ହାଇୱା ଧକ୍କାରେ ଯୁବକ ମୃତ, କ୍ଷତି ପୂରଣ ଦାବିରେ ରାସ୍ତାରୋକ

ଭାପୁର, (ନୟାଗଡ଼ ଦର୍ପଣ): ଖଣ୍ଡପଡା ମୁଖ୍ୟ ରାସ୍ତାର କଳାପଥର – ଭାପୁର ବାଇପାସ ରାସ୍ତାରେ ହାଇୱା ସହ ଏକ ବାଇକ ଦୁର୍ଘଟଣା ଘଟିବାରୁ ବାଇକ ଚାଳକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି। ସୂଚନା ମୁତାବକ ଖଣ୍ଡପଡା ବ୍ଲକ ବନମାଳୀପୁର ଗ୍ରାମର ବସନ୍ତ କୁମାର ସାହୁଙ୍କ ପୁଅ ଦେବାଶିଷ ସାହୁ(୨୪) ନିଜ ମୋଟର ସାଇକେଲ ନମ୍ବର OD 33 B 5108 ଯୋଗେ କଳାପଥରକୁ ଯାଉଥିବା ବେଳେ ବାଇପାସ ରାସ୍ତା ସ୍ଥିତ କାଳିଗିର ବ୍ରିଜ ନିକଟରେ ଏକ ହାଇୱା ନମ୍ବର OD 25 N 1222 ସହ ଧକ୍କା ହୋଇଥିଲା। ଫଳରେ ବାଇକ ଚାଳକ ଦେବାଶିଷଙ୍କ ମୁଣ୍ଡ ଆଘାତ ହେବା ସହ ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ବିଳମ୍ବିତ ସମୟ ପର୍ଯ୍ୟନ୍ତ ଘଟଣା ସ୍ଥଳରେ ଶଵ ପଡ଼ିରହିଥିବା ଜଣା ପଡିଥିଲା। ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରି କ୍ଷତିପୂରଣ…

Read More

ବ୍ଲକ ସ୍ତରୀୟ ଜିଜ୍ଞାସା କର୍ମଶାଳା- ୨୦୨୪ ଉଦଯାପିତ

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ରାଜ୍ୟ ସରକାରଙ୍କ ତରଫରୁ ଶିକ୍ଷା କ୍ଷେତ୍ରରେ ବିଜ୍ଞାନ ଶିକ୍ଷାକୁ ଆଖି ଆଗରେ ରଖି ଦକ୍ଷତାର ବିକାଶ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ଗାଁ ବ୍ଳକର ବିଭିନ୍ନ ଉଚ୍ଚବିଦ୍ୟାଳୟର ୩୯ରୁ ଅଧିକ ବିଜ୍ଞାନ ଶିକ୍ଷକ ମାନଙ୍କର ଶରଣକୁଳ ନିକଟବର୍ତ୍ତୀ ସୋଲପଟା ନୋଡ଼ାଲ ହାଇସ୍କୁଲ, ସୋଲପଟା ଠାରେ ବ୍ଲକ ସ୍ତରୀୟ ଜିଜ୍ଞାସା କର୍ମଶାଳା-୨୦୨୪ ଅନୁଷ୍ଠିତ ହୋଇ ଯାଇଛି। ତିନି ଦିନ ଧରି ଚାଲି ଥିବା ଏହି କର୍ମଶାଳା ଏହି ବିଦ୍ୟାଳୟରେ ୨୮ ତାରିଖରୁ ଆରମ୍ଭ ହୋଇଥିଲା। ତାହାର ଉଦଘାଟନୀ ଉତ୍ସବରେ କର୍ମଶାଳାକୁ ଜିଲ୍ଲା ଶିକ୍ଷାଧିକାରୀଣୀ ରାଜଶ୍ରୀ ପଟ୍ଟନାୟକ ଉଦଘାଟନ କରିଥିଲେ। ଏଥିରେ ସାରସ୍ବତ ଲେକ ବିଦ୍ୟାପୀଠ କଜଲାଇପଲ୍ଲୀର ବିଜ୍ଞାନ ଶିକ୍ଷକ ଘନଶ୍ୟାମ ରାଉତ ମାଷ୍ଟର ଟ୍ରେନର ଭାବେ ତାଲିମ ପ୍ରଦାନ କରିଥିବା ବେଳେ ତାହାଙ୍କୁ ତାଲିମ ଦେବାରେ ସହଯୋଗ କରିଥିଲେ ଶିକ୍ଷକ ସୁଶାନ୍ତ…

Read More

ନୟାଗଡ଼ରେ ଜିଲାସ୍ତରୀୟ ପ୍ରବନ୍ଧ ଲିଖନ ପ୍ରତିଯୋଗୀତା, ଶୁଭସ୍ମିତା ଜିଲ୍ଲାରେ ପ୍ରଥମ

ନୟାଗଡ଼, (ନୟାଗଡ଼ ଦର୍ପଣ): ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧୋତ୍ସବ ଅବସରରେ ‘ସମାଜ’ ନୟାଗଡ଼ ଜିଲ୍ଲା ଶାଖା ପକ୍ଷରୁ ଜିଲାସ୍ତରୀୟ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ରବିବାର ନୟାଗଡ଼ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ଯୋଗଦେଇଥିଲେ। ସମ୍ମାନୀୟ ଅତିଥିଭାବେ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ନୟାଗଡ଼ ବ୍ଲକ ଶିକ୍ଷାଧିକାରୀ ନିମାଇଁ ଚରଣ ପ୍ରଧାନ, ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଉମାକାନ୍ତ ସେଠୀ ପ୍ରମୁଖ ଯୋଗଦେଇଥିଲେ। ନୟାଗଡ଼ ଜିଲା ପ୍ରତିନିଧି ଉଦିତ୍‌ ନାରାୟଣ ଦାଶ ସ୍ବାଗତ ଭାଷଣ ସହ ଅତିଥି ପରିଚୟ ଦେଇଥିଲେ। ଗୋପବନ୍ଧୁଙ୍କ ଜୀବନୀ ସମ୍ପର୍କରେ ଅତିଥିମାନେ ବକ୍ତବ୍ୟ ରଖିଥିଲେ। ପ୍ରତିଯୋଗିତାରେ ନୟାଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକରୁ ୨୪ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ସେଥିମଧ୍ୟରୁ ନୟାଗଡ଼ ବ୍ରଜେନ୍ଦ୍ର ଉଚ୍ଚ…

Read More

ଦଶପଲ୍ଲାରେ “ଡ୍ୟାନ୍ସ ନୟାଗଡ ଡ୍ୟାନ୍ସ” ଅଡିସନ୍ ଅନୁଷ୍ଠିତ

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ନୟାଗଡର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ପରିଷଦ ସୃଜନିକା ପକ୍ଷରୁ ଆଜି ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ଦଶପଲ୍ଲା ସ୍ଥିତ ସୀତାରାମ ୟୁଥ୍ କ୍ଳବରେ “ନୟାଗଡ ଡ୍ୟାନ୍ସ ନୟାଗଡ”ର ଅଡିସନ୍ ଅନୁଷ୍ଠିତ ହୋଇଯାଇଛି । ଏହାକୁ ଦଶପଲ୍ଲା ବ୍ଲକର ଅଧ୍ୟକ୍ଷା ସୁନନ୍ଦା ସାହୁ ଉଦଘାଟନ କରିଥିବା ବେଳେ ଏନ ଏ ସି ଅଧ୍ୟକ୍ଷା ଇଂ. ପୁନମ୍ ପ୍ରିୟଦର୍ଶିନୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ କ୍ଲବର ସଭାପତି ସୁଜିତ୍ କୁମାର ପ୍ରଧାନ ଓ ସମାଜସେବୀ ଦାମୋଦର ସାହୁ ଶିକ୍ଷକ ବିଘ୍ନେଶ୍ୱର ବେହେରା ଓ ରଘୁନାଥ ସାହୁ ପ୍ରମୁଖ ଯୋଗଦେଇଥିଲେ। ଅତିଥିମାନେ ପିଲାମାନଙ୍କର ପ୍ରତିଭାର ବିକାଶ ନିମିତ୍ତ କିପରି ଏହିପରି କିଛି ଅନୁଷ୍ଠାନ କାର୍ଯ୍ୟ କରୁଛନ୍ତି ସେ ବିଷୟରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ମୋଟ ୨୩ଜଣ…

Read More

ମଣ୍ଡଳସ୍ତରୀୟ ତ୍ରିଦିବସୀୟ କୌଶଳୀ ଓ ସାହିତ୍ୟ ସୃଜନୀ ଶିକ୍ଷକ ତାଲିମ ଶିବିର

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ଇଟାମାଟି ସ୍ଥିତ ବାମନ ଅବକାଶ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ତ୍ରିଦିବସୀୟ କୈ।ଶଳୀ ଓ ସାହିତ୍ୟ ସୃଜନୀ ଶିକ୍ଷକ ତାଲିମ ଶିବିର ପର୍ଯ୍ୟାୟକ୍ରମେ ୨୪-୦୬-୨୦୨୪ ରୁ ୨୯-୦୬-୨୦୨୪ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବ୍ଲକର ୩୩ ଟି ବିଦ୍ୟାଳୟର ବିଜ୍ଞାନ ଏବଂ କଳା ବିଭାଗର ଶିକ୍ଷକ ତଥା ଶିକ୍ଷୟିତ୍ରୀ ଯୋଗଦେଇଥିଲେ। ନୟାଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ରାଜଶ୍ରୀ ପଟ୍ଟନାୟକ ପ୍ରଶିକ୍ଷଣ ଶିବିରର ଉଦ୍ଘାଟନ କରି ଶିକ୍ଷକ ଶିକ୍ଷୟିତ୍ରୀମାନେ ପ୍ରଶିକ୍ଷଣର ଗୁଣାତ୍ମକ ଦିଗକୁ ଛାତ୍ର- ଛାତ୍ରୀ ଙ୍କ ପାଖରେ ପହଞ୍ଚାଇବା ଦିଗରେ ଯତ୍ନବାନ ହେବା ପାଇଁ ପରାମର୍ଶ ଦେଇଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରସନ୍ନ କୁମାର ମହାପାତ୍ର ପ୍ରଶିକ୍ଷଣ ଶିବିରର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ତଥା ପ୍ରଶିକ୍ଷକ,ଏସ. ଆର. ଜି ଙ୍କୁ ସ୍ୱାଗତ କରିଥିଲେ।…

Read More

ବନ୍ୟପ୍ରାଣୀ ବିଭାଗକୁ ବଡ ସଫଳତା, ବନ୍ଧୁକଧାରୀ ଶିକାରୀ ଗିରଫ

ଦଶପଲ୍ଲା, (ନୟାଗଡ଼ ଦର୍ପଣ) ଶିକାରୀକଂ ଅମରାବତୀ ପାଲଟିଥିବା ଦଶପଲ୍ଲା ବନାଞ୍ଚଳରେ ଦିନକୁ ଦିନ ବଢ଼ି ଚାଲିଛି ଶିକାର। ବିଭିନ୍ନ ସମୟରେ ଶିକାରୀମାନେ ଫାଶ ଓ ବନ୍ଧୁକ ମାଧ୍ୟମରେ ଶିକାର କରୁଥିବା ବେଳେ, ଏବେ ଦଶପଲ୍ଲା ବନାଞ୍ଚଳର (ଟେରିଟୋରିଆଲ) ଓ ବନ୍ୟପ୍ରାଣୀ ବିଭାଗ ଅଧୀନସ୍ଥ ଅଭୟାରଣ୍ୟ ମଧ୍ୟରେ ଅହରହ ଘୂରି ବୁଲୁଛନ୍ତି ଆନ୍ତଃରାଜ୍ୟ ବନ୍ଧୁକଧାରୀ ଶିକାରୀ। ଦୈନିକ ବନ୍ୟଜନ୍ତୁଙ୍କୁ ଶିକାର କରି ଖୋଲାଖୋଲି ଭାବରେ ମାଂସକୁ ଛକ ବଜାରରେ ବିକ୍ରୟ କରାଯାଉଛି। ହେଲେ ଟେର୍ ପାଉନି ବନବିଭାଗ। ଏଭଳି ସ୍ଥିତିରେ ମହାନଦୀ ବନ୍ୟପ୍ରାଣୀ ବିଭାଗ ଅଧୀନସ୍ଥ ବାଣିଗୋଛା (ପୂର୍ବ) ବନ୍ୟପ୍ରାଣୀ ବିଭାଗକୁ ଏକ ସଫଳତା ମିଳିଥିବା ଦେଖିବାକୁ ମିଳିଛି । ଜଙ୍ଗଲରେ ଘୂରି ବୁଲୁଥିବା ଜଣେ ବନ୍ଧୁକଧାରୀ ଶିକାରୀକୁ ଅଟକ କରିବା ସହ ଘଟଣାର ଅଧିକ ତଦନ୍ତ ଚଳାଇଥିବା ଜଣାପଡ଼ିଛି। ଏନେଇ ବନଖଣ୍ଡ ଅଧିକାରୀ ଫାଲଗୁନି ସାରଥୀ ମଲ୍ଲିକ…

Read More

ଛାଡ୍ ଲୋନ୍ କରାଇଦେବାକୁ କହି, ମହିଳା କରୁଛନ୍ତି ଅର୍ଥ ଆଦାୟ

ଦଶପଲ୍ଲା, (ନୟାଗଡ଼ ଦର୍ପଣ) ସ୍ପଷ୍ଟ ଦିବାଲୋକର ହେଉଛି ଠକେଇ । ଆଦିବାସୀ ଓ ଦଳିତ ମହିଳା ମାନେ ହେଉଛନ୍ତି ଠକେଇର ଶୀକାର । ଦଶପଲ୍ଲା ପଶ୍ଚିମାଞ୍ଚଳ, ବାଣୀଗୋଛା ଥାନା ଅନ୍ତର୍ଗତ ଚଡେୟାପଲ୍ଲୀ, କଳସାଖମଣ, ଦୁଡ଼ା ସମେତ ଆଖ ପାଖ ଅଞ୍ଚଳରେ ଜନୈକା ମହିଳା ନିଜକୁ ମିଶନ ଶକ୍ତିର ଅଧିକାରିଣୀ କହି, ଛାଡ୍ ଲୋନ୍ କରାଇ ଦେବା ପାଇଁ ଅର୍ଥ ଓ କାଗଜପତ୍ର ଆଦାୟ କରିଥିବାର ଖବର ମିଳିଛି । ଏ ସମ୍ପର୍କରେ ପୂର୍ବରୁ ହୀରାଂଚଳ ସମେତ ଅନ୍ୟାନ୍ୟ ଗଣମାଧ୍ୟମରେ, ଖବର ପ୍ରକାଶ ପାଇଥିଲେ ମଧ୍ୟ, ଅଦ୍ୟାବଧୂ କୌଣସି ସୁଫଳ ମିଳି ନଥିବାରୁ, ଅର୍ଥ ଦେଇଥିବା ଲୋକେ, ମହିଳାଙ୍କ ଠାରୁ ଅର୍ଥ ଫେରସ୍ତ ଦାବୀ କରିଛନ୍ତି। ଘଟଣା ସମଗ୍ର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ଘଟଣାକୁ ନେଇ ସୋସିଆଲ ମିଡିଆରେ ଭିଡିଓ ମଧ୍ୟ ଭାଇରାଲ୍ ହେବାରେ ଲାଗିଛି। ସମଗ୍ର…

Read More

କବି ଶାନ୍ତନୁ ବିଶୋଇଙ୍କ କବିତା ସଂକଳନ ‘ଅଫେରା ସମୟ ସୁଅ’ ଉନ୍ମୋଚିତ

ଓଡଗାଁ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ଦଣ୍ଡୋର ଗ୍ରାମର ବିଶିଷ୍ଟ ତଥା ଜଣାଶୁଣା କବି ସାନ୍ତନୁ ବିଶୋଇଙ୍କ ଲିଖିତ କବିତା ସଂକଳନ ‘ଅଫେରା ସମୟ ସୁଅ’ ଉନ୍ମୋଚନ ହୋଇଯାଇଛି।ଓଡ଼ଗାଁ ରଘୁନାଥ ଆଥଲେଟିକ୍ ଆସୋସିଏସନ୍ ଠାରେ ଏହି ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ପ୍ରାକ୍ତନ ଅଧ୍ୟକ୍ଷ ଅଧିବାସ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ପ୍ରାୟ ୪୦ରୁ ଉର୍ଦ୍ଧ୍ଵ କବି ଓ ସାମ୍ବାଦିକ ମାନେ ଯୋଗଦେଇଥ‌ିଲେ। କବିଙ୍କ ମଧ୍ୟରେ ଅଶୋକ କୁମାର ମହାପାତ୍ର, ଦିବାକର ନାୟକ, ପ୍ରଫୁଲ୍ଲ ମାଝି, ଲୋକନାଥ ମିଶ୍ର (ଭରଦ୍ୱାଜ) ରାଜକିଶୋର ନାୟକ, ବରିଷ୍ଠ ସାମ୍ବାଦିକ ତଥା ଅବସରପ୍ରାପ୍ତ ସେନା କର୍ମଚାରୀ ଆଦର୍ଶ ପଟ୍ଟନାୟକ, ବିଶିଷ୍ଟ ଉଦ୍’ଘୋଷକ, ଗବେଷକ, କବି ଚନ୍ଦ୍ରବିଜୟୀ ମିଶ୍ର, ଯଶୋବନ୍ତ ପଟ୍ଟନାୟକ, ଭାବଗ୍ରାହୀ ମହାପାତ୍ର, ରଞ୍ଜନ କୁମାର ଦାସ, ସହିତ୍ୟାଚାର୍ଯ୍ୟ ସୁଶାନ୍ତ କୁମାର…

Read More

ରୋଟାରୀ କ୍ଳବରେ ସ୍ବାସ୍ଥ୍ଯ ସଚେତନତା ଶିବିର

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଖଣ୍ଡପଡାରୋଡସ୍ଥ ରୋଟାରୀ ଭବନ ପରିସରରେ ସନ ସାଇନ୍ ହସ୍ପିଟାଲ, ଭୁବନେଶ୍ୱର ଓ ରୋଟାରୀ କ୍ଳବ୍, ନୟାଗଡ଼ ମିଳିତ ସହଯୋଗରେ ଏକ ସ୍ବାସ୍ଥ୍ଯ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ରୋଟାରୀ କ୍ଳବ୍ ନୟାଗଡ଼ ର ସଭାପତି ରୋଟାରିଆନ୍ ଅବଦୁଲ୍ ଆରିଫ୍ ଖାଁନ୍ ଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ସଚେତନତା ଶିବିରରେ ସନ ସାଇନ୍ ହସ୍ପିଟାଲ ଭୁବନେଶ୍ୱର ର ଡାଇରେକ୍ଟର ତଥା ବିଶିଷ୍ଟ ସ୍ନାୟୁରୋଗ ବିଶେଷଜ୍ଞ ଡାକ୍ତର ପ୍ରଫୁଲ୍ଲ କୁମାର ସାହୁ ଯୋଗଦେଇ ବ୍ରେନ୍ ଷ୍ଟ୍ରୋକ୍ କାହିଁକି ହୁଏ, ତା’ର କାରଣ ଓ ନିରାକରଣ ସହିତ ବାର୍ଦ୍ଧକ୍ଯ ବୟସରେ କଣ ସଚେତନତା ଅବଲମ୍ବନ କରାଯିବ, ସେ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ସନ ସାଇନ୍ ହସ୍ପିଟାଲ ଭୁବନେଶ୍ୱର ର ବରିଷ୍ଠ ଫିଜିଓଥେରାପିଷ୍ଟ୍ ଡାକ୍ତର ଆଭାସ ଦାସ ପଟ୍ଟନାୟକ ଯୋଗଦେଇ ଶାରୀରିକ ଶିକ୍ଷା ଉପରେ ଆଲୋଚନା…

Read More

ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟର ଧନ୍ଦାମୂଳକ ଶିକ୍ଷାର୍ଥୀଙ୍କ ଶିଳ୍ପ ପରିଭ୍ରମଣ

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଶରଣକୁଳ ସ୍ଥିତ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ସମଗ୍ର ଶିକ୍ଷା ଯୋଜନା ଅଧୀନରେ ଚାଲୁଥିବା ଧନ୍ଦାମୂଳକ ଶିକ୍ଷା ଛାତ୍ରଛାତ୍ରୀ ଙ୍କ ଦ୍ବାରା ଶିଳ୍ପାନୁଷ୍ଠାନ ପରିଭ୍ରମଣ ଶିକ୍ଷା ଅନୁଷ୍ଠିତ ହୋଇଛି।ଏହି ପରିଭ୍ରମଣ ରେ ବନାରାୟଣ ଉଚ୍ଚ ବିଦ୍ୟାଳୟ(ହବ୍ ସ୍କୁଲ) ର ନବମ ବଓ ଦଶମ ଶ୍ରେଣୀର ୬୦ ଶିକ୍ଷାର୍ଥୀ ଏବଂ( ସ୍ପୋକ ସ୍କୁଲ)ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଶରଣ କୁଳ ର ୧୮ଜଣ ଶିକ୍ଷାର୍ଥୀ ସାମିଲ ହୋଇଛନ୍ତି।ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ କାଞ୍ଚନ ଷଡ଼ଙ୍ଗୀ ଙ୍କ ତତ୍ୱାବଧାନ ରେ ଦୁଇଟି ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ଓଡ଼ଗାଁ ସ୍ଥିତ ଅମନ ଟେକ୍ସଟାଇଲ କୁ ପରିଭ୍ରମଣ କରିଥିଲେ।ପ୍ରତିଷ୍ଠାତା ଶ୍ରୀମତୀ ମିନତୀ ସାହୁ ଏବଂ ନାରାୟଣ ଉଚ୍ଚ ହଁବିଦ୍ୟାଳୟ…

Read More