ରଣପୁର,(ନୟାଗଡ଼ ଦର୍ପଣ): ରଣପୁର ଅଞ୍ଚଳର ବିଶିଷ୍ଟ ଶିକ୍ଷାବିତ୍ ତଥା ସମାଜସେବୀ ଭାସ୍କର ଚନ୍ଦ୍ର ପ୍ରଧାନ ‘ବରିଷ୍ଠ ନାଗରିକ ସମ୍ମାନ -୨୦୨୪’ ସମ୍ମାନିତ ହୋଇଛନ୍ତି। ଆଜି ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ଉପଲକ୍ଷେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଳକ୍ ର ଅଗ୍ରଣୀ ଅନୁଷ୍ଠାନ ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ତରଫରୁ ଏପରି ସମ୍ମାନ ଜନକ ସମ୍ମାନରେ ସମ୍ବର୍ଦ୍ଧିତ ହୋଇଛନ୍ତି। ପ୍ରକାଶ ଥାଉ କି’ ଶ୍ରୀଯୁକ୍ତ ପ୍ରଧାନ ଜଣେ ଉତ୍ତମ ଓ ଆଦର୍ଶ ଶିକ୍ଷକ ଭାବରେ ଅବସର ଗ୍ରହଣ କରିଥିଲେ ମଧ୍ୟ ଅଞ୍ଚଳର ପ୍ରାକ୍ତନ ଛାତ୍ରମାନଙ୍କୁ ସଙ୍ଗଠିତ କରି ଗରିବ, ନିଷ୍ପେସିତ ଲୋକଙ୍କୁ ଦୁର୍ଦ୍ଦିନରେ ସହାୟତାର ହାତ ବଢେଇବା ଏବଂ ଶିଶୁମାନଙ୍କ ଅନ୍ତର୍ନିହିତ ଶକ୍ତିର ବିକଶିତ କରିବା କ୍ଷେତ୍ରରେ ଜଣେ ଜଣାଶୁଣା/ ପରିଚିତ ଚେହରା। ଏପରିକି ନିଜ ଜନ୍ମମାଟି ଝାଡ଼ପଡା ସମେତ ପାଖଆଖ ୮/୯ ପଡୋଶୀ ଗ୍ରାମର ଶତାଧିକ ବରିଷ୍ଠ ନାଗରିକ ଓ ଶତାଧିକ ପୂଜ୍ୟ ଗୁରୁଙ୍କୁ ଏକତ୍ରିତ କରି ଗୁରୁ ପୂଜନ କାର୍ଯ୍ୟକ୍ରମ ଆୟୋଜନରେ ସମ୍ମାନୀତ ଓ ସମ୍ବର୍ଦ୍ଧିତ କରି ଶିକ୍ଷାବିତ୍ ଶ୍ରୀଯୁକ୍ତ ଭାସ୍କର ଚନ୍ଦ୍ର ପ୍ରଧାନ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି। ସେଥିପାଇଁ ତାଙ୍କୁ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳନ ହେଉଥିବା ଅବସରରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ଓଡ଼ିଶା ବିଧାନ ସଭା ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ପ୍ରଫେସର ଡ଼. ସୁରେନ୍ଦ୍ର ନାଥ ଦାଶ, ଅନୁଷ୍ଠାନର ସଭାପତି ନାରାୟଣ ମହାପାତ୍ର ଓ ସମ୍ପାଦକ ବିଜୟ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ।
Related posts
-
ନବବର୍ଷରେ ପାଇଥିବା ଉପହାରକୁ ଛାତ୍ରଛାତ୍ରୀଙ୍କୁ ବିତରଣ କଲେ ନୟାଗଡ଼ ଜିଲ୍ଲାପାଳ
January 20, 2025 Jajati Comments Off on ନବବର୍ଷରେ ପାଇଥିବା ଉପହାରକୁ ଛାତ୍ରଛାତ୍ରୀଙ୍କୁ ବିତରଣ କଲେ ନୟାଗଡ଼ ଜିଲ୍ଲାପାଳନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ବର୍ଷ ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ନବବର୍ଷର ଶୁଭେଚ୍ଛାରେ ଫୁଲତୋଡ଼ା, ମିଠା ପ୍ୟାକେଟ୍, ଡାଇରୀ ପରିବର୍ତ୍ତେ... -
ଛାତ୍ରଛାତ୍ରୀଙ୍କୁ ପାଠ୍ୟ ଉପକରଣ ବାଣ୍ଟିଲେ ଜିଲ୍ଲାପାଳ
ରଣପୁର,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଚଳିତ ବର୍ଷ ନବ ବର୍ଷ ଅବସରରେ ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀଙ୍କୁ... -
ରଣପୁର ମହୋତ୍ସବରେ ବାଚସ୍ପତିଙ୍କ ଦ୍ଵାରା ସମ୍ମାନିତ ହେଲେ ଗୁରୁ ଓ ଶିଷ୍ୟ
January 8, 2025 Jajati Comments Off on ରଣପୁର ମହୋତ୍ସବରେ ବାଚସ୍ପତିଙ୍କ ଦ୍ଵାରା ସମ୍ମାନିତ ହେଲେ ଗୁରୁ ଓ ଶିଷ୍ୟରଣପୁର, (ନୟାଗଡ଼ ଦର୍ପଣ): ରଣପୁର ମହୋତ୍ସବ ଅର୍ଜୁନ-୨୦୨୫ ଆନୁକୂଲ୍ୟରେ “ବୈଷ୍ଣବ କବି ଭକ୍ତଚରଣ ଦିବସ” ପାଳନ ଅବସରରେ ମନ୍ଦାକିନୀ ସାହିତ୍ୟ ସଂସ୍କୃତି...