ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ରୁ ଭଦ୍ରକ ଟ୍ରେନ ଚଳାଚଳ ପାଇଁ ଇଷ୍ଟକୋଷ୍ଟ ରେଲୱେର ଜେନେରାଲ ମ୍ୟାନେଜର ମନୋଜ ଶର୍ମାଙ୍କୁ ଚିଠି ଲେଖିଲେ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ । ନୟାଗଡ଼ ଜିଲ୍ଲାର ଅନେକ ବାସିନ୍ଦା ନିକଟସ୍ଥ ବାଲେଶ୍ବର, ଭଦ୍ରକ ଓ କଟକ ଜିଲ୍ଲାରେ ବସବାସ କରୁଛନ୍ତି। ସେମାନେ ନୟାଗଡ଼କୁ ଆସୁଥିବା ଟ୍ରେନର ସଦ୍ ବ୍ୟବହାର କରି ପାରୁନାହାନ୍ତି। ଆର୍ଥିକ ଓ ସାମାଜିକ ସୁଧାର ଆଣିବା ପାଇଁ ନୟାଗଡ଼ରୁ ଭଦ୍ରକ ଟ୍ରେନ ଚଳାଚଳ ପାଇଁ ଡ.ସାହୁ ଦାବି କରିଛନ୍ତି । ନୟାଗଡ଼ ବାସୀଙ୍କ ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ସୁଧାର ଆଣିବା ପାଇଁ ନୟାଗଡ଼ରୁ ଭଦ୍ରକ ଟ୍ରେନ ଚଳାଚଳର ନିହାତି ଆବଶ୍ୟକତା ରହିଛି ବୋଲି ଚିଠିରେ ଉଲ୍ଲେଖ କରାଯାଇଛି । ନୟାଗଡ଼ର ଅନେକ ବାସିନ୍ଦା ଟ୍ରେନ ସେବା ପାଇବା ପାଇଁ ବଞ୍ଚିତ ହେଉଛନ୍ତି । ନୟାଗଡ଼ରୁ ଭଦ୍ରକ ଟ୍ରେନ ଚଳାଚଳ କଲେ ନୟାଗଡ଼ ଜିଲ୍ଲା ବାସୀଙ୍କର ସାମାଜିକ, ଅର୍ଥନୈତିକ ପ୍ରଗତି ହେବା ସହିତ ଗମନାଗମନ କ୍ଷେତ୍ରରେ ଜିଲ୍ଲାବାସୀ ଅନେକ ସୁବିଧା ପାଇବେ ବୋଲି ଡ.ସାହୁ ଉଲ୍ଲେଖ କରିଛନ୍ତି ।
Related posts
-
ବରିଷ୍ଠ କଂଗ୍ରେସ ନେତା,ଦୃଢ ସଙ୍ଗଠକଙ୍କ ପରଲୋକ
ରଣପୁର,(ନୟାଗଡ଼ ଦର୍ପଣ): ରଣପୁର ନିର୍ବାଚନ ମଣ୍ଡଳୀର ଚାନ୍ଦପୁର ଜୋନ୍ (୨୪ନଂ)ର ମୟୁରଝାଲିଆ ପଞ୍ଚାୟତର ତୃଣମୂଳ ସ୍ତରର ଜଣେ ଜଣାଶୁଣା ବିଶିଷ୍ଟ ପ୍ରଭାବଶାଳୀ... -
ବସ ଓ ବାଇକ ଧକ୍କା, ୨ ମୃତ
ରଣପୁର,(ନୟାଗଡ଼ ଦର୍ପଣ): ବସ ଓ ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଖବର ସଂଗ୍ରହରୁ ଜଣାପଡିଛି... -
ଖଣ୍ଡପଡ଼ାରେ ସଙ୍ଗୀତଧାରା ଭକ୍ତିସଙ୍ଗୀତ ପ୍ରତିଯୋଗିତା
ଖଣ୍ଡପଡ଼ା,(ନୟାଗଡ଼ ଦର୍ପଣ): ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ ପ୍ରଥମ ପର୍ଯ୍ୟାୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତା ସାମନ୍ତ ଚନ୍ଦ୍ରଶେଖର ଶିକ୍ଷାକେନ୍ଦ୍ର ଖଣ୍ଡପଡ଼ା ଠାରେ...