ନୟାଗଡ଼ ବିଧାୟକ ମୋଟିଭେସନାଲ କ୍ଲାସ

ଖେଳ ପଡିଆ ଯିଏ ଦେଖିନି ତାକୁ ଡାକ୍ତରଖାନା ସ୍ୱାଗତ କରିବ : ଅରୁଣ ନୟାଗଡ଼,(ନୟାଗଡ଼ ଦର୍ପଣ): ବାଜିଛି ନିର୍ବାଚନ ବିଗୁଲ । ଏହା ମଧ୍ୟରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ବହୁ ଦିନ ଧରି ଆରମ୍ଭ କରିଛନ୍ତି ନୂଆ ପ୍ରୟାସ । ବିଭିନ୍ନ ସମୟରେ ଛାତ୍ର ଓ ଯୁବକ ମାନଙ୍କୁ ନେଇ ସୁସ୍ଥ ସମାଜ ଗଠନ ସହିତ ଯୁବକ ମାନେ କିପରି ଶାରିରୀକ ମାନସିକ ସ୍ତରରେ ସୁସ୍ଥ ରହିବେ ସେଥି ନିମନ୍ତେ ଆରମ୍ଭ କରିଛନ୍ତି ପ୍ରୟାସ । ନିର୍ବାଚନ ରଣକ୍ଷେତ୍ରକୁ ଓହ୍ଲାଇଥିବା ଅରୁଣ ଏହା ମଧ୍ୟରେ ଯୁବ ଛାତ୍ରଙ୍କୁ ମୋଟିଭେସନାଲ କ୍ଲାସ ମାଧ୍ୟମରେ ଅନେକ ଟିପ୍ସ ଦେଇଛନ୍ତି । ଆଜି ବିଜୁ ଜନତା ଦଳ କାର୍ଯ୍ୟାଳୟ ପରିସରରେ ଯୁବକ ମାନଙ୍କୁ ନେଇ ଏକ ମୋଟିଭେସନାଲ କ୍ଲାସ କରିଛନ୍ତି । ସମାଜକୁ ସୁସ୍ଥ ରଖିବା ପାଇଁ…

Read More

ଏନଏସି ହାଇସ୍କୁଲରେ ପ୍ରବେଶ ଉତ୍ସବ ଅନୁଷ୍ଠିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସଦର ମହକୁମା ସ୍ଥିତ ଏନଏସି ଉଚ୍ଚ ବିଦ୍ୟାଳୟରେ ନୂତନ ଭାବେ ନାମ ଲେଖାଇ ଥିବା ଛାତ୍ରଛାତ୍ରୀ ମାନଙ୍କ ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଶିକ୍ଷୟିତ୍ରୀ ପୂର୍ଣ୍ଣିମା ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ପ୍ରବେଶ ଉତ୍ସବରେ ପ୍ରଧାନ ଶିକ୍ଷୟିତ୍ରୀ ରସିଦା ଖାତୁନ ଅଧ୍ୟକ୍ଷତା କରି ଷଷ୍ଠ ଏବଂ ଅଷ୍ଟମ ଶ୍ରେଣୀରେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ କରିବା ସହିତ ଉତ୍ତମ ତଥା ଶୃଙ୍ଖଳିତ ବିଦ୍ୟାର୍ଥୀ ଭାବେ ନିଜକୁ ଗଢ଼ି ତୋଳିବା ପାଇଁ ପରାମର୍ଶ ଦେଇଥିଲେ। ଶ୍ରେଣୀ ଶିକ୍ଷୟିତ୍ରୀ କାଦମ୍ବିନୀ କରଣ, ଅନସୂୟା ମିଶ୍ର, ସ୍ୱାଗତିକା ଦଳେଇ, ଲକ୍ଷ୍ମୀଧର ସାହୁ ଏବଂ ସହକାରୀ ଶିକ୍ଷକ ସୌଦାମିନୀ ପ୍ରଧାନ, ନବଜ୍ୟୋତି ମହାପାତ୍ର, ରୋଜାଲୀନ ମିଶ୍ର, ସୁଚିତ୍ରା ଦେବୀ, ଜ୍ୟୋତିର୍ମୟୀ ରଥ, ପ୍ରଦୀପ୍ତ ଡାକୁଆ ଏବଂ ଉମାକାନ୍ତ ମିଶ୍ର…

Read More

ନୟାଗଡ଼ରେ ବିରୋଧୀ ଛିନ ଛତର, ପ୍ରତ୍ୟେହ ଶଙ୍ଖନାଦ କରୁଛନ୍ତି ବିରୋଧୀ ଗୋଷ୍ଠୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବିଜେଡି କାର୍ଯ୍ୟାଳୟରେ ଚାଲିଛି ମିଶ୍ରଣ ପର୍ବ। ବିଭିନ୍ନ ପଞ୍ଚାୟତର ବିଜେପି କର୍ମୀ ବିଜେଡିରେ ହେଉଛନ୍ତି ସାମିଲ। ବିରୋଧୀ ଦଳର ଅନେକ ନେତା ବର୍ତ୍ତମାନ ଶଙ୍ଖନାଦ କରୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ ବିରୋଧୀଙ୍କୁ ଆକର୍ଷିତ କରୁଛି । ଏଥି ସହିତ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ବିକାଶ ମୁଳକ କାର୍ଯ୍ୟ ସହିତ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଯେଉଁ ଉଦ୍ୟମ ଜାରି ରଖିଛନ୍ତି ଏଥିରେ ସନ୍ତୁଷ୍ଟ ହୋଇ ବିରୋଧୀମାନେ ବିଜେଡିରେ ହେଉଛନ୍ତି ସାମିଲ। ନୟାଗଡ଼ ବିକାଶର ସାରଥୀ ହେବାପାଇଁ ଆଗ୍ରହୀ ବିରୋଧୀ ଗୋଷ୍ଠି । ଯେଉଁଥି ପାଇଁ ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜେଡିର ଗଡ଼ ହେବାକୁ ଯାଉଛି । ଦିନକୁ ଦିନ ଶକ୍ତିହୀନ ହୋଇ ପଡୁଛି ବିରୋଧୀ ଗୋଷ୍ଠି । ଆଜି ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଲକ୍ଷ୍ମୀପ୍ରସାଦ…

Read More