ସମର୍ପଣ ବୃଦ୍ଧାଶ୍ରମରେ ପିଠା ଓ ବସ୍ତ୍ର ବାଣ୍ଟିଲେ ଜିଲ୍ଲା ଶିକ୍ଷା ଅଧିକାରୀ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ନିକଟ ଲେଖନପୁର ସ୍ଥିତ ସମର୍ପଣ ବୃଦ୍ଧାଶ୍ରମକୁ ନୟାଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ରାଜଶ୍ରୀ ପଟ୍ଟନାୟକ ଓ ବ୍ଳକ୍ ଶିକ୍ଷା ଅଧିକାରୀ ନିମାଇଁ ଚରଣ ପ୍ରଧାନ ପରିଦର୍ଶନ କରିଛନ୍ତି। ଏହି ଅବସରରେ ମାଆର ଭାବାନାକୁ ପୋଷଣ କରି ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ପଟ୍ଟନାୟକ ଅନ୍ତେବାସୀ ମାନଙ୍କ ପାଇଁ ଆରିଷା, କାକରା ଆଦି ପିଠା ପ୍ରସ୍ତୁତ କରି ଆଣିବା ସହିତ ସମସ୍ତ ଅନ୍ତେବାସୀ ମାନଙ୍କୁ ବସ୍ତ୍ର ଦାନ କରିଥିଲେ। ସାଥିରେ ଥିଲେ ବ୍ଳକ୍ ଶିକ୍ଷା ଅଧିକାରୀ। ଉଭୟ ଅଧିକାରୀ ଅନ୍ତେବାସୀ ମାନଙ୍କ ସହିତ ଦହୁ ସମୟ ଅତିବାହିତ କରି ଖୁସି ଅନୁଭବ କରିଥିଲେ। ସମର୍ପଣ କାର୍ଯ୍ଯକାରୀ ସଭାପତି ଅରୁଣ କୁମାର ମହାନ୍ତି ଓ ସଂପାଦକ ଶ୍ରୀଧର ସାହୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଏତାଦୃଶ ସମାଜ କଲ୍ୟାଣ କାର୍ଯ୍ୟ ପାଇଁ ଗଭୀର କୃତଜ୍ଞତା ଜ୍ଞାପନ କରିଥିଲେ।

Related posts