ବ୍ଲକ ସ୍ତରୀୟ ଜିଜ୍ଞାସା କର୍ମଶାଳା- ୨୦୨୪ ଉଦଯାପିତ

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ରାଜ୍ୟ ସରକାରଙ୍କ ତରଫରୁ ଶିକ୍ଷା କ୍ଷେତ୍ରରେ ବିଜ୍ଞାନ ଶିକ୍ଷାକୁ ଆଖି ଆଗରେ ରଖି ଦକ୍ଷତାର ବିକାଶ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ଗାଁ ବ୍ଳକର ବିଭିନ୍ନ ଉଚ୍ଚବିଦ୍ୟାଳୟର ୩୯ରୁ ଅଧିକ ବିଜ୍ଞାନ ଶିକ୍ଷକ ମାନଙ୍କର ଶରଣକୁଳ ନିକଟବର୍ତ୍ତୀ ସୋଲପଟା ନୋଡ଼ାଲ ହାଇସ୍କୁଲ, ସୋଲପଟା ଠାରେ ବ୍ଲକ ସ୍ତରୀୟ ଜିଜ୍ଞାସା କର୍ମଶାଳା-୨୦୨୪ ଅନୁଷ୍ଠିତ ହୋଇ ଯାଇଛି। ତିନି ଦିନ ଧରି ଚାଲି ଥିବା ଏହି କର୍ମଶାଳା ଏହି ବିଦ୍ୟାଳୟରେ ୨୮ ତାରିଖରୁ ଆରମ୍ଭ ହୋଇଥିଲା। ତାହାର ଉଦଘାଟନୀ ଉତ୍ସବରେ କର୍ମଶାଳାକୁ ଜିଲ୍ଲା ଶିକ୍ଷାଧିକାରୀଣୀ ରାଜଶ୍ରୀ ପଟ୍ଟନାୟକ ଉଦଘାଟନ କରିଥିଲେ। ଏଥିରେ ସାରସ୍ବତ ଲେକ ବିଦ୍ୟାପୀଠ କଜଲାଇପଲ୍ଲୀର ବିଜ୍ଞାନ ଶିକ୍ଷକ ଘନଶ୍ୟାମ ରାଉତ ମାଷ୍ଟର ଟ୍ରେନର ଭାବେ ତାଲିମ ପ୍ରଦାନ କରିଥିବା ବେଳେ ତାହାଙ୍କୁ ତାଲିମ ଦେବାରେ ସହଯୋଗ କରିଥିଲେ ଶିକ୍ଷକ ସୁଶାନ୍ତ କୁମାର ପ୍ରଧାନ ଓ ମନୋଜ କୁମାର ଶତପଥି। ପ୍ରତ୍ୟହ ତାଲିମ କାର୍ଯ୍ୟକ୍ରମ ପୂର୍ବାହ୍ନ ୧୦ ଘଟିକା ସମୟରୁ ଅପରାହ୍ଣ ୫ ଘଟିକା ପର୍ଯ୍ୟନ୍ତ ଚାଲିଥିଲା। ଆଜିର କର୍ମଶାଳାର ଉଦଯାପନୀ ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ. ଗିରୀଜା ମହାପାତ୍ର ଅତିଥିଭାବେ ଯୋଗଦେଇ ଉଭୟ ତାଲିମ ଗ୍ରହଣକାରୀ ଶିକ୍ଷକ ଶିକ୍ଷୟିତ୍ରୀ ଓ ତାଲିମ ଦାତା ଶିକ୍ଷକମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।

Related posts