ନୟାଗଡ଼,(ନୟାଗଡ଼ ଦର୍ପଣ): ଫ୍ଲୋରାଇଡ ନିୟନ୍ତ୍ରଣ ଓ ପ୍ରତିରୋଧ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭାଗୃହରେ ଜିଲ୍ଲା ସ୍ତରୀୟ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଅଛି । ଏହି ସଚେତନତା ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାଃ. ମକରନ୍ଦ ବେଉରା ମୁଖ୍ୟ ଅତିଥିଭାବେ ଯୋଗଦେଇ ନିୟମିତ ପାଣିର ପରୀକ୍ଷା, ଜଳଜନିତ ସୃଷ୍ଟି ହେଉଥିବା ରୋଗ, ତାହାର ଲକ୍ଷଣ ଓ ଚିକିତ୍ସା ବିଷୟରେ ବୁଝାଇଥିଲେ । ଫ୍ଲୋରୋସିସ ସୃଷ୍ଟି କରୁଥିବା ସମସ୍ୟାର ସମାଧାନ କରିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ବିଶେଷ କରି ସ୍ଥାୟୀ ପରିବର୍ତ୍ତନ ଘଟିବା ପରେ ଫ୍ଲୋରୋସିସ ଚିକିତ୍ସା କରିବା କଷ୍ଟସାଧ୍ୟ ଅଟେ । ଏଥି ସହିତ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥୁଲେ । ଫ୍ଲୋରୋସିସ ରୋଗର ନିରାକରଣ ଏବଂ ପରିଚାଳନା ଦକ୍ଷତା ବୃଦ୍ଧି ଏହି ସଭାର ଉଦ୍ଦେଶ୍ୟ ବୋଲି ଡାଃ ମକରନ୍ଦ ବେଉରା ପ୍ରକାଶ କରିଥିଲେ…
Read MoreYear: 2023
ଓଡିଶା ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସରେ ଆଲୋକିତ ହେବ ସମଗ୍ର ସହର
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଓଡ଼ିଶା ଦିବସ ଓ ନୟାଗଡ଼ ପ୍ରତିଷ୍ଠା ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀ ସୁବାଷ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟ, ଅତିରିକ୍ତ ଆରକ୍ଷୀ ଅଧ୍ୟକ୍ଷକ ଉମାକାନ୍ତ ମଲ୍ଲିକ, ବନଖଣ୍ଡ ଅଧିକାରୀ କ୍ଷମା ଷଡ଼ଙ୍ଗୀ, ମହାନଦୀ ବନ୍ୟାପ୍ରାଣୀ ଡିଭିଜନ ବନଖଣ୍ଡ ଅଧିକାରୀ ଫାଲଗୁନି ସାରଥି ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ନୟାଗଡ଼ ଖେଳପଡ଼ିଆରେ ଦୁଇ ଦିନିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ବୈଠକରେ ସ୍ଥିର କରାଯାଇଛି…
Read Moreଟାଉନ ଷ୍ଟେସନରେ ମାଲଗାଡ଼ି ଲାଇନଚ୍ୟୁତ
ନୟାଗଡ଼,(ନୟାଗଡ଼ ଦର୍ପଣ) : ନୟାଗଡ଼ ଟାଉନ ରେଳ ଷ୍ଟେସନରେ ଏକ ମାଲଗାଡି ଲାଇନଚ୍ୟୁତ ହୋଇଛି। ବର୍ତ୍ତମାନ ଦଶପଲ୍ଲା ରେଳ ଷ୍ଟେସନର କାର୍ଯ୍ୟ ଦ୍ରୁତ ଗତିରେ ଚାଲିଥିବା ବେଳେ ଅନୁରୂପ ଭାବେ ରେଳ ଲାଇନ ବିଛାଇବା କାମ ମଧ୍ୟ ଆଗେଇ ଚାଲିଛି। ଏଥିପାଇଁ ଆବଶ୍ୟକ ମେଣ୍ଟାଲ ଏହି ମାଲ ଗାଡିରେ ଆସିଥାଏ। ଏହି ମେଣ୍ଟାଲ ବୋଝେଇ ମାଲଗାଡି ଆଜି ମଧ୍ୟାହ୍ନରେ ନୟାଗଡ଼ ଟାଉନ ଷ୍ଟେସନର ୧ନଂ ପ୍ଲାଟଫର୍ମରେ ଲାଇନଚ୍ୟୁତ ହୋଇଛି। ଖୋର୍ଦ୍ଧା ରୋଡ଼ରୁ ଏକ ସ୍ୱତନ୍ତ୍ର ଟିମ ଆସିବା ପରେ ଏହାକୁ ଲାଇନ ଉପରକୁ ଅଣାଯିବ ବୋଲି ଷ୍ଟେସନ ପରିଚାଳକ ସଞ୍ଜୟ ପ୍ରଧାନ ସୂଚନା ଦେଇଛନ୍ତି।
Read Moreପଞ୍ଚିରିଡ଼ା ମାନପୁର ଲୋକ ନୋଡ଼ାଲ ବିଦ୍ୟପୀଠରେ ଜୀବନ କୌଶଳ ଶିକ୍ଷା
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଳକ ପଞ୍ଚିରିଡ଼ା ମାନପୁର ଲୋକ ନୋଡ଼ାଲ ବିଦ୍ୟପୀଠରେ ଜୀବନ କୌଶଳ ଶିକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ୬ଷ୍ଠରୁ ୧୦ମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପୂର୍ବାହ୍ନରେ ଜୀବନ କୌଶଳ ଶିକ୍ଷା ଓ ଛାତ୍ରଛାତ୍ରୀ ବିଷୟ ଉପରେ ପ୍ରବନ୍ଧ ଓ ବତ୍କୃତା ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ଶିକ୍ଷକ ଚିନ୍ତାମଣି ମହାରଣା ଡ.ସୁରେଶ ଚନ୍ଦ୍ର ବରାଡ଼, ମାନସ ରଞ୍ଜନ ସାହୁ, ଶିକ୍ଷୟିତ୍ରୀ ଆରଧନା ଗୌଡ଼, ରୋଜାଲିନ ପଟ୍ଟନାୟକ ସହଯୋଗ କରିଥିଲେ। ମଧ୍ୟାହ୍ନ ଭୋଜନ ପରେ ପ୍ରଧାନ ଶିକ୍ଷକ ଅଦ୍ବେତ ନାରାୟଣ ରଣସିଂହଙ୍କ ପୌରୋହିତ୍ଯରେ ବୈଠକ ଆୟୋଜିତ ହୋଇଥିଲା। ଏଥିରେ ଆରପି ଆରଧନା ଗୌଡ଼ ଜୀବନ କୌଶଳର ୧୦ଟି ମୂଖ୍ୟ ବିନ୍ଦୁ ଉପରେ ପିପିଟି ଜରିଆରେ ନିଜର ବିଶ୍ଳେଷଣାତ୍ମକ ବକ୍ତବ୍ୟ ରଖିଥିଲେ। ପ୍ରଧାନ ଶିକ୍ଷକ ଶ୍ରୀ ରଣସିଂହ ଜୀବନ କୌଶଳ ଜୀବନକୁ ସରସ ସୁନ୍ଦର କରିବାରେ କିପରି ସହାୟକ…
Read Moreନୟାଗଡ଼ରୁ ଭଦ୍ରକ ଟ୍ରେନ ଚଳାଚଳ ପାଇଁ ଚିଠି ଲେଖିଲେ ବିଧାୟକ ଡ଼ଃ. ଅରୁଣ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ରୁ ଭଦ୍ରକ ଟ୍ରେନ ଚଳାଚଳ ପାଇଁ ଇଷ୍ଟକୋଷ୍ଟ ରେଲୱେର ଜେନେରାଲ ମ୍ୟାନେଜର ମନୋଜ ଶର୍ମାଙ୍କୁ ଚିଠି ଲେଖିଲେ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ । ନୟାଗଡ଼ ଜିଲ୍ଲାର ଅନେକ ବାସିନ୍ଦା ନିକଟସ୍ଥ ବାଲେଶ୍ବର, ଭଦ୍ରକ ଓ କଟକ ଜିଲ୍ଲାରେ ବସବାସ କରୁଛନ୍ତି। ସେମାନେ ନୟାଗଡ଼କୁ ଆସୁଥିବା ଟ୍ରେନର ସଦ୍ ବ୍ୟବହାର କରି ପାରୁନାହାନ୍ତି। ଆର୍ଥିକ ଓ ସାମାଜିକ ସୁଧାର ଆଣିବା ପାଇଁ ନୟାଗଡ଼ରୁ ଭଦ୍ରକ ଟ୍ରେନ ଚଳାଚଳ ପାଇଁ ଡ.ସାହୁ ଦାବି କରିଛନ୍ତି । ନୟାଗଡ଼ ବାସୀଙ୍କ ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ସୁଧାର ଆଣିବା ପାଇଁ ନୟାଗଡ଼ରୁ ଭଦ୍ରକ ଟ୍ରେନ ଚଳାଚଳର ନିହାତି ଆବଶ୍ୟକତା ରହିଛି ବୋଲି ଚିଠିରେ ଉଲ୍ଲେଖ କରାଯାଇଛି । ନୟାଗଡ଼ର ଅନେକ ବାସିନ୍ଦା ଟ୍ରେନ ସେବା ପାଇବା ପାଇଁ ବଞ୍ଚିତ ହେଉଛନ୍ତି । ନୟାଗଡ଼ରୁ ଭଦ୍ରକ ଟ୍ରେନ…
Read Moreଓଡ଼ଗାଁ ଅଞ୍ଚଳରେ ବେଆଇନ ବନ୍ଧୁକ କାରଖାନା ଠାବ, ଜଣେ ଗିରଫ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ବାହାଡାଝୋଲା ଫାଣ୍ଡି ଅଞ୍ଚଳରୁ ଏକ ବେଆଇନ ବନ୍ଧୁକ କାରଖାନା ଠାବ ହୋଇଛି। ଘଟଣାସ୍ଥଳରୁ ୪ଟି ଦେଶୀ ବନ୍ଧୁକ ଜବତ ହୋଇଥିବା ବେଳେ ପୁଲିସ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଓଡ଼ଗାଁ ଥାନା ଅନ୍ତର୍ଗତ ବାହାଡ଼ାଝୋଲା ଫାଣ୍ଡି ଅଧିନସ୍ଥ ଡିମିରିପଲ୍ଲୀ ଅଞ୍ଚଳରେ ଦୀର୍ଘଦିନ ଧରି ବେଆଇନ ବନ୍ଧୁକ କାରବାର ହୋଇ ଆସୁଥୁଲା। ଚଢ଼ାଉରେ ୪ଟି ଦେଶୀ ବନ୍ଧୁକ ସମେତ ବନ୍ଧୁକ ନିର୍ମାଣ ଆବଶ୍ୟକ ସରଞ୍ଜାମ ମଧ୍ୟ ଜବତ ହୋଇଛି। ଘଟଣାରେ ଜଗନ୍ନାଥପ୍ରସାଦ ପୁଲିସ ରାମ ମଲ୍ଲିକଙ୍କ ପୁଅ ମୋହନ ମଲ୍ଲିକଙ୍କୁ ଗିରଫ କରିଥିବା ଜଣାପଡିଛି। ଚଢ଼ାଉରେ ଜଗନ୍ନାଥପ୍ରସାଦ ଥାନାଅଧିକାରୀ ଦିଲୀପ କୁମାର ସ୍ବାଇଁଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀ ସାମିଲ ଥିଲେ।
Read Moreସୁରଗନ୍ଧର୍ବ ନବ କିଶୋର ମିଶ୍ରଙ୍କ ସଙ୍ଗୀତ ସନ୍ଧ୍ୟା
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ସୁନାମଧନ୍ୟ କଣ୍ଠଶିଳ୍ପୀ ସୁରଗନ୍ଧର୍ବ ନବ କିଶୋର ମିଶ୍ରଙ୍କ ସଙ୍ଗୀତ ସନ୍ଧ୍ୟା ମା’ ଦକ୍ଷିଣକାଳୀଙ୍କ ମନ୍ଦିର ନିକଟ ପଡିଆରେ ଅନୁଷ୍ଠିତ ହୋଇଯାଇଛି । “ଘାରିଛି କାଳିଆ ନିଶା” ସଙ୍ଗୀତ ଅନୁଷ୍ଠାନ ପକ୍ଷରୁ ସମ୍ପାଦକ ଲକ୍ଷ୍ମଣ ପଟେଲଙ୍କ ପ୍ରତ୍ଯକ୍ଷ ତତ୍ବାବଧାନରେ ଆୟୋଜିତ ସଙ୍ଗୀତ କାର୍ଯ୍ୟକ୍ରମକୁ ସମାଜସେବୀ ପ୍ରମୋଦ ପଟ୍ଟନାୟକ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସ୍ବନାମଧନ୍ୟ ଗୀତିକାର ଔପନାସିକ ତପନ ପଟ୍ଟନାୟକଙ୍କ ଅମର ଆତ୍ମାର ସଦଗତି ପାଇଁ ନୀରବ ପ୍ରାର୍ଥନା ପରେ ତାଙ୍କ ଲିଖତ “ଆସିଛି ଦେଖି ତୋ କଳା ବଦନକୁ” ସ୍ମରଣୀୟ ଭକ୍ତି ସଙ୍ଗୀତକୁ ନବ କିଶୋର ମିଶ୍ର ତାଙ୍କ ସୁଲଳିତ କଣ୍ଠରେ ଗାନ କରି ଉପସ୍ଥିତ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରି ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରାଣକୃଷ୍ଣ ମହାରଣା, ବିଜୟାନନ୍ଦ ମହାପାତ୍ର ପ୍ରମୁଖ ସଙ୍ଗୀତ ପରିବେଷଣ କରିଥିଲେ ।…
Read Moreଜିଲ୍ଲା ପିଏନଡିଟି ପରାମର୍ଶ ସମିତି ସମୀକ୍ଷା ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁଙ୍କ ଅଧ୍ୟକ୍ଷତାରେ ଗର୍ଭଧାରଣ ପୂର୍ବ ଓ ଜନ୍ମ ପୂର୍ବ ଲିଙ୍ଗ ନିରୂପଣ ଅଧିନିୟମ ଅନ୍ତର୍ଗତ ଏକ ଜିଲ୍ଲାସ୍ତରୀୟ ପରାମର୍ଶ ସମିତି ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ସଭାଗୃହରେ ଅନୁଷ୍ଠିତ ହୋଇଗଲା । ପ୍ରଥମ ତ୍ରୈମାସିକରେ ଗର୍ଭଧାରଣର ପଞ୍ଜୀକରଣର ରିପୋର୍ଟକୁ ଅନୁଧ୍ୟାନ କରିବା ପରେ ନୟାଗଡ଼ ସଦର, ଖଣ୍ଡପଡା, ଦଶପଲ୍ଲା ଓ ରଣପୁର ବ୍ଲକରେ ଆଣ୍ଟେନାଟାଲ୍ ଚେକ୍ଅପର ସଠିକ ଭାବେ ରିପୋର୍ଟ୍ ହେଉ ନ ଥିବାରୁ ଜିଲ୍ଲାପାଳ ଗଭୀର ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏଥିପାଇଁ ଆଶା ଓ ଅଙ୍ଗନୱାଡି କର୍ମୀଙ୍କ ଦ୍ଵାରା ସଠିକ ପଦକ୍ଷେପ ନେବା ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଓ ସିଡିପିଓମାନେ ତତ୍ପର ହେବାପାଇଁ କହିଥିଲେ । ଆମ ହସ୍ପିଟାଲରେ ସାମିଲ ହୋଇଥିବା ଦଶପଲ୍ଲା ସରକାରୀ ଡାକ୍ତରଖାନାରେ ଅଲ୍ଟ୍ରାସାଉଣ୍ଡ ବ୍ୟବସ୍ଥା ପାଇଁ ଆବଶ୍ୟକ…
Read Moreଆର.ବି.ଆଇ ଲୋକପାଳ ଅଫିସ ପକ୍ଷରୁ ଜନସଚେତନତା କାର୍ଯ୍ୟକ୍ରମ
ନୟାଗଡ଼,(ନୟାଗଡ଼ ଦର୍ପଣ): ଭାରତୀୟ ରିଜର୍ଭ ବ୍ୟାଙ୍କ ଲୋକପାଳ ଅଫିସ ଦ୍ବାରା ନୟାଗଡ଼ରେ ବ୍ୟାଙ୍କ ଗ୍ରାହକମାନଙ୍କ ସଚେତନତା ପାଇଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରିଜର୍ଭ ବ୍ୟାଙ୍କର ଲୋକପାଳ ପଙ୍କଜ କୁମାର ନାୟକ ଅଧ୍ୟକ୍ଷତା କରିଥିଲେ। ଶ୍ରୀ ନାୟକ ତାଙ୍କ ରିଜର୍ଭ ବ୍ୟାଙ୍କ ସମନ୍ବିତ ଲୋକପାଳ ଯୋଜନା (ଇଣ୍ଟିଗ୍ରେଟେଡ୍ ଓମୁନ୍ସମ୍ୟାନ୍ ସ୍କିମ୍), ୨୦୨୧ ଉପରେ ଆଲୋଚନା କରି ସ୍ପଷ୍ଟ କରିଛନ୍ତି ଯେ, ଏହି ସ୍କିମ୍ ହେଉଛି ଗ୍ରାହକଙ୍କ ଅଭିଯୋଗର ଶୀଘ୍ର ସମାଧାନ ପାଇଁ ଆରବିଆଇ ଦ୍ବାରା ସ୍ଥାପିତ ଏକ ବିକଳ୍ପ ଅଭିଯୋଗ ସମାଧାନ ପ୍ରଣାଳୀ। ଶ୍ରୀ ନାୟକ କହିଲେ ଯେ ବ୍ୟାଙ୍କ, ଏନବିଏଫସି ଏବଂ ପେମେଣ୍ଟ ସିଷ୍ଟମ ଅଂଶଗ୍ରହଣକାରୀ ପରି ରିଜର୍ଭ ବ୍ୟାଙ୍କ ଦ୍ବାରା ନିୟନ୍ତ୍ରିତ ସଂସ୍ଥାମାନଙ୍କର ଗ୍ରାହକଙ୍କର ଉକ୍ତ ସଂସ୍ଥା ଦ୍ବାରା ପ୍ରଦତ୍ତ ସେବାରେ ଅଭାବ ଜନିତ ଯଦି କୌଣସି ଅଭିଯୋଗ ଥାଏ, ତେବେ ଗ୍ରାହକ…
Read Moreକୁସୁମୀ ଏବଂ ସୁରେନ୍ଦ୍ର ମହାନ୍ତିଙ୍କ କ୍ଷୁଦ୍ରଗଳ୍ପ: ‘ଏକ ଆଲୋଚନା’ ପୁସ୍ତକ ଲୋକାପିର୍ତ
ଶରଣକୁଳ,(ନୟାଗଡ଼ ଦର୍ପଣ): ଲଡ଼ୁବାବା ସାହିତ୍ୟ ସଂସ୍କୃତି ପରିଷଦ ଶରଣକୁଳର “ବାଷିର୍କ ଉତ୍ସବ” ହରିହରପୁର ଗ୍ରୀନକ୍ଳବ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରଣପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋଡ଼ ଅଧ୍ୟକ୍ଷ ସତ୍ୟନାରାୟଣ ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦାନ କରିଥିଲେ। ମୁଖ୍ୟବକ୍ତା ଭାବେ ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ପ୍ରାକ୍ତନ ପ୍ରାଧ୍ୟାପକ ଡ. ଗୋବିନ୍ଦ ଚନ୍ଦ୍ର ଦାଶ ଯୋଗଦେଇଥିଲାବେଳେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ, ବିଶିଷ୍ଟ ପରିବେଶବିତ୍ ଅନ୍ତଯ୍ୟାର୍ମୀ ସାହୁ, ହରିହରପୁର ଗ୍ରାମପଞ୍ଚାୟତର ସରପଞ୍ଚ ବିଳାସିନୀ ଦେଈ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ଏହି ଉତ୍ସବରେ ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ମିଶ୍ର ତଥା ପରିଷଦର ସଭାପତି ଅଧ୍ୟକ୍ଷତା କରିଥିଲେ। କବି ନିରାକାର ସ୍ବାଇଁ ଅତିଥି ପରିଚୟ ପ୍ରଦାନ କରିଥିଲେ। ଡ. ସୁରେଶ ଚନ୍ଦ୍ର ବରାଡ଼ଙ୍କ ଦ୍ଵାରା ଲିଖିତ “କୁସୁମୀ”…
Read More