ଉଦ୍ୟୋଗ ପରିଦର୍ଶନ ଦ୍ଵାରା ଛାତ୍ରଛାତ୍ରୀଙ୍କ ବାସ୍ତବ ଜ୍ଞାନ ଆହରଣ ହୋଇଥାଏ

ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦର ମହକୁମାରେରେ ଥିବା ନୂଆଗାଁ ଉଚ୍ଚ ବିଦ୍ୟାଳୟର ନବମ ଏବଂ ଦଶମ ଶ୍ରେଣୀର ୬୩ଜଣ ଛାତ୍ର ଛାତ୍ରୀ ଉଦ୍ୟୋଗ (ପର୍ଯ୍ୟଟନ ଏବଂ ଆତିଥ୍ୟ) ପରିଦର୍ଶନ କରିଛନ୍ତି। ନୂଆଗାଁ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀର ୧୩ଜଣ ଛାତ୍ର, ୧୫ ଜଣ ଛାତ୍ରୀ ଏବଂ ଦଶମ ଶ୍ରେଣୀର ୧୮ଜଣ ଛାତ୍ର, ୧୭ଜଣ ଛାତ୍ରୀ ଏମିତି ମୋଟ ୬୩ଜଣ ଛାତ୍ରଛାତ୍ରୀ ଚୌଧୁରୀ ବସରେ ବିଦ୍ୟାଳୟର  ଶିକ୍ଷକ  ଅଙ୍କେଶ କୁମାର ସାହୁ, ଭୋକେସନାଲ ଶିକ୍ଷୟତ୍ରୀ ଅନନ୍ୟା ମିଶ୍ର, ରାଜ କିଶୋର ସାହୁଙ୍କ ସହିତ ନୟାଗଡରେ ଥିବା ହୋଟେଲ ଗୋପୀନାଥକୁ ପରିଦର୍ଶନରେ ଯାଇଥିଲେ। ସେଠାରେ ଛାତ୍ରଛାତ୍ରୀ ରେଷ୍ଟୁରାଣ୍ଟରେ କିପରି ଖାଦ୍ୟ ଅର୍ଡର ନିଆଯାଏ, କିପରି ସେବା ଯୋଗାଇ ଦିଆଯାଏ, କେଉଁ ଖାଦ୍ୟ କେତେବେଳେ ଯୋଗାଇ ଦିଆଯାଇଥାଏ ଜାଣିବା ସହ ବିଭିନ୍ନ ପ୍ରକାର କୋଠରୀ, ଏବଂ ସାମାଜିକ, ବ୍ୟବସାୟିକ କାର୍ଯ୍ୟକ୍ରମ ହେଉଥିବା ହଲ୍ ବୁଲି ଦେଖିଥିଲେ।ଯାହାକି ପାଠ୍ୟ ପୁସ୍ତକ ସହ ଜଡ଼ିତ। ଏହାପରେ ଛାତ୍ରଛାତ୍ରୀ ପାଖରେ ଥିବା ଗାର୍ଡେନ ରେଷ୍ଟୁରାଣ୍ଟ ବୁଲି ଦେଖିଥିଲେ। ଏସଏସଜି ଗ୍ରୁପ୍ ମାଧ୍ୟମରେ ରହିଥିବା ଉତ୍ତମ ଏଥିରେ ପୂର୍ଣ୍ଣ ସହଯୋଗ କରିଥିଲେ। ଉଦ୍ୟୋଗ ପରିଦର୍ଶନ ଦ୍ଵାରା ଛାତ୍ରଛାତ୍ରୀମାନେ ବାସ୍ତବ ଜ୍ଞାନ ଆହରଣ କରିଥାନ୍ତି ତେଣୁ ଏଭଳି ପରିଦର୍ଶନ ପ୍ରଶଂସନୀୟ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

Related posts