ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦର ମହକୁମାରେରେ ଥିବା ନୂଆଗାଁ ଉଚ୍ଚ ବିଦ୍ୟାଳୟର ନବମ ଏବଂ ଦଶମ ଶ୍ରେଣୀର ୬୩ଜଣ ଛାତ୍ର ଛାତ୍ରୀ ଉଦ୍ୟୋଗ (ପର୍ଯ୍ୟଟନ ଏବଂ ଆତିଥ୍ୟ) ପରିଦର୍ଶନ କରିଛନ୍ତି। ନୂଆଗାଁ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀର ୧୩ଜଣ ଛାତ୍ର, ୧୫ ଜଣ ଛାତ୍ରୀ ଏବଂ ଦଶମ ଶ୍ରେଣୀର ୧୮ଜଣ ଛାତ୍ର, ୧୭ଜଣ ଛାତ୍ରୀ ଏମିତି ମୋଟ ୬୩ଜଣ ଛାତ୍ରଛାତ୍ରୀ ଚୌଧୁରୀ ବସରେ ବିଦ୍ୟାଳୟର ଶିକ୍ଷକ ଅଙ୍କେଶ କୁମାର ସାହୁ, ଭୋକେସନାଲ ଶିକ୍ଷୟତ୍ରୀ ଅନନ୍ୟା ମିଶ୍ର, ରାଜ କିଶୋର ସାହୁଙ୍କ ସହିତ ନୟାଗଡରେ ଥିବା ହୋଟେଲ ଗୋପୀନାଥକୁ ପରିଦର୍ଶନରେ ଯାଇଥିଲେ। ସେଠାରେ ଛାତ୍ରଛାତ୍ରୀ ରେଷ୍ଟୁରାଣ୍ଟରେ କିପରି ଖାଦ୍ୟ ଅର୍ଡର ନିଆଯାଏ, କିପରି ସେବା ଯୋଗାଇ ଦିଆଯାଏ, କେଉଁ ଖାଦ୍ୟ କେତେବେଳେ ଯୋଗାଇ ଦିଆଯାଇଥାଏ ଜାଣିବା ସହ ବିଭିନ୍ନ ପ୍ରକାର କୋଠରୀ, ଏବଂ…
Read MoreYear: 2024
ରାଜସୁନାଖଳା ଠାରେ ସିପିଆଇ (ଏମ)ର ଶାଖା ସମ୍ମିଳନୀ ଅନୁଷ୍ଠିତ
ରାଜସୁନାଖଳା,(ନୟାଗଡ଼ ଦର୍ପଣ): ସିପିଆଇ (ଏମ)ର ରାଜସୁନାଖଳା ଶାଖା ସମ୍ମିଳନୀ ଗୋପି ମୁଦୁଲି କମୁନିଟ ହଲ ଠାରେ ସାଥୀ ନିରଞ୍ଜନ ସୁବୁଦ୍ଧିଙ୍କ ସଭାପତିତ୍ବ ଅନୁଷ୍ଠିତ ହୋଇ ଯାଇଛି। ପାର୍ଟିର ଲାଲ ଝଣ୍ଡାକୁ ପାର୍ଟିର ବରିଷ୍ଠ ସଦସ୍ଯ ସାଥୀ ମଦନ ସାହୁ ଆନୁଷ୍ଠାନିକ ଭାବେ ଉତ୍ତୋଳନ କରିଥିଲା ବେଳେ ପାର୍ଟିର ମହାସଚିବ ସୀତାରାମ ୟେଚୁରୀ ଓ ସହିଦ୍ ମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇ ଥିଲେ। ପାର୍ଟିର ଜିଲ୍ଲା ନେତା ସାଥୀ ହରିଶ୍ଚନ୍ଦ୍ର ମିଶ୍ର ସମ୍ମିଳନୀ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଦେଶର ସାମ୍ପ୍ରତିକ ରାଜନୈତିକ ଓ ଆର୍ଥିକ ପରିସ୍ଥିତିର ପରିବର୍ତ୍ତନ ପାଇଁ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ। ଶାଖା ସମ୍ପାଦକ ସବ୍ୟସାଚୀ ସେନାପତି ଙ୍କ “ସାଙ୍ଗଠନିକ ଓ ରାଜନୈତିକ” ରିପୋର୍ଟ ଉପରେ ସାଥୀ ମାନେ ଆଲୋଚନା କରିଥିଲେ। ରଣପୁର ଆଞ୍ଚଳିକ କମିଟିର ସମ୍ପାଦକ ସୁରେଶ ସ୍ଵାଇଁ ଚାଷି…
Read Moreଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ ପରିସରରେ ସହିଦ କଷ୍ଟି ଡାକୁଆଙ୍କ ଜୟନ୍ତୀ ଓ ବିଶ୍ବ ବରିଷ୍ଠ ନାଗରିକ ଦିବସ ପାଳିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ସ୍ଥାନୀୟ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରର ପରିସରରେ ସହିଦ୍ କଷ୍ଟି ଡାକୁଆଙ୍କ ଜୟନ୍ତୀ ପାଳିତ ହୋଇ ଯାଇଛି। ବିଦ୍ଯାଳୟ ପରିସରରେ ଥିବା ସହିଦ୍ କଷ୍ଟି ଡାକୁଆଙ୍କ ପ୍ରତିମୂର୍ତ୍ତିରେ ସେବାବ୍ରତୀ ଆଚାର୍ଯ୍ୟ ଆଚାର୍ଯ୍ୟା ଓ ଛାତ୍ରଛାତ୍ରୀ ମାନେ ପୁଷ୍ପ ମାଲ୍ୟାର୍ପଣ କରିଥିଲାବେଳେ ବିଦ୍ୟାଳୟର ସଂପାଦକ ଶ୍ରୀଧର ସାହୁଙ୍କ ସଂଯୋଜନାରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇ ଥିଲା। ବିଦ୍ଯାଳୟର ବରିଷ୍ଠ ଗୁରୁଜୀ ରଂଜନ କୁମାର ପରିଡା ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ କଷ୍ଟି ଡାକୁଆଙ୍କ ଜୀବନୀ ବିଷୟରେ ଅବଗତ କରାଇଥିଲେ। ସହିଦ କଷ୍ଟି ଡାକୁଆ ଅମର ରହେ ସ୍ଲୋଗାନ ରେ ବିଦ୍ୟାଳୟ ପରିସର ପ୍ରକମ୍ପିତ ହୋଇଥିଲା। ଆଜି ଆନ୍ତର୍ଜାତୀୟ ବୟସ୍କ ବ୍ଯକ୍ତି ଦିବସ ହୋଇଥିବାରୁ ଓଡିଶା ସରକାରଙ୍କ ବିଦ୍ଯାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ ମୁତାବକ ଆଜିର ପ୍ରାର୍ଥନା କାଳାଂଶ ତଥା…
Read Moreବିଶିଷ୍ଟ ଶିକ୍ଷାବିତ୍ ‘ବରିଷ୍ଠ ନାଗରିକ ସମ୍ମାନ’ରେ ସମ୍ମାନିତ
ରଣପୁର,(ନୟାଗଡ଼ ଦର୍ପଣ): ରଣପୁର ଅଞ୍ଚଳର ବିଶିଷ୍ଟ ଶିକ୍ଷାବିତ୍ ତଥା ସମାଜସେବୀ ଭାସ୍କର ଚନ୍ଦ୍ର ପ୍ରଧାନ ‘ବରିଷ୍ଠ ନାଗରିକ ସମ୍ମାନ -୨୦୨୪’ ସମ୍ମାନିତ ହୋଇଛନ୍ତି। ଆଜି ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ଉପଲକ୍ଷେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଳକ୍ ର ଅଗ୍ରଣୀ ଅନୁଷ୍ଠାନ ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ତରଫରୁ ଏପରି ସମ୍ମାନ ଜନକ ସମ୍ମାନରେ ସମ୍ବର୍ଦ୍ଧିତ ହୋଇଛନ୍ତି। ପ୍ରକାଶ ଥାଉ କି’ ଶ୍ରୀଯୁକ୍ତ ପ୍ରଧାନ ଜଣେ ଉତ୍ତମ ଓ ଆଦର୍ଶ ଶିକ୍ଷକ ଭାବରେ ଅବସର ଗ୍ରହଣ କରିଥିଲେ ମଧ୍ୟ ଅଞ୍ଚଳର ପ୍ରାକ୍ତନ ଛାତ୍ରମାନଙ୍କୁ ସଙ୍ଗଠିତ କରି ଗରିବ, ନିଷ୍ପେସିତ ଲୋକଙ୍କୁ ଦୁର୍ଦ୍ଦିନରେ ସହାୟତାର ହାତ ବଢେଇବା ଏବଂ ଶିଶୁମାନଙ୍କ ଅନ୍ତର୍ନିହିତ ଶକ୍ତିର ବିକଶିତ କରିବା କ୍ଷେତ୍ରରେ ଜଣେ ଜଣାଶୁଣା/ ପରିଚିତ ଚେହରା। ଏପରିକି ନିଜ ଜନ୍ମମାଟି ଝାଡ଼ପଡା ସମେତ ପାଖଆଖ ୮/୯ ପଡୋଶୀ ଗ୍ରାମର ଶତାଧିକ ବରିଷ୍ଠ…
Read Moreଗ୍ରାମବାସୀଙ୍କ ବ୍ଳଡ ଗ୍ରୁପିଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ଲାଠିପଡାସ୍ଥିତ ମଡେଲ ଡିଗ୍ରୀ କଲେଜର ଯୁବ ରେଡକ୍ରସ୍ ଓ ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ଏକ ନିଃଶୁଳ୍କ ବ୍ଳଡ ଗ୍ରୁପିଂ ପରୀକ୍ଷା କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଅଛି। କଲେଜ ପରିଚାଳନା ସମିତି ସଭାପତି ପଞ୍ଚାନନ ଡାକୁଆଙ୍କ ଦ୍ଵାରା ଉଦଘାଟିତ ହୋଇଥିବା ଏହି ଶିବିରରେ ପବିତ୍ର କୁମାର ବେହେରା ଏବଂ ସନାତନ ବେହେରା ଉପସ୍ଥିତ ଥିଲେ।ଯୁବ ରେଡକ୍ରସ୍ ଅଧିକାରୀ ବିଜୟିନୀ ଶୁଭଦର୍ଶିନୀ, ଡକ୍ଟର ଜୟରାମ ସିଂ ସାମଲ ଓ ଜାତୀୟ ସେବା ଯୋଜନା ଅଧିକାରୀ ସୁନୀଲ କୁମାର ମଲ୍ଲିକ ଓ ଦୀପିକା ରାଣୀ ଟୁରୁକଙ୍କ ନେତୃତ୍ୱରେ ସ୍ବେଚ୍ଛାସେବୀମାନେ ଶିବିର ପରିଚାଳନା କରିଥିଲେ। ଉଦ୍ଭିଦ ବିଜ୍ଞାନ, ପ୍ରାଣୀ ବିଜ୍ଞାନ ଓ ନୃତତ୍ତ୍ୱ ବିଭାଗର ବଛାବଛା ଅଭିଜ୍ଞ ଛାତ୍ରଛାତ୍ରୀମାନେ ପ୍ରାୟ ୨୦୦ ଗ୍ରାମବାସୀଙ୍କର ରକ୍ତ ଗ୍ରୁପ ଚିହ୍ନଟ ପରୀକ୍ଷା କରିଥିଲେ।…
Read More୩୬ବର୍ଷ ନିରବଚ୍ଛିନ୍ନ, ନିଷ୍ଠାପର ଭାବେ ବିଦ୍ୟାଳୟରେ କାର୍ଯ୍ୟକରି ଆଜି ନେଲେ ଅବସର
ନୂଆଗାଁ, (ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ୍ ଅନ୍ତର୍ଗତ ମାଇଛେଳି ପଞ୍ଚାୟତରେ ଥିବା ଚିନ୍ତାମଣି ବିଦ୍ୟାପୀଠ, ସମ୍ପଡା ପରିସରରେ ପୁରାତନ ଛାତ୍ର ସଂସଦ ତରଫରୁ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପୁରାତନ ଛାତ୍ର ସଂସଦର ସଭାପତି ପ୍ରମୋଦ କୁମାର ଖଣ୍ଡୁଆଳଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ନୂଆଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ବିଶିଷ୍ଟ ଅତିଥି ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ମୁଖ୍ୟବକ୍ତା ଚିନ୍ତାମଣି ବିଦ୍ୟାପୀଠର ପ୍ରଧାନଶିକ୍ଷକ ଭୀମସେନ ସାହୁ, ସମ୍ମାନୀତ ଅତିଥିଭାବେ ସମାଜସେବୀ ଶଙ୍କର୍ଷଣ ବେହେରା, ନୂଆଗାଁ ହାଇସ୍କୁଲ୍ ପ୍ରଧାନ ଶିକ୍ଷକ ଭୀମସେନ ଦାସ, ସି ଆର୍ ସି ସି କୈଳାଶ ନାୟକ, ବିଜ୍ଞାନ ଶିକ୍ଷକ ବିନାୟକ ପରିଡ଼ା, ହରିହର ତ୍ରିପାଠୀ, ହିନ୍ଦୀ ଶିକ୍ଷକ ହୃଷିକେଶ ପ୍ରଧାନ, ସଂସ୍କୃତ ଶିକ୍ଷକ ଗୋପାଳ ଚନ୍ଦ୍ର ରାୟଗୁରୁ, କ୍ରୀଡା ଶିକ୍ଷକ ପରମାନନ୍ଦ ପରିଡ଼ା,…
Read Moreସଂଗୀତ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ ଷ୍ଟାର ଅଫ ନୟାଗଡର ପ୍ରଥମ ଅଡିସନ ଅନୁଷ୍ଠିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲାର ସଂଗୀତ ପ୍ରତିଭା ମାନଙ୍କୁ ଏକ ପ୍ଲାଟଫର୍ମ ଯୋଗାଇବା ଉଦ୍ଦେଶ୍ୟରେ ଷ୍ଟାର ଅଫ ନୟାଗଡ କାର୍ଯ୍ୟକ୍ରମର ପ୍ରଥମ ଅଡିସନ ସ୍ଥାନୀୟ ସତ୍ୟମ କମ୍ପ୍ୟୁଟର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗୀତା ରେ ଶ୍ରେଷ୍ଠ ପ୍ରଦର୍ଶନ କରି ୫ ପ୍ରତିଯୋଗୀ ସିଧାସଳଖ ସେମିଫାଇନାଲରେ ପ୍ରବେଶ କରିଥିବା ବେଳେ ୧୮ ଜଣ ଦ୍ବିତୀୟ ପର୍ଯ୍ୟାୟ କୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେମିଫାଇନାଲରେ ପ୍ରବେଶ କରିଥିବା ପ୍ରତିଯୋଗୀ ମାନେ ହେଲେ ସୁଚିସ୍ମିତା ଡୋରା, ଲିପ୍ସା ରାଣୀ ପଣ୍ଡା, ସେଖ୍ ତୌଫିକ ଅଲ୍ଲୀ, ଇପ୍ସିତା ପ୍ରିୟଦର୍ଶନୀ ଓ ଅମ୍ରିତା ରଥ । ସେହିପରି ଦ୍ବିତୀୟ ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହୋଇଥିବା ପ୍ରତିଯୋଗୀ ମାନେ ହେଲେ ଲକ୍ଷ୍ମୀପ୍ରିୟା ନାୟକ, ଆଦିତ୍ୟ ଗୁମାନ ସିଂ, ଆଶୁତୋଷ ବେହେରା, ଅଂଶୁମାନ ମହାପାତ୍ର, ଗାୟତ୍ରୀ ଦଳବେହେରା, ପିଙ୍କିନା ନାୟକ, ଅନ୍ନପୂର୍ଣ୍ଣା ପାତ୍ର, ଜଗନ ବେହେରା,ଗୁଡୁ…
Read Moreଓଏସ୍ଇଏଫଡ଼ି ସଂଘର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଓ ଆଲୋଚ଼ନା ଚ଼କ୍ର
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ରାଜସୁନାଖଳାସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଓଡ଼ିଶା ସ୍ପେସିଆଲ ଏଜୁକେଟର ଫେଡ଼େରସନ ଫର୍ ଦିବ୍ୟାଙ୍ଗ ସଂଘର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଓ “ଦିବ୍ୟାଙ୍ଗ ବିଦ୍ୟାର୍ଥୀ ଓ ସ୍ବତନ୍ତ୍ର ଶିକ୍ଷକ” ଶୀର୍ଷକ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସଂଘ ପକ୍ଷରୁ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ଓ ଅନ୍ୟ ଅତିଥି ବୃନ୍ଦଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଓଏସ୍ଇଏଫଡ଼ି ସଂଘର ଯୁଗ୍ମ ସମ୍ପାଦକ ଆୟୁଷ୍ମାନ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ମୁଖ୍ୟଅତିଥି ଭାବେ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢୀ, ସମ୍ମାନିତ ଅତିଥି ଭାବେ ସକ୍ଷମ ସଂଗଠନର ସମ୍ପାଦିକା ମନସ୍ମିତା ଜେନା, ମୁଖ୍ୟବକ୍ତାଭାବେ ସକ୍ଷମ ସଂଗଠନର ଉପସଭାପତି ପ୍ରଫେସର ଡ଼ଃ ବିନୟ ଭୂଷଣ ମହାପାତ୍ର ପ୍ରମୁଖ ଯୋଗଦେଇ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ଓ ସ୍ବତନ୍ତ୍ର ଶିକ୍ଷକ ଶୀର୍ଷକ ଉପରେ…
Read MoreIPS ସ୍ତରରେ ବଡ଼ ଧରଣର ଅଦଳବଦଳ, କିଏ କେଉଁଠିକି ଗଲେ
ହଟିଲେ ଭୁବନେଶ୍ବରର ଚର୍ଚ୍ଚିତ ଡିସିପି ପ୍ରତୀକ ସିଂହ, ପ୍ରମୋସନ ବଦଳରେ ମିଳିଲା ତଳ ପୋଷ୍ଟ ହେଲେ କଟକ ଗ୍ରାମାଞ୍ଚଳ ଏସପି ବଦଳିଲେ ପୋଲିସ କମିସନର ସଞ୍ଜୀବ ପଣ୍ଡା IPS ସୁରେଶ ଦେବଦତ୍ତ ସିଂ ହେଲେ ନୂଆ ପୋଲିସ କମିସନର ସଞ୍ଜୀବ ପଣ୍ଡା ହେଲେ ADG ଟ୍ରେନିଂ, BPSPA ନିର୍ଦ୍ଦେଶକ ଆର୍.ପି. କୋଚେ ହେଲେ ଗୁଇନ୍ଦା ନିର୍ଦ୍ଦେଶକ ଜେଲ୍ ଡିଜି ହେଲେ ଏ.କେ. ରାୟ କ୍ରାଇମବ୍ରାଞ୍ଚ ଏଡିଜି ହେଲେ ବିନୟତୋଷ ମିଶ୍ର ଅରୁଣ ବୋଥ୍ରା ହେଲେ ରେଳବାଇ, ତଟସୁରକ୍ଷା ଏଡିଜି ଆର.କେ ଶର୍ମା ହେଲେ ଗୃହ ବିଭାଗ ସ୍ବତନ୍ତ୍ର ସଚିବ ସନ୍ତୋଷ ବାଲା ହେଲେ ନିର୍ଦେଶକ ଏସଏଫଏସଏଲ ପାରୁଲ ଗୁପ୍ତା ହେଲେ DIG କମ୍ପ୍ୟୁଟର କେନ୍ଦ୍ରାଞ୍ଚଳ DIG ହେଲେ ଚରଣ ସିଂ ମୀନା ବ୍ରିଜେଶ କୁମାର ରାୟ ହେଲେ ପଶ୍ଚିମାଞ୍ଚଳ DIG ଅଖିଳେଶ ସିଂ ହେଲେ DIG ଅପରେସନ୍…
Read Moreଓଡ଼ିଶା ଶିକ୍ଷା ଅମଲା ସଂଘର ସାଧାରଣ ଅଧିବେଶନ
ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶା ଶିକ୍ଷା ଅମଲା ସଂଘ, ନୟାଗଡ଼ ଜିଲ୍ଲା ଶାଖାର ଚତୁର୍ଥ ଅଧିବେଶନ ନବଘନପୁର ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ସଂଘର ମୁଖ୍ୟ ଉପଦେଷ୍ଟା ଅବସରପ୍ରାପ୍ତ ପ୍ରତିଷ୍ଠାନ ଅଧିକାରୀ ହାଡ଼ିବନ୍ଧୁ ନାୟକଙ୍କ ଅଧ୍ୟକ୍ଷତାରେ ସଭା କାର୍ଯ୍ୟ ପରିଚାଳିତ ହୋଇଥିଲା। ଉକ୍ତ ସଭାରେ ଜିଲ୍ଲା ଶିକ୍ଷା ଅମଲା ସଂଘର ସଭାପତି ମନୋରଞ୍ଜନ ପଟ୍ଟନାୟକ, ସମ୍ପାଦକ ଶ୍ରୀଧର କୁମାର ସାହୁ,ସହ ସମ୍ପାଦକ କ୍ଷୀରୋଦ କୁମାର ସାହୁ,କୋଷାଧ୍ୟକ୍ଷ ରଜତ କୁମାର ହରିଚନ୍ଦନ,ରାଜ୍ୟ ଶିକ୍ଷା ଅମଲା ସଂଘର ଯୁଗ୍ମ ସମ୍ପାଦକ ଋତୁରାଜ ସୋମନାଥ ସ୍ବାଇଁଙ୍କ ସମେତ ଜିଲ୍ଲାରେ କାର୍ଯ୍ୟରତ ଶତାଧିକ ଅମଲା ଯୋଗଦାନ କରିଥିଲେ। ଏହି ଅବସରରେ ଅବସର ଗ୍ରହଣ କରିଥିବା ୨୧ଜଣ ଅମଲା କର୍ମଚାରୀଙ୍କୁ ମାନପତ୍ର ଏବଂ ଉପଢୌକନ ଦେଇ ସଂଘ ପକ୍ଷରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏଥି ସହିତ ନୂତନ ଏବଂ ପଦୋନ୍ନତି ପାଇଥିବା ଅମଲା…
Read More