ଫ୍ଲୋରାଇଡ ନିୟନ୍ତ୍ରଣ ଓ ପ୍ରତିରୋଧ ପାଇଁ ଜିଲ୍ଲାସ୍ତରୀୟ ସଚେତନତା ସଭା

ନୟାଗଡ଼,(ନୟାଗଡ଼ ଦର୍ପଣ): ଫ୍ଲୋରାଇଡ ନିୟନ୍ତ୍ରଣ ଓ ପ୍ରତିରୋଧ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭାଗୃହରେ ଜିଲ୍ଲା ସ୍ତରୀୟ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଅଛି । ଏହି ସଚେତନତା ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାଃ. ମକରନ୍ଦ ବେଉରା ମୁଖ୍ୟ ଅତିଥିଭାବେ ଯୋଗଦେଇ ନିୟମିତ ପାଣିର ପରୀକ୍ଷା, ଜଳଜନିତ ସୃଷ୍ଟି ହେଉଥିବା ରୋଗ, ତାହାର ଲକ୍ଷଣ ଓ ଚିକିତ୍ସା ବିଷୟରେ ବୁଝାଇଥିଲେ । ଫ୍ଲୋରୋସିସ ସୃଷ୍ଟି କରୁଥିବା ସମସ୍ୟାର ସମାଧାନ କରିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ବିଶେଷ କରି ସ୍ଥାୟୀ ପରିବର୍ତ୍ତନ ଘଟିବା ପରେ ଫ୍ଲୋରୋସିସ ଚିକିତ୍ସା କରିବା କଷ୍ଟସାଧ୍ୟ ଅଟେ । ଏଥି ସହିତ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥୁଲେ । ଫ୍ଲୋରୋସିସ ରୋଗର ନିରାକରଣ ଏବଂ ପରିଚାଳନା ଦକ୍ଷତା ବୃଦ୍ଧି ଏହି ସଭାର ଉଦ୍ଦେଶ୍ୟ ବୋଲି ଡାଃ ମକରନ୍ଦ ବେଉରା ପ୍ରକାଶ କରିଥିଲେ । ଏଥିପାଇଁ ସଚେତନତା ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଇଥିଲା । ଶେଷରେ ସଚେତନତା ଉପରେ ଗୁରୁତ୍ଵ ଦେଇ ସଭା ଭଙ୍ଗ କରାଯାଇଥିଲା ।

Related posts