୍ମଚାରୀ ସଂଘର ସଭ୍ୟମାନେ ଉପସ୍ଥିତ ରହି ମହେନ୍ଦ୍ର କୁମାର ମହାନ୍ତିଙ୍କ ସଂଗଠନ ପ୍ରଚେଷ୍ଟାକୁ ସମର୍ଥନ କରିଥିଲେ।

ବିଦାୟୀ ସମ୍ଭାଷଣରେ ଅନୁଷ୍ଠାନ ନିର୍ମାଣ କ୍ଷେତ୍ରରେ ପ୍ରଥମରୁ ଆଜି ପଯ୍ୟନ୍ତ ଅଂଚଳବାସୀଙ୍କ ପୂର୍ଣ୍ଣ ସକ୍ରିୟ ସମର୍ଥନ, ସମସ୍ତ ପୂର୍ବତନ ପରିଚାଳନା ମଣ୍ଡଳୀର ଅକୁଣ୍ଠ ସାହାର୍ଯ୍ୟ ଓ ପ୍ରୋତ୍ସାହନ ସମସ୍ତ ଶିକ୍ଷକ, କର୍ମଚାରୀମାନଙ୍କ ସହଯୋଗ ଓ କର୍ମପ୍ରବଣତା ପାଇଁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ଓ ଭବିଷ୍ୟତରେ ସେହିପ୍ରକାର ସମାନ କାର୍ଯ୍ୟଧାରା ଜାରି ରଖିବା ପାଇଁ ଆହ୍ୱାନ କରିଥିଲେ ତଥା ନିଜର ମୃତ୍ୟୁ ପର୍ଯ୍ୟନ୍ତ ପ୍ରତ୍ୟେକ ସମୟରେ କଲେଜ ପାଇଁ ସମର୍ପିତ ରହିବା ପାଇଁ ଦୃଢ ପତିଜ୍ଞା କରିଥିଲେ। ପରି ଶେଷରେ ଅଂଚଳବାସୀଙ୍କ ତରଫରୁ, ଛାତ୍ରଛାତ୍ରୀଙ୍କ ତରଫରୁ, ସମଗ୍ର ଓଡିଶା ଅଧ୍ୟାପକ ଓ କର୍ମଚାରୀ ସଂଘ ତରଫରୁ, ରଣପୁର ନୟାଗଡ ଓ ଗଡବାଣିକେଲୋ କଲେଜ ପକ୍ଷରୁ ମହେନ୍ଦ୍ର କୁମାର ମହାନ୍ତିଙ୍କୁ ମାନପତ୍ର ଓ ଉପଢୈାକନ ଓ ପୁଷ୍ପମାଲ୍ୟ ପ୍ରଦନା କରି ସମ୍ମାନୀତ କରାଯାଇଥିଲା ।

Related posts