ଶରଣକୁଳ,(ନୟାଗଡ଼ ଦର୍ପଣ): ଚଳିତ ବର୍ଷ ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟରେ ସ୍ନାତକୋତ୍ତର କାଯ୍ୟର୍କ୍ରମରେ ନାମଲେଖାଇବା ପାଇଁ ଆୟୋଜିତ ହୋଇଥିବା ଏକକ ପିଜି ପ୍ରବେଶିକା ପରୀକ୍ଷା (ସିପିଇଟି-୨୦୨୩)ରେ ଓଡ଼ିଆ ବିଭାଗରେ ଶରଣକୁଳ ଥାନା ଅନ୍ତର୍ଗତ କୁଶାପାଣ୍ଡେରୀ ଗ୍ରାମର ଶରତ ପ୍ରଧାନଙ୍କ ପୁତ୍ର ଜିତୁ ପ୍ରଧାନ ସାରା ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଶ୍ରୀ ପ୍ରଧାନ ନୟାଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟରେ ଓଡ଼ିଆ ଅନର୍ସ ବିଷୟ ନେଇ ଅଧ୍ୟୟନ କରୁଥିଲେ। ସେ ଓଡ଼ିଆ ବିଷୟରେ ସର୍ବାଧିକ ନମ୍ବର ଶତକଡ଼ା ୯୫.୭୬ ରଖି ଏହି ଅନନ୍ୟ ସଫଳତା ହାସଲ କରିଛନ୍ତି। ସେ କୁଷାପାଣ୍ଡେରୀ ଗ୍ରାମର ପିତା ଶରତ ପ୍ରଧାନ ଓ ମାତା ଝରି ପ୍ରଧାନଙ୍କ ପୁତ୍ର। ଶ୍ରୀମାନ ପ୍ରଧାନ ତାଙ୍କ ସଫଳତାର ଶ୍ରେୟ ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗର ପ୍ରାକ୍ତନ ପ୍ରାଧ୍ୟାପକ ଡ.ଗୋବିନ୍ଦ ଚନ୍ଦ୍ର ଦାଶ,…
Read MoreMonth: July 2023
ନୟାଗଡ଼ ଜିଲ୍ଲାର ସମସ୍ତ ଘରୋଇ ବିଦ୍ଯାଳୟ ବନ୍ଦ
ନୟାଗଡ଼,(ନୟାଗଡ଼ ଦର୍ପଣ): ସମଗ୍ର ଓଡିଶା ରାଜ୍ଯ ଘରୋଇ ବିଦ୍ୟାଳୟ ମହାସଂଘ ଡାକରାରେ ନୟାଗଡ଼ ଜିଲ୍ଲାର ସମସ୍ତ ଘରୋଇ ବିଦ୍ଯାଳୟ ଆଜି ବନ୍ଦ ରହିଛି। ଘରୋଇ ବିଦ୍ଯାଳୟ ପ୍ରତି ରାଜ୍ଯ ସରକାରଙ୍କର ବୈମାତୃକ ମନୋଭାବ, ମନମୁଖୀ କାର୍ଯ୍ୟକ୍ରମ ଓ ଘରୋଇ ବିଦ୍ଯାଳୟ ମାରଣ ନୀତି ବିରୁଦ୍ଧରେ ଅଲ ଓଡିଶା ପ୍ରାଇଭେଟ ସ୍କୁଲ ଆସୋସିଏସନ ତରଫରୁ ଭୁବନେଶ୍ୱର ଲୋୟର ପିଏମଜି ଠାରେ ରାଜ୍ଯ ସ୍ତରୀୟ ବିକ୍ଷୋଭ ପ୍ରଦର୍ଶନ ହୋଇଛି। ଘରୋଇ ବିଦ୍ଯାଳୟର ୦୪ ଦଫା ସମ୍ବଳିତ ଏକ ଦାବିପତ୍ର ନେଇ ନୟାଗଡ଼ ଜିଲ୍ଲାର ଘରୋଇ ବିଦ୍ଯାଳୟ ମହାସଂଘର କାର୍ଯ୍ଯକର୍ତ୍ତା ମାନେ ନୟାଗଡ଼ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ମାଧ୍ୟମରେ ସରକାରଙ୍କୁ ଦାବିପତ୍ର ଦେବା ସହିତ ଭୁବନେଶ୍ୱର ଲୋୟର ପି ଏମ ଜି ରେ ଅନୁଷ୍ଠିତ ସାମୁହିକ ଧାରଣା ରେ ଭାଗ ନେଇଛନ୍ତି। ଚାରି ଦଫା ଦାବି ଗୁଡିକ ହେଲା……
Read Moreସପ୍ତମ ବାର୍ଷିକ ଜିଲ୍ଲାବ୍ୟାପି ସେବା ଉତ୍ସବ ଉଦଯାପିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ଯୁବଗୋଷ୍ଠୀ ଚାହିଁଲେ ସେବା ଏକ ଆନ୍ଦୋଳନ ହୋଇପାରିବ। ସେବାକୁ ଓଲଟାଇଲେ ବାସେ, ଏଣୁ ଏହାର ମହକରେ ସମାଜ ସୁଧାରି ହେବ। ନୟାଗଡ଼ ସେବା ଉତ୍ସବ ସମିତି ପକ୍ଷରୁ ଗତ ଜୁଲାଇ ୧ ତାରିଖରୁ ଅନୁଷ୍ଠିତ ସପ୍ତମ ବାର୍ଷିକ ଜିଲ୍ଲାବ୍ୟାପି ସେବା ଉତ୍ସବରେ ଯୋଗଦେଇ ମଂଚାସୀନ ଅତିଥିମାନେ ଏଭଳି ମତ ରଖିଛନ୍ତି । ଗତ ଜୁଲାଇ ୧ତାରିଖ ଠାରୁ ଆରମ୍ଭ ହୋଇ ଜୁଲାଇ ୧୯ ତାରିଖ ଯାଏଁ ଅନୁଷ୍ଠିତ ହୋଇଯାଇଥିବା ଏହି ଜିଲ୍ଲାସ୍ଥରୀୟ ଉତ୍ସବରେ ଜିଲ୍ଲାର ୨ ହଜାର ଲୋକଙ୍କୁ ଖାଦ୍ୟ, ବସ୍ତ୍ର, ରାସନ ଓ ଆର୍ଥିକ ସହାୟତା ସାଙ୍ଗକୁ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଯାଇଥିଲା। ଚଳିତ ବର୍ଷ ଏହି ସେବାଉତ୍ସବ ଜିଲ୍ଲାର ଆଠୋଟି ବ୍ଲକ ପରିକ୍ରମା କରିଥିବା ବେଳେ ସେବା ଉତ୍ସବର ସ୍ବେଛାସେବୀ ମାନେ ଘର ଘର ବୁଲି ଅସହାୟ ଓ ଅଭାବ ଅନାଟନ ଭିତରେ…
Read Moreସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଶିଶୁ ଭାରତୀ ଗଠନ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ଶିଶୁ ଭାରତୀ ଗଠନ ହୋଇଯାଇଅଛି। ପ୍ରଧାନ ଆଚାର୍ଯ୍ୟ ଅମ୍ବିକା ପ୍ରସାଦ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ଶିଶୁ ଭାରତୀ ପ୍ରମୁଖ ଶ୍ରୀ କୃଷ୍ଣଚନ୍ଦ୍ର ସ୍ବାଇଁ, ସହ ପ୍ରମୁଖ ଶୁଭଲକ୍ଷ୍ମୀ ମିଶ୍ର ଏବଂ ପର୍ଯ୍ୟାୟ ପ୍ରମୁଖ ସୁନିତା ମିଶ୍ର ଙ୍କ ତତ୍ତ୍ଵାବଧାନରେ ତୃତୀୟ ରୁ ଦଶମ ଶ୍ରେଣୀ ଶିଶୁ ଙ୍କୁ ନେଇ ଏହା ଗଠନ କରାଯାଇଥିଲା। ଆଚାର୍ଯ୍ୟ ମାନେ ଶିଶୁ ଭାରତୀ ଓ କର୍ତ୍ତବ୍ୟ ବିଷୟ ରେ ଅଲୋକପାତ କରିବା ସହ ଶିଶୁ ଭାରତୀ ପଦାଧିକାରୀ ଏବଂ ବିଭାଗୀୟ ପ୍ରମୁଖ ଶପଥ ପାଠ କରିଥିଲେ।
Read Moreନୟାଗଡ଼ରେ ୫-ଟି ସଚିବ, ଦାବି ଦୋହରାଇଲା ବିକାଶ ମଞ୍ଚ
ନୟାଗଡ଼,(ନୟାଗଡ଼ ଦର୍ପଣ): ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ତାଙ୍କର ପ୍ରତିନିଧି ଭାବେ ନୟାଗଡ଼ ଜିଲ୍ଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ସମସ୍ୟା ଜାଣିବା ଓ ସେ ସବୁର ସମାଧାନ ପାଇଁ ବାଟ ତିଆରି କରିବା ଲକ୍ଷ୍ୟରେ ଦୁଇଦିନିଆ ନୟାଗଡ଼ ଜିଲ୍ଲା ଗସ୍ତରେ ଆସିଛନ୍ତି ଭି କାର୍ତିକେୟ ପାଣ୍ଡିଆନ୍। ମୁଖ୍ୟମନ୍ତ୍ରୀଙ୍କ ସଚିବ ତଥା ୫-ଟି ସଚିବ ଶ୍ରୀ ପାଣ୍ଡିଆନ୍ଙ୍କ ଗସ୍ତ ଅବସରରେ ଜିଲ୍ଲାର ବିଭିନ୍ନ ଦାବି ନେଇ ତାଙ୍କର ଦୃଷ୍ଟି ଆକର୍ଷଣ କରିଛି ନୟାଗଡ଼ ବିକାଶ ମଞ୍ଚ। ଦୀର୍ଘ ଦିନ ଧରି ଜିଲ୍ଲାର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସରକାରଙ୍କ ପାଖରେ ଅଳି କରି ଆସୁଥିବା ନୟାଗଡ଼ ବିକାଶ ମଞ୍ଚ ଆଜି ମେଲ୍ ଯୋଗେ ମୁଖ୍ୟମନ୍ତ୍ରୀ ଓ ୫-ଟି ସଚିବଙ୍କୁ ପୁଣିଥରେ ପୁରୁଣା ଦାବି ମନେ ପକାଇ ଦେଇଛନ୍ତି। ଜିଲ୍ଲା ଗସ୍ତ ଅବସରରେ ଶ୍ରୀ ପାଣ୍ଡିଆନ୍ ଏହି ଦାବି…
Read Moreନୟାଗଡ଼ ଟାଉନ ଥାନାରେ ଯୋଗଦେଲେ ନୂତନ ଥାନାଧିକାରୀ ଦିଗବିଜୟ ବିଶ୍ୱାଳ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଟାଉନ ଥାନାରେ ଯୋଗଦେଲେ ନୂତନ ଥାନାଧିକାରୀ ଯୁବ ପୋଲିସ ଅଧିକାରୀ ଦିଗବିଜୟ ବିଶ୍ୱାଳ। ଶ୍ରୀ ବିଶ୍ୱାଳ ଖୋର୍ଦ୍ଧା ଜିଲ୍ଲାରୁ ନୟାଗଡ଼ ଜିଲ୍ଲାକୁ ବଦଳି ହୋଇଥିଲେ। ସେ ଟାଉନ ଥାନାରେ ଯୋଗ ଦେବାପରେ ତାଙ୍କୁ ଥାନାର ସମସ୍ତ କର୍ମଚାରୀମାନେ ସ୍ୱାଗତ ଜଣାଇଥିଲେ। ନୟାଗଡ଼ ଟାଉନ ଜିଲ୍ଲାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥାନା ହୋଇଥିବା ବେଳେ ନୂତନ ଆଇଆଇସିଙ୍କ ପାଇଁ ଏକାଧିକ ଚ୍ୟାଲେଞ୍ଜ ରହିବ। ସହରରେ ବର୍ଦ୍ଧିତ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଟ୍ରାଫିକ ସମସ୍ୟାର ନିରାକରଣ, ନିଶା ଓ ମଦ ବେପାରକୁ ରୋକ ଲଗାଇବା, ଆଇନ ଶୃଙ୍ଖଳା ରକ୍ଷା ଆଦି କ୍ଷେତ୍ରରେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ନୂତନ ଆଇଆଇସି ଶ୍ରୀ ବିଶ୍ୱାଳ କହିଛନ୍ତି। ସୂଚନା ଥାଉକି, ଦିଗବିଜୟ ବିଶ୍ୱାଳ ଏହା ପୁର୍ବରୁ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନାରେ କାର୍ଯ୍ୟରତ ଥିଲେ ଏବଂ ନିଜର କାର୍ଯ୍ୟଦକ୍ଷତା…
Read Moreଦଶପଲ୍ଲା ଥାନାରେ ଯୋଗଦେଲେ ନୂତନ ଥାନା ଅଧିକାରୀ
ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦଶପଲ୍ଲା ଥାନାର ଥାନା ଅଧିକାରୀ ବସନ୍ତକୁମାର ସାହୁଙ୍କ ପୁରୀ ଜିଲ୍ଲାକୁ ବଦଳି ହେବା ପରେ ନୂତନ ଥାନା ଅଧିକାରୀ ଭାବେ ମୁକେଶ କୁମାର ବେହେରା କାର୍ଯ୍ୟରେ ଯୋଗଦାନ କରିଛନ୍ତି। ଶ୍ରୀ ବେହେରା ପୂର୍ବରୁ ୨୦୨୨ ଏପ୍ରିଲ୍ ମାସଠାରୁ ଜୁନ୍ ମାସ ପର୍ଯ୍ୟନ୍ତ ବାଣିଗୋଛା ଥାନାରେ କାର୍ଯ୍ୟ କରିଥିଲେ । ଏହା ପରେ ସେ ଚାନ୍ଦପୁର ଥାନାକୁ ବଦଳି ହୋଇଥିଲେ। ଚାନ୍ଦପୁର ଥାନାରୁ ଏବେ ଦଶପଲ୍ଲା ଥାନା ଅଧିକାରୀ ଭାବେ ଦାୟିତ୍ଵ ମିଳିବା ପରେ ଦଶପଲ୍ଲାରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସମେତ ବେଧଡ଼କ ନିଶା କାରବାରକୁ ବନ୍ଦ କରିବା ଦିଗରେ ବିଶେଷ ଗୁରୁତ୍ଵ ଦେବେ ବୋଲି ସୂଚନା ଦେଇଛନ୍ତି। ପୋଲିସକୁ ଜନସାଧାରଣ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି।
Read Moreସାଇ ଶୁଭମଙ୍କ ଜନ୍ମଦିନ ଅବସରରେ ରକ୍ତଦାନ ଶିବିର ୫୧ ୟୁନିଟ୍ ରକ୍ତ ସଂଗ୍ରହ
ନୟାଗଡ଼,(ନୟାଗଡ଼ ଦର୍ପଣ): ଆଜିକାଲିର ଯୁବପୀଢ଼ି ନିଜର ଜନ୍ମଦିନକୁ ଆଧୁନିକ ଚାକଚକ୍ୟ ଆଉ ଆଡମ୍ୱର ପୂର୍ଣ୍ଣ ଭାବେ ପାଳନ କରୁଥିବା ବେଳେ କିନ୍ତୁ ଆମ ନୟାଗଡ଼ ବ୍ଳକ ଅନ୍ତର୍ଗତ ଇଟାମାଟି ଗ୍ରାମର ସାଇ ଶୁଭମ୍ ଏଇ ସବୁର ଉର୍ଦ୍ଧ୍ବରେ ରହି ଆଗାମୀ ଭବିଷ୍ୟତ, ପରିବେଶକୁ ଦୃଷ୍ଟି ରଖି ନିଜ ଜନ୍ମଦିନରେ ସାଙ୍ଗ ସାଥୀଙ୍କ ସହ ବୃକ୍ଷରୋପଣ ଏବଂ ରାଜ୍ୟରେ ରକ୍ତ ଅଭାବ ଦୂର ନିମନ୍ତେ ରକ୍ତଦାନ ଶିବିରର ଆୟୋଜନ କରିଛନ୍ତି। ଏହି ପ୍ରରିପେକ୍ଷୀରେ ସାଇସିଦ୍ଧି ଫାଉଣ୍ଡେସନ, ଦି ସ୍କ୍ୱାର୍ଡ ଗ୍ରୁପ ଏବଂ ଜୀବନ ବିନ୍ଦୁ ସହଯୋଗରେ ବ୍ରଜେନ୍ଦ୍ର ହାଇ ସ୍କୁଲ ପରିସରରେ ଏହି ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନୟାଗଡ଼ ବିଧାୟକ ଡ଼ଃ ଅରୁଣ କୁମାର ସାହୁ ଉଦ୍ଘାଟନ କରିଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ଉପସ୍ଥିତ ଥିଲେ। ଯୁବବର୍ଗଙ୍କ ଏଭଳି…
Read Moreନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ବିଭିନ୍ନ ଦାବି ନେଇ ରେଳ ଷ୍ଟେସନରେ ଧାରଣା, ଉଚ୍ଚସ୍ତରୀୟ ବୈଠକ ପରେ ଆନ୍ଦୋଳନ ସ୍ଥଗିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ପୂର୍ବ ନିଷ୍ପତ୍ତି ମୁତାବକ ବିଭିନ୍ନ ଦାବି ନେଇ ନୟାଗଡ଼ ନାଗରିକ ମଞ୍ଚ ଓ ଅନ୍ୟାନ୍ୟ ସଂଗଠନ ପକ୍ଷରୁ ନୟାଗଡ଼ ଟାଉନ ରେଳ ଷ୍ଟେସନରେ ଆଜି ସକାଳେ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇଥିଲା । ତେବେ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା ପରେ ଆନ୍ଦୋଳନକୁ ଦୁଇମାସ ପାଇଁ ସ୍ଥଗିତ ରଖାଯାଇଛି । ସୂଚନାଯୋଗ୍ୟ ଯେ ଗତ ୧୦ ତାରିଖ ଦିନ ୮ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ଖୋର୍ଦ୍ଧାରୋଡ଼ ଡିଭିଜନାଲ ରେଲୱେ ମ୍ୟାନେଜରଙ୍କ ଉଦ୍ଦେଶ୍ୟରେ ନୟାଗଡ଼ ଷ୍ଟେସନ ମ୍ୟାଜେନର ସଞ୍ଜୟ ପ୍ରଧାନଙ୍କୁ ପ୍ରଦାନ କରାଯାଇଥିଲା । ଏହି ଦାବି ଗୁଡ଼ିକ ମଧ୍ୟରେ ନୟାଗଡ଼ରୁ ଭୁବନେଶ୍ୱର ଯାଉଥିବା ମେମୁ ଟ୍ରେନ ବାରମ୍ବାର ଅଚଳ ହେବା, ଅପେକ୍ଷାରତ ଯାତ୍ରୀଙ୍କ ପାଇଁ ବିଶ୍ରାମସ୍ଥଳୀର ସଂପ୍ରସାରଣ, ଯାତ୍ରୀମାନଙ୍କ ପାଇଁ ଥଣ୍ଡାପାନୀୟ ଜଳର ବ୍ୟବସ୍ଥା, ନୟାଗଡ଼ରୁ କଲିକତା ଏବଂ ବିଶାଖାପାଟଣାକୁ ଟ୍ରେନ ଚଳାଚଳ, ନିର୍ମାଣଧିନ…
Read Moreମହିତମା ଫରେଷ୍ଟରଙ୍କ ବଦଳି ନେଇ ଅଞ୍ଚଳ ବାସୀଙ୍କ ଗଣଧାରଣା
ନୂଆଗାଁ,(ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ ଅନ୍ତର୍ଗତ ମହିପୁର ବନାଞ୍ଚଳ ଅଧୀନରେ ଥିବା ମହିତମା ବନପାଳ ରାକେଶ କୁମାର ସାହୁଙ୍କ ତୁରନ୍ତ ବଦଳି ନିମନ୍ତେ ଅଞ୍ଚଳବାସୀଙ୍କ ତରଫରୁ ଗଣଧାରଣା ଦିଆଯାଇଛି । ସୂଚନା ଥାଉକି ମହିତମା ବନପାଳ ରାକେଶ କୁମାର ସାହୁ ଜଙ୍ଗଲକୁ ଠିକ୍ ଭାବେ ଜଗୁନଥିବା ଯୋଗୁଁ କାଠ ମାଫିଆମାନେ ଅବାଧରେ ଗଛ କାଟି ଖୁଲମଖୁଲା ଜଙ୍ଗଲରୁ ଲୁଟ୍ କରୁଛନ୍ତି ଏବଂ ପୁରୁଣା ଘରକୁ ଭାଙ୍ଗି ନୂଆ ପାଚେରି କାମରେ ଲଗାଉଛନ୍ତି। କାମ କରୁନଥିବା ଲୋକମାନଙ୍କଠାରୁ ଜବ କାର୍ଡ ନେଇ ଟଙ୍କା ଉଠାଉଛନ୍ତି। ଏଭଳି ଦୁର୍ନୀତି କରିବା ସହ ରକ୍ଷକ ହୋଇ ଭକ୍ଷକ ସାଜିଛନ୍ତି ମହିତମା ଫରେଷ୍ଟର ରାକେଶ କୁମାର ସାହୁ। ଏ ନେଇ ଫରେଷ୍ଟ ଶ୍ରୀ ସାହୁଙ୍କୁ ତୁରନ୍ତ ବଦଳି କରିବା ନେଇ ଜିଲ୍ଲାପାଳ, ବିଧାୟକ, ଆର.ସି.ଏଫ୍, ପି.ସି.ସି.ଏଫ୍, ଏସ.ପି, ଡି.ଏଫ.ଓଙ୍କୁ ଚଳିତ ମାସ ୧୪…
Read More