ରଣପୁର, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକର ବନ୍ଧମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ସାନ ଚାକୁଣ୍ଡାଝର ସ୍ଥିତ ବାବା ରାମ ଦାସ ଉଚ୍ଚ ବିଦ୍ୟାଳୟ ଆନୁକୁଲ୍ୟରେ ୨୦୨୩-୨୦୨୪ ଶିକ୍ଷା ବର୍ଷ ନିମନ୍ତେ ମଧୁସ୍ମିତା ମେଧା ସମ୍ମାନ ଏବଂ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ଏକ ଫେୟାରୱେଲ୍ ମିଟିଂ ଆୟୋଜନ କରାଯାଇଥିଲା। ଏହି ଅବସରରେ ଅନୁଷ୍ଠାନର ସଭାପତି ଶ୍ରୀ ଜଗବନ୍ଧୁ ରାଉତରାୟଙ୍କ ସଭାପତିତ୍ବରେ ଏକ ସଭାର ଆୟୋଜିତ ହୋଇଥିଲା। ଉକ୍ତ ସଭାରେ ଅନୁଷ୍ଠାନର ସମ୍ପାଦକ ପ୍ରଫେସର ବିଜୟ କୁମାର ଜେନା, ସହ ସଂପାଦକ ଶତୃଘ୍ନ ପରିଡ଼ା, ବିଶିଷ୍ଟ ବୈଦାନ୍ୟ ବ୍ୟକ୍ତି ଜଳଧର ବେହେରା,ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ବିରଞ୍ଚି ମହାପାତ୍ର ଏବଂ ବରିଷ୍ଠ ଶିକ୍ଷକ ଶ୍ରୀ ଜୟନ୍ତ କୁମାର ସେଠି ପ୍ରମୁଖ ଉପସ୍ଥିତ ଥିଲେ। ପ୍ର. ବିଜୟ କୁମାର ଜେନାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ପ୍ରାକ୍ତନ ଓ ଅଧ୍ୟୟନରତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ୨୦୨୩-୨୦୨୪ ଶିକ୍ଷା ବର୍ଷରେ ୩ ଜଣ କୃତି ଛାତ୍ରୀ ଯଥା ସୁଭଦ୍ରା କଳସ, ଭବଲକ୍ଷ୍ମି ପ୍ରଧାନ,ମଧୁସ୍ମିତା ପଲେଇଙ୍କୁ ‘ମଧୁସ୍ମିତା ମେଧା ସମ୍ମାନ’ରେ ସମ୍ମାନିତ ଓ ପୁରସ୍କୃତ କରା ଯାଇଥିଲା। ସ୍ଵର୍ଗତା ମଧୁସ୍ମିତା ମଲ୍ଲିକଙ୍କ ଉଦ୍ଦେଶ୍ୟରେ ୬୦ ସେକେଣ୍ଡ୍ ପାଇଁ ନୀରବ ପ୍ରାର୍ଥନା କରା ଯାଇଥିଲା। ପରିଶେଷରେ ସଭା ଶୃଙ୍ଖଳିତ ଭାବରେ ପରିଚାଳିତ ହୋଇଥିବାରୁ ସମସ୍ତେ ଖୁସି ପ୍ରକଟ କରିବା ସହିତ ବିଦ୍ୟାଳୟର ପ୍ରଧାନଶିକ୍ଷକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ମଧୁସ୍ମିତା ମେଧା ସମ୍ମାନରେ ତିନି ମେଧାବୀ ଛାତ୍ରୀ
