ନୟାଗଡ଼, (ନୟାଗଡ଼ ଦର୍ପଣ): ଅଗଷ୍ଟ ୩୦ ଓ ୩୧ ତାରିଖରେ ହୋଇଥିବା ରାଜ୍ୟସ୍ତରୀୟ ତାଇକୋଣ୍ଡ ପ୍ରତିଯୋଗିତାରେ ନୟାଗଡ଼ ଜିଲ୍ଲାର ପ୍ରତିଯୋଗୀମାନେ ଭାଗ ନେଇ ଅଦ୍ଭୁତପୂର୍ବ ସଫଳତା ହାସଲ କରି ବିଭିନ୍ନ ବର୍ଗରେ ସ୍ୱର୍ଣ୍ଣ , ରୌପ୍ୟ ଓ କାଂସ୍ୟ ପଦକ ହାସଲ କରି ଜିଲ୍ଲାକୁ ଗୌରବାନ୍ନିତ କରିଥିବାରୁ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନିଲ ଅଗ୍ରୱାଲ ଆଜି ଅପରାହ୍ନ ୫ଘଟିକା ସମୟରେ ସେମାନଙ୍କୁ ସମ୍ମାନିତ କରିଥିଲେ। ଓମକାର ଦଳବେହେରା, ଶୋହିତ୍ ଗଡ଼ନାୟକ, ଶ୍ୟାମସୁନ୍ଦର ସିଂ ସ୍ୱର୍ଣ୍ଣ ପଦକ ପାଇଥିବା ବେଳେ ସ୍ମୃତିପ୍ରଜ୍ଞା ସାହୁ, ରୂପାଲି ସେନାପତି ଓ ମନିଷ୍ ସେଠୀ ରୌପ୍ୟ ପଦକ ଏବଂ ଆରତୀକ୍ରିଷ୍ଣା ଦଳବେହେରା କାଂସ୍ୟ ପଦକ ପାଇଥିଲେ । ଏହି ସମ୍ମାନ ସମାରୋହରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଦେବଦତ୍ତ ପଣ୍ଡା, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ, ଜିଲ୍ଲା କ୍ରୀଡ଼ା ଅଧିକାରୀ ସୁଜାତା କୁମାରୀ ସାହୁଙ୍କ ସମେତ ତାଇକୋଣ୍ଡର ପ୍ରଶିକ୍ଷକ ରିତିକ୍ ରଞ୍ଜନ ମହାପାତ୍ର ଓ ତାଇକୋଣ୍ଡ ବିଦ୍ୟାଳୟର ପରିଚାଳିକା ଲିଜା ପରିଡ଼ା ଉପସ୍ଥିତ ଥିଲେ ।
ରାଜ୍ୟସ୍ତରରେ ଟାଇକୋଣ୍ଡରେ କୃତୀ ପ୍ରତିଯୋଗୀଙ୍କୁ ଜିଲ୍ଲାସ୍ତରରେ ସମ୍ମାନିତ
