ପଣ୍ଡିତ ବିନାୟକ ମିଶ୍ରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ତଥାସ୍ତୁର ମିଳିତ ଆନୁକୂଲ୍ୟରେ ବିଶିଷ୍ଟ ସାରସ୍ବତ ସାଧକ ପଣ୍ଡିତ ବିନାୟକ ମିଶ୍ରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ  ନୟାଗଡ଼ ବ୍ଲକ ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି। ତଥାସ୍ତୁର ସଭାପତି ବସିରନ୍‌ ବିବିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ଭାଷା ଓ ସଂସ୍କୃତି ଗବେଷକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଏବଂ ଶିକ୍ଷାବିତ ତଥା ସୁବକ୍ତା ଅଶୋକ କୁମାର ନାୟକ  ପ୍ରମୁଖ ଯୋଗ ଦେଇଥିଲେ। ଅତିଥିମାନେ ପଣ୍ଡିତ ବିନାୟକ ମିଶ୍ରଙ୍କ ଜୀବନୀ ଓ ସାହିତ୍ୟ କୃତି ଉପରେ ଆଲୋକପାତ କରିଥିଲେ। ୧୮୯୪ ମସିହା ଗଣେଶ ଚତୁର୍ଥୀରେ ଜିଲାର ଶରଣକୁଳ ଗ୍ରାମର ମାଳିସାହିଠାରେ ପଣ୍ଡିତ ବିନାୟକ ଜନ୍ମଗ୍ରହଣ କରିଥିଲେ । ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ବିନାୟକ…

Read More

ପଣ୍ଡିତ ବିନାୟକ ମିଶ୍ରଙ୍କ ଜୟନ୍ତୀ ଅବସରରେ ପୁଷ୍ପମାଲ୍ୟ ଅର୍ପଣ

ନୟାଗଡ଼,(ନୟାଗଡ଼ ଦର୍ପଣ): ପବିତ୍ର ଗଣେଶ ଚତୁର୍ଥୀରେ ଜନ୍ମଲାଭ କରିଥିବା ମହାନ ସାରସ୍ୱତ ସାଧକ, ଗବେଷକ ଓ ସାହିତ୍ୟପ୍ରାଣ ବ୍ୟକ୍ତିତ୍ୱ ତଥା ନୟାଗଡ଼ ମାଟିର ଗର୍ବ ଓ ଗୌରବ ପଣ୍ଡିତ ବିନାୟକ ମିଶ୍ରଙ୍କ ୧୩୧ତମ ଜୟନ୍ତୀ ଅବସରରେ ସ୍ଥାନୀୟ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ଧୂପ ଏବଂ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭାରତ ବିକାଶ ପରିଷଦ, ପୂଜ୍ୟପୂଜା କମିଟି, କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ସାହିତ୍ୟ ଓ ସଂସ୍କୃତି ପରିଷଦ, ନୟାଗଡ଼ ନାଗରିକ ମଞ୍ଚ, ମୈତ୍ରୀ ଯୁବ ସଂସଦ ଏବଂ ତଥାସ୍ତୁ ପକ୍ଷରୁ ପ୍ରମୋଦ ପଟ୍ଟନାୟକ, ସୁରେନ୍ଦ୍ର ନାଥ ମହାପାତ୍ର, ପ୍ରସନ୍ନ କୁମାର ବସନ୍ତିଆ, ସୁଦର୍ଶନ ପ୍ରଧାନ, ଧୀରେନ୍ଦ୍ର ପଟ୍ଟନାୟକ, ପ୍ରଦୀପ କୁମାର ସାହୁ, ପ୍ରଫୁଲ ନାୟକ, ଶରତ ଆଚାର୍ଯ୍ୟ, ଲକ୍ଷ୍ମୀଧର ସାହୁ, ଅଶୋକ ମଲ୍ଲ…

Read More

ରୋଟାରୀ କ୍ଳବ ଦ୍ୱାରା ପ୍ରଦତ୍ତ “ରାଷ୍ଟ୍ର ନିର୍ମାତା ସମ୍ମାନ” ପାଇଲେ ଆଦର୍ଶ ଶିକ୍ଷକ ଶରତ ଚନ୍ଦ୍ର ବେହେରା

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ରୋଟାରୀ ଭବନ ପରିସରରେ ରୋଟାରୀ କ୍ଳବ୍ ନୟାଗଡ଼ ତରଫରୁ ବିଶ୍ବ ସାକ୍ଷରତା ଦିବସ ତଥା ପବିତ୍ର ଗୁରୁ ଦିବସରେ ରାଷ୍ଟ୍ର ନିର୍ମାତା ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। କ୍ଳବର ସଭାପତି ଶ୍ରୀକାନ୍ତ କୁମାର ଖଟେଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ନୟାଗଡ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗ ଦେଇ ଶିକ୍ଷକମାନେ ଆଗାମୀ ଭବିଷ୍ଯତ ଶିଶୁମାନଙ୍କୁ ଉତ୍ତମ ମଣିଷ ଭାବେ ଗଢୁଥିବାରୁ ଶିକ୍ଷକମାନେ ହେଉଛନ୍ତି ସମାଜର ଆଲୋକ ବର୍ତ୍ତିକା ବୋଲି କହିଥିଲେ। ମୁଖ୍ଯ ବକ୍ତା ଭାବେ ନୟାଗଡ଼ ଜିଲ୍ଲା ଶିକ୍ଷା ଅଧିକାରିଣୀ ରାଜଶ୍ରୀ ପଟ୍ଟନାୟକ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ନୟାଗଡ଼ ପୌରପରିଷଦ ପୌରାଧ୍ୟକ୍ଷା ନିରୁପମା ଖଟେଇ ଯୋଗଦେଇଥିଲେ। ରୋଟାରୀ କ୍ଳବର ସଂପାଦକ ଅବିନାଶ ସାହୁ ମଞ୍ଚାସୀନ ହୋଇ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲାବେଳେ…

Read More

ବରିଷ୍ଠ ନାଗରିକ ସମ୍ବର୍ଦ୍ଧନା ଓ ପରିଚୟ ପତ୍ର ପ୍ରଦାନ ଉତ୍ସବ

ରଣପୁର,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଚାନ୍ଦପୁର ଥାନା ଅନ୍ତର୍ଗତ ଝାଡପଡା ପଞ୍ଚାୟତର ଦୁର୍ଗାମଣ୍ଡପ ଠାରେ ପବିତ୍ର ଗୁରୁ ଦିବସ ଅବସରରେ ବରିଷ୍ଠ ନାଗରିକ କଲ୍ୟାଣ ପରିଷଦ, ଝାଡପଡାର ପ୍ରଥମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ପାଳିତ ହୋଇଯାଇଛି। ଏହି ପବିତ୍ର ଦିବସରେ ୧୫୦ଜଣ ବୟୋ ବୃଦ୍ଧବୃଦ୍ଧାଙ୍କୁ ପୁଷ୍ପ ଚନ୍ଦନ ସହ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଛି। ପରିଷଦର ସଭାପତି ଶ୍ରୀଯୁକ୍ତ ଭାସ୍କର ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ବରେ ସଭାକାର୍ଯ୍ୟ ପରିଚାଳନା କରା ଯାଇଥିଲା। ସମ୍ପାଦକ ଶ୍ରୀଯୁକ୍ତ ମାଧବ ରାଉତ ସମ୍ପାଦକୀୟ ବିବରଣୀ ପାଠ କରିଥିଲା ବେଳେ ରାଜ୍ୟ ବରିଷ୍ଠ ନାଗରିକ ମହାସଂଘର ସାଧାରଣ ସଂପାଦକ ଶ୍ରୀଯୁକ୍ତ ରାଜକିଶୋର ସାମନ୍ତରାୟ, ଯୁଗ୍ମ ସଂପାଦକ ଶ୍ରୀଯୁକ୍ତ ବସନ୍ତ କୁମାର ବାରିକ, ନୟାଗଡ଼ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ପଣ୍ଡା, ଚାନ୍ଦପୁର ଆରକ୍ଷୀ ଅଧିକାରୀ ବିନୟ…

Read More

ରୋଟାରୀ କ୍ଳବ୍ ନୟାଗଡ଼ରେ ରାଷ୍ଟ୍ର ନିର୍ମାତା ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ। – ଶିକ୍ଷକମାନେ ସମାଜର ଆଲୋକ ବର୍ତ୍ତିକା- ମୁଖ୍ଯ ଅତିଥି

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ରୋଟାରୀ ଭବନ ପରିସରରେ ରୋଟାରୀ କ୍ଳବ୍ ନୟାଗଡ଼ ତରଫରୁ ବିଶ୍ବ ସାକ୍ଷରତା ଦିବସ ତଥା ରାଷ୍ଟ୍ର ନିର୍ମାତା ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। କ୍ଳବ୍ ର ସଭାପତି ଶ୍ରୀକାନ୍ତ କୁମାର ଖଟେଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ନୟାଗଡ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗ ଦେଇ ଶିକ୍ଷକ ମାନେ ଆଗାମୀ ଭବିଷ୍ଯତ ଶିଶୁ ମାନଙ୍କୁ ଉତ୍ତମ ମଣିଷ ଭାବେ ଗଢୁଥିବାରୁ ଶିକ୍ଷକ ମାନେ ହେଉଛନ୍ତି ସମାଜର ଆଲୋକ ବର୍ତ୍ତିକା ବୋଲି କହିଥିଲେ। ମୁଖ୍ଯ ବକ୍ତା ଭାବେ ନୟାଗଡ଼ ଜିଲ୍ଲା ଶିକ୍ଷା ଅଧିକାରିଣୀ ରାଜଶ୍ରୀ ପଟ୍ଟନାୟକ ଯୋଗ ଦେଇ ଶିକ୍ଷକ ମାନେ ସ୍ବାଭିମାନୀ ହେବା ଆବଶ୍ଯକ ଏବଂ ସଚ୍ଚୋଟ ତଥା ନିଷ୍ଠାପର ଭାବେ ନିଜର କର୍ତ୍ତବ୍ଯ ସମ୍ପାଦନ କରିବା ଉଚିତ୍ ବୋଲି କହିଥିଲେ।…

Read More

ଗରୁଡ଼ ପକ୍ଷୀକୁ ଉଦ୍ଧାର କଲେ ଚିତ୍ତରଞ୍ଜନ

ନୂଆଗାଁ, (ନୟାଗଡ଼ ଦର୍ପଣ): ଏବେବି ବଞ୍ଚିରହିଛି ମଣିଷ ପଣିଆ। ପଶୁ ପକ୍ଷୀମାନଙ୍କ ପ୍ରତି ରହିଛି ଅକୁଣ୍ଠ ଭଲ ପାଇବା। ଯାହାକି ପଶୁ କିମ୍ବା ପକ୍ଷୀମାନେ ଆହତ ହେଲେ ଉଦ୍ଧାର କରୁଛନ୍ତି ଚିତ୍ତରଞ୍ଜନ।ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଖାଲମଡା ଗ୍ରାମର ଚିତ୍ତରଞ୍ଜନ ଖିଲାର (କାଳିଆ। ଉଦ୍ଧାର କରିଛନ୍ତି ଏକ ବିରଳ ପ୍ରଜାତିର ଗରୁଡ଼ ପକ୍ଷୀ। ସୂଚନା ଅନୁଯାୟୀ ଚିତ୍ତରଞ୍ଜନ ଦଶପଲ୍ଲାରୁ ଗ୍ରାମକୁ ଫେରୁଥିବା ବେଳେ ସୋରଡ଼ା ଗ୍ରାମ ନିକଟସ୍ଥ ୫୭ନଂ ଜାତୀୟ ରାଜପଥ ପାର୍ଶ୍ଵରେ ଗରୁଡ଼ ପକ୍ଷୀଟିକୁ ଆହତ ଅବସ୍ଥାରେ ଦେଖିବାକୁ ପାଇଥିଲେ। ଗରୁଡ଼ ପକ୍ଷୀକୁ ଉଦ୍ଧାର କରି ଗ୍ରାମକୁ ଆଣି ଅମୂଲ ମିଶ୍ରିତ ଜଳ ପିଆଇ ଚିତ୍ତରଞ୍ଜନ ବନରକ୍ଷୀ ଅର୍ଧେନ୍ଦୁ ପରିଡ଼ାଙ୍କୁ ଖବର ଦେଇଥିଲେ। ବନରକ୍ଷୀ ଅର୍ଧେନ୍ଦୁ ପରିଡ଼ା ଚିତ୍ତରଞ୍ଜନଙ୍କ ଠାରୁ ଗରୁଡ଼ ପକ୍ଷୀଟିକୁ ଆଣି ନୂଆଗାଁ ପଶୁ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ବ୍ଲକ୍ ପ୍ରାଣୀ…

Read More

ନୟାଗଡ଼ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ଗୁରୁଦିବସ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ସ୍ଥାନୀୟ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ଗୁରୁଦିବସ ମହାସମାରୋହରେ ପାଳନ ହୋଇ ଯାଇଛି। ବିଦ୍ଯାଳୟର ସଂପାଦକ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଇଂରାଜୀ ଶିକ୍ଷକ ରାମଚନ୍ଦ୍ର ମହାପାତ୍ର ଓ ପଣ୍ଡିତ ଭଗବାନ ଆଚାର୍ଯ୍ୟ ଯୋଗଦେଇ ଉପସ୍ଥିତ ଆଚାର୍ଯ୍ୟ ଆଚାର୍ଯ୍ୟା ଓ ଛାତ୍ରଛାତ୍ରୀ ମାନଙ୍କୁ ଗୁରୁପୂଜାର ତାପ୍ତର୍ଯ୍ଯ ବିଷୟରେ ବର୍ଣ୍ଣନା କରିବା ସହିତ ଶିଷ୍ଯମାନଙ୍କ ସଫଳତା ଗୁରୁ ମାନଙ୍କ ପରିଚୟ ବୋଲି କହିଥିଲେ। ସ୍ବାମୀ ବିବେକାନନ୍ଦଙ୍କ ପାଇଁ ଠାକୁର ରାମକୃଷ୍ଣ ପରମହଂସ ବିଶ୍ବବିଦିତ। ଏହା ସହିତ ସଂସ୍କୃତ ଶ୍ଳୋକ ମାଧ୍ୟମରେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଆଶୀର୍ବାଦ କରି ସେମାନଙ୍କର ଉଜ୍ଜ୍ବଳ ଭବିଷ୍ଯତ କାମନା କରିଥିଲେ। ସର୍ବପ୍ରଥମେ ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ପ୍ରତିଛବିରେ ଧୂପ ପୁଷ୍ପ ଅର୍ପଣ କରାଯାଇ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ସମସ୍ତ ଛାତ୍ରଛାତ୍ରୀ ମାନେ…

Read More

ରାଜ୍ୟସ୍ତରରେ ଟାଇକୋଣ୍ଡରେ କୃତୀ ପ୍ରତିଯୋଗୀଙ୍କୁ ଜିଲ୍ଲାସ୍ତରରେ ସମ୍ମାନିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ଅଗଷ୍ଟ ୩୦ ଓ ୩୧ ତାରିଖରେ ହୋଇଥିବା ରାଜ୍ୟସ୍ତରୀୟ ତାଇକୋଣ୍ଡ ପ୍ରତିଯୋଗିତାରେ ନୟାଗଡ଼ ଜିଲ୍ଲାର ପ୍ରତିଯୋଗୀମାନେ ଭାଗ ନେଇ ଅଦ୍ଭୁତପୂର୍ବ ସଫଳତା ହାସଲ କରି ବିଭିନ୍ନ ବର୍ଗରେ ସ୍ୱର୍ଣ୍ଣ , ରୌପ୍ୟ ଓ କାଂସ୍ୟ ପଦକ ହାସଲ କରି ଜିଲ୍ଲାକୁ ଗୌରବାନ୍ନିତ କରିଥିବାରୁ  ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନିଲ ଅଗ୍ରୱାଲ ଆଜି ଅପରାହ୍ନ ୫ଘଟିକା ସମୟରେ ସେମାନଙ୍କୁ ସମ୍ମାନିତ କରିଥିଲେ। ଓମକାର ଦଳବେହେରା, ଶୋହିତ୍ ଗଡ଼ନାୟକ, ଶ୍ୟାମସୁନ୍ଦର ସିଂ ସ୍ୱର୍ଣ୍ଣ ପଦକ ପାଇଥିବା ବେଳେ ସ୍ମୃତିପ୍ରଜ୍ଞା ସାହୁ, ରୂପାଲି ସେନାପତି ଓ ମନିଷ୍ ସେଠୀ ରୌପ୍ୟ ପଦକ ଏବଂ ଆରତୀକ୍ରିଷ୍ଣା ଦଳବେହେରା କାଂସ୍ୟ ପଦକ ପାଇଥିଲେ । ଏହି ସମ୍ମାନ ସମାରୋହରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଦେବଦତ୍ତ ପଣ୍ଡା, ଜିଲ୍ଲା ସୂଚନା ଓ ଲୋକ ସଂପର୍କ…

Read More

କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକମାନଙ୍କୁ ଦ୍ୱିପାକ୍ଷିକ ସହାୟତା ରାଶି ବଣ୍ଟନ

ନୟାଗଡ଼,(ନୟାଗଡ଼ ଦର୍ପଣ): ଶ୍ରମ କମିଶନର, ଓଡ଼ିଶାଙ୍କ ପତ୍ର ସଂଖ୍ୟା ୧୦୨୪ ତା. ୦୧.୦୭.୨୦୨୪ରିଖ ଅନୁସାରେ ନୟାଗଡ଼ ଜିଲ୍ଲାରେ ଆଜି ଦ୍ୱିତୀୟ ଦ୍ୱିପାକ୍ଷିକ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ହିତାଧିକାରୀମାନଙ୍କୁ ସହାୟତା ରାଶି ପ୍ରଦାନ ଡିବିଟି ମାଧ୍ୟମରେ କରାଯାଇଛି । ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଶ୍ରମ ଅଧିକାରୀ(କଲ୍ୟାଣ) ସୁଧିର କୁମାର ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆଜି ଜିଲ୍ଲା ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଥିବା ଏହି ଦ୍ୱିପାକ୍ଷିକ ସହାୟତା ବଣ୍ଟନ କାର୍ଯ୍ୟକ୍ରମରେ ୪୫ଜଣ ଆବେଦନକାରୀଙ୍କୁ ସର୍ବମୋଟ୍ ଟ.୫୧,୩୫,୪୦୦/-ର ଅର୍ଥ ରାଶି ସିଧା ଆବେଦନକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରଦାନ କରାଯାଇଛି ।  ଏହି କାର୍ଯ୍ୟକ୍ରମରେ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ତରଫରୁ ୫ଜଣଙ୍କୁ ବିବାହକାଳୀନ ସହାୟତା ବାବଦରେ ଟ.୨,୫୦,୦୦୦/-, ୧୨ଜଣ ମୃତ୍ୟୁ ବରଣ କରିଥିବା ହିତାଧିକାରୀଙ୍କ ନୋମିନୀଙ୍କୁ…

Read More

ଆଜି ପବିତ୍ର ଗୁରୁ ଦିବସରେ ବିଭିନ୍ନ ବିଦ୍ୟାଳୟରେ ଗୁରୁ ଦିବସ ପାଳିତ

ରଣପୁର,(ନୟାଗଡ଼ ଦର୍ପଣ): ଆଜି ପବିତ୍ର ଗୁରୁ ଦିବସ। ଗୁରୁ-ଶିଷ୍ୟ ପରମ୍ପରା  ବହୁପ୍ରାଚୀନ। ବିଦ୍ୟାର୍ଥୀର ଉଚିତ୍‌ ମାର୍ଗଦର୍ଶକ ହେଉଛନ୍ତି  ଗୁରୁ। ଗୁରୁଙ୍କ ଅବଦାନକୁ ସମ୍ମାନ ଓ ସ୍ମରଣ କରିବା ଲାଗି ପ୍ରତି ବର୍ଷ ସେପ୍ଟେମ୍ବର ୫ତାରିଖରେ ପାଳନ କରାଯାଏ ଗୁରୁ ଦିବସ। ଗୁରୁ ଦିବସ ମଧ୍ୟ ଆମ ଦେଶରେ ଏକ ବଡ ପର୍ବ ଭାବେ ପାଳନ କରାଯାଏ। ଏହି ଦିନ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିବସ। ୧୮୮୮ ସେପ୍ଟେମ୍ବର ୫ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ। ୧୯୬୨ ପରଠାରୁ ତାଙ୍କ ଜନ୍ମଦିନ ଗୁରୁ ଦିବସ ଭାବରେ ପାଳନ କରାଯାଇଆସୁଛି। ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ଏକ ପ୍ରସିଦ୍ଧ ବିଚାରରେ କହିଥିଲେ ଯେ, ଯଦି ମୋର ଜନ୍ମଦିନ ପାଳନ କରିବା ପରିବର୍ତ୍ତେ ସେପ୍ଟେମ୍ବର ୫ରେ ଗୁରୁ ଦିବସ ଭାବେ ପାଳନ କରାଯାଏ, ତେବେ ଏହା ମୋ ପାଇଁ ଗର୍ବର ବିଷୟ ହେବ।…

Read More