ନୟାଗଡ଼ ବିଜେପି ପକ୍ଷରୁ ମା କାଉଁରୀ ପୀଠରେ ସ୍ୱଚ୍ଛ ଭାରତ ଅଭିଯାନ

ନୟାଗଡ଼, (ନୟାଗଡ଼ ଦର୍ପଣ): ଭାରତର ଯଶଶ୍ଵୀ ପ୍ରଧାନମନ୍ତ୍ରୀ ମୋଦି ଜିଙ୍କ ଆହ୍ବାନରେ ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ବାଲୁଗାଁ ମଣ୍ଡଳ ତରଫରୁ ଗଦାଧର ପ୍ରସାଦ ନୟାଗଡର ପ୍ରସିଦ୍ଧ ‘ମା କାଉଁରୀ ପୀଠ’ରେ ବଡ଼ ଧରଣର ସ୍ୱଚ୍ଛ ଭାରତ ଅଭିଯାନ କରାଯାଇଥିଲା। ନୟାଗଡ଼ ଜିଲ୍ଲାର ବରିଷ୍ଟ ବିଜେପି କାର୍ଯ୍ୟକର୍ତ୍ତା ସନ୍ତୋଷ ପ୍ରଧାନଙ୍କ ନେତୃତ୍ୱରେ ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ ବସନ୍ତ ପଟ୍ଟନାୟକ, ରାଜ୍ୟ ଯୁବମୋର୍ଚ୍ଚା ସ୍ଵତନ୍ତ୍ର ନିମନ୍ତ୍ରିତ ସଦସ୍ୟ ରୋହିତ କୁମାର ନାୟକ, ଜିଲ୍ଲା ସାଧାରଣ ସମ୍ପାଦକ ରଞ୍ଜନ ପଣ୍ଡା, ଗଦାଧର ପ୍ରସାଦର ପୂର୍ବତନ ସରପଞ୍ଚ ସୁବାଷ ଚନ୍ଦ୍ର ସ୍ୱାଇଁ, ବସନ୍ତ ନାୟକ, ବେଣୁ ପ୍ରଧାନ, ଯୋଗେନ୍ଦ୍ର ପ୍ରଧାନ, ବିଜୟ ନାୟକ, ନିରଞ୍ଜନ ବିଶ୍ୱାଳ, ସର୍ବେଶ୍ଵର ପ୍ରଧାନ ଭଳି ଅନେକ କାର୍ଯ୍ୟକର୍ତ୍ତା ମନ୍ଦିର ପରିବେଶକୁ ସଫା କରିବା ସହିତ ସଚେତନତା ସୃଷ୍ଟି କରାଇଥିଲେ।

Read More

ନିଫା ପକ୍ଷରୁ ରକ୍ତଦାତାମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ

ନୟାଗଡ଼,(ନୟାଗଡ଼ ଦର୍ପଣ): ସ୍ୱେଚ୍ଛାସେବୀ ସଂଗଠନ ନିଫା ଏବଂ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ମାଛିପଡ଼ାର ମିଳିତ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏଥିରେ ରକ୍ତଦାନ କରିଥିବା ରକ୍ତଦାତା ମାନଙ୍କୁ ଏକ ସ୍ୱତନ୍ତ୍ର ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଥିଲା। ସରସ୍ବତୀ ଶିଶୁ ମନ୍ଦିର ପରିସରରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ଏବଂ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ବସନ୍ତ କୁମାର ସାହୁ ଯୋଗଦାନ କରିଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ନୟାଗଡ଼ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ ଭକ୍ତବଲ୍ଲବ ବଟକୃଷ୍ଣ ମିଶ୍ର, ପ୍ରଧାନ ଶିକ୍ଷୟିତ୍ରୀ ରିତାରଣୀ ମିଶ୍ର, ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ଜିଲ୍ଲା ପ୍ରମୁଖ ଶ୍ରୀଧର ସାହୁ ପ୍ରମୁଖ ଉପସ୍ଥିତ ରହି ରକ୍ତଦାନ ସମ୍ପର୍କରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥିମାନେ ଶ୍ରୀଜଗନ୍ନାଥଙ୍କ ଫଟୋ ଚିତ୍ରରେ ଧୂପ ପୁଷ୍ପମାଲ୍ୟ ଅର୍ପଣ…

Read More

ରାଜ୍ୟସ୍ତରୀୟ ଶିକ୍ଷକ ପ୍ରଶିକ୍ଷଣ ଶିବିରରେ ନୟାଗଡ଼ ଜିଲ୍ଲାରୁ ଦୁଇ ଶିକ୍ଷୟିତ୍ରୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟ ଭାଷା ଏବଂ ଶିକ୍ଷକ ପ୍ରଶିକ୍ଷଣ କେନ୍ଦ୍ର,ଭୁବନେଶ୍ୱର ଏବଂ ଅଜିମ ପ୍ରେମଜି ବିଶ୍ୱବିଦ୍ୟାଳୟ, ବାଙ୍ଗାଲୋର ର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ଠାରେ ଅନୁଷ୍ଠିତ ୫ ଦିନିଆ ଶିକ୍ଷକ ପ୍ରଶିକ୍ଷଣ ଶିବିରରେ ନୟାଗଡ଼ ଜିଲାରୁ ଦୁଇ ଜଣ ଶିକ୍ଷୟିତ୍ରୀ ଅଂଶ ଗ୍ରହଣ କରିଛନ୍ତି। ବିଦ୍ୟାଳୟ ସ୍ତରରେ ଇଂରାଜୀ ଭାଷା ଶିକ୍ଷାର ଦକ୍ଷତା ବୃଦ୍ଧି ଉଦ୍ଦେଶ୍ୟରେ ଶିକ୍ଷକ ମାନଙ୍କୁ ଏହି ପ୍ରଶିକ୍ଷଣ ଦିଆଯାଉଛି। ନୟାଗଡ଼ ବ୍ଲକ ଅନ୍ତର୍ଗତ ଇଟାମାଟି ନାରାୟଣୀ ହାଇସ୍କୁଲର ଶିକ୍ଷୟିତ୍ରୀ ପ୍ରଣତି ମହାପାତ୍ର ଏବଂ ନୂଆଗାଁ ବ୍ଲକ ଅନ୍ତର୍ଗତ ଖଣ୍ଡୁଗାଁ ସରକାରୀ ହାଇସ୍କୁଲ ଶିକ୍ଷୟିତ୍ରୀ ପ୍ରଭାତୀ ମିଶ୍ର ଏହି ପ୍ରଶିକ୍ଷଣ ଶିବିରରେ ଯୋଗଦାନ କରିଥିଲେ। ଏହି ପ୍ରଶିକ୍ଷଣ ଶିବିରରେ ଅଜିମ ପ୍ରେମଜି ବିଶ୍ୱବିଦ୍ୟାଳୟର ପ୍ରଫେସର ମିସ ଆଲେକ୍ସ ଜେନି ଏବଂ ପ୍ରଫେସର ପାର୍ଥ ସାରଥି ମିଶ୍ର ପ୍ରଶିକ୍ଷଣ ପ୍ରଦାନ କରିଥିଲେ।

Read More

ରଣପୁରରେ ବୃକ୍ଷ ରୋପଣ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ

ରଣପୁର, (ନୟାଗଡ଼ ଦର୍ପଣ): ରଣପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ବୃକ୍ଷ ରୋପଣ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଇଟାମାଟିର ‘ବଂଶୀଧର ଇଣ୍ଟରନ୍ୟାସନାଲ ଫାଉଣ୍ଡେସନ୍ ଫର୍ ପିସ୍ ଆଣ୍ଡ ଡେଭଲପମେଣ୍ଟ୍’ ଓ ମାସିକ ହାସ୍ୟ ବ୍ୟଙ୍ଗ ପତ୍ରିକା ‘ବ୍ୟଙ୍ଗ କଲମ’ର ମିଳିତ ଆନୁକୂଲ୍ୟରେ ଜିଲ୍ଲା ବ୍ୟାପୀ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଏକାଦଶ ଦିବସରେ ରଣପୁର ବ୍ଲକ୍ ଅନ୍ତର୍ଗତ ଖଇରପଲ୍ଲୀ ଓ ରାଜ ସୁନାଖଳା ଗ୍ରାମ ପଞ୍ଚାୟତରେ ବୃକ୍ଷ ରୋପଣ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି। ଖଇରପଲ୍ଲୀ ପଞ୍ଚାୟତର ପ୍ରାଥମିକ ବିଦ୍ୟାଳୟ ଏବଂ ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର, ତାରିଆ ଠାରେ ବୃକ୍ଷ ରୋପଣ, ବାଲିଆ ଗ୍ରାମ ଏବଂ ରାଜସୁନାଖଳା ଗ୍ରାମ ପଞ୍ଚାୟତର କୋଟଗଡ଼ ଗ୍ରାମରେ ପ୍ରତି ଘରକୁ ଘର ଯାଇ ଦୁଇ ଅନୁଷ୍ଠାନର ସଦସ୍ୟ ଓ ସ୍ଵେଚ୍ଛାସେବୀ ମାନେ ଆମ୍ବ,…

Read More

ନୟାଗଡ଼ରେ ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମ

ନୟାଗଡ଼, (ନୟାଗଡ଼ ଦର୍ପଣ): ସମସ୍ତ ଜନସାଧାରଣଙ୍କ ଭାବନାରେ ଜାତୀୟତାବୋଧର ଜାଗରଣ କରିବା ସହିତ ଏକତା ଓ ଦେଶଭକ୍ତିରେ ଅନୁପ୍ରାଣିତ କରିବା ଉଦ୍ଦେଶ୍ୟରେ ଚଳିତ ଅଗଷ୍ଟ ୯ତାରିଖ ରୁ ୧୫ତାରିଖ ପର୍ଯ୍ୟନ୍ତ ପଲ୍ଲୀ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଘରେ ଘରେ ତ୍ରିରଙ୍ଗା ଅଭିଯାନ ପରିପ୍ରେକ୍ଷୀରେ ଆଜି ଦିବା ଘ.୧୨.୩୦ମି. ସମୟରେ ନୟାଗଡ଼ ଜିଲ୍ଲାର ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ନେଇ ଜିଲ୍ଲା ପରିଷଦର ସୃଜନ ସଭାଗୃହରେ ତର୍କ, କୁଇଜ୍‌, ଚିତ୍ରାଙ୍କନ, ଦେଶାତ୍ମବୋଧକ ସଙ୍ଗିତ ଇତ୍ୟାଦିର ପ୍ରତିଯୋଗିତା କରାଯାଇଥିଲା । ଏଥି ନିମନ୍ତେ ତ୍ରିରଙ୍ଗା ପଟ୍ଟଚିତ୍ର, ତ୍ରିରଙ୍ଗା ସେଲଫି ପଏଣ୍ଟ , ଷ୍ଟାଣ୍ଡି ଇତ୍ୟାଦି କରାଯାଇଛି। ଗ୍ରାମାଂଚଳର ପ୍ରତ୍ୟେକ ପରିବାରକୁ ପଞ୍ଚାୟତ ସମିତି ମାଧ୍ୟମରେ ଏବଂ ସହରାଞ୍ଚଳର ପ୍ରତ୍ୟେକ ପରିବାରକୁ ଏନ.ଏ.ସି ଓ ପୌରପାଳିକା ମାଧ୍ୟମରେ ତ୍ରିରଙ୍ଗା ପତାକା ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । ପରିବାରର ସଦସ୍ୟମାନେ ପତାକା…

Read More

ନୟାଗଡର ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ‘ସୋହମ୍’ର ବାର୍ଷିକୋତ୍ସବ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡର ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ “ସୋହମ୍”ର ଏକାଦଶ ବାର୍ଷିକୋତ୍ସବ ପାଳିତ। ନୟାଗଡ ସ୍ଵୟଂଶାସିତ ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ କକ୍ଷରେ ସଭାନେତ୍ରୀ ଡଃ. କବିତା ମିଶ୍ରଙ୍କ ସଭାପତିତ୍ବରେ ଏହାର ସଦସ୍ୟ, ସ୍ଵେଚ୍ଛାସେବୀ, ଅତିଥି ଓ ଶୁଭେଚ୍ଛୁ ମାନଙ୍କ ଗହଣରେ ଅନୁଷ୍ଠିତ ହୋଯାଇଅଛି । ଏଥିରେ ଝାଡ଼ଖଣ୍ଡ ଉଚ୍ଚ ନ୍ୟାୟାଳୟର ପୂର୍ବତନ ମୁଖ୍ୟ ବିଚାରପତି ତଥା ଓଡିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ଡ. ବିଦ୍ୟୁତ ରଞ୍ଜନ ଷଡଙ୍ଗୀ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି “ସୋହମ୍” ସଙ୍ଗଠନର ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମର ପ୍ରଶଂସା କରି ସମାଜ ସେବାର ମୂଲ୍ୟବୋଧ ଏବଂ ଏକ ଉତ୍ତମ ସମାଜ ଗଠନରେ ନାଗରିକର ଭୂମିକା ଉପରେ ଆଲୋକପାତ କରିଥିଲେ। ସଙ୍ଗଠନର ସାଧାରଣ ସମ୍ପାଦକ କାମାକ୍ଷା ପ୍ରସାଦ ଦାଶ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ବାର୍ଷିକୋତ୍ସବ ପାଳନ…

Read More

ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ରେଳ ଷ୍ଟେସନ ସଫେଇ

ନୟାଗଡ଼,(ନୟାଗଡ଼ ଦର୍ପଣ): ପରିବେଶକୁ ସ୍ୱଚ୍ଛ, ସୁନ୍ଦର ଓ ପରିଷ୍କାର ରଖିବା ଲକ୍ଷ୍ୟ ନେଇ ନୟାଗଡ଼ ଜିଲ୍ଲାର ଅଗ୍ରଣୀ ନାଗରିକ ଅନୁଷ୍ଠାନ ‘ନୟାଗଡ଼ ନାଗରିକ ମଞ୍ଚ’ ପକ୍ଷରୁ ଆଜି ପ୍ରତ୍ୟୁଷରେ ନୟାଗଡ଼ ଟାଉନ ରେଳ ଷ୍ଟେସନ ଏବଂ ଏହାର ପରିସରକୁ ସଫେଇ କରାଯାଇଛି । ରେଳ ଷ୍ଟେସନ ମଧ୍ୟରେ ପଡ଼ିଥିବା ପ୍ଲାଷ୍ଟିକ ପାଣି ବୋତଲ, ପାଉଚ, ଜରି, କାଗଜ ଟୁକୁରା ତଥା ବିଭିନ୍ନ ଆବର୍ଜନା ଗୁଡ଼ିକୁ ପରିଷ୍କାର କରାଯାଇଥିଲା । ସେହିପରି ଷ୍ଟେସନ ପରିସର ଏବଂ ଏହାର ଆଖପାଖରେ ଉଠିଥିବା ଅନାବନା ଗଛ,ଘାସ ଇତ୍ୟାଦିକୁ କଟାଯାଇ ଥିବା ବେଳେ ଷ୍ଟେସନ ମଧ୍ୟରେ ଥିବା ପିଇବା ପାଣି ଟ୍ୟାପ ନିକଟରେ ନିଷ୍କାସିତ ହୋଇ ନପାରି ଜମା ହୋଇ ରହୁଥିବା ଆବର୍ଜନା ପାଣିକୁ ନିଷ୍କାସିତ କରାଯାଇଥିଲା। ନୟାଗଡ଼ ନାଗରିକ ମଞ୍ଚ ସଭାପତି ତଥା ବିଶିଷ୍ଟ ସମାଜସେବୀ ପ୍ରମୋଦ ପଟ୍ଟନାୟକ ଏବଂ ସମ୍ପାଦକ…

Read More

ଶ୍ରମିକଙ୍କ ସ୍ବାର୍ଥପାଇଁ ଏକାଠିହେଲେ ନୟାଗଡର ସମସ୍ତ ଟ୍ରେଡ ୟୁନିୟନ୍

ନୟାଗଡ,(ନୟାଗଡ଼ ଦର୍ପଣ): ନୟାଗଡଜିଲ୍ଲା ଇଟାମାଟି ନିକଟସ୍ଥ ପ୍ରତାପ୍ରସାଦସ୍ଥିତ ମା´ଭୈରବୀଙ୍କ ମନ୍ଦିର ପ୍ରାଙ୍ଗଣରେ ଚଳିତମାସ ୭ ତାରିଖ ବୁଧବାରଦିନ ନୟାଗଡ ଜିଲ୍ଲାରେ କାର୍ଯ୍ୟ କରୁଥିବା ସମସ୍ତ ଶ୍ରମିକ ସଂଗଠନର କର୍ମକର୍ତ୍ତା ଏବଂ ନେତୃତ୍ବମାନଙ୍କୁ ନେଇ “ନୟାଗଡ ଜିଲ୍ଲା ଟ୍ରେଡ୍ ୟୁନିୟନସ୍ ସମନ୍ବୟ କମିଟି” ନାମରେ ଏକ ସଂଘ ଗଠନ କରାଯାଇଛି। ଟ୍ରେଡ ୟୁନିୟନ ନେତା ପ୍ରମୋଦ ମହାରଣାଙ୍କ ଆାବାହକତ୍ବରେ ଅନୁଷ୍ଠିତ ଏହି ବୈଠକରେ ବରିଷ୍ଠ ଶ୍ରମିକନେତା ଶ୍ରୀକାନ୍ତ ପଟ୍ଟନାୟକ ସଭାପତିତ୍ବ କରିଥିଲେ। ନୟାଗଡ ଜିଲ୍ଲାର ଶ୍ରମିକମାନେ ସେମାନଙ୍କର ସମସ୍ତ ସହାୟତା ସୁବିଧାରେ ପାଇବା ଏବଂ ଶ୍ରମିକମାନଙ୍କର ସ୍ବାର୍ଥ ରଖ୍ୟାପାଇଁ ଶ୍ରମିକ ସଂଗଠନମାନେ ଯତ୍ନବାନହୋଇ କାର୍ଯ୍ୟ କରିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଶ୍ରମ ବିଭାଗରେ ଯେଉଁସବୁ ସମସ୍ୟା ସ୍ରୁଷ୍ଟି ହେଉଛି ତାହାର ସମାଧାନ କରିବା ନିମନ୍ତେ ଏହି ଟ୍ରେଡୟୁନିୟନସ୍ ସମନ୍ବୟ କମିଟି ଦାଇତ୍ବନେଇ ଶ୍ରମିକମାନଙ୍କ ଅଧୀକାରପାଇବା ସହିତ ଶ୍ରମ…

Read More

ଜ୍ୟୋତିରଂଜନ ହେଲେ ରାଜ୍ୟ ପ୍ରାଥମିକ ଶିକ୍ଷକ ଫେଡରେସନର ମହାସଚିବ

ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟ ପ୍ରାଥମିକ ଶିକ୍ଷକ ଫେଡରେସନର ସାମ୍ବିଧାନିକ ବୈଠକ ଓ କର୍ମକର୍ତ୍ତା ନିର୍ବାଚନ ଇତି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନୟାଗଡ଼ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ତଥା ରଣପୁର ବ୍ଲକ ଶିକ୍ଷକ ନେତା ଜ୍ୟୋତିରଞ୍ଜନ ଦାଶ ରାଜ୍ୟ ପ୍ରାଥମିକ ଶିକ୍ଷକ ଫେଡରେସନର ମହାସଚିବ ଭାବେ ନିର୍ବାଚିତ ହୋଇଛନ୍ତି। ଶ୍ରୀଯୁକ୍ତ ଦାଶଙ୍କ ଏହି ନିର୍ବାଚନରେ ସମଗ୍ର ନୟାଗଡ଼ ଜିଲ୍ଲାରେ କାର୍ଯ୍ୟରତ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ବିଭିନ୍ନ ଶିକ୍ଷକ ସଂଗଠନ ମାନେ ତାଙ୍କୁ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇଛନ୍ତି। ଆଗାମୀ ଦିନରେ ଶ୍ରୀଯୁକ୍ତ ଦାଶ ଶିକ୍ଷକ ମାନଙ୍କ ବିଭିନ୍ନ ସମସ୍ୟା ସମାଧାନ ଦିଗରେ କାର୍ଯ୍ୟ କରିବେ ବୋଲି ଶିକ୍ଷକମାନେ ଆଶା ପୋଷଣ କରିଛନ୍ତି। ସୂଚନାଯୋଗ୍ୟ ଯେ ପୁରୀ ଶ୍ରୀଗୁଣ୍ଡିଚା ଭକ୍ତନିବସରେ ଅନୁଷ୍ଠିତ ଅନୁଷ୍ଠିତ ଏହି କର୍ମକର୍ତ୍ତା ନିର୍ବାଚନ…

Read More

ଭାରତ ବିକାଶ ପରିଷଦ ପୂର୍ବ କ୍ଷେତ୍ର ଅଧ୍ଯକ୍ଷା ସୁମନ ସିଂଙ୍କ ନୟାଗଡ଼ ଶାଖା ପରିଦର୍ଶନ

ନୟାଗଡ଼,(ନୟାଗଡ଼ ଦର୍ପଣ): ସ୍ଥାନୀୟ ସର୍କିଟ୍ ହାଉସ୍ ନିକଟ ଭାରତ ବିକାଶ ପରିଷଦ, ନୟାଗଡ଼ ଶାଖା କାର୍ଯ୍ଯାଳୟ ପରିସରରେ ଭାରତ ବିକାଶ ପରିଷଦ ପୂର୍ବ କ୍ଷେତ୍ର ଅଧ୍ଯକ୍ଷା ସୁମନ ସିଂଙ୍କ ପରିଦର୍ଶନ ଅବସରରେ ମହିଳା ସଶକ୍ତିକରଣ ବିଷୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଶାଖା ଅଧ୍ଯକ୍ଷ ପ୍ରସନ୍ନ କୁମାର ବସନ୍ତିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ମୁଖ୍ଯ ଅତିଥି ଭାବେ ଶ୍ରୀମତୀ ସିଂ ଯୋଗଦେଇ ନାରୀ ହିଁ ସମସ୍ତ ପ୍ରଗତିର ମୂଳ ଉତ୍ସ ବୋଲି କହିଥିଲେ। ଘର ପରିବାର ଦେଶ ପ୍ରଦେଶ ଓ ସମାଜର ଉନ୍ନତି ପାଇଁ ନାରୀ ମାନେ ସଶକ୍ତ ହେବା ଦରକାର। ବର୍ତ୍ତମାନ ଘାସ କାଟିବା ଠାରୁ ଘୋଡା ଚଢିବା ପର୍ଯ୍ୟନ୍ତ ସକଳ କ୍ଷେତ୍ର ରେ ନାରୀ ମାନେ ଅଗ୍ରଣୀ। ସମୟ ଆହ୍ବାନ କରୁଛି ଗାଁ ଠାରୁ ସହର ପର୍ଯ୍ୟନ୍ତ ସମସ୍ତ…

Read More