ଭାରତ ବିକାଶ ପରିଷଦ ନୟାଗଡ ଶାଖା ତରଫରୁ ବୃକ୍ଷ ରୋପଣ

ନୟାଗଡ଼, (ନୟାଗଡ଼ ଦର୍ପଣ): ଭାରତ ବିକାଶ ପରିଷଦ ନୟାଗଡ ଶାଖା ତରଫରୁ ଅଧ୍ୟକ୍ଷ, ପ୍ରସନ୍ନ କୁମାର ବସନ୍ତିଆଙ୍କ ନେତୃତ୍ୱ ରେ ଓ ପି. କେ. ଦାସ ରେଲୱେ ଅଧିକାରୀ ଙ୍କ ସହଯୋଗ ରେ ରେଲୱେ କଲୋନୀ ନୟାଗଡ ଠାରେ ବୃକ୍ଷ ରୋପଣ ହୋଇଯାଇଛି। ଏଥି ନିମନ୍ତେ ବିଭିନ୍ନ ପ୍ରକାରର ଚାରା ଯଥା – ଆମ୍ବ, ଓଉ, ଆତ, ଅଶୋକ, ଅର୍ଜୁନ, ମେହଗାନି, ମହାଲିମ୍ବ, କରଞ୍ଜ ପ୍ରଭୃତି ବୃକ୍ଷ ରୋପଣ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ପ୍ରଦୀପ କୁମାର ସାହୁ, ପ୍ରଫୁଲ୍ଲ କୁମାର ନାୟକ,କାମାକ୍ଷା ପ୍ରସାଦ ଦାଶ, ଅନାଦି ଚରଣ ମହାନ୍ତି, ଦୁର୍ଯ୍ୟୋଧନ ସାହୁ, ବିଦ୍ୟାଧର ଆଚାର୍ଯ୍ୟ, ଉଦୟନାଥ ନାୟକ, ଅବିନାଶ ସାହୁ, ଶ୍ରୀଧର ସାହୁ,ଲଷ୍ମୀକାନ୍ତ ଦାସ, ଗୋବିନ୍ଦ ସାହୁ ପ୍ରଭୃତି ଅଂଶଗ୍ରହଣ କରିଥିଲେ। ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଥିଲେ ଯେ, ଗଛ ବଞ୍ଚିଲେ ଆମେ ବଂଚିବା। ଜଙ୍ଗଲ ନଷ୍ଟ ହେଲେ ଜୀବ ଜଗତ ତିଷ୍ଠିବା ଅସମ୍ଭବ। ଏହି କାର୍ଯ୍ୟକ୍ରମ କୁ ରେଲୱେର ଅରୁଣ କୁମାର ସାହୁ ଓ ପ୍ରଦୀପ୍ତ ପରିଡା ପରିଚାଳନା କରିଥିଲେ।

Related posts