ଉଦ୍ୟମ ସଫଳ, ଠାକୁରଙ୍କ ଅଳଙ୍କାର ଉପରେ ହେବ ସୁନା ଛାଉଣୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ପୁରୁଣା ସହରସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ଚତୁର୍ଦ୍ଧାମୂର୍ତ୍ତୀଙ୍କ ସୁନାବେଶ ଲାଗି ଉଦ୍ୟମ ସଫଳ ହୋଇଛି । ଦୀର୍ଘ ଚାରିବର୍ଷ ଧରି ଠାକୁରଙ୍କ ସୁନାବେଶ ହୋଇପାରୁନଥିଲଲା । ଅଳଙ୍କାର ଉପରୁ ସୁନା ଲେପ ଛାଡିଯିବାରୁ ଉକ୍ତ ଅଳଙ୍କାର ଠାକୁର ଲାଗି ହେଉନଥିଲେ । ବାରମ୍ବାର ଦାବି ସତ୍ୱେ ଖର୍ଚ୍ଚ ଅଟକଳ ସାତଲକ୍ଷ ଟଙ୍କା ଦେବୋତ୍ତର ବିଭାଗ ଦେବାକୁ ଅକ୍ଷମ ଥ‌ିବାରୁ ଶ୍ରଦ୍ଧାଳୁଙ୍କ ମନରେ ଘୋର ଆଘାତ ଲାଗିଥିଲା । ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଉଦ୍ୟମ କ୍ରମେ ସାତଲକ୍ଷ ଟଙ୍କା ଯୋଗାଡ଼ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା । ନୟାଗଡ଼ ବିଧାୟକ ଡ଼ଃ ଅରୁଣ କୁମାର ସାହୁଙ୍କୁ ଯୋଗାଯୋଗ ପରେ ଶୁକ୍ରବାର ଅପରାହ୍ନରେ ବିଧାୟକ ଡ. ସାହୁ ଚାରି ଲକ୍ଷ ଟଙ୍କା ଦେବୋତ୍ତର ମ୍ୟାନେଜରଙ୍କୁ ପ୍ରଦାନ କରିଥିଲେ। ଅବଶିଷ୍ଟ ୩ଲକ୍ଷ ଟଙ୍କାରୁ ପ୍ରମୋଦ ପଟ୍ଟନାୟକ…

Read More

ଉପାସରେ ରହିବେ ବାବା ନୀଳକଣ୍ଠେଶ୍ଵର, ଆନ୍ଦୋଳନ ଚେତାବନୀ ଦେଲେ ପୂଜକ

ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦଶପଲ୍ଲା ଏନଏସି ଅନ୍ତର୍ଗତ ଦେଉଳ ମାଳିସାହି ଗ୍ରାମରେ ଥିବା ଆରାଧ୍ଯ ଦେବ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ମହାଦେବଙ୍କ ମନ୍ଦିର ବହୁ ପ୍ରାଚୀନ କାଳରୁ ଅବସ୍ଥିତ। ଏହି ମନ୍ଦିରର ପୂଜକଗଣ ରାଜାରାଜୁଡା ଅମଳରୁ ବଂଶାନୁକ୍ରମରେ ଠାକୁରଙ୍କ ପୂଜାରେ ଲାଗି ଆସିଛନ୍ତି ଓ ଠାକୁରଙ୍କ ଜମିକୁ ଭୋଗଦଖଲ କରିଆସୁଛନ୍ତି । ମାତ୍ର ବର୍ତମାନ ଉକ୍ତ ଜମିରେ ପୂର୍ବତଟ ରେଳ ଲାଇନ ଆସିବା ଦ୍ଵାରା ଜମିର ଭୋଗଦଖଲ ବନ୍ଦ ଅଛି ଏବଂ ସେଥ‌ିପାଇଁ ପୂର୍ବତଟ ରେଳ ବିଭାଗ ପକ୍ଷରୁ ସେମାନଙ୍କୁ କୌଣସି କ୍ଷତି ପୂରଣ ଦିଆଯାଇ ନାହିଁ । ତେବେ ଜମି ଅଧିଗ୍ରହଣ ଅର୍ଥ ଆସିଥିଲେ ମଧ୍ୟ ପୂଜକମାନଙ୍କୁ ଦିଆଯାଇ ନାହିଁ । ତେବେ ସେବାୟତମାନେ ଗତ ୬ବର୍ଷରୁ ଅଧ‌ିକ ସମୟ କରଜ ବାରଜ କରି ମନ୍ଦିର ସେବା ଜାରି ରଖିଥ‌ିବା ସହିତ ନିଜ ନିଜ ପରିବାରର ଗୁଜୁରାଣ…

Read More

କାଳବୈଶାଖୀ ଉଡ଼ାଇନେଲା ଛପର

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଦଶପଲ୍ଲା ବ୍ଲକ ବାଣୀଗୋଛା ଥାନା ଅନ୍ତର୍ଗତ ନେଫାରୀ ଗାଁରେ ତାଣ୍ଡବ ରଚିଛି କାଳବୈଶାଖୀ। କାଳବୈଶାଖୀର ତାଣ୍ଡବ ଯୋଗୁଁ ନେଫାରୀ ଗ୍ରାମର ଗରିବ ଆଦିବାସୀ ମହିଳା ସୁମିତ୍ରା କହଁରଙ୍କ ଝାଟିମାଟି ଆଜବେଷ୍ଟ ଘରଟି ସଂପୂର୍ଣ୍ଣ ଭାବେ ମାଟିରେ ମିଶିଯାଇଛି । ତା ସାଙ୍ଗକୁ ଲଗାଣ ବର୍ଷା ଯୋଗୁଁ ଦୁଇ ଦୁଇଟି କୁନିଛୁଆଙ୍କୁ ଧରି ଅସହାୟ ଅବସ୍ଥାରେ ଘର କଣରେ ପଡ଼ି ରହିଛନ୍ତି ସୁମିତ୍ରା । ଏହି ଝଡ଼ବର୍ଷା ଯୋଗୁଁ ତାଙ୍କର ଗଚ୍ଛିତ ଥିବା ସମସ୍ତ ଖାଦ୍ୟଦ୍ରବ୍ୟ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିବା ସେ ଅଭିଯୋଗ କରିଛନ୍ତି। ସ୍ଥାନୀୟ ପ୍ରଶାସନ ସୁମିତ୍ରାଙ୍କ ପାଖରେ ବର୍ତମାନ ସୁଦ୍ଧା ପହଞ୍ଚି ନଥିବା ଜଣାପଡ଼ିଛି । ତତସହିତ ସେହିଗ୍ରାମର ବଳଭଦ୍ର ନାୟକ, ରଇବାରୀ ଦେଇ, ମନ୍ଦୋଦରୀ ନାୟକଙ୍କ ଘର ମଧ୍ୟ କାଳବୈଶାଖୀ ଦ୍ଵାରା ପ୍ରଭାବିତ…

Read More

ଜିଲ୍ଲାସ୍ତରୀୟ ବିପର୍ଯ୍ୟୟ ପ୍ରଶମନ ପରିଚାଳନା କମିଟି ବୈଠକ

ନୟାଗଡ଼,(ନୟାଗଡ ଦର୍ପଣ): ଜିଲ୍ଲା ପରିଷଦର ସୃଜନ ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ ଦିଲିପ କୁମାର ବଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ବିପର୍ଯ୍ୟୟ ପ୍ରଶମନ କମିଟିି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନୟାଗଡ଼ ବିଧାୟକ ଡଃ ଅରୁଣ କୁମାର ସାହୁ, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦର ସଭାପତି ଇଂ. ଦେବାଶିଷ ପଟ୍ଟନାୟକ, ରଣପୁର ବିଧାୟିକା ତଥା ଓଡ଼ିଶା ବିଧାନସଭାର ବାଚସ୍ପତିଙ୍କ ପ୍ରତିନିଧି ଅଭିଷେକ ସାମନ୍ତରାୟ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ତାପତିରାଜ୍‌ ଏବଂ ସମସ୍ତ ଲାଇନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ମଞ୍ଚାସିନ ସମସ୍ତ ଅତିଥିମାନଙ୍କୁ ଫୁଲତୋଡ଼ା ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସ୍ୱାଗତ କରାଯାଇଥିଲା । କାର୍ଯ୍ୟସୂଚୀ ଅନୁଯାୟୀ ବିଭିନ୍ନ ବିଭାଗ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବା ପାଇଁ…

Read More

ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଶ୍ଵ ଯୋଗଦିବସ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଶରଣକୁଳ ସ୍ଥିତ ନାରାୟଣ ହାଇସ୍କୁଲ ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି।ଏହି ଦିବସରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ କାଞ୍ଚନ ଷଡ଼ଙ୍ଗୀ ବିଭିନ୍ନ ପ୍ରକାର ଯୋଗାସନ କରିବା ଦ୍ୱାରା ସୁସ୍ଥ ଜୀବନ ମାନସିକ ଶାନ୍ତି ଓ ଏକାଗ୍ରତା ପାଇଁ ଯୋଗ କରିବାକୁ ବାର୍ତ୍ତା ଦେଇଛନ୍ତି।ବିଦ୍ୟାଳୟ ର ଏନସିସି ଅଫସର ଶ୍ରୀ ରଶ୍ମିରଞ୍ଜନ ମିଶ୍ର ଆଜିର ଦିବସ ରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ ସମସ୍ତେ ପ୍ରାଣାୟମ କରନ୍ତୁ ଏବଂ ସୁସ୍ଥ ରୁହନ୍ତୁ ବୋଲି ବକ୍ତବ୍ୟ ରଖିଛନ୍ତି।ଏହି ଅବସର ରେ ୫୦ ଏନ.ସି.ସି କ୍ୟାଡେଟଙ୍କ ସହ ୪୦୦ରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିବା ବେଳେ ବିଦ୍ୟାଳୟର କ୍ରୀଡା ପ୍ରଶିକ୍ଷକ ଦାମୋଦର ସାହୁଙ୍କ ଦ୍ଵାରା ବିଭିନ୍ନ ପ୍ରକାରର ଯୋଗ ଶିକ୍ଷା ଦିଆଯାଇଛି। ଆଜିର ଯୋଗ ଦିବସରେ ବିଦ୍ୟାଳୟର…

Read More

ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଶ୍ବ ଯୋଗ ଦିବସ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଶ୍ବ ଯୋଗ ଦିବସ ପାଳିତ ହୋଇଯାଇଛି। ମଣିଷ ସୁସ୍ଥ ସବଳ ତଥା କର୍ମଠ ରହିବାରେ ଶାରିରୀକ ପରିଶ୍ରମ ବିଶେଷ କରି ଯୋଗ ପ୍ରାଣାୟମ ଏକ ମହୋଷଧି ପରି। ପୁରାତନ ଯୁଗରେ ଭେଷଜ ବିଦ୍ୟାର ଆବିଷ୍କାର ହୋଇନଥିବା ବେଳେ ତଥାପି ମଣିଷ ସୁସ୍ଥ ସବଳ ଜୀଵନ ଯାପନ କରୁଥିଲା। ତାହାର ଏକମାତ୍ର ଉପାୟ ଥିଲା ଯୋଗବିଦ୍ୟା। ଏପରିକି ବଡ଼ ବଡ଼ ବ୍ୟାଧି ଯୋଗ ମାଧ୍ୟମରେ ଭଲ ହେଉଥିଲା। ବିଶେଷ କରି ବନ ବିଦ୍ୟାଳୟ ତଥା ଗୁରୁ ଆଶ୍ରମରେ ଯୋଗଶିକ୍ଷା ପାଠ ଖସଡ଼ାର ଏକ ଅଂଶବିଶେଷ ଥିଲା। ସମଗ୍ର ବିଶ୍ଵରେ ଯଦି ଯୋଗ ଉପରେ ଆଲୋକପାତ କରାଯାଏ ତେବେ ଯୋଗର ଉତ୍ପତ୍ତି ଭାରତ ବର୍ଷରୁ ହୋଇଥିଲା। ଧୀରେ ଧୀରେ ଯୋଗକୁ ସମଗ୍ର ବିଶ୍ବ ସୁସ୍ଥ ଜୀଵନ ବଞ୍ଚିବାର ମାଧ୍ୟମ ବୋଲି…

Read More

ନୟାଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ

ନୟାଗଡ଼, (ନୟାଗଡ଼ ଦର୍ପଣ): ଆଜି ନୟାଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ହୋଇ ଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ୯୦୦ ରୁ ଊର୍ଦ୍ଧ୍ବ ଛାତ୍ର ଛାତ୍ରୀ, ଆଚାର୍ଯ୍ୟ ଆଚାର୍ଯ୍ୟା, ଅଭିଭାବକ ଭାଇ ଭଉଣୀ ଯୋଗ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଅମ୍ବିକା ପ୍ରସାଦ ପଟ୍ଟନାୟକ ଯୋଗ ଶରୀର ଏବଂ ମାନସିକ ସ୍ଥିରତା ନିତ୍ୟାନ୍ତ ଆବଶ୍ୟକ ବୋଲି ଶିଶୁ ମାନଙ୍କ ଅଭିଭାବକ ମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ।

Read More

କୃଷକଙ୍କୁ ଦିଆଗଲା ପ୍ରଧାନମନ୍ତ୍ରୀ କୃଷକ ନିଧି ଯୋଜନାର ୧୭ତମ କିସ୍ତି

ନୟାଗଡ଼, (ନୟାଗଡ଼ ଦର୍ପଣ): ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ କୃଷକ ନିଧି ଯୋଜନାର ୧୭ତମ କିସ୍ତି ଅଧିନରେ ଆଜି ୯କୋଟି ୨୬ଲକ୍ଷ ହିତାଧିକାରୀଙ୍କୁ ୨୦ହଜାର କୋଟି ଟଙ୍କା ଦେଶର କୃଷକମନଙ୍କ ଖାତାକୁ ସ୍ଥାନାନ୍ତର ଉତ୍ତର ପ୍ରଦେଶର ବାରାଣାସୀରୁ ସିଧାପ୍ରସାରଣର କାର୍ଯ୍ୟକ୍ରମ କୃଷି ବିଜ୍ଞାନ କେନ୍ଦ୍ର, ପାଣିପୋଇଲା ଠାରେ ଅନୁଷ୍ଠିତ ହୋଇଥିଲା ଏଠାରେ ରାଜ୍ୟ ପଂଚାୟତିରାଜ୍ ଓ ପାନୀୟ ଜଳ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ରବିନାରାୟଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, କୃଷକମାନଙ୍କ ଉନ୍ନତି ନିମନ୍ତେ କୃଷକମାନଙ୍କ କ୍ଷେତକୁ ପାଣି,ଆଖୁଚାଷର ଉନ୍ନତି ଉପରେ ଆମ ସରକାର ଧ୍ୟାନ ଦେବ। ରଣପୁରର ମାନ୍ୟବର ବିଧାୟିକା ଶ୍ରୀମତୀ ସୁରମା ପାଢ଼ୀ କହିଲେ ଯେ, ସ୍ୱାମିନାଥନ୍ କମିଟି ଦେଇଥିବା ସୁପାରିଶ ଅନୁସାରେ ଧାନର ସହାୟକ ମୂଲ୍ୟ ୩୧୦୦ଟଙ୍କାକୁ ବୃଦ୍ଧି କରିବା ପାଇଁ ପ୍ରଥମ…

Read More

ଜିଲ୍ଲାସ୍ତରୀୟ ଟେବୁଲ ଟପ୍ ପ୍ରୟୋଗାତ୍ମକ ଅଭ୍ୟାସ

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଜିଲ୍ଲାପାଳ ଶ୍ରୀମତୀ ସ୍ୱଧା ଦେବ ସିଂଙ୍କ ଅଧ୍ୟକ୍ଷତାରେ ଏବଂ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଶ୍ରୀ ଦିଲିପ କୁମାର ବଳଙ୍କ ସଂଯୋଜନାରେ ବିପର୍ଯ୍ୟୟ ପରିଚାଳନା ଉପରେ ଜିଲ୍ଲାସ୍ତରୀୟ ଟେବୁଲ ଟପ୍ ପ୍ରୟୋଗାତ୍ମକ ଅଭ୍ୟାସ ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବଳ ଉପସ୍ଥିତ ସମସ୍ତ ଅଧିକାରୀମାନଙ୍କୁ ସ୍ୱାଗତ ଜଣାଇବା ସହ ଜିଲ୍ଲାପାଳ ଶ୍ରୀମତୀ ସିଂଙ୍କୁ ଆଜିର କାର୍ଯ୍ୟକ୍ରମ ଉପରେ ତାଙ୍କର ପ୍ରାରମ୍ଭିକ ବକ୍ତବ୍ୟ ରଖିବା ପାଇଁ ଅନୁରୋଧ କରିଥିଲେ । ଜିଲ୍ଲାପାଳ ଶ୍ରୀମତୀ ସିଂ ତାଙ୍କ ବକ୍ତବ୍ୟରେ କହିଲେ ଯେ, ପ୍ରତି ବର୍ଷ ପ୍ରାକ୍ ମୌସୁମୀରେ ବିପର୍ଯ୍ୟୟ ମୁକାବିଲା ପାଇଁ ବିଭାଗୀୟ ଅଧିକାରୀ ଏବଂ ବିଭିନ୍ନ ବର୍ଗର ସମାଜସେବୀଙ୍କୁ ନେଇ ଏକ ମକ୍‌ଡ୍ରିଲ(ମିଛ ଅଭିନୟ) କରାଯାଏ । ଏଥିପାଇଁ ଆଜି ଜିଲ୍ଲାସ୍ତରରେ ଦିବା ୧୦ଘଟିକା ଠାରୁ…

Read More

ବିଧାୟକ ଅରୁଣଙ୍କ କୃତଜ୍ଞତା ସଭା

ନୟାଗଡ଼, (ନୟାଗଡ଼ ଦର୍ପଣ): ୨୦୨୪ ସାଧାରଣ ନିର୍ବାଚନ ପରେ ବିଜୁ ଜନତା ଦଳ କାର୍ଯ୍ୟାଳୟଠାରେ ପ୍ରଥମ ସଭା ଅନୁଷ୍ଠିତ ହୋଇଛି । ନୟାଗଡ଼ ନିର୍ବାଚନ ମଣ୍ଡଳୀରୁ ପଞ୍ଚମ ଥର ପାଇଁ ଡ. ଅରୁଣ କୁମାର ସାହୁ ବିଧାୟକ ନିର୍ବାଚିତ ହୋଇଛନ୍ତି । ଏହି ଅବସରରେ ଆଜି ପୂର୍ବାହ୍ନରେ ଅନୁଷ୍ଠିତ କୃତଜ୍ଞତା ସଭାରେ ନୟାଗଡ଼ ବ୍ଲକ ଓ ପୈାରଞ୍ଚଳ ହଜାର ହଜାର କର୍ମୀ ଯୋଗ ଦେଇଥିଲେ । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଏବଂ ସହ ପର୍ଯ୍ୟବେକ୍ଷକ ଇରାନୀ ରାୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଅବସରରେ ନୟାଗଡ଼ ବିଧାୟକ ନିର୍ବାଚନ ଫଳାଫଳ ସମୀକ୍ଷା କରିବା ସହ ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିଥିଲେ। ସମାଜ ସେବାର ବିଜୟ ଉତ୍ସବ ନଥାଏ। ଜନସାଧାରଣଙ୍କ ସେବା, ରାଜ୍ୟ ଓ ଦେଶର ପ୍ରଗତି ପାଇଁ କାମ କରିବା ହେଉଛି…

Read More