ଗରୁଡ଼ ପକ୍ଷୀକୁ ଉଦ୍ଧାର କଲେ ଚିତ୍ତରଞ୍ଜନ

ନୂଆଗାଁ, (ନୟାଗଡ଼ ଦର୍ପଣ): ଏବେବି ବଞ୍ଚିରହିଛି ମଣିଷ ପଣିଆ। ପଶୁ ପକ୍ଷୀମାନଙ୍କ ପ୍ରତି ରହିଛି ଅକୁଣ୍ଠ ଭଲ ପାଇବା। ଯାହାକି ପଶୁ କିମ୍ବା ପକ୍ଷୀମାନେ ଆହତ ହେଲେ ଉଦ୍ଧାର କରୁଛନ୍ତି ଚିତ୍ତରଞ୍ଜନ।ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଖାଲମଡା ଗ୍ରାମର ଚିତ୍ତରଞ୍ଜନ ଖିଲାର (କାଳିଆ। ଉଦ୍ଧାର କରିଛନ୍ତି ଏକ ବିରଳ ପ୍ରଜାତିର ଗରୁଡ଼ ପକ୍ଷୀ। ସୂଚନା ଅନୁଯାୟୀ ଚିତ୍ତରଞ୍ଜନ ଦଶପଲ୍ଲାରୁ ଗ୍ରାମକୁ ଫେରୁଥିବା ବେଳେ ସୋରଡ଼ା ଗ୍ରାମ ନିକଟସ୍ଥ ୫୭ନଂ ଜାତୀୟ ରାଜପଥ ପାର୍ଶ୍ଵରେ ଗରୁଡ଼ ପକ୍ଷୀଟିକୁ ଆହତ ଅବସ୍ଥାରେ ଦେଖିବାକୁ ପାଇଥିଲେ। ଗରୁଡ଼ ପକ୍ଷୀକୁ ଉଦ୍ଧାର କରି ଗ୍ରାମକୁ ଆଣି ଅମୂଲ ମିଶ୍ରିତ ଜଳ ପିଆଇ ଚିତ୍ତରଞ୍ଜନ ବନରକ୍ଷୀ ଅର୍ଧେନ୍ଦୁ ପରିଡ଼ାଙ୍କୁ ଖବର ଦେଇଥିଲେ। ବନରକ୍ଷୀ ଅର୍ଧେନ୍ଦୁ ପରିଡ଼ା ଚିତ୍ତରଞ୍ଜନଙ୍କ ଠାରୁ ଗରୁଡ଼ ପକ୍ଷୀଟିକୁ ଆଣି ନୂଆଗାଁ ପଶୁ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ବ୍ଲକ୍ ପ୍ରାଣୀ ଚିକିତ୍ସା ଅଧିକାରୀ ଗରୁଡ଼ ପକ୍ଷୀଟିର ଚିକିତ୍ସା କରିଥଲେ। ପକ୍ଷୀଟି ସୁସ୍ଥ ହେବାପରେ ଗରୁଡ଼ ପକ୍ଷୀକୁ  ବନରକ୍ଷୀ ଜଙ୍ଗଲରେ ଛାଡ଼ିଦେଇଥିବା ସୂଚନା ମିଳିଛି।

Related posts