ସିନ୍ଦୁରିଆ ଉଚ୍ଚ ବିଦ୍ୟାଳୟରେ ଅଗ୍ନି ନିୟନ୍ତ୍ରଣ ଓ ବିପଦରୁ ସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ନୟାଗଡ଼, (ନୟାଗଡ଼ ଦର୍ପଣ): ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ନୟାଗଡ଼ ଅଗ୍ନିଶମ କାର୍ଯ୍ୟାଳୟ ସହଯୋଗରେ ଅଗ୍ନି ନିୟନ୍ତ୍ରଣ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ହେଉ ବା ଘରେ ହଠାତ୍ ନିଆଁ ଲାଗିଗଲେ ଅଧିକ କ୍ଷୟକ୍ଷତି ହେବା ପୂର୍ବରୁ ନିଆଁକୁ କିପରି ଆୟତ କରିହେବ ତାହା ଉପରେ ବିଦ୍ୟାଳୟର ପିଲାମାନଙ୍କୁ ଦମକଳ ବାହୀନି କର୍ମଚାରୀ ମାନେ ବିଭିନ୍ନ ଉପାୟ ମାଧ୍ୟମରେ ବୁଝାଇଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀଙ୍କ ଅନୁରୋଧ ପତ୍ର ମାଧ୍ୟମରେ ନୟାଗଡ଼ ଅଗ୍ନିଶମ ବିଭାଗ କର୍ମଚାରୀମାନେ ବନ୍ୟା ବାତ୍ୟାରୁ ରକ୍ଷା ଓ ଅଗ୍ନିକୁ ନିୟନ୍ତ୍ରଣ ଉପରେ ଅନେକ କୌଶଳ ଦେଖାଇଥିଲେ। ବିଦ୍ୟାଳୟ ପରିଚାଳନା କମିଟି, ମୋ ସ୍କୁଲ କମିଟି ଓ ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ସମେତ ଛାତ୍ରଛାତ୍ରୀ ମାନେ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଅନେକ କଥା ଜାଣିଲେ ବୋଲି କହିଥିଲେ। ଅଗ୍ନିଶମ ବିଭାଗର ଜୱlନ ରାମ ପ୍ରସାଦ ମଲିକ, ଜୀବନ ପରିଡ଼ା ଓ ସନ୍ତୋଷ ବାରିକ ପ୍ରମୁଖ ବିଭିନ୍ନ ସାମଗ୍ରୀ ବ୍ୟବହାର କରି ଶିବିର ପରିଚାଳନା କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ବରିଷ୍ଠ ସହକାରୀ ଶିକ୍ଷକ ଶେଖ୍ ଅବଦୁଲ୍ ଖାଲିକ୍ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଅଗ୍ନିଶମ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Related posts