ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଳକ ପଞ୍ଚିରିଡ଼ା ମାନପୁର ଲୋକ ନୋଡ଼ାଲ ବିଦ୍ୟପୀଠରେ ଜୀବନ କୌଶଳ ଶିକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ୬ଷ୍ଠରୁ ୧୦ମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପୂର୍ବାହ୍ନରେ ଜୀବନ କୌଶଳ ଶିକ୍ଷା ଓ ଛାତ୍ରଛାତ୍ରୀ ବିଷୟ ଉପରେ ପ୍ରବନ୍ଧ ଓ ବତ୍କୃତା ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ଶିକ୍ଷକ ଚିନ୍ତାମଣି ମହାରଣା ଡ.ସୁରେଶ ଚନ୍ଦ୍ର ବରାଡ଼, ମାନସ ରଞ୍ଜନ ସାହୁ, ଶିକ୍ଷୟିତ୍ରୀ ଆରଧନା ଗୌଡ଼, ରୋଜାଲିନ ପଟ୍ଟନାୟକ ସହଯୋଗ କରିଥିଲେ। ମଧ୍ୟାହ୍ନ ଭୋଜନ ପରେ ପ୍ରଧାନ ଶିକ୍ଷକ ଅଦ୍ବେତ ନାରାୟଣ ରଣସିଂହଙ୍କ ପୌରୋହିତ୍ଯରେ ବୈଠକ ଆୟୋଜିତ ହୋଇଥିଲା। ଏଥିରେ ଆରପି ଆରଧନା ଗୌଡ଼ ଜୀବନ କୌଶଳର ୧୦ଟି ମୂଖ୍ୟ ବିନ୍ଦୁ ଉପରେ ପିପିଟି ଜରିଆରେ ନିଜର ବିଶ୍ଳେଷଣାତ୍ମକ ବକ୍ତବ୍ୟ ରଖିଥିଲେ। ପ୍ରଧାନ ଶିକ୍ଷକ ଶ୍ରୀ ରଣସିଂହ ଜୀବନ କୌଶଳ ଜୀବନକୁ ସରସ ସୁନ୍ଦର କରିବାରେ କିପରି ସହାୟକ ହୁଏ ତାହା ନିଜ ବକ୍ତବ୍ୟରେ ଉପସ୍ଥାପନ କରିଥିଲେ। ବରିଷ୍ଠ ଶିକ୍ଷକ ଡ.ସୁରେଶ ଚନ୍ଦ୍ର ବରାଡ଼ ଛାତ୍ର ଜୀବନରେ ଜୀବନ କୌଶଳର ପ୍ରୟୋଗ ସମ୍ପର୍କରେ ଆଲୋକପାତ କରିଥିଲେ। ବିଭିନ୍ନ ପ୍ରତିଯୋଗିତା ମଧ୍ୟରୁ ପ୍ରବନ୍ଧରେ ସୂର୍ଯ୍ୟ କାନ୍ତ ଯେନା, ପ୍ରଥମ, ଚିନ୍ମୟ ରାଉତ, ଦ୍ବିତୀୟ, ସୂର୍ଯ୍ୟ ପ୍ରତାପ ବେହେରା, ତୃତୀୟ ହୋଇଥିଲା ବେଳେ ବତ୍କୃତାରେ ସୁଶ୍ରୀ ସଙ୍ଗୀତା ସାହୁ, ପ୍ରଥମ, ନିବେଦିତା ସ୍ବାଇଁ, ଦ୍ବିତୀୟ, ପ୍ରଜ୍ଞା ପ୍ରିୟ ଦର୍ଶିନୀ ପରିଡ଼ା, ତୃତୀୟ ସ୍ଥାନ ଅଧିକାର କରି ପ୍ରଧାନ ଶିକ୍ଷକ ଶ୍ରୀ ରଣସିଂହଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ।
Related posts
-
ଡଃ.ସୁରେଶ ବରାଡଙ୍କ ପୁସ୍ତକ “ଗୀତାର ପ୍ରଥମ ଶବ୍ଦ” ବାଚସ୍ପତିଙ୍କ କରକମଳରେ ଉନ୍ମୋଚିତ
ଶରଣକୁଳ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ସାରସ୍ଵତ ସାଧକ, ଗାଳ୍ପିକ, ଔପନ୍ୟାସିକ, କାବ୍ୟକାର, କବି ଡ.ସୁରେଶ ଚନ୍ଦ୍ର ବରାଡଙ୍କ ଆଧ୍ୟାତ୍ମିକ ପୁସ୍ତକ... -
ବ୍ଲକ ସ୍ତରୀୟ ଗୀତାଆବୃତ୍ତି ପ୍ରତିଯୋଗିତା ଆୟୋଜିତ
ଓଡ଼ଗାଁ, (ନୟାଗଡ଼ ଦର୍ପଣ): ପ୍ରଜ୍ଞାନ ମିଶନ, ଓଡ଼ିଶା ଆନୁକୁଲ୍ୟରେ ଗୀତା ସୁଗୀତା କର୍ତବ୍ୟା କାର୍ଯକ୍ରମ ମାଧ୍ୟମରେ ଓଡ଼ଗାଁ ବ୍ଲକ ସ୍ତରୀୟ ଗୀତା... -
ରାଜ୍ୟ ସରକାରଙ୍କ ବିଫଳତା ଓ ବିଜେପିର ମିଥ୍ୟା ପ୍ରତିଶୃତିକୁ ପ୍ରସଙ୍ଗ କରି ମଇଦାନକୁ ଓହ୍ଲାଇବ ବିଜେଡି
Comments Off on ରାଜ୍ୟ ସରକାରଙ୍କ ବିଫଳତା ଓ ବିଜେପିର ମିଥ୍ୟା ପ୍ରତିଶୃତିକୁ ପ୍ରସଙ୍ଗ କରି ମଇଦାନକୁ ଓହ୍ଲାଇବ ବିଜେଡିନୟାଗଡ଼, (ନୟାଗଡ଼ ଦର୍ପଣ): ରାଜ୍ୟ ସରକାରଙ୍କ ବିଫଳତା ଓ ବିଜେପିର ମିଥ୍ୟା ପ୍ରତିଶୃତିକୁ ପ୍ରସଙ୍ଗ କରି ବିଜେଡି ମଇଦାନକୁ ଓହ୍ଲାଇବ। ଜନସାଧାରଣଙ୍କୁ...