ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ନିକଟ ଲେଖନପୁର ସ୍ଥିତ ସମର୍ପଣ ବୃଦ୍ଧାଶ୍ରମକୁ ନୟାଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ରାଜଶ୍ରୀ ପଟ୍ଟନାୟକ ଓ ବ୍ଳକ୍ ଶିକ୍ଷା ଅଧିକାରୀ ନିମାଇଁ ଚରଣ ପ୍ରଧାନ ପରିଦର୍ଶନ କରିଛନ୍ତି। ଏହି ଅବସରରେ ମାଆର ଭାବାନାକୁ ପୋଷଣ କରି ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ପଟ୍ଟନାୟକ ଅନ୍ତେବାସୀ ମାନଙ୍କ ପାଇଁ ଆରିଷା, କାକରା ଆଦି ପିଠା ପ୍ରସ୍ତୁତ କରି ଆଣିବା ସହିତ ସମସ୍ତ ଅନ୍ତେବାସୀ ମାନଙ୍କୁ ବସ୍ତ୍ର ଦାନ କରିଥିଲେ। ସାଥିରେ ଥିଲେ ବ୍ଳକ୍ ଶିକ୍ଷା ଅଧିକାରୀ। ଉଭୟ ଅଧିକାରୀ ଅନ୍ତେବାସୀ ମାନଙ୍କ ସହିତ ଦହୁ ସମୟ ଅତିବାହିତ କରି ଖୁସି ଅନୁଭବ କରିଥିଲେ। ସମର୍ପଣ କାର୍ଯ୍ଯକାରୀ ସଭାପତି ଅରୁଣ କୁମାର ମହାନ୍ତି ଓ ସଂପାଦକ ଶ୍ରୀଧର ସାହୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଏତାଦୃଶ ସମାଜ କଲ୍ୟାଣ କାର୍ଯ୍ୟ ପାଇଁ ଗଭୀର କୃତଜ୍ଞତା ଜ୍ଞାପନ…
Read MoreYear: 2024
କୃଷ୍ଣ ଦ୍ଵୈପାୟନ ବେଦ ପାଠଶାଳାରେ ବ୍ୟାସଦେବଙ୍କ ଜୟନ୍ତୀ ପାଳିତ
ରଣପୁର, (ନୟାଗଡ଼ ଦର୍ପଣ): ଆଷାଢ ପୂର୍ଣ୍ଣିମା ତିଥି ମହର୍ଷି ବ୍ୟାସଦେବଙ୍କ ଜନ୍ମ ଜୟନ୍ତୀ। ଯାହା ପବିତ୍ର ଗୁରୁ ପୂର୍ଣ୍ଣିମା ନାମରେ ଭୁବନ ବିଦିତ। ଉକ୍ତ ଦିବସ ଅବସରରେ ନୟାଗଡ଼ ଜିଲ୍ଲା ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଗ୍ରଣୀ ଅନୁଷ୍ଠାନ କୃଷ୍ଣ ଦ୍ଵୈପାୟନ ବେଦ ପାଠଶାଳାରେ ବ୍ୟାସଦେବଙ୍କ ଜନ୍ମ ଜୟନ୍ତୀ ତଥା ବେଦ ପାଠଶାଳାର ଏକାଦଶ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଡ. ସତ୍ୟ ନାରାୟଣ ମିଶ୍ରଙ୍କ ପୌରହିତ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ସର୍ବ ପ୍ରଥମେ ସମ୍ମାନିତ ଅତିଥିମାନଙ୍କ ଦ୍ୱାରା ଶ୍ରୀ ଜଗନ୍ନାଥଙ୍କୁ ପୁଷ୍ପମାଲ୍ୟ ଅର୍ପଣ ଓ ପୂଜାର୍ଚ୍ଚନା କରାଯାଇ ବିଦ୍ୟାର୍ଥୀ ଓ ଗୁରୁଜୀ ଜଗନ୍ନାଥ ମହାପାତ୍ର ଓ ଗୁରୁଜୀ ରାକେଶ କୁମାର ଆଚାର୍ଯ୍ୟଙ୍କ ଦ୍ୱାରା ଶ୍ରୀ ଜଗନ୍ନାଥ ଅଷ୍ଟକମ୍, ବ୍ୟାସ ବନ୍ଦନା, ବେଦ ପାଠ କରାଯାଇଥିଲା। ପରେ ଅନୁଷ୍ଠାନର…
Read Moreମଧୁସ୍ମିତା ମେଧା ସମ୍ମାନରେ ତିନି ମେଧାବୀ ଛାତ୍ରୀ
ରଣପୁର, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକର ବନ୍ଧମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ସାନ ଚାକୁଣ୍ଡାଝର ସ୍ଥିତ ବାବା ରାମ ଦାସ ଉଚ୍ଚ ବିଦ୍ୟାଳୟ ଆନୁକୁଲ୍ୟରେ ୨୦୨୩-୨୦୨୪ ଶିକ୍ଷା ବର୍ଷ ନିମନ୍ତେ ମଧୁସ୍ମିତା ମେଧା ସମ୍ମାନ ଏବଂ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ଏକ ଫେୟାରୱେଲ୍ ମିଟିଂ ଆୟୋଜନ କରାଯାଇଥିଲା। ଏହି ଅବସରରେ ଅନୁଷ୍ଠାନର ସଭାପତି ଶ୍ରୀ ଜଗବନ୍ଧୁ ରାଉତରାୟଙ୍କ ସଭାପତିତ୍ବରେ ଏକ ସଭାର ଆୟୋଜିତ ହୋଇଥିଲା। ଉକ୍ତ ସଭାରେ ଅନୁଷ୍ଠାନର ସମ୍ପାଦକ ପ୍ରଫେସର ବିଜୟ କୁମାର ଜେନା, ସହ ସଂପାଦକ ଶତୃଘ୍ନ ପରିଡ଼ା, ବିଶିଷ୍ଟ ବୈଦାନ୍ୟ ବ୍ୟକ୍ତି ଜଳଧର ବେହେରା,ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ବିରଞ୍ଚି ମହାପାତ୍ର ଏବଂ ବରିଷ୍ଠ ଶିକ୍ଷକ ଶ୍ରୀ ଜୟନ୍ତ କୁମାର ସେଠି ପ୍ରମୁଖ ଉପସ୍ଥିତ ଥିଲେ। ପ୍ର. ବିଜୟ କୁମାର ଜେନାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ…
Read Moreବାଲୁଗାଁରେ ସେବା ଉତ୍ସବ, ମନମୋହିଲା ଓଡିଶୀ ନୃତ୍ୟ
ନୟାଗଡ଼,(ନୟାଗଡ଼ ଦର୍ପଣ):- ନୟାଗଡ଼ ସେବା ଉତ୍ସବ ସମିତି ଆନୁକୂଲ୍ୟରେ ଦୀର୍ଘ ୧୦ଦିନ ଧରି ଅନୁଷ୍ଠିତ ହେଉଥିବା ଜିଲ୍ଲାବ୍ୟାପି ସେବା ଉତ୍ସବ -୨୦୨୪ ଆଜି ବାଲୁଗାଁ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବାଲୁଗାଁ ଅଂଚଳର ବିଭିନ୍ନ ସ୍ଥାନରେ ଗରିବ ଓ ଅସହାୟଲୋକଙ୍କୁ ବସ୍ତ୍ର ଓ ଚପଲ ବଣ୍ଟନ କରିଯାଇଥିଲା। ଏହାପରେ ବାଲୁଗାଁ ଛକରେ ଏକ ସାଧାରଣ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟ ସଂସ୍କୃତି ବିଭାଗ ଦ୍ୱାରା ପ୍ରେରିତ ବିଭିର୍ଣ୍ଣ ସାଂସ୍କୃତିକ ଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ପରେ ପରେ କଲେଜ ଛାତ୍ର ଛାତ୍ରୀଙ୍କ ଦ୍ୱାରା ନୟାଗଡ଼ ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ବାଲ୍ୟ ବିବାହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବାଲୁଗାଁର ଯୁବ…
Read Moreସଞ୍ଜ ନଇଁଲେ ରାସ୍ତା ଉପରେ ମଦ ଆସର, ଓଡଗାଁ ବାହାଡ଼ାଝୋଲା ରାସ୍ତା ଅସୁରକ୍ଷିତ
ଓଡଗାଁ,(ନୟାଗଡ଼ ଦର୍ପଣ): ଓଡଗାଁ ବ୍ଲକ୍ ଅନ୍ତର୍ଗତ ଓଡଗାଁ – ବାହାଡ଼ାଝୋଲା ରାସ୍ତାରେ ବେଆଇନ ମଦ କାରବାର ବଢ଼ିଚାଲିଛି। ଗାଡି ଟାଙ୍କିକୁ ତେଲ ପେଟକୁ ମଦ ମିଳୁଥିବା ଅଭିଯୋଗ ଆସିଛି ଦୁତିକେଶ୍ୱର ମନ୍ଦିର ଠାରୁ ବାହାଡ଼ାଝୋଲା ଯିବା ରାସ୍ତା ମଧ୍ୟରେ। ସକାଳୁ ସନ୍ଧ୍ୟ ଯାଏଁ ଚାଲିଛି ଖୁଲମ ଖୋଲା ମଦ ବ୍ୟବସାୟ। ବିନା ଲାଇସେନ୍ସରେ ଖୋଲା ଯାଇଛି ମଦ ଦୋକାନ। ଲାଇସେନ୍ସପ୍ରାପ୍ତ ମଦ ଦୋକାନ ବ୍ୟତୀତ ଅନେକ ସ୍ଥାନରେ ବେଆଇନ ମଦ ବିକ୍ରି ହେଉଥିବା ଅଭିଯୋଗ ହେଉଛି। ରାସ୍ତାକଡ଼ରେ ଖୋଲାଖୋଲି ଚାଲୁଛି ଦେଶୀ ବିଦେଶୀ ମଦ କାରବାର ଯାହାଦ୍ଵାରା ସଞ୍ଜ ନଇଁଲେ ଏହି ରାସ୍ତା ଦେଇ ପଥଚାରୀମାନେ ଅସୁରକ୍ଷିତ ମଣୁଛନ୍ତି। ହେଲେ ବେଆଇନ ମଦ କାରବାରକୁ ଅବକାରୀ ବିଭାଗ କିମ୍ବା ପୁଲିସ ରୋକି ନପାରିବା ଚିନ୍ତାର ବିଷୟ ପାଲଟିଛି। ଚୋରା ମଦ କାରବାର କରୁଥିବା ମାଫିଆମାନେ ଏହି ବ୍ୟବସାୟରୁ…
Read Moreଧନ୍ଦାମୂଳକ ଶିକ୍ଷା ପରିଧାନ ବିଭାଗ ସଚେତନତା ସଭା ଏବଂ ସଫ୍ଟ ଟଏସ ପ୍ରଶିକ୍ଷଣ ଶିବିର
ଓଡଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକ ଶରଣ କୁଳ ନାରାୟଣ ଉଚ୍ଚ ବିଦ୍ୟାଳୟରେ ଧନ୍ଦାମୂଳକ ଶିକ୍ଷାର ସଚେତନତା ସଭା ଏବଂ ସଫ୍ଟ୍ ଟୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିନିମନ୍ତେ ଆୟୋଜିତ ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କାଞ୍ଚନ ଷଡ଼ଙ୍ଗୀ ପୌରହିତ୍ୟରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ରାଜଶ୍ରୀ ପଟ୍ଟନାୟକ ଯୋଗଦେଇଛନ୍ତି। ସେ ଧନ୍ଦାମୂଳକ ଶିକ୍ଷାର ଉପାଦେୟତା ବିଷୟରେ ମତ ଦେଇଛନ୍ତି, ମୁଖ୍ୟ ବକ୍ତା ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଦୁର୍ଗା ଚରଣ ଦାସ ଦକ୍ଷତା ବିକାଶ ଦ୍ଵାରା ନିଯୁକ୍ତି ନିଶ୍ଚିତ ଓ ଶିକ୍ଷା ବ୍ୟର୍ଥ ନୁହେଁ ବୋଲି କହିଛନ୍ତି। ସେହିପରି ଜିଲ୍ଲା ଶ୍ରମ ଓ ନିଯୁକ୍ତି ବିଭାଗ ଅଧିକାରୀ ପ୍ରଶାନ୍ତ ମଲ୍ଲିକ ଧନ୍ଦାମୂଳକ ଶିକ୍ଷା ଦ୍ଵାରା ଶିକ୍ଷାର୍ଥୀ କିପରି ଓ କେଉଁ କେଉଁ ନିଯୁକ୍ତି ପାଇପାରିବେ…
Read Moreଗୁରୁ ପୂର୍ଣ୍ଣିମାରେ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ଓ ସ୍ମରଣିକା ଉନ୍ମୋଚନ
ରଣପୁର,(ନୟାଗଡ଼ ଦର୍ପଣ): ପବିତ୍ର ଗୁରୁ ପୂର୍ଣ୍ଣିମା ତିଥିରେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକର ଜଣାଶୁଣା ଶିକ୍ଷାନୁଷ୍ଠାନ ଝାଡପଡା ସ୍ଥିତ ନୀଳକଣ୍ଠେଶ୍ଵର ଦେବ ବିଦ୍ୟାପୀଠ ପରିସରରେ ଗ୍ରାମର ବରିଷ୍ଠ ଶିକ୍ଷାବିତ୍ ଉପେନ୍ଦ୍ର ରାଉତଙ୍କ ସଭାପତିତ୍ବରେ ଓ ଉକ୍ତ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ଭାସ୍କର ଚନ୍ଦ୍ର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବିଦ୍ୟାଳୟର ସ୍ମରଣିକା ” ଅନୁଭୂତିରେ ଆମ ବିଦ୍ୟାଳୟ” ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ମହା ସମାରୋହରେ ପାଳନ କରାଯାଇଛି। ୧୯୫୦ ମସିହାରୁ ଗଠିତ ପ୍ରାଥମିକ ବିଦ୍ୟାଳୟ ଓ ୧୯୮୭ ମସିହାରେ ଗଠିତ ନୀଳକଣ୍ଠେଶ୍ଵର ଦେବ ବିଦ୍ୟାପୀଠ ଗଠନର ଇତିବୃତି ସମ୍ପର୍କିତ ସ୍ମରଣିକା ଉନ୍ମୋଚନ ସହିତ ଉଭୟ ବିଦ୍ୟାଳୟରୁ ଅବସର ପ୍ରାପ୍ତ, ଦିବଙ୍ଗତ ତଥା ଅଧୁନା କାର୍ଯ୍ୟରତ ୭୦ ଜଣ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରା ଯାଇଥିଲା। ତତ୍ ସହିତ ବିଦ୍ଯାଳୟ ଗଠନରେ ପ୍ରମୁଖ…
Read Moreଭାରତ ବିକାଶ ପରିଷଦ ନୟାଗଡ ଶାଖା ତରଫରୁ ବୃକ୍ଷ ରୋପଣ
ନୟାଗଡ଼, (ନୟାଗଡ଼ ଦର୍ପଣ): ଭାରତ ବିକାଶ ପରିଷଦ ନୟାଗଡ ଶାଖା ତରଫରୁ ଅଧ୍ୟକ୍ଷ, ପ୍ରସନ୍ନ କୁମାର ବସନ୍ତିଆଙ୍କ ନେତୃତ୍ୱ ରେ ଓ ପି. କେ. ଦାସ ରେଲୱେ ଅଧିକାରୀ ଙ୍କ ସହଯୋଗ ରେ ରେଲୱେ କଲୋନୀ ନୟାଗଡ ଠାରେ ବୃକ୍ଷ ରୋପଣ ହୋଇଯାଇଛି। ଏଥି ନିମନ୍ତେ ବିଭିନ୍ନ ପ୍ରକାରର ଚାରା ଯଥା – ଆମ୍ବ, ଓଉ, ଆତ, ଅଶୋକ, ଅର୍ଜୁନ, ମେହଗାନି, ମହାଲିମ୍ବ, କରଞ୍ଜ ପ୍ରଭୃତି ବୃକ୍ଷ ରୋପଣ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ପ୍ରଦୀପ କୁମାର ସାହୁ, ପ୍ରଫୁଲ୍ଲ କୁମାର ନାୟକ,କାମାକ୍ଷା ପ୍ରସାଦ ଦାଶ, ଅନାଦି ଚରଣ ମହାନ୍ତି, ଦୁର୍ଯ୍ୟୋଧନ ସାହୁ, ବିଦ୍ୟାଧର ଆଚାର୍ଯ୍ୟ, ଉଦୟନାଥ ନାୟକ, ଅବିନାଶ ସାହୁ, ଶ୍ରୀଧର ସାହୁ,ଲଷ୍ମୀକାନ୍ତ ଦାସ, ଗୋବିନ୍ଦ ସାହୁ ପ୍ରଭୃତି ଅଂଶଗ୍ରହଣ କରିଥିଲେ। ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଥିଲେ ଯେ, ଗଛ ବଞ୍ଚିଲେ…
Read More‘ଏସ୍.ଏ.କରିମ୍ ସ୍ମୃତି କମିଟି’ ଆନୁକୂଲ୍ୟରେ ଶ୍ରଦ୍ଧାଞ୍ଜଳି ସଭା
ନୟାଗଡ଼, (ନୟାଗଡ଼ ଦର୍ପଣ): ବିଶିଷ୍ଟ ସମାଜସେବୀ ତଥା ଲୋକପ୍ରିୟ ଶ୍ରମିକନେତା ଶେଖ୍ ଅବଦୁଲ କରିମଙ୍କ ବିୟୋଗରେ ତାଙ୍କର ପ୍ରିୟ ବିଦ୍ୟାଳୟ ସିନ୍ଦୁରିଆ ହାଇସ୍କୁଲ ପରିସରରେ ଖ୍ୟାତନାମା ସାହିତ୍ୟିକ ନାଟ୍ୟ ଭୁଷଣ ଡ଼ଃ ବିଜୟ କୁମାର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଚଳିତ ଜୁଲାଇ ୨୧ରେ ‘ଏସ୍.ଏ.କରିମ୍ ସ୍ମୃତି କମିଟି ‘ଆନୁକୂଲ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ପଟ୍ଟଚିତ୍ରରେ ପୁଷ୍ପ ପ୍ରଦାନ ପୂର୍ବକ ନୀରବ ଶ୍ରଦ୍ଧାଞ୍ଜଳି ପରେ ନୟାଗଡ଼ ଜିଲ୍ଲାର ବିଭିନ୍ନ ବର୍ଗର ମାନ୍ୟଗଣ୍ୟ ବୁଦ୍ଧିଜୀବୀ, ଜନପ୍ରତିନିଧି, ଶ୍ରମିକନେତା, ମୁରବିଶ୍ରେଣୀର ପ୍ରତିନିଧି, ଦିବଙ୍ଗତ କରିମଙ୍କ ସହପାଠୀମାନେ ତାଙ୍କର ଉତ୍ସର୍ଗୀକୃତ ନୀତିନିଷ୍ଠ ଜୀବନ, ସମାଜର ଶୋଷିତବର୍ଗ ମଣିଷମାନଙ୍କ ପାଇଁ ତାଙ୍କ ପ୍ରତିବଦ୍ଧତା, ତାଙ୍କ ସରଳ ନିରାଡମ୍ବର ଜୀବନ, ବନ୍ଧୁବତ୍ସଳତା ତାଙ୍କୁ ଅମର କରି ରଖିବ ବୋଲି ସ୍ମୃତିଚାରକମାନେ ବ୍ୟକ୍ତ କରିଥିଲେ। ଆବାହକ ସାଥୀ ବିଶ୍ଵନାଥ ମହାପାତ୍ର ପ୍ରାରମ୍ଭିକ ବକ୍ତବ୍ୟ ଉପସ୍ଥାପନ କଲାପରେ…
Read Moreଦଶପଲ୍ଲାରେ ସେବା ଉତ୍ସବ,
ମାଗଣା ସ୍ବାସ୍ଥ୍ୟ ଶିବିରରେ ସାମିଲ ହେଲେ ୨ଶହ ପଚାଶ ରୋଗୀ
ଦଶପଲ୍ଲା, (ନୟାଗଡ଼ ଦର୍ପଣ): ଦଶପଲ୍ଲା ଠାରେ ଅନୁଷ୍ଠିତ ହେଲା ସେବା ଉତ୍ସବ। ଚଳିତ ମାସ ୧୫ତାରିଖ ଠାରୁ ୨୫ ତାରିଖ ଯାଏଁ ଦଶ ଦିନ ପର୍ଯ୍ୟନ୍ତ ଜିଲ୍ଲାବ୍ୟାପୀ ସେବା ଉତ୍ସବ ଅନୁଷ୍ଠିତ ହେବାକୁ ଥିବା ବେଳେ ଅଷ୍ଟମ ବାର୍ଷିକ ସେବା ମହୋତ୍ସବ କାର୍ଯ୍ୟକ୍ରମ ଆଜି ସେବା ଉତ୍ସବ ସମିତି ଓ ସୀତାରାମ ୟୁଥ କ୍ଲବ ମିଳିତ ସହଭାଗିତାରେ ଦଶପଲ୍ଲା ବ୍ଲକ ଘୁଗୁଡିପଡା ପଞ୍ଚାୟତ ଦୁର୍ଗମ ଅଞ୍ଚଳ ମର୍ଦ୍ଦାବାଡ଼ି ଠାରେ ଅଭିଜ୍ଞ ଡାକ୍ତର ମାନଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ୨୬୦ ଜଣ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ନିଃଶୁଳ୍କ ଔଷଧ ଓ ଚଷମା ବଣ୍ଟନ କରାଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଗ୍ରାମରୁ ଆସିଥିବା ୨ ଶହ ପଚାଶ ରୋଗୀ ଉପସ୍ଥିତ ରହି ନିଜର ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ମାଗଣା ଔଷଧ ସୁବିଧା ପାଇଥିଲେ।…
Read More