ରାଜସୁନାଖଳା,(ନୟାଗଡ଼ ଦର୍ପଣ): ସିପିଆଇ (ଏମ)ର ରାଜସୁନାଖଳା ଶାଖା ସମ୍ମିଳନୀ ଗୋପି ମୁଦୁଲି କମୁନିଟ ହଲ ଠାରେ ସାଥୀ ନିରଞ୍ଜନ ସୁବୁଦ୍ଧିଙ୍କ ସଭାପତିତ୍ବ ଅନୁଷ୍ଠିତ ହୋଇ ଯାଇଛି। ପାର୍ଟିର ଲାଲ ଝଣ୍ଡାକୁ ପାର୍ଟିର ବରିଷ୍ଠ ସଦସ୍ଯ ସାଥୀ ମଦନ ସାହୁ ଆନୁଷ୍ଠାନିକ ଭାବେ ଉତ୍ତୋଳନ କରିଥିଲା ବେଳେ ପାର୍ଟିର ମହାସଚିବ ସୀତାରାମ ୟେଚୁରୀ ଓ ସହିଦ୍ ମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇ ଥିଲେ। ପାର୍ଟିର ଜିଲ୍ଲା ନେତା ସାଥୀ ହରିଶ୍ଚନ୍ଦ୍ର ମିଶ୍ର ସମ୍ମିଳନୀ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଦେଶର ସାମ୍ପ୍ରତିକ ରାଜନୈତିକ ଓ ଆର୍ଥିକ ପରିସ୍ଥିତିର ପରିବର୍ତ୍ତନ ପାଇଁ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ। ଶାଖା ସମ୍ପାଦକ ସବ୍ୟସାଚୀ ସେନାପତି ଙ୍କ “ସାଙ୍ଗଠନିକ ଓ ରାଜନୈତିକ” ରିପୋର୍ଟ ଉପରେ ସାଥୀ ମାନେ ଆଲୋଚନା କରିଥିଲେ। ରଣପୁର ଆଞ୍ଚଳିକ କମିଟିର ସମ୍ପାଦକ ସୁରେଶ ସ୍ଵାଇଁ ଚାଷି ଫସଲ ର ସହାୟକ ମୂଲ୍ଯ,ମୂଲିଆ ଙ୍କୁ ଦୈନିକ ୬୦୦ ଟଙ୍କା ମଜୁରୀ ଓ ୨୦୦ ଦିନ କାମ, ଦର ବୃଦ୍ଧି ନିୟନ୍ତ୍ରଣ , ବିଦୁତ ସ୍ମାର୍ଟ ମିଟର ପ୍ରଚଳନ ବନ୍ଦ ଓ ସମସ୍ତ ଗରୀବ ମହିଳା ଙ୍କୁ ଶୁଭଦ୍ରା ଯୋଜନାରେ ବର୍ଷ କୁ ୫୦ ହଜାର ଟଙ୍କା ପ୍ରଦାନ ଆଦୀ ଦାବୀ ଗୁଡିକୁ କାର୍ଯ୍ଯ କରିବାକୁ ସମସ୍ତ ଜନଗଣ ଙ୍କୁ ସଙ୍ଗଠିତ ହେବାକୁ ଉଦଯାପନୀ ବକ୍ତବ୍ୟ ରେ ସମ୍ମିଳନୀରେ ଆହ୍ଵାନ ଦେଇଥିଲେ। ସାଥୀ ସବ୍ୟସାଚୀ ସେନାପତି ଶାଖା କମିଟିର ସମ୍ପାଦକ ଭାବେ ପୁନର୍ବାର ନିର୍ବାଚିତ ହୋଇଥିଲେ। ଏହି ସମ୍ମିଳନୀରେ ପାର୍ଟିର ବରିଷ୍ଠ ନେତା ଦୁଃଶାସନ ଜେନା ସମ୍ମିଳନୀ ର ସଫଳ କାମନା କରି ନଭେମ୍ବର ୧୭ ରେ ରଣପୁର ରେ ଅନୁଷ୍ଠିତ ପାର୍ଟି ଜିଲ୍ଲା ସମ୍ମିଳନୀ କୁ ସଫଳ କରିବାକୁ ଆହ୍ବାନ ଦେଇଥିଲେ। ଦେବରାଜ ସାହୁ, ବନମାଳୀ ମଲ୍ଲିକ, ଅନାମ ଦାଶ,ମହିଳା ନେତ୍ରୀ ସଞ୍ଜୁକ୍ତା ସେଠୀ, ଶାନ୍ତି ଲତା ରଗଡ ଓ ପୁଷ୍ପାଞ୍ଜଳୀ ସେନାପତି ପ୍ରମ୍ମୁଖ ଯୋଗ ଦେଇ ଆଲୋଚନା କରିଥିଲେ।
Related posts
-
ନବବର୍ଷରେ ପାଇଥିବା ଉପହାରକୁ ଛାତ୍ରଛାତ୍ରୀଙ୍କୁ ବିତରଣ କଲେ ନୟାଗଡ଼ ଜିଲ୍ଲାପାଳ
January 20, 2025 Jajati Comments Off on ନବବର୍ଷରେ ପାଇଥିବା ଉପହାରକୁ ଛାତ୍ରଛାତ୍ରୀଙ୍କୁ ବିତରଣ କଲେ ନୟାଗଡ଼ ଜିଲ୍ଲାପାଳନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ବର୍ଷ ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ନବବର୍ଷର ଶୁଭେଚ୍ଛାରେ ଫୁଲତୋଡ଼ା, ମିଠା ପ୍ୟାକେଟ୍, ଡାଇରୀ ପରିବର୍ତ୍ତେ... -
ଛାତ୍ରଛାତ୍ରୀଙ୍କୁ ପାଠ୍ୟ ଉପକରଣ ବାଣ୍ଟିଲେ ଜିଲ୍ଲାପାଳ
ରଣପୁର,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଚଳିତ ବର୍ଷ ନବ ବର୍ଷ ଅବସରରେ ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀଙ୍କୁ... -
ରଣପୁର ମହୋତ୍ସବରେ ବାଚସ୍ପତିଙ୍କ ଦ୍ଵାରା ସମ୍ମାନିତ ହେଲେ ଗୁରୁ ଓ ଶିଷ୍ୟ
January 8, 2025 Jajati Comments Off on ରଣପୁର ମହୋତ୍ସବରେ ବାଚସ୍ପତିଙ୍କ ଦ୍ଵାରା ସମ୍ମାନିତ ହେଲେ ଗୁରୁ ଓ ଶିଷ୍ୟରଣପୁର, (ନୟାଗଡ଼ ଦର୍ପଣ): ରଣପୁର ମହୋତ୍ସବ ଅର୍ଜୁନ-୨୦୨୫ ଆନୁକୂଲ୍ୟରେ “ବୈଷ୍ଣବ କବି ଭକ୍ତଚରଣ ଦିବସ” ପାଳନ ଅବସରରେ ମନ୍ଦାକିନୀ ସାହିତ୍ୟ ସଂସ୍କୃତି...