ନୟାଗଡ଼ ବିଜେପି ପକ୍ଷରୁ ମା କାଉଁରୀ ପୀଠରେ ସ୍ୱଚ୍ଛ ଭାରତ ଅଭିଯାନ

ନୟାଗଡ଼, (ନୟାଗଡ଼ ଦର୍ପଣ): ଭାରତର ଯଶଶ୍ଵୀ ପ୍ରଧାନମନ୍ତ୍ରୀ ମୋଦି ଜିଙ୍କ ଆହ୍ବାନରେ ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ବାଲୁଗାଁ ମଣ୍ଡଳ ତରଫରୁ ଗଦାଧର ପ୍ରସାଦ ନୟାଗଡର ପ୍ରସିଦ୍ଧ ‘ମା କାଉଁରୀ ପୀଠ’ରେ ବଡ଼ ଧରଣର ସ୍ୱଚ୍ଛ ଭାରତ ଅଭିଯାନ କରାଯାଇଥିଲା। ନୟାଗଡ଼ ଜିଲ୍ଲାର ବରିଷ୍ଟ ବିଜେପି କାର୍ଯ୍ୟକର୍ତ୍ତା ସନ୍ତୋଷ ପ୍ରଧାନଙ୍କ ନେତୃତ୍ୱରେ ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ ବସନ୍ତ ପଟ୍ଟନାୟକ, ରାଜ୍ୟ ଯୁବମୋର୍ଚ୍ଚା ସ୍ଵତନ୍ତ୍ର ନିମନ୍ତ୍ରିତ ସଦସ୍ୟ ରୋହିତ କୁମାର ନାୟକ, ଜିଲ୍ଲା ସାଧାରଣ ସମ୍ପାଦକ ରଞ୍ଜନ ପଣ୍ଡା, ଗଦାଧର ପ୍ରସାଦର ପୂର୍ବତନ ସରପଞ୍ଚ ସୁବାଷ ଚନ୍ଦ୍ର ସ୍ୱାଇଁ, ବସନ୍ତ ନାୟକ, ବେଣୁ ପ୍ରଧାନ, ଯୋଗେନ୍ଦ୍ର ପ୍ରଧାନ, ବିଜୟ ନାୟକ, ନିରଞ୍ଜନ ବିଶ୍ୱାଳ, ସର୍ବେଶ୍ଵର ପ୍ରଧାନ ଭଳି ଅନେକ କାର୍ଯ୍ୟକର୍ତ୍ତା ମନ୍ଦିର ପରିବେଶକୁ ସଫା କରିବା ସହିତ ସଚେତନତା ସୃଷ୍ଟି କରାଇଥିଲେ।

Related posts