ଚାରି ସପ୍ତାହ ଭିତରେ ଅତିରିକ୍ତ ସତ୍ୟପାଠ ଦାଖଲ କର ନୟାଗଡ଼, (ନୟାଗଡ଼ ଦର୍ପଣ): ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କ ଶିକ୍ଷା ପାଇଁ ସାଧାରଣ ବିଦ୍ୟାଳୟରେ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ନିମନ୍ତେ ମାନ୍ୟବର ସୁପ୍ରିମକୋର୍ଟ ଡବ୍ଲୁ.ପି (ସି) ୧୩୨; ୨୦୧୬ ତା: ୨୮/୧୦/୨୦୨୧ ରେ ଏକ ରାୟ ଶୁଣାଣି କରି ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରତ୍ୟେକ ସାଧାରଣ ସରକାରୀ ବିଦ୍ୟାଳୟରେ ଜଣେ ଜଣେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ମାନ୍ୟବର ସର୍ବୋଚ୍ଚ ନ୍ୟାୟଳୟର ନ୍ୟାୟଧିଶ ସିଟି ରବିକୁମାର ଓ ରାଜେଶ ବିନ୍ଦଲଙ୍କ ଖଣ୍ଡ ପୀଠରେ ସେହି ରାୟ ଉପରେ ଆଜି ଶୁଣାଣି ହୋଇଥିଲା। ଏହି ଶୁଣାଣିରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟଳୟ ସମସ୍ତ ରାଜ୍ୟକୁ ଚ଼ାରି ସପ୍ତାହ ଭିତରେ ଅତିରିକ୍ତ ଆଫିଡ଼େଭିଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଭାରତୀୟ ପୁନର୍ବାସ ପରିଷଦରେ ନାମ ପଞ୍ଜିକରଣ କରିଥିବା…
Read MoreMonth: March 2024
ସିନ୍ଦୁରିଆ ଉଚ୍ଚ ବିଦ୍ୟାଳୟରେ ଅଗ୍ନି ନିୟନ୍ତ୍ରଣ ଓ ବିପଦରୁ ସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ
ନୟାଗଡ଼, (ନୟାଗଡ଼ ଦର୍ପଣ): ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ନୟାଗଡ଼ ଅଗ୍ନିଶମ କାର୍ଯ୍ୟାଳୟ ସହଯୋଗରେ ଅଗ୍ନି ନିୟନ୍ତ୍ରଣ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ହେଉ ବା ଘରେ ହଠାତ୍ ନିଆଁ ଲାଗିଗଲେ ଅଧିକ କ୍ଷୟକ୍ଷତି ହେବା ପୂର୍ବରୁ ନିଆଁକୁ କିପରି ଆୟତ କରିହେବ ତାହା ଉପରେ ବିଦ୍ୟାଳୟର ପିଲାମାନଙ୍କୁ ଦମକଳ ବାହୀନି କର୍ମଚାରୀ ମାନେ ବିଭିନ୍ନ ଉପାୟ ମାଧ୍ୟମରେ ବୁଝାଇଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀଙ୍କ ଅନୁରୋଧ ପତ୍ର ମାଧ୍ୟମରେ ନୟାଗଡ଼ ଅଗ୍ନିଶମ ବିଭାଗ କର୍ମଚାରୀମାନେ ବନ୍ୟା ବାତ୍ୟାରୁ ରକ୍ଷା ଓ ଅଗ୍ନିକୁ ନିୟନ୍ତ୍ରଣ ଉପରେ ଅନେକ କୌଶଳ ଦେଖାଇଥିଲେ। ବିଦ୍ୟାଳୟ ପରିଚାଳନା କମିଟି, ମୋ ସ୍କୁଲ କମିଟି ଓ ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ସମେତ ଛାତ୍ରଛାତ୍ରୀ ମାନେ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଅନେକ କଥା ଜାଣିଲେ ବୋଲି କହିଥିଲେ। ଅଗ୍ନିଶମ ବିଭାଗର ଜୱlନ ରାମ ପ୍ରସାଦ…
Read Moreବାହାଡ଼ାଝୋଲା ନିୟନ୍ତ୍ରିତ ବଜାର କମିଟି ଆନୁକୁଲ୍ୟରେ ହେବ ନିର୍ମାଣ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ବାହାଡ଼ାଝୋଲା ନିୟନ୍ତ୍ରିତ ବଜାର କମିଟି ଆନୁକୁଲ୍ୟରେ ନିର୍ମାଣ ହେବାକୁ ଥିବା ମଡେଲ୍ ମଣ୍ଡି ପାଇଁ ଆଜି ଶିଳାନ୍ୟାସ ପର୍ବ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଜିଲ୍ଲା ପରିଷଦ ସଦସ୍ୟ ସରୋଜ ରଣସିଂ, ସୁବାଷ ଚନ୍ଦ୍ର କହଁର, ସ୍ଥାନୀୟ ସରପଞ୍ଚସୁଶାନ୍ତ କୁମାର ପ୍ରଧାନ, ସମିତିସଭ୍ୟ ଦିଲ୍ଲୀପ କୁମାର ହାତୀ ପ୍ରମୂଖ ଯୋଗ ଦେଇଥିଲେ । ଉପଜିଲ୍ଲାପାଳ ତଥା ବାହାଡ଼ଝୋଲା ନିୟନ୍ତ୍ରିତ ବଜାର କମିଟି ଅଧ୍ୟକ୍ଷ କର୍ଣ୍ଣଦେବ ସମାଦାର, ସମ୍ପାଦକ ସୁଦାମ ଚରଣ ଜେନା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ନୟାଗଡ଼ ବ୍ଲକ ଅନ୍ତର୍ଗତ ତୁଳସୀପୁର ମୈାଜାରେ ଏହି ମଡେଲ ମଣ୍ଡି ନିର୍ମାଣ ହେବାକୁ ବ୍ୟବସ୍ଥା ହୋଇଛି । ଏଥିପାଇଁ…
Read Moreମାର୍ଚ୍ଚ ୧୧ ଓ ୧୨ ସଂକଳ୍ପ ସମାବେଶ, ଗୃହୀତ ହେବ ଚରମ ନିଷ୍ପତ୍ତି: ଓଷ୍ଟା
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଂଘ (ଓଷ୍ଟା) ତରଫରୁ ରବିବାର ଦିନ ସ୍ଥାନୀୟ ସାମ୍ବାଦିକ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାର ସମ୍ପାଦକ ପରମାନନ୍ଦ ଦଳାଇ ଶିକ୍ଷକମାନଙ୍କର ସମସ୍ୟାକୁ ରାଜ୍ୟ ସରକାର ତୁରନ୍ତ ସମାଧାନ କରନ୍ତୁ ବୋଲି ଜଣାଇଛନ୍ତି । ପ୍ରକାଶଥାଉକି, ଦୀର୍ଘ ଏକମାସରୁ ଊର୍ଦ୍ଧ୍ୱକାଳ ରାଜ୍ୟ ଓଷ୍ଟା ଆହ୍ବାନରେ ଲୋୟର ପିଏମ୍ଜିଠାରେ ଚାଲିଥିବା ଅହୋରାତ୍ର ଗଣଧାରଣାରେ ଶହ ଶହ ଶିକ୍ଷକ, ଶିକ୍ଷୟିତ୍ରୀ, ଓ ଶିକ୍ଷାକର୍ମଚାରୀ ପ୍ରତିଦିନ ଯୋଗ ଦେଉଛନ୍ତି । ପ୍ରତୀକାତ୍ମକ ଭାବରେ ଜିଲ୍ଲାୱାରୀ ଧାରଣା ଚାଲୁଅଛି । ଗତ ୬ ତାରିଖରେ ରାଜ୍ୟ କାର୍ଯ୍ୟକାରୀ କମିଟିର ନିଷ୍ପଭି କ୍ରମେ ପ୍ରତିଜିଲ୍ଲାରେ ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କର ଏକ ବୈଠକ ଅନୁଷ୍ଠିତ ହେବ ଓ ଏଥରେ ପରିଚାଳନା କମିଟି, ଆଲୁମିନି କମିଟି ତଥା ପୁରାତନ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ସାଙ୍ଗରେ ନେବା ପାଇଁ…
Read Moreବଲାଙ୍ଗୀ ପାର୍କରେ କୃତ୍ରିମ ଜଳପ୍ରପାତ ଲୋକାର୍ପଣ ସହ ସାଂସ୍କୃତିକ କାର୍ଯ୍ୟକ୍ରମ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସହରରେ ନିର୍ମାଣଧିନ ବଲାଙ୍ଗୀପାର୍କରେ ଆଜି ପୈାର ପରିଷଦ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗ ଦେଇ ନିର୍ମାଣ କରାଯାଇଥିବା କୃତ୍ରିମ ଜଳପ୍ରପାଦ ଏବଂ ଜଳ ଫୁତକାରକୁ ଲୋକାର୍ପିତ କରିଛନ୍ତି । ନିକଟରେ ରହିଥିବା ୨୪୦ ଫୁଟ ଉଚ୍ଚା ପାହାଡ଼ ଉପରୁ ଜଳପ୍ରପାତ ନିର୍ମାଣ କରାଯାଇଛି । ଏହା ବଲାଙ୍ଗୀ ପାର୍କର ସୈାନ୍ଦର୍ଯ୍ୟ ବୃଦ୍ଧି କରୁଛି । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କଂଣ୍ଠଶିଳ୍ପୀ ଅର୍ପିତା ଚୈାଧୁରୀଙ୍କ ସ୍ୱରରେ ଝୁମିଲେ ଦର୍ଶକ । ବିଧାୟକଙ୍କ ସହ ପୈାର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ସମସ୍ତ କାଉନସିଲର ଯୋଗ ଦେଇଥିଲେ । ନୟାଗଡ଼ ସହର ଏବଂ ଆଖପାଖ ଗ୍ରାମାଞ୍ଚଳରୁ ୫ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କ…
Read More୩ରୂପାନ୍ତରିତ କଲେଜ ଲୋକାର୍ପିତ, ଉଚ୍ଚଶିକ୍ଷା ଭିତ୍ତିଭୂମୀକୁ ସୁଦୃଢ଼ କରିଛନ୍ତି ମୁଖ୍ୟମନ୍ତ୍ରୀ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସଦରବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ୩ଟି ରୂପାନ୍ତରିତ କଲେଜକୁ ଆଜି ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଲୋକାର୍ପିତ କରିଛନ୍ତି। ବିଦ୍ୟାଳୟ ଭିତ୍ତିଭୂମୀ ରୂପାନ୍ତରଣ ପରେ ଉଚ୍ଚଶିକ୍ଷା ଭିତ୍ତିଭୂମୀ ରୂପାନ୍ତରଣକୁ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱ ଦେଇଛନ୍ତି । ନୟାଗଡ଼ ଜିଲ୍ଲାକୁ ଗସ୍ତ କରି ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ ଏନେଇ ଘୋଷଣା କରିଥିଲେ । ନୟାଗଡ଼ ଜିଲ୍ଲା ସଦର ବ୍ଲକ ଅଧିନରେ ରହିଥିବା ନୋତର ପଞ୍ଚାୟତ ବଉଳିସାହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ୫୦ ଲକ୍ଷ, ବଉଳିସାହି ପଣ୍ଢିକେଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ୨୫ ଲକ୍ଷ, ଇଟାମାଟି ବଂଶୀଧର ଡିଗ୍ରୀ ମହାବିଦ୍ୟାଳୟ ପାଇଁ ୫୦ ଲକ୍ଷ, କେନ୍ଦୁଢିପି ନବଚୈାଧୁରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ୫୦ ଲକ୍ଷ, କେନ୍ଦୁଢିପି ଶୁକୁର ବେହେରା…
Read Moreବାଇକ ଶୋଭାଯାତ୍ରାରେ ସାମିଲ ହେଲେ ମହିଳା
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସଦରବ୍ଲକ ଅନ୍ତର୍ଗତ କ୍ରିଦାଶପୁର ପଞ୍ଚାୟତ କୋଡ଼ିଏକାହାଣିଆଠାରୁ ଢାମେଣି ଦେଇ କ୍ରିଦାଶପୁର ଓ ବାଲୁୁଗାଁକୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣ ପାଇଁ ଆଜି ଶିଳାନ୍ୟାସ ହୋଇଛି । ଗ୍ରାମ୍ୟ ନିର୍ମାଣ ବିଭାଗ ଆନୁକୁଲ୍ୟରେ ଏହି ରାସ୍ତା ନିର୍ମାଣ ହେବାକୁ ଥିବା ବେଳେ ୬ କୋଟି ୯୧ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ୭ କିଲୋମିଟର ରାସ୍ତା ନିର୍ମାଣ ହେବ ବୋଲି ସୂଚନା ମିଳିଛି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିଳାନ୍ୟାସ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ସରପଞ୍ଚ ସଞ୍ଜୁବାଳା ବିଶ୍ୱାଳ, ସହକାରୀ ଯନ୍ତ୍ରୀ ସସ୍ମିତା ମୁଣ୍ଡୁରୀ, ଯନ୍ତ୍ରୀ ଅମିୟ ରଞ୍ଜନ ମହାନ୍ତି ପ୍ରମୂଖ ସାମିଲ ହୋଇଥିଲେ । ଏହି ଅବସରରେ ବିଧାୟକ ଡ.…
Read Moreବିଧାୟକ ଡ଼. ଅରୁଣଙ୍କ ଦ୍ୱାରା ରୂପାନ୍ତରିତ ମୁଖଶାଳା ଉଦଘାଟିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ବଦଳୁଛି ନୟାଗଡ଼ ସହର, ରୂପାନ୍ତରିତ ହେଉଛି ଅନେକ କିଛି। ନୟାଗଡ଼ ସହରକୁ ଏକ ଭିନ୍ନ ଋପରେ ପରିକଳ୍ପନା କରୁଛନ୍ତି ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ। ନୟାଗଡ଼ ସହରରେ ରାସ୍ତାଘାଟଠାରୁ ଆରମ୍ଭ କରି ସରକାରୀ କାର୍ଯ୍ୟାଳୟ ପ୍ରଭୃତିକୁ ନୂଆଋପ ଦେବାକୁ ଚେଷ୍ଟା ଚାଲିଛି । ଯୁବକ ଅବସ୍ଥାରେ ପହଞ୍ଚିଥିବା ନୟାଗଡ଼ ଜିଲ୍ଲାକୁ ସୈାନ୍ଦର୍ଯ୍ୟମୟ କରାଯାଉଛି। ଆଜି ନୟାଗଡ଼ ସହରରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ବିଦ୍ୟାଳୟ ଗୁଡ଼ିକର ରୂପାନ୍ତରିତ ମୁଖଶାଳାକୁ ବିଧାୟକ ଡ. ସାହୁ ଉଦଘାଟନ କରିଛନ୍ତି। ନୟାଗଡ଼ ଜଳସମ୍ପଦ କାର୍ଯ୍ୟାଳୟ, ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟ, ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ନୟାଗଡ଼ ପୈାର ପରିଷଦ କାର୍ଯ୍ୟାଳୟ, ନୟାଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ, ଖେଳପଡ଼ିଆ, ପୂର୍ତ୍ତ ବିଭାଗ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ, ବଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ମୁଖଶାଳା…
Read Moreନାବାର୍ଡ ଓ ଗଣିଆ ଉନ୍ନୟନ କମିଟି ଦ୍ୱାରା ଆନ୍ତର୍ଜାତିକ ମହିଳା ଦିବସ ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଘଡୁଆଳସ୍ଥିତ ଗଣିଆ ଉନ୍ନୟନ କମିଟି ସଭାଗୃହରେ ନାବାର୍ଡ ସହାୟତାରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରାଯାଇଛି। ଗଣିଆ ଉନ୍ନୟନ କମିଟିର ସଭାପତି ଉଷା ପଟ୍ଟନାୟକ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥିଭାବେ ନୟାଗଡ ବିଧାୟକ ଡ଼ଃ ଅରୁଣ କୁମାର ସାହୁ, ସମ୍ମାନିତ ଅତିଥିଭାବେ ଜ଼ିଲ୍ଲା ପରିଷଦ ସଭାପତି ଇଂ ଦେବାଶିଷ ପଟ୍ଟନାୟକ, ମୁନିସିପାଲିଟି ଅଧ୍ୟକ୍ଷା ନିରୁପମା ଖଟେଇ, ନାବାର୍ଡ ଡିଡିଏମ ତୃପ୍ତି ତାପସୀ ଏବଂ ଘଡୁଆଳ ସରପଞ୍ଚ ସଂଯୁକ୍ତାରାଣୀ ମହାପାତ୍ର ଯୋଗଦେଇଥିଲେ। ଅତିଥିମାନେ ସ୍ୱୟଂସହାୟକ ଗୋଷ୍ଠୀ ଗଠନ ଦ୍ୱାରା ମହିଳା ମାନଙ୍କର ଏକତା, ଦକ୍ଷତା, ସଂଗଠନ, ଆର୍ଥିକ ସାମାଜିକ ଏବଂ ରାଜନୈତିକ କ୍ଷେତ୍ରରେ ଦ୍ରୁତ ବିକାଶ ହୋଇଥିବା କଥା କହିଥିଲେ। ଜ଼ିଲ୍ଲାରେ କନ୍ୟା ଭ୍ରୁଣ ହତ୍ୟା, ମହିଳା ଓ ଶିଶୁ ଚାଲାଣ, ବାଲ୍ୟ ବିବାହ ରୋକିବାରେ ସ୍ୱୟଂସହାୟକ ଗୋଷ୍ଠିର ମା’ମାନେ ଏକାଠି…
Read Moreଓଡ଼ଗାଁକୁ ୩୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଭେଟିଦେଲେ ବିଧାୟକ ଡ଼ଃ. ଅରୁଣ
ଓଡଗାଁ, (ନୟାଗଡ଼ ଦର୍ପଣ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ଗାଁରେ ବିକାଶର ମହାପର୍ବ ଚାଲିଛି। ରାସ୍ତାଘାଟ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ,ଶିକ୍ଷା କ୍ଷେତ୍ରରେ ରୂପାନ୍ତରୀକରଣ ହୋଇଛି। ଏହି କ୍ରମରେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ଓଡ଼ଗାଁ ଗସ୍ତ କରି ୧୦ କୋଟି ବ୍ୟୟ ଅଟକଳରେ କେନାଲ ଛକ ଠାରୁ ବୁଢାବୁଢ଼ୀଆଣି ଡ୍ୟାମ ଦୀର୍ଘ ୧୧ କିମି ରାସ୍ତା, ୯ କୋଟି ୧୬ ଲକ୍ଷ ବ୍ୟୟ ଅଟକଳରେ ଓଡ଼ଗାଁ ଏନଏସିରେ ନୂତନ ବସଷ୍ଟାଣ୍ଡ ଓ ୮ କୋଟି ୨୦ ଲକ୍ଷ ବ୍ୟୟରେ ମଶାବାରୀ କୁସୁମୀ ନଦୀ ଉପରେ ନୂତନ ସେତୁ,କୁରାଳ ଠାରେ ୩୦ ଲକ୍ଷ ବ୍ୟୟ ଅଟକଳରେ ପଞ୍ଚାୟତସ୍ତରୀୟ ମିଶନ ଭବନ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଠିକ ସେହିପରି କେନାଲ ଛକ ଘସାଦେଇପୁର ଠାରେ ନୂତନ ଲକ୍ଷ୍ମୀ ବସଷ୍ଟପ, ରଙ୍ଗଣୀପାଟଣା ଓ ଦଣ୍ଡୋର…
Read More